Posted inଜାତୀୟ

ମାର୍‌ପିଟ୍‌ କରି ସ୍ତ୍ରୀଙ୍କୁ ଶିକୁଳିରେ ବାନ୍ଧି ରଖିଥିଲେ ସ୍ବାମୀ: ମହିଳା ଆୟୋଗ ଟିମ୍‌ ପହଞ୍ଚିବା ପରେ…

ନୂଆଦିଲ୍ଲୀ,୨୫।୮: ତ୍ରିଲୋକପୁରୀ ଅଞ୍ଚଳରୁ ଦିଲ୍ଲୀ ମହିଳା ଆୟୋଗ ଜଣେ ୩୨ ବର୍ଷୀୟ ମହିଳାଙ୍କୁ ଉଦ୍ଧାର କରିଛନ୍ତି। ମହିଳାଜଣଙ୍କୁ ତାଙ୍କ ସ୍ବାମୀ ଲୁହା ଶିକୁଳିରେ ବାନ୍ଧି ଅତି ଦୟନୀୟ ଭାବେ ରଖିଥିଲେ। ଏନେଇ ବିଶେଷ ସୁତ୍ରରୁ ଖବର ପାଇବା ପରେ ଆୟୋଗର ଏକ ଟିମ୍‌ ତାଙ୍କୁ ଉଦ୍ଧାର କରିଛନ୍ତି।

ସୂଚନାପ୍ରକାରେ, ମହିଳାଜଣଙ୍କ ୧୧ ବର୍ଷ ପୂର୍ବେ ବିବାହ କରିଥିଲେ। ତାଙ୍କର ତିନୋଟି ସନ୍ତାନ ଅଛନ୍ତି। ହେଲେ ତାଙ୍କୁ ସ୍ବାମୀ ଅକଥନୀୟ ଅତ୍ୟାଚାର କରୁଥିଲେ। ଲଗାତାର ଭାବେ ମାରପିଟ୍‌ କରିବା ସହ ଛଅମାସ ଧରି ଶିକୁଳିରେ ବାନ୍ଧି ରଖିଥିଲେ। ଗୋଟିଏ ଘରେ ତାଙ୍କୁ ରଖାଯାଇଥିଲା। ସେଠାରେ ସେ ମଳମୁତ୍ର ତ୍ୟାଗ କରୁଥିବା ବେଳେ ରହୁଥିଲେ। ଏସବୁକୁ ନେଇ ମହିଳାଙ୍କ ମାନସିକସ୍ତରରେ ପ୍ରଭାବ ପଡ଼ିଥିବା କୁହାଯାଇଛି। ଆୟୋଗ ଟିମ୍‌ର ସଦସ୍ୟ ପହଞ୍ଚି ମହିଳାଙ୍କୁ ଦୟନୀୟ ଭାବେ ଦେଖିଥିଲେ। ସେ ରହୁଥିବା କୋଠରୀରୁ ଦୁର୍ଗନ୍ଧ ଆସିଥିଲା। ତେବେ ତାଙ୍କର ଏବେ ଚିକିତ୍ସା ଚାଲିଛି। ଏହାପରେ ପୋଲିସରେ ଅଭିଯୋଗ କରାଯିବ ବୋଲି ଅଧ୍ୟକ୍ଷ ସ୍ବାତି ମାଲିବାଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାମନଗରରୁ ନିର୍ବାଚନ ଲଢିବେ ହରିଶ ରାୱତ

ଡେରାଡୁନ,୨୫ ।୧: ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ଲାଗି କଂଗ୍ରେସ ତା’ର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ପତ୍ରରେ ୧୧ ଜଣଙ୍କ ନାମ ଘୋଷଣା କରିଛି । ଏଥିରେ...

କରୋନାରେ କଂଗ୍ରେସ ବିଧାୟକଙ୍କ ପରଲୋକ

ମୁମ୍ବାଇ,୧୦।୪: ମହାରାଷ୍ଟ୍ରରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରିଛି। କରୋନାରେ ଆକ୍ରାନ୍ତ ହୋଇ ରାଜ୍ୟର ନାନ୍ଦେଦ୍‌ ଜିଲାର ଡେଗଲୋରର ବିଧାୟକ ରାଓସାହେବ ଅଣ୍ଟାପୁରକାରଙ୍କ ପରଲୋକ ଘଟିଛି।...

ହରନାଜଙ୍କୁ ଗ୍ରାଣ୍ଡ ୱେଲକମ୍‌

ମୁମ୍ବାଇ,୧୬ ।୧୨: ଚଳିତ ବର୍ଷର ମିସ୍ ୟୁନିଭର୍ସ ମୁକୁଟ ବିଜୟିନୀ ହରନାଜ ସାନ୍ଧୁ ବୁଧବାର ବିଳମ୍ବିତ ରାତିରେ ସ୍ୱଦେଶ ଫେରିଛନ୍ତି । ମୁମ୍ବାଇ ବିମାନ ବନ୍ଦରରେ...

ମୋହନ ଭାଗଓ୍ବତଙ୍କ ସମେତ ବହୁ ଆର୍‌ଏସ୍‌ଏସ୍‌ ନେତାଙ୍କ ଆକାଉଣ୍ଟ୍‌ରୁ ବ୍ଲୁ ଟିକ୍‌ ହଟାଇଲା ଟୁଇଟର୍‌…

ନୂଆଦିଲ୍ଲୀ,୫।୬: ଉପ ରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ ଆକାଉଣ୍ଟ୍‌ରୁ ବ୍ଲୁ ଟିକ୍‌ ହଟାଇ ଏହାକୁ ପୁଣି ରିଷ୍ଟୋର କରିବା ପରେ ଟୁଇଟର୍‌ ଏବେ ବିବାଦରେ ଘେରରେ ଛନ୍ଦି...

ପ୍ରଶ୍ନ ପଚାରିବାରୁ ରିପୋର୍ଟରଙ୍କୁ ଧମକାଇଲେ ରାମଦେବ

ନୂଆଦିଲ୍ଲୀ,୩୧।୩: ବର୍ଦ୍ଧିତ ତେଲ ଦର ଉପରେ ପ୍ରଶ୍ନ କରିବାରୁ ଯୋଗ ଗୁରୁ ରାମଦେବ କ୍ୟାମେରା ଆଗରେ ଏକ ରିପୋର୍ଟରଙ୍କୁ ଧମକାଇଛନ୍ତି। ହରିୟାଣାର କର୍ନାଲଠାରେ ଆୟୋଜିତ ଏକ...

ପାକିସ୍ତାନର ପୋଲ୍‌ ଖୋଲିଲେ ଆତଙ୍କବାଦୀ

ନୂଆଦିଲ୍ଲୀ,୨୯।୯: ପାକିସ୍ତାନୀ ଗୁପ୍ତଚର ଏଜେନ୍ସି ଆଇଏସଆଇ ଏବଂ ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତୋଇବା କଶ୍ମୀରରେ ଜିହାଦ ନାମରେ ଆତଙ୍କ ବିସ୍ତାର କରିବା ଲାଗିପଡିଛି। ଆତଙ୍କବାଦୀ ସଂଗଠନମାନେ ଯୁବକ...

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ଜୁନ୍‌ ୨୬ରେ ୧ କୋଟି ଲୋକଙ୍କୁ ମଳିବ ନିଯୁକ୍ତିି

ଲକ୍ଷ୍ନୌ,୨୪।୬: ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥଙ୍କ ସରକାର ଜୁନ୍‌ ୨୬ରେ ଏକକାଳୀନ ଏକ କୋଟି ଲୋକଙ୍କୁ ନିଯୁକ୍ତି ଦେବାକୁ ଯୋଜନା କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହାୟତାରେ...

ମଡେଲଙ୍କୁ ଅସଦାଚରଣ: ୭ ଗିରଫ

କୋଲକାତା,୧୯ା୬(ପି.ଟି.): ମଡେଲରୁ ଅଭିନେତ୍ରୀ ପାଲଟିଥିବା ଉଷଶୀ ସେନଗୁପ୍ତାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ୭ ଯୁବକଙ୍କୁ କୋଲକାତା ପୋଲିସ ଗିରଫ କରିଛି। ପୂର୍ବତନ ମିସ୍‌ ଇଣ୍ଡିଆ ୟୁନିଭର୍ସ...

Advertisement
Archives

Model This Week