ବିପଦ ଆଶଙ୍କା ବଢ଼ାଉଛି ମୁକୁଳା ବୋର୍‌ଓ୍ବେଲ

ବଅଁରପାଳ,୨୩ା୬(ଡି.ଏନ.ଏ.): ମୁକୁଳା ପଡ଼ିଥିବା ବୋର୍‌ଓ୍ବେଲ କିପରି ଶିଶୁଙ୍କ ପାଇଁ ବିପଦ ସାଜିପାରେ ତାହାର ଉଦାହରଣ ଦେଶରେ ବାରମ୍ବାର ଦେଖିବାକୁ ମିଳୁଛି। ନିକଟରେ ଛତିଶଗଡ଼ରେ ଏପରି ଏକ ଘଟଣା ଚର୍ଚ୍ଚାର ବିଷୟ ହୋଇଥିବାବେଳେ ୨୦୧୭ ଡିସେମ୍ବର ୨୫ରେ ଅନୁଗୋଳ ଜିଲା କିଶୋରନଗର ବ୍ଲକ ଜାମ୍ବୁନାଳୀ ପଞ୍ଚାୟତ ଗୋଳାସର ଗ୍ରାମର ୨ ବର୍ଷୀୟା ଶିଶୁକନ୍ୟା ରାଧାରାଣୀ ଖୋଲା ବୋର୍‌ଓ୍ବେଲ ଭିତରକୁ ଖସିପଡ଼ିଥିବା ନଜିର ରହିଛି। ତଥାପି ମୁକୁଳା ପଡ଼ିଥିବା ଏପରି ବୋର୍‌ଓ୍ବେଲକୁ ଆବଦ୍ଧ କରାଯିବା ଦିଗରେ ତତ୍ପରତା ପ୍ରକାଶ ପାଉନାହିଁ। ଅନୁଗୋଳ ଜିଲା ବଅଁରପାଳ ବ୍ଲକ କନ୍ୟାବେଡ଼ା ଗ୍ରାମର ହରିଜନ ସାହିକୁ ପାନୀୟ ଜଳ ଯୋଗାଣ ଉଦ୍ଦେଶ୍ୟରେ ପ୍ରଶାସନ ପକ୍ଷରୁ ଖୋଳାଯାଇଥିବା ଏକ ବୋର୍‌ଓ୍ବେଲ ବର୍ଷେ ହେଲା ମୁକୁଳା ପଡ଼ିଛି। ସମ୍ପୂର୍ଣ୍ଣ ହୋଇ ନ ଥିବା ଏହି ବୋର୍‌ଓ୍ବେଲରେ ଢାଙ୍କୁଣୀ ଲଗାଯାଇ ନ ଥିବାରୁ ଏହା ସ୍ଥାନୀୟ ଶିଶୁମାନଙ୍କ ପାଇଁ ବିପଦ ସାଜିପାରେ ବୋଲି ଅଞ୍ଚଳବାସୀଙ୍କ ମଧ୍ୟରେ ଆଶଙ୍କା ପ୍ରକାଶ ପାଇଛି।
ସାହିବାସୀଙ୍କ କହିବା ଅନୁଯାୟୀ, ସରକାରଙ୍କ ପକ୍ଷରୁ ବର୍ଷେ ତଳେ ଏହି ବୋର୍‌ଓ୍ବେଲ ଖୋଳାଯାଇଥିଲା। ହେଲେ ୨ଶହ ଫୁଟ ଗଭୀର ଉକ୍ତ ବୋର୍‌ଓ୍ବେଲ ବ୍ୟବହାରରେ ଲାଗୁନାହିଁ। ଏହାକୁ ସମ୍ପୂର୍ଣ୍ଣ କରି କାର୍ଯ୍ୟରେ ଲଗାଇବା ପରିବର୍ତ୍ତେ ପ୍ରଶାସନ ଖୋଲା ଛାଡ଼ିଦେଇଥିବାରୁ ଏହା ପିଲାଙ୍କ ପାଇଁ ବିପଦର କାରଣ ସାଜିବାର ଆଶଙ୍କା ସୃଷ୍ଟି କରୁଛି। ଏହି ସାହିରେ ପ୍ରାୟ ୫୦ ଶିଶୁ ଥିବାବେଳେ ନିକଟରେ ଏକ ପ୍ରାଥମିକ ବିଦ୍ୟାଳୟ ରହିଛି। ବୋର୍‌ଓ୍ବେଲର ଓସାର କମ୍‌ ଥିବାରୁ ଏଥିରେ ଶିଶୁ ଖସିପଡ଼ିବାର ସମ୍ଭାବନା ନ ଥିବା ପ୍ରଶାସନ କହୁଥିଲେ ମଧ୍ୟ ନିକଟରେ ଖେଳାଖେଳି କରୁଥିବା ପିଲା ଯେ ଏହାଦ୍ୱାରା ଆଘାତପ୍ରାପ୍ତ ନ ହେବେ ତାହା କହିହେବ ନାହିଁ। ତେଣୁ ଯେକୌଣସି ମୁହୂର୍ତ୍ତରେ ଏଠାରେ କିଛି ଅଘଟଣ ଘଟିଯିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ। ବ୍ଲକ ଜଳ ଓ ପରିମଳ ବିଭାଗ ଏଥିପ୍ରତି ଦୃଷ୍ଟି ଦେବା ଦରକାର ବୋଲି ସାହିବାସିନ୍ଦା ବିନୋଦ ନାୟକ, ସୁମନ୍ତ ନାୟକ, ପପୁନ ନାୟକ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଜଳ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ ଦିଲୀପ ବେହେରା କହିଛନ୍ତି, ବ୍ଲକ ଅଞ୍ଚଳରେ ୨୦୦ରୁ ୨୫୦ ଫୁଟ ଗଭୀର ପର୍ଯ୍ୟନ୍ତ ବୋର୍‌ଓ୍ବେଲ ଖୋଳାଯାଉଛି। ତେବେ କନ୍ୟାବେଡ଼ା ହରିଜନ ସାହିରେ ଥିବା ବୋର୍‌ଓ୍ବେଲର ଓସାର ମାତ୍ର ୫ ରୁ ୮ ଇଞ୍ଚ ରହିଥିବାରୁ ଏହା ଶିଶୁଙ୍କ ପ୍ରତି କୌଣସି ବିପଦ ସୃଷ୍ଟି କରୁନାହିଁ। ବୋର୍‌ଓ୍ବେଲର ଓସାର ୧୨ ଇଞ୍ଚ ରହିଲେ ଏଥିରେ ଶିଶୁମାନେ ଖସିପଡ଼ିବାର ସମ୍ଭାବନା ରହିଛି। ତଥାପି ବ୍ଲକ ଅଞ୍ଚଳରେ ଯଦି କେଉଁଠି ବୋର୍‌ଓ୍ବେଲ ମୁକୁଳା ଅବସ୍ଥାରେ ଥାଏ, ସେଥିପ୍ରତି ଧ୍ୟାନ ଦିଆଯାଇ ପଦକ୍ଷେପ ନିଆଯିବ ବୋଲି କନିଷ୍ଠ ଯନ୍ତ୍ରୀ ପ୍ରକାଶ କରିଛନ୍ତି।

ଖୋଲା ଛଡ଼ାଯିବା ବିପଦ
ଦୀର୍ଘଦିନ ହେଲା ଏହି ଖୋଲା ବୋର୍‌ଓ୍ବେଲ ବିପଦସଙ୍କୁଳ ଅବସ୍ଥାରେ ରହିଛି। ସାହିରେ ବହୁ ଶିଶୁ ଥିବାରୁ ଏହା ସେମାନଙ୍କ ପାଇଁ କେତେବେଳେ ମଧ୍ୟ ବିପଦ ସାଜିପାରେ। ଯଦି ଏହା କାର୍ଯ୍ୟରେ ଏବେ ଲାଗିନାହିଁ, ତା’ହେଲେ ଆବଦ୍ଧ କରିଦିଆଯିବା ଦରକାର।
-ମୁକୁନ୍ଦ ନାୟକ, କନ୍ୟାବେଡ଼ା

ବର୍ଷେ ତଳୁ ଖୋଳାଯାଇଛି
ବର୍ଷେ ତଳୁ ଏହି ବୋର୍‌ଓ୍ବେଲ ଖେଳାଯାଇଛି। କିନ୍ତୁ ତାହାକୁ ବ୍ୟବହାରରେ ଲଗା ନ ଯାଇ ଏପରି ମୁକୁଳା ପକାଯାଇଛି। ଗଁା ମଧ୍ୟରେ ଏହାକୁ ଏପରି ବିପଦପୂର୍ଣ୍ଣ ଅବସ୍ଥାରେ ରଖାଯିବା ଅଘଟଣକୁ ଆମନ୍ତ୍ରଣ କରିବା ସଙ୍ଗେ ସମାନ।
– କୁନ୍ତୀ ନାୟକ, କନ୍ୟାବେଡ଼ା

ବିଭାଗୀୟ ଅଧିକାରୀ ଦୃଷ୍ଟି ଦିଅନ୍ତୁ
ସାହିବାସୀଙ୍କୁ ପାନୀୟ ଜଳ ଯୋଗାଇ ଦେବା ଉଦ୍ଦେଶ୍ୟରେ ଏହା ଖୋଳାଯାଇଥିଲେ ହେଁ ସମ୍ପୂର୍ଣ୍ଣ କରାଯାଇ ନ ଥିବାରୁ କାମରେ ଆସୁନାହିଁ। ଆବଶ୍ୟକତା ନ ଥିଲେ ତାହାକୁ ଯଥାଶୀଘ୍ର ବନ୍ଦ କରିବା ଦିଗରେ ପଦକ୍ଷେପ ନିଆଯାଉ।
-ତ୍ରିନାଥ ସାହୁ, କନ୍ୟାବେଡ଼ା


Enter your email to get our daily news in your inbox.

All Right Reserved By Dharitri.Com

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ପାଣି ପାଇଁ ଡହଳବିକଳ

ବଇଣ୍ଡା,୨୫।୪(ପରିକ୍ଷିତ ସାହୁ)ସାରା ରାଜ୍ୟରେ ଲାଗିରହିଛି ଗ୍ରୀଷ୍ମ ପ୍ରବାହ। ଅଧିକାଂଶ ସମୟରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଥିବାବେଳେ ଏବେ ଅନେକ ଅଞ୍ଚଳରେ ପାଣି ସମସ୍ୟା ଦେଖିବାକୁ...

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

ସମ ରଣନୀତିରେ ବିଜେଡି-ଭାଜପା

ବଇଣ୍ଡା,୨୨ା୪(ପରିକ୍ଷିତ ସାହୁ):ଅନୁଗୋଳ ଜିଲା ଆଠମଲ୍ଲିକ ବିଧାନସଭା କ୍ଷେତ୍ରରେ ଆସନ୍ତା ମେ ୨୫ରେ ହେବ ଭୋଟଗ୍ରହଣ। ଏଥର ଏହି ନିର୍ବାଚନମଣ୍ଡଳୀରେ ବିଜେଡି ଓ ଭାଜପା ପ୍ରାର୍ଥୀ ପରିବର୍ତ୍ତନ...

ସ୍ବଳ୍ପ ଖର୍ଚ୍ଚରେ ଅଧିକ ରୋଜଗାର ବାଟ ଦେଖାଉଛନ୍ତି ଶିକ୍ଷକ

ଛେଣ୍ଡିପଦା,୨୧ା୪(ଅଜିତ ଧଳ)ଶିକ୍ଷକତାରୁ ଟିକେ ସମୟ ପାଇଲେ ଲାଗିପଡ଼ନ୍ତି ଚାରା ଉତ୍ପାଦନରେ। ନିଜ ଫାର୍ମରେ ଥିବା ବିଭିନ୍ନ ଗଛରୁ କଲମୀକରଣ କରିବା ସହିତ କିପରି ସେଥିରୁ ଭଲ...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଅନୁଗୋଳରେ ପ୍ରଥମ କରି ମହିଳା କାର୍ଡ

ଅନୁଗୋଳ ୧୮।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା କ୍ଷେତ୍ରରେ ବିଜେଡି ଖୋଲିଛି ମହିଳା କାର୍ଡ। ବିଜେଡିର ଦୀର୍ଘ ୨୪ ବର୍ଷ ଇତିହାସରେ ଦଳ କେବେ ବି...

ହାଇଓ୍ବାକୁ ଧକ୍କା ଦେଲା ବସ୍‌: ଚାଲିଗଲା ଜଣଙ୍କ ଜୀବନ,୧୫ରୁ ଅଧିକ ଆହତ

ଛେଣ୍ଡିପଦା,୧୬।୪(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଦେଇ ଯାଇଥିବା ଅନୁଗୋଳ ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡା ଠାରେ ମଙ୍ଗଳବାର ସକାଳେ ଡଲଫିନ ବସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri