Posted inଜାତୀୟ

ପିଲାଙ୍କ ଖେଳ ହେଲା କାଳ: ‘ଲକ୍ଷ୍ମଣ ରେଖା’ ନେଲା ୩ ଜୀବନ

ନାଗୌର, ୨୫।୮: ରାଜସ୍ଥାନର ନାଗୌର ଜିଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପିଲାଙ୍କର ଅସାବଧାନତା କେତେ ଯେ ଭୟଙ୍କର ହୋଇପାରେ ତାହା ଏହି ଘଟଣାରୁ ଜଣାପଡ଼ିଛି। ରିପୋର୍ଟ ମୁତାବକ ଜିଲାର ପାଞ୍ଚୋଡି ପୋଲିସ ଷ୍ଟେସନ ଅନ୍ତର୍ଗତ ଖ୍ୟାରି କର୍ମସୌତ୍‌ ଗ୍ରାମରେ ଓମ୍‌ ପ୍ରକାଶ ସ୍ତ୍ରୀ କାନି ଦେବୀ(୩୦ ବର୍ଷ) ଏବଂ ୨ ପୁଅ ରାକେଶ (୬), ସୋନୁ (୫) ଓ ଝିଅ ଉର୍ମିଳା (୩) ସହ ରୁହନ୍ତି। ସୋମବାର ଓମ୍‌ ପ୍ରକାଶଙ୍କ ପିଲାମାନେ ଖେଳିବା ସମୟରେ ଏକ ‘ଲକ୍ଷଣ ରେଖା’(କୀଟ ଓ ପତଙ୍ଗ ମାରିବା ଲାଗି ଉଦ୍ଦିଷ୍ଟ ଚଖଡ଼ି) ପିଇବା ପାଣି ଗରାରେ ପକାଇ ଦେଇଥିଲେ। ଏହି ସମୟରେ ଓମ୍‌ ପ୍ରକାଶ ଘରେ ନ ଥିଲେ। ଏହି ଘଟଣାର କିଛି ସମୟ ପରେ ଯେତେବେଳେ କାନି ଓ ତାଙ୍କ ପିଲାମାନେ ଯେତେବେଳେ ସେହି ଗରାରୁ ପାଣି ନେଇ ପିଇଥିଲେ ହଠାତ୍‌ ସମସ୍ତଙ୍କ ଦେହ ଅସୁସ୍ଥ ହୋଇପଡ଼ିଥିଲା। ଏହାପରେ ସାହି ପଡ଼ିଶା ସମସ୍ତଙ୍କୁ ସ୍ଥାନୀୟ ହସ୍ପିଟାଲକୁ ନେଇଯାଇଥିଲେ। କିନ୍ତୁ ସେଠାରେ ପ୍ରଥମେ କାନି ଦେବୀ ଏବଂ ପରେ ପରେ ଦୁଇ ପିଲା ରାକେଶ ଓ ଉର୍ମିଳାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଦେଇଛି। ଖେଳ ଖେଳରେ ପିଲାମାନଙ୍କ ଅସାବଧାନତା ଓମ୍‌ ପ୍ରକାଶଙ୍କ ପୁରା ପରିବାରକୁ ଉଜାଡ଼ି ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ଝିଅ ନିର୍ବାଚନରେ ହାରିଯିବାରୁ ହୃଦ୍‌ଘାତରେ ପ୍ରାଣ ହରାଇଲେ ଦଳର କାର୍ଯ୍ୟକର୍ତ୍ତା

ହାଇଦ୍ରାବାଦ୍‌, ୨୮।୫: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ଝିଅ ଲୋକ ସଭା ନିର୍ବାଚନରେ ପରାସ୍ତ ହେବା ପରେ ତାଙ୍କର ଜଣେ ସମର୍ଥକ ହୃଦ୍‌ଘାତରେ ପ୍ରାଣ ହରାଇଛନ୍ତି।...

ପୋଲିସ ବିଭାଗରେ ନିଯୁକ୍ତି ହେବେ ୫୦ହଜାରରୁ ଊର୍ଦ୍ଧ୍ୱ କର୍ମଚାରୀ: ଯୋଗୀ

ଲକ୍ଷ୍ନୌ,୨।୯: ସରକାରୀ ଚାକିରି ଖୋଜୁଥିବା ଯୁବବର୍ଗଙ୍କ ପାଇଁ ଖୁସି ଖବର। ସୋମବାର ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୋଲିସ ବିଭାଗରେ ୫୦ହଜାରରୁ ଊର୍ଦ୍ଧ୍ୱ ନିଯୁକ୍ତି...

ଅଣ୍ଡର ଓ୍ବାଲ୍ଡ ଡନ୍‌ ଦାଉଦ୍‌ଙ୍କ ୧୪ ସ୍ଥାବର ସମ୍ପତ୍ତି ହେବ ନିଲାମ

ନୂଆଦିଲ୍ଲୀ,୨୩।୪: ଅଣ୍ଡର ଓ୍ବାଲ୍ଡ ଡନ୍‌ ଦାଉଦ୍‌ ଇବ୍ରାହିମ୍‌ଙ୍କ ୧୪ଟି ସ୍ଥାବର ସମ୍ପତ୍ତିର ନିଲାମ କରାଯିବା ପାଇଁ ଯୋଜନା କରାଯାଉଛି। ଆଣ୍ଟି ସ୍ମଗଲିଙ୍ଗ୍‌ ଏଜେନ୍ସି ସାଫେମା(ସ୍ମଗଲିଙ୍ଗ୍‌ ଆଣ୍ଡ...

ରାବଣ ବଧ ସହ ଶେଷ ହେଲା ରାମାୟଣ: ରବିବାରଠାରୁ ପ୍ରସାରିତ ହେବ ‘ଉତ୍ତର ରାମାୟଣ’

ନୂଆଦିଲ୍ଲୀ,୧୮।୪: ଦେଶରେ ଳକ୍‌ଡାଉନ୍‌ ଯୋଗୁ ଦୂରଦର୍ଶନରେ ରାମାୟଣ, ମହାଭାରତ ଓ ଶକ୍ତିମାନ ଭଳି ଅନେକ ପପୁଲାର ଶୋ’ ପ୍ରସାରିତ ହେଉଛି। ଲୋକମାନେ ଏହାକୁ ବେଶ୍‌ ପସନ୍ଦ...

ରାଣେଙ୍କୁ ସଂଖ୍ୟା ଯୋଗାଡ଼ ଦାୟିତ୍ୱ

ମୁମ୍ବାଇ,୨୫ା୧୧: ଦେବେନ୍ଦ୍ର ଫଡ୍‌ନବିସ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ସତ, କିନ୍ତୁ ସରକାରକୁ ତିଷ୍ଠାଇ ରଖିବା ପାଇଁ ଆବଶ୍ୟକ ସଂଖ୍ୟାବଳ ଥିବା ଭଳି ମନେହେଉନାହିଁ।...

ଦେଶ ବିଭାଜନ ମୃତକଙ୍କ ପାଇଁ ସଂସଦରେ ଶୋକ ପ୍ରସ୍ତାବ ଆଣନ୍ତୁ ଭାରତ-ପାକିସ୍ତାନ ସରକାର…

ଚଣ୍ଡିଗଡ଼, ୧୬।୮ : ଶ୍ରୀ ଅକାଳ ତଖତ୍‌ ସାହେବ ଜାଠେଦାର ଜ୍ଞାନୀ ହରପ୍ରୀତ ସିଂ କହିଛନ୍ତି ଯେ ଦେଶ ବିଭାଜନ ସମୟରେ ପ୍ରାଣ ହରାଇଥିବା ଏବଂ...

ବିଦ୍ରୋହୀ ନେତାଙ୍କ ଉପରେ ଏନସିପିର କାର୍ଯ୍ୟାନୁଷ୍ଠାନ, ଅଜିତ ପାଓ୍ବାରଙ୍କ ସମେତ ଅନ୍ୟ ନେତାଙ୍କୁ ଦଳରୁ ବହିଷ୍କାର

ମୁମ୍ବାଇ,୩।୭: ମହାରାଷ୍ଟ୍ରରେ ବିଦ୍ରୋହ ପରେ ରାଜନୈତିକ ଉତ୍ତେଜନା ଜାରି ରହିଛି। ବର୍ତ୍ତମାନ ବିଦ୍ରୋହୀ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏନସିପି ସେମାନଙ୍କୁ ଦଳରୁ ବହିଷ୍କାର...

ସଲମାନ ଶିକାର କରିଥିବା କୃଷ୍ଣସାର ମୃଗର ହେବ ସ୍ମାରକୀ

ଜୟପୁର,୧୩ ।୮: ବଲିଉଡ ଭାଇଜାନ ସଲମାନ ଖାଁ କିଛିଦିନ ହେବ ଖୁବ୍ ଚର୍ଚ୍ଚାରେ ରହୁଛନ୍ତି । ଯେବେଠାରୁ ତାଙ୍କୁ ହତ୍ୟା ଧମକ ମିଳିଲାଣି ସେବେଠାରୁ ସେ...

Advertisement
Archives

Model This Week