ଶିମିଳିପାଳରେ ମାଉସ୍‌ ଡିଅର: ଜୋର୍‌ ଧରିଲା ଚର୍ଚ୍ଚା

ବାରିପଦା,୨ା୬(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନ ଓଡ଼ିଶାର ଏକ ଅନନ୍ୟ ବନ୍ୟପ୍ରାଣୀ ଆବାସସ୍ଥଳୀ ଭାବେ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଏଠାରେ ବିଶ୍ୱର କ୍ଷୁଦ୍ର ପ୍ରାଣୀ ଭାରତୀୟ ମାଉସ୍‌ ଡିଅର(ମସଚିଓଲା ଇଣ୍ଡିକା) ଦେଖିବାକୁ ମିଳିଛି। ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି। ଏହି ଫଟୋ ଦେଖି ବନ୍ୟପ୍ରାଣୀପ୍ରେମୀ ଓ ପର୍ଯ୍ୟଟକମାନେ ଖୁସି ପ୍ରକଟ କରିଛନ୍ତି।
ଜୈବମଣ୍ଡଳ ଭାବେ ପରିଚିତ ଶିମିଳିପାଳର ଘଞ୍ଚ ଜଙ୍ଗଲ ଓ ପାହାଡ଼ ପଥର ଭୂମିରେ କଳାବାଘଠାରୁ ଆରମ୍ଭ କରି ହାତୀ, ଭାଲୁ ଓ କୁମ୍ଭୀର ଭଳି ପ୍ରଜାତିର ଅନେକ ବିଲୁପ୍ତପ୍ରାୟ ବନ୍ୟପ୍ରାଣୀଙ୍କୁ ଦେଖିବାକୁ ମିଳିଥାଏ। ତେବେ ଏଠାରେ ଏବେ ମାଉସ୍‌ ଡିଅର ଭଳି ଏକ ତୃଣଭୋଜି ପ୍ରାଣୀକୁ ଠାବ କରାଯାଇଛି। ଏହି ଛୋଟ ଆକାର ପ୍ରାଣୀର ଏକ ଆକର୍ଷକ ଫଟୋ ସାମ୍ନାକୁ ଆସିଛି ା ଏହାର ଧୂସର-କଳା ଶରୀରରେ ଛୋଟ କାନ ଓ ବଡ଼ ଆଖି ଥିବା ଦେଖିବାକୁ ମିଳିଛି। ଏହି ପ୍ରଜାତି ସାଧାରଣତଃ ରାତିରେ ସକ୍ରିୟ ହୋଇଥାନ୍ତି। ଭାରତୀୟ ମାଉସ୍‌ ଡିଅର ବିଶ୍ୱର ସର୍ବକ୍ଷୁଦ୍ର ପ୍ରାଣୀ ମଧ୍ୟରୁ ଅନ୍ୟତମ। ଏହା ଭାରତର କେତେକ ନିର୍ଦ୍ଦିଷ୍ଟ ଜଙ୍ଗଲରେ ଦେଖିବାକୁ ମିଳିଥାନ୍ତି। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କର୍ତ୍ତୃପକ୍ଷ ଏହି ପ୍ରାଣୀର ସଂରକ୍ଷଣ ପାଇଁ ଲଗାତାର ପ୍ରୟାସ ଜାରି ରଖିଛନ୍ତି। ଏ ସମ୍ପର୍କରେ ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ତଥା ଓଡ଼ିଶା ବନ ଉନ୍ନୟନ ନିଗମ ସ୍ବାଧୀନ ନିର୍ଦ୍ଦେଶକ ଭାନୁମିତ୍ର ଆଚାର୍ଯ୍ୟ କୁହନ୍ତି, ଶିମିଳିପାଳରେ ଏଭଳି ପ୍ରାଣୀ ଅନେକ ବର୍ଷ ଧରି ରହିଆସୁଛନ୍ତି। ଶିମିଳିପାଳ ପାଇଁ ଏହା ନୂଆ କଥା ନୁହେଁ। ଏହି ପ୍ରଜାତିର ପ୍ରାଣୀଙ୍କୁ ସ୍ଥାନୀୟ ଲୋକେ ଗୁରାଣ୍ଡି ବୋଲି କହିଥାନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ସୁସ୍ମିତା ସେନଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ଲଳିତ ମୋଦି, କହିଲେ ଏମିତି କଥା ସଭିଏଁ ଚକିତ

ନୂଆଦିଲ୍ଲୀ,୨।୬: ୨୦୨୨ ମସିହାରେ, ଏକ ଇନଷ୍ଟାଗ୍ରାମ ପୋଷ୍ଟ ଏତେ ଝଡ଼ ସୃଷ୍ଟି କରିଥିଲା ଯେ ଏହା ସୋସିଆଲ ମିଡିଆ ଠାରୁ ଆରମ୍ଭ କରି ମନୋରଞ୍ଜନ ଜଗତ ପର୍ଯ୍ୟନ୍ତ…

ମଣ୍ଡିରୁ ଉଠୁନି ଧାନ,ଚାଷୀଙ୍କ ରାସ୍ତାରୋକୋ: ଅଟକି ରହିଛି ଶହ ଶହ ଯାନବାହନ

ଭବାନୀପାଟଣା,୨।୬(ଉତ୍ତମ କୁମାର ଦାଶ):ଧାନ ବିକ୍ରି ପ୍ରକ୍ରିୟାରେ ଅନିୟମିତତାକୁ ନେଇ ମଙ୍ଗଳବାର ସକାଳୁ କଳାହାଣ୍ଡି ଜିଲା ମୋଟର -ଜୟପାଟଣା ମୁଖ୍ୟ ରାସ୍ତା ବଡକୁଟରୁ ଛକ ନିକଟରେ ସ୍ଥାନୀୟ ଚାଷୀ…

ଦିଲ୍ଲୀ ଗଲେ ନବୀନ, ବଢୁଛି ଚର୍ଚ୍ଚା: ଦେବୀ କହିଲେ…

ଭୁବନେଶ୍ୱର,୨ା୬(ସୁନିତ୍‌ ମିଶ୍ର):ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ୭ଦିନିଆ ନୂଆଦିଲ୍ଲୀ ଗସ୍ତ କରିଛନ୍ତି। ନବୀନ ନିର୍ଦ୍ଦିଷ୍ଟ ଭାବେ କେଉଁ ଉଦ୍ଦେଶ୍ୟ ନେଇ ଦିଲ୍ଲୀ…

ଅସରପା ଗୋଟେ ଚଢ଼େଇ

କକ୍‌ରୋଚ ବା ଅସରପା ଏକ ପତଙ୍ଗ। ପରମାଣୁ ବିସ୍ଫୋରଣରେ ମଧ୍ୟ ତା’ର ମୃତ୍ୟୁ ଘଟେନାହିଁ। ଯେତେ ଅପରିଷ୍କାର ସ୍ଥାନ ସେଠାରେ ସେତିକି ଅସରପାର ବଂଶବୃଦ୍ଧି ଘଟିଥାଏ। ଓଡ଼ିଆରେ…

ଆସିଲା ମୌସୁମୀ, ଖୁବଶୀଘ୍ର ଛୁଇଁବ କେରଳ

ନୂଆଦିଲ୍ଲୀ,୨।୬: ଦେଶର ପାଣିପାଗ ଢାଞ୍ଚାରେ ଏକ ବଡ଼ ପରିବର୍ତ୍ତନ ଆଶା କରାଯାଉଛି। ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ ଦକ୍ଷିଣ-ପଶ୍ଚିମ ମୌସୁମୀ ଯେକୌଣସି ମୁହୂର୍ତ୍ତରେ କେରଳରେ ପହଞ୍ଚିପାରେ।…

ଭାରତ ଗସ୍ତରେ ଆସି ବଡ଼ ଘୋଷଣା କଲେ ମ୍ୟାନ୍‌ମାର ରାଷ୍ଟ୍ରପତି, ଖୁସିରେ ମୋଦି କହିଲେ…

ନୂଆଦିଲ୍ଲୀ,୨।୬: ଭାରତର ସୁରକ୍ଷା ସ୍ବାର୍ଥ ବିରୋଧରେ ମ୍ୟାନ୍‌ମାର ଅଞ୍ଚଳ ବ୍ୟବହାର ହେବାକୁ ଦିଆଯିବ ନାହିଁ ବୋଲି ନୂଆଦିଲ୍ଲୀ ଗସ୍ତରେ ଆସିଥିବା ଏହାର ରାଷ୍ଟ୍ରପତି ମିନ୍‌ ଅଙ୍ଗ୍‌ ହ୍ଲାଇଙ୍ଗ୍‌…

ଶୈବପୀଠକୁ ୨ କୋଟି ଟଙ୍କା ମଞ୍ଜୁର: ଅଞ୍ଚଳରେ ଖେଳିଗଲା ଖୁସିର ଲହରୀ

ବରଗଡ଼,୨।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ବ୍ଲକ ଅନ୍ତର୍ଗତ ଗାଇସୀମାସ୍ଥିତ ଅଷ୍ଟଶମ୍ଭୁ ପୀଠ ମଧ୍ୟରେ ଅନ୍ୟତମ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ମନ୍ଦିର ବିକାଶ ପାଇଁ ରାଜ୍ୟ ସରକାର ୨କୋଟି ଟଙ୍କା…

ଆମେରିକାର ମାଲବାହୀ ଜାହାଜ ଉପରେ ବଡ଼ ଧରଣର ଆକ୍ରମଣ, ଏଥିପାଇଁ ଇରାନ ଦାୟୀ ବୋଲି ଦାବି କଲା

ତେହରାନ,୨।୬: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ହ୍ରାସ ପାଇବାର କୌଣସି ସଙ୍କେତ ଦେଖାଯାଉନାହିଁ। ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ମଧ୍ୟ ଅସ୍ଥିର ରହିଛି। ଏହି ସମୟରେ, ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri