Posted inଜାତୀୟ

୪ ପିଲାଙ୍କ ମା’ ସାଜୁଥିଲେ କନ୍ୟା: ଚତୁର୍ଥୀ ରାତି ପୂର୍ବରୁ ବରଘରେ ବୁଲାଉଥିଲେ କଳାକନା

ଭୋପାଳ, ୮।୮: ଦେଶରେ ଗୋଟିଏ ପଟେ କରୋନା ମହାମାରୀ ଯୋଗୁ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଲକ୍‌ ଡାଉନ୍‌ ଯୋଗୁ ଲୋକଙ୍କ ପାଖରେ ଟଙ୍କାର ଅଭାବ ଦେଖାଦେଇଛି। ଏପରିସ୍ଥଳେ ବିଭିନ୍ନ ଆପରାଧୀକ କାର୍ଯ୍ୟ ବୃଦ୍ଧି ପାଉଛି। ମଧ୍ୟମପ୍ରଦେଶରେ ବିବାହ ପରେ ବରଘରେ କଳାକନା ବୁଲାଇ ଫେରାର ହୋଇଯାଉଥିବା କନ୍ୟାମାନଙ୍କ ସଂଖ୍ୟା ଇତିମଧ୍ୟରେ ବଢ଼ିଚାଲିଛି। ଏଭଳି ଘଟଣା ପଛରେ ବଡ଼ ର଼୍ୟାକେଟ କାମ କରୁଥିବା ପୋଲିସ କହିଛି। ସମ୍ପ୍ରତି ଏପରି ଏକ ର଼୍ୟାକେଟର ପର୍ଦ୍ଦାଫାଶ୍‌ ପୋଲିସ କରିଛି। ୪ ପିଲାଙ୍କ ମା’ କନ୍ୟା ସାଜି ମିଛିମିଛିକା ବାହା ହୋଇଥିଲେ। ପରେ ଚତୁର୍ଥୀ ରାତି ପୂର୍ବରୁ କନ୍ୟା ଜଣକ ବରଘରୁ ଟଙ୍କା ଏବଂ ଅଳଙ୍କାର ଧରି ଫେରାର ହୋଇଯାଇଥିଲେ। ବରଘର ପକ୍ଷରୁ କନ୍ୟାଙ୍କ ନକଲି ଆଧାର କାର୍ଡ, ଭୋଟର ପରିଚୟ ପତ୍ର ଆଦି ନେଇ ପୋଲିସ ଥାନାରେ ମାମଲା ଦାଏର କରାଯାଇଥିଲା। ଏହାର ତଦନ୍ତ କରି କ୍ରାଇମ୍‌ ବ୍ରାଞ୍ଚ୍‌ ଏଏସ୍‌ପି ଗୋପାଳ ଧାକ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି। କାଲା ପିପଲ, ହୋଶଙ୍ଗାବାଦ୍‌, ରାଜଗଡ଼ ଏବଂ ଶାଜାପୁରରେ ସମାନ ଧରଣର ଘଟଣା ଘଟିଥିଲା। କନ୍ୟା ଚତୁର୍ଥୀ ରାତି ପୂର୍ବରୁ ବରଘରେ କଳାକନା ବୁଲାଇ ଫେରାର ହୋଇଯାଇଥିଲେ। ତେବେ ଶେଷରେ ଅପରାଧୀ ଦଳଙ୍କୁ ଗିରଫ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟାଞ୍ଚଳରେ ସେଲ୍‌ଫି ନେଇ ବିବାଦରେ ମନ୍ତ୍ରୀ

ମୁମ୍ବାଇ,୯।୮: ମହାରାଷ୍ଟ୍ରରେ ଏବେ ବନ୍ୟା ପରିସ୍ଥିତି ସାଧାରଣ ଜୀବନ ଉପରେ ଖୁବ୍‌ ପ୍ରଭାବ ପକାଇଛି। ସାଂଗଲି ଓ କୋଲ୍ଲାପୁର ଜିଲା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା...

ସରକାରୀ କର୍ମଚାରୀଙ୍କ ମଧ୍ୟରେ ହାହାକାର, ୫୦ ବର୍ଷରୁ ଅଧିକ ବୟସ୍କଙ୍କୁ ବାଧ୍ୟତା ମୂଳକ ଅବସର…

ଲକ୍ଷ୍ନୌ, ୬।୭ : ଉତ୍ତରପ୍ରଦେଶର ରାଜ୍ୟ ସରକାରୀକର୍ମଚାରୀଙ୍କ ମଧ୍ୟରେ ହାହାକାର ଦେଖାଦେଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କ ପକ୍ଷରୁ ସରକାରୀ ବିଭାଗରେ କାର୍ଯ୍ୟ କରୁଥିବା ୫୦...

ଉତ୍ତର ଭାରତରେ ପ୍ରବଳ ଶୀତଲହରୀ: ଟ୍ରେନ ସେବା ବ୍ୟାହତ

ନୂଆଦିଲ୍ଲୀ,୨୭।୧୨: ରାଜଧାନୀ ଦିଲ୍ଲୀ ସମେତ ସମଗ୍ର ଉତ୍ତର ଭାରତରେ ପ୍ରବଳ ଶୀତଲହରୀ ଅନୁଭୂତ ହେଉଛି। ରାଜଧାନୀ ନୂଆଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରା ୫.୮ ଡିଗ୍ରୀ ସେଲ୍‌ସିୟସ ରେକର୍ଡ...

ରାଷ୍ଟ୍ରପତିଙ୍କ ହୋଇପାରେ ବାଇପାସ୍‌ ସର୍ଜରୀ

ନୂଆଦିଲ୍ଲୀ,୨୭।୩: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଶନିବାର ଏମ୍ସ ସ୍ଥାନାନ୍ତର କରାଯାଇଛି। ଏମ୍ସରେ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଚିକିତ୍ସା କରୁଥିବା ବିଶେଷଜ୍ଞ ଡାକ୍ତର ଟିମ୍‌ ରାଷ୍ଟ୍ରପତିଙ୍କ...

ମଣିପୁରରେ ପୋଲିସ ଗୁଳିରେ ୪ ମୃତ

ଇମ୍ଫାଲ/ନୂଆଦିଲ୍ଲୀ,୫ା୫: ଭାଜପା ଶାସିତ ରାଜ୍ୟ ମଣିପୁରରେ ମେଇତି ସମ୍ପ୍ରଦାୟ ଅଣଆଦିବାସୀ। ରାଜ୍ୟର ମୋଟ ଜନସଂଖ୍ୟାର ୫୩% ଏହି ବର୍ଗର। ଆଦିବାସୀ ସମ୍ପ୍ରଦାୟର ନାଗା ଓ କୁକିଙ୍କ...

ପାର୍ଲାମେଣ୍ଟ ଭବନରେ ଥର୍ମାଲ ସ୍କ୍ରିନିଂ ବ୍ୟବସ୍ଥା

ନୂଆଦିଲ୍ଲୀ,୧୭।୩(ପି.ଟି.):କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପାର୍ଲାମେଣ୍ଟ ଭବନ ପରିସରକୁ ଆସୁଥିବା ଦର୍ଶକମାନଙ୍କ ପାଇଁ ସୋମବାର ଥର୍ମାଲ ସ୍କ୍ରିନିଂ ବ୍ୟବସ୍ଥା ଗ୍ରହଣ କରାଯାଇଛି। ପାର୍ଲାମେଣ୍ଟ ଭିତରକୁ ଯାଉଥିବା...

ନୌସେନାରେ ସାମିଲ ହେଲା କଓ୍ବରାତ୍ତିି

ବିଶାଖାପଟ୍ଟନମ୍‌, ୨୨।୧୦: ଏଲ୍‌ଏସି ଏବଂ ଏଲ୍‌ଓସିରେ ଉତ୍ତେଜନା ବଢୁଥିବାବେଳେ ଭାରତ ନିଜର ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ଲାଗିଛି। ଏହି ମର୍ମରେ ବୁଡ଼ା ଜାହାଜ କଓ୍ବରାତ୍ତିିକୁ...

୧୦୮ବର୍ଷ ପରେ ତୁଟିଲା ବିହାର ଜମି ବିବାଦ

ପାଟନା,୨୧।୫: ଜମି ସଂକ୍ରାନ୍ତ ଏକ ମାମଲାର ସମାଧାନ ପାଇଁ ୧୦ କି ୨୦ ବର୍ଷ ନୁହେଁ ଲାଗିଯାଇଛି ୧୦୮ ବର୍ଷ। ପାଟନାର ଭୋଜପୁର ଜିଲାର ଏ...

Advertisement
Archives

Model This Week