ଅଧାରୁ ଅଧିକ ପଦବୀ ଖାଲି

ଆଠମଲ୍ଲିକ,୧୨।୫: ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ ପ୍ରତି ସରକାରଙ୍କ ଚରମ ଅବହେଳା ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି। ଦୀର୍ଘଦିନ ହେଲା ଏହି ଡାକ୍ତରଖାନାରେ ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ମଧ୍ୟରୁ ଅଧାରୁ ଅଧିକ ଖାଲି ପଡ଼ିଛି। ଏପରି କି ଚକ୍ଷୁ ବିଭାଗରେ ବିଶେଷଜ୍ଞ ଓ ଟେକ୍ନିସିଆନ ନ ଥିବାରୁ ରୋଗୀସେବା ଠପ୍‌ ହୋଇଯାଇଛି। ସେହିପରି ଷ୍ଟାଫ୍‌ ନର୍ସଙ୍କଠାରୁ ଆରମ୍ଭ କରି ବିଭିନ୍ନ ବିଭାଗରେ ଖାଲି ପଡ଼ିଥିବା ପଦବୀ ପୂରଣ କରାଯାଉ ନାହିଁ। ଫଳରେ ଏହି ଗୁରୁତ୍ୱପୂର୍ଣ୍ଣ ଚିକିତ୍ସାଳୟରେ ଚିକିତ୍ସା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି।
ବିଭାଗୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଉପଖଣ୍ଡ ଚିକିତ୍ସାଳୟରେ ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ସଂଖ୍ୟା ୧୯। ହେଲେ ବର୍ତ୍ତମାନ ମାତ୍ର ୮ ଜଣ ଡାକ୍ତର ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି। ମୋଟ୍‌ ୩୦ ଷ୍ଟାଫ ନର୍ସ ପଦବୀ ରହିଥିଲେ ମଧ୍ୟ ୬ ଜଣ କାର୍ଯ୍ୟ କରୁଛନ୍ତି। ୫ ଲାବୋରେଟୋରି ଆସିଷ୍ଟାଣ୍ଟ ପଦବୀ ଖାଲି ପଡ଼ିଛି। ବ୍ଲଡ୍‌ ବ୍ୟାଙ୍କରେ କୌଣସି କର୍ମଚାରୀ ନ ଥିବାବେଳେ ବିଭାଗୀୟ କାର୍ଯ୍ୟାଳୟରେ ୨ ସିନିୟର କିରାଣି ପଦବୀ ଦୀର୍ଘଦିନ ହେବ ପୂରଣ ହେଉନାହିଁ। ୧୦ ଆଟେଣ୍ଡାଣ୍ଟ ପଦବୀ ରହିଥିଲେ ହେଁ ୪ ଜଣ କାର୍ଯ୍ୟରତ ଅଛନ୍ତି। ବର୍ଷେରୁ ଊର୍ଦ୍ଧ୍ୱ ହେବ ଉପଖଣ୍ଡ ଚିକିତ୍ସା ଅଧିକାରୀ ନ ଥିବାବେଳେ ଭାରପ୍ରାପ୍ତ ଅଧିକାରୀ ଭାବେ ଡାକ୍ତର ସୁନୀଲ କୁମାର ପଣ୍ଡା କାର୍ଯ୍ୟଭାର ସମ୍ଭାଳୁଛନ୍ତି। ୪ ବର୍ଷ ହେଲା ନିଶ୍ଚେତକ ଡାକ୍ତର ପଦବୀ ଖାଲି ପଡିଥିବାରୁ ଶଲ୍ୟ ଚିକିତ୍ସା ବାଧାପ୍ରାପ୍ତ ହେଉଛି। ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଦୀର୍ଘଦିନ ହେଲା ଛୁଟିରେ ଅଛନ୍ତି। ଦନ୍ତ ଚିକିତ୍ସକ ଉଚ୍ଚଶିକ୍ଷା ଗ୍ରହଣ ପାଇଁ ବାହାରକୁ ଯାଇଛନ୍ତି। ଶିଶୁ ବିଶେଷଜ୍ଞ ପଦବୀରେ ଜଣେ ଥିଲାବେଳେ ଅନ୍ୟ ପଦବୀ ଖାଲି ପଡିଛି। ଚକ୍ଷୁ ବିଶେଷଜ୍ଞ ଓ ଟେକ୍ନିସିଆନ ପଦବୀ ପୂରଣ ହେଉ ନ ଥିବାରୁ ବିଭାଗରେ ରୋଗୀସେବା ସମ୍ପୂର୍ଣ୍ଣ ଅଚଳ ହୋଇ ପଡ଼ିଥିବା ଅଭିଯୋଗ ହେଉଛି। ଆଠମଲ୍ଲିକ ଓ କିଶୋରନଗର ବ୍ଲକବାସୀଙ୍କ ସମେତ ପଡ଼ୋଶୀ ବୌଦ୍ଧ ଜିଲାର ବହୁ ରୋଗୀ ଏହି ଡାକ୍ତରଖାନା ଉପରେ ନିର୍ଭର କରୁଥିବା ବେଳେ ପ୍ରତ୍ୟହ ପ୍ରାୟ ୨୦୦ ରୋଗୀ ଆଉଟଡୋରକୁ ଆସୁଛନ୍ତି। କିନ୍ତୁ ବିଭିନ୍ନ ବିଭାଗରେ ଡାକ୍ତର ଓ କର୍ମଚାରୀ ନ ଥିବାରୁ ଅନେକ ରୋଗୀଙ୍କୁ ଚିକିତ୍ସା ସେବା ମିଳିପାରୁ ନାହିଁ। ତୁରନ୍ତ ଜିଲା ସ୍ବାସ୍ଥ୍ୟ ପ୍ରଶାସନ ଯୁଦ୍ଧକାଳୀନ ଭିତ୍ତିରେ ଉପଖଣ୍ଡ ଚିକିତ୍ସାଳୟରେ ଖାଲି ପଡ଼ିଥିବା ଡାକ୍ତର ଓ କର୍ମଚାରୀ ପଦବୀ ପୂରଣ କରିବାକୁ ଦାବି ହେଉଛି।

ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରିଛୁ
ଖାଲିପଡ଼ିଥିବା ଡାକ୍ତର ଓ ଷ୍ଟାଫ ନର୍ସ ପଦବୀ ପୂରଣ ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି। ଅପରେଶନ ପାଇଁ ସପ୍ତାହକୁ ଗୋଟିଏ ଦିନ ଜିଲା ମୁଖ୍ୟ ଚିକିତ୍ସାଳୟରୁ ନିଶ୍ଚେତକ ଡାକ୍ତର ଆଣିବାର ବ୍ୟବସ୍ଥା ହୋଇଛି।
-ଡାକ୍ତର ସୁନୀଲ କୁମାର ପଣ୍ଡା, ଭାରପ୍ରାପ୍ତ ଉପଖଣ୍ଡ ଚିକିତ୍ସା ଅଧିକାରୀ

ସରକାର ଯତ୍ନବାନ ହେବା ଆବଶ୍ୟକ
ଉପଖଣ୍ଡ ମୁଖ୍ୟ ଡାକ୍ତରଖାନାରେ ଡାକ୍ତର ଓ ଷ୍ଟାଫ ଅଭାବ ନିତିଦିନିଆ ଘଟଣାରେ ପରିଣତ ହୋଇଛି। ସମସ୍ତ ପଦବୀ ପୂରଣ ପାଇଁ ସରକାର ଯତ୍ନବାନ ହେଲେ ଉପଖଣ୍ଡବାସୀ ଉପଯୁକ୍ତ ଚିକିତ୍ସା ସେବା ପାଇପାରିବେ।
-ସନ୍ତୋଷ କୁମାର ହୋତା, କାଉନସିଲର, ୯ନଂ. ଓ୍ବାର୍ଡ

ମୌଳିକ ସୁବିଧା ଉପରେ ଗୁରୁତ୍ୱ ଦିଆଯାଉ
ଅଞ୍ଚଳରେ ବିକାଶମୂଳକ କାର୍ଯ୍ୟ ଓ ଅଞ୍ଚଳବାସୀଙ୍କୁ ମୌଳିକ ସୁବିଧା ଯୋଗାଇ ଦେବା ଉପରେ ସରକାର ଗୁରୁତ୍ୱ ଦେବା ଦରକାର। କିନ୍ତୁ ଆଠମଲ୍ଲିକରେ ଏହା ସେତେଟା ଦେଖିବାକୁ ମିଳୁନାହିଁ।
-କମଳାକାନ୍ତ ପ୍ରଧାନ, ନଗର କଂଗ୍ରେସ ସଭାପତି

ଖାଲି ପଦବୀ ଶୀଘ୍ର ପୂରଣ କରାଯାଉ
ରୋଗୀଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇଦେବା ପାଇଁ ଉପଖଣ୍ଡ ଡାକ୍ତରଖାନାରେ ଖାଲି ପଡ଼ିଥିବା ସମସ୍ତ ଡାକ୍ତର ଓ ଷ୍ଟାଫ ନର୍ସ ପଦବୀ ପୂରଣ ହେବା ଆବଶ୍ୟକ। ଯଥାଶୀଘ୍ର ଏ ଦିଗରେ ସରକାର ପଦକ୍ଷେପ ନିଅନ୍ତୁ।
-ଦିନେଶ କୁମାର ସିଂହ, ଓକିଲ ସଂଘ ପୂର୍ବତନ ସଭାପତି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri