ଅଧାରୁ ଅଧିକ ପଦବୀ ଖାଲି

ଅନୁଗୋଳ ଅଫିସ,୨୦।୬: ଡାକ୍ତର ନିଯୁକ୍ତି କ୍ଷେତ୍ରରେ ଅନୁଗୋଳ ଜିଲାକୁ ରାଜ୍ୟ ସରକାର ଅବହେଳା କରୁଥିବା ଅଭିଯୋଗ ହେଉଛି। ଜିଲାର ମୋଟ ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ମଧ୍ୟରୁ ଅଧାରୁ ଅଧିକ ପଦବୀ ଫାଙ୍କା ପଡ଼ିଥିବାବେଳେ ଗତ ଶନିବାର ରାଜ୍ୟରେ କରାଯାଇଥିବା ଡାକ୍ତର ବଦଳିରେ ଅନୁଗୋଳ ଜିଲାରୁ ଜଣେ ଡାକ୍ତରଙ୍କୁ ଅନ୍ୟତ୍ର ପଠାଇ ଦିଆଯାଇଛି। ଫଳରେ ଜିଲାରେ ଡାକ୍ତର ଅଭାବ ସମସ୍ୟା ଅଧିକ ଉତ୍କଟ ହୋଇଥିବା ଆଲୋଚନା ହେଉଛି।
ପ୍ରକାଶ ଯେ, ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଶନିବାର ଚିଠି ନଂ. ୧୩୩୫୨/୧୮ା୬ା୨୦୨୨ରେ ୩୧ ଡାକ୍ତରଙ୍କ ଅଦଳବଦଳ କରାଯାଇଛି। ଅନୁଗୋଳ ଜିଲାରୁ ଜଣେ ଡାକ୍ତରଙ୍କୁ ବାରିପଦା ପଠାଯାଇଥିବାବେଳେ ଜିଲାରେ କୌଣସି ଡାକ୍ତରଙ୍କୁ ନୂଆ ନିଯୁକ୍ତି ଦିଆଯାଇ ନାହିଁ। ବଦଳି ହୋଇଥିବା ଡାକ୍ତର ହେଲେ ପାଲଲହଡା ଉପଖଣ୍ଡ ଚିକିତ୍ସାଳୟରେ କାର୍ଯ୍ୟରତ ଥିବା ସ୍ତ୍ରୀ ଓ ପ୍ରସୂତି ବିଭାଗର ଡାକ୍ତର ନାରାୟଣ ବେହେରା। ତାଙ୍କୁ ପଦୋନ୍ନତି ଦିଆଯାଇ ବାରିପଦା ଜିଲା ଓ ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ସୂଚନାଯୋଗ୍ୟ, ଅନୁଗୋଳ ଜିଲାରେ ମୋଟ ୨୪୨ ଡାକ୍ତରଙ୍କ ପାଇଁ ମଞ୍ଜୁର ପଦବୀ ଥିବାବେଳେ ମାତ୍ର ୧୦୮ ଜଣ ଡାକ୍ତର କାର୍ଯ୍ୟ କରୁଥିଲେ। ସେଥିରୁ ଜଣଙ୍କୁ ବାରିପଦା ପଠାଯିବା ପରେ ଏହି ସଂଖ୍ୟା ଏବେ ୧୦୭ରେ ପହଞ୍ଚିଛି। ସେହିଭଳି ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ୫୦ ଜଣଙ୍କ ସ୍ଥାନରେ ଅଛନ୍ତି ମାତ୍ର ୩୩ ଜଣ ଡାକ୍ତର। ତାଳଚେର ଉପଖଣ୍ଡ ମେଡିକାଲରେ ୧୮ ଜଣଙ୍କ ସ୍ଥାନରେ ମାତ୍ର ୧୧ ଜଣ ଅଛନ୍ତି। ଆଠମଲ୍ଲିକ ଉପଖଣ୍ଡ ଡାକ୍ତରଖାନାରେ ୧୮ ମଞ୍ଜୁର ପଦବୀରୁ ଅଛନ୍ତି ମାତ୍ର ୮ ଜଣ। ପାଲଲହଡା ଉପଖଣ୍ଡ ଚିକିତ୍ସାଳୟରେ ୧୮ ପଦବୀରୁ ୧୩ ଜଣ ଡାକ୍ତର ଥିଲେ। ଏବେ ସେଠାରୁ ସ୍ତ୍ରୀ ଓ ପ୍ରସୂତି ବିଭାଗର ଡାକ୍ତର ବେହେରାଙ୍କ ବଦଳି ହେବା ପରେ ଡାକ୍ତର ସଂଖ୍ୟା ୧୨ରେ ପହଞ୍ଚିଛି। ତେବେ ଜିଲାରେ ଡାକ୍ତର ନିଯୁକ୍ତି ନେଇ କେବେ ସରକାର ପଦକ୍ଷେପ ନେବେ ତାହା ଚର୍ଚ୍ଚାର ବିଷୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଣିହାଁ କୋଇଲା ଖଣିରେ ଫାଟ

କଣିହାଁ, ୧୮ା୮(ଡି.ଏନ.ଏ.)  ଅନୁଗୋଳ ଜିଲା ସ୍ଥିତ ଏମସିଏଲର କଣିହାଁ କୋଇଲା ଖଣିର ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇଛି। ଫଳରେ ଯେ କୌଣସି ସମୟରେ ଦୁର୍ଘଟଣା...

୬ ବର୍ଷର ଶିଶୁ କରୋନା ପଜିଟିଭ୍‌

ଅନୁଗୋଳ ଅଫିସ୍‌, ୨।୬- ଅନୁଗୋଳ ଜିଲାରେ ମଙ୍ଗଳବାର ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଂକ୍ରମିତ ଜଣକ ଜଣେ ୬ ବର୍ଷ ଶିଶୁ ବୋଲି...

ରାଜାଙ୍କ ପ୍ରତିମୂର୍ତ୍ତିକୁ ଫେରିଲା ଖଣ୍ଡା

ଅନୁଗୋଳ ଅଫିସ, ୨୭ା୧୦: ଅନୁଗୋଳର ଗର୍ବ ଓ ଗୌରବ ମହାରାଜା ସୋମନାଥ ସିଂହ ଜଗଦ୍ଦେବଙ୍କ ପ୍ରତିମୂର୍ତ୍ତିରୁ ଗତ ୧୯ ତାରିଖରୁ ଗାଏବ ହୋଇଯାଇଥିବା ଖଣ୍ଡା ଶେଷରେ...

ବିଶୋଧନ ହେଲା ଅନୁଗୋଳର ୩ ସ୍ଥାନ

ଅନୁଗୋଳ ଅଫିସ୍‌, ୪ା୪- ଅନୁଗୋଳ ସହରବାସୀଙ୍କୁ କରୋନା ସଂକ୍ରମଣରୁ ସୁରକ୍ଷାଦେବା ପାଇଁ ସହରର ୩ଟି ସ୍ଥାନକୁ ବିଶୋଧନ କରାଯାଇଛି । ପୌରପାଳିକା ଓ ଅଗ୍ନିଶମ ବିଭାଗ...

ଦୋକାନ ତାଲା ଭାଙ୍ଗି ଦୁର୍ବୃତ୍ତ ଲୁଟିନେଲେ ୫୦ ହଜାର

ବଅଁରପାଳ,୧୩।୧୦(ଡି.ଏନ୍‌.ଏ.): ଅନୁଗୋଳ ଜିଲା ନାଲ୍‌କୋ ଟାଉନ୍‌ ପିସି ବଜାରରୁ ଶନିବାର ରାତିରେ ଚୋରି ହୋଇଛି। ବଜାରରେ ଥିବା କୁଳମଣି ପୁଷ୍ଟିଙ୍କ ଭେରାଇଟି ଷ୍ଟୋର ତାଲା ଭାଙ୍ଗି...

ଜନ୍ତୁ ଶିକାର ପାଇଁ ବିଛାଯାଇଥିଲା ବିଦ୍ୟୁତ୍‌ ତାର: ସଂସ୍ପର୍ଶରେ ଆସି ୨ ଯୁବକ ମୃତ

ବନ୍ତଳା,୨୮।୧(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବନ୍ତଳା ଥାନା କଞ୍ଜା ଗ୍ରାମରେ ଜନ୍ତୁ ଶିକାର ପାଇଁ ବିଛାଯାଇଥିବା ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ମଙ୍ଗଳବାର ୨...

ଘରେ ପଶି ନାବାଳିକାଙ୍କ ତଣ୍ଟିକାଟି ହତ୍ୟା କଲେ ଯୁବକ

ଅନୁଗୋଳ ଅଫିସ,୮ା୫: ଅନୁଗୋଳ ସହର ଉପକଣ୍ଠ କୁଇଓ ଗ୍ରାମରେ ସୋମବାର ପୂର୍ବାହ୍ନରେ ଜଣେ ନାବାଳିକାଙ୍କ ତଣ୍ଟି କାଟି ହତ୍ୟା କରାଯାଇଛି। ମୃତ ନାବାଳିକା ହେଲେ, ଭାଗୀରଥି...

ଅନୁଗୋଳ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ,ବାଣ୍ଟିବେ ସ୍ମାର୍ଟ ହେଲ୍‌ଥ କାର୍ଡ

ଅନୁଗୋଳ ଅଫିସ,୧୯।୧୧: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଅନୁଗୋଳ ଜିଲା ଗସ୍ତରେ ଆସିବେ । ମୁଖ୍ୟମନ୍ତ୍ରୀ ସକାଳ ୧୧ ଟାରେ ଅନୁଗୋଳ ଷ୍ଟାଡିୟମରେ ଥିବା ହେଲିପ୍ୟାଡରେ...

Advertisement
Archives

Model This Week