ଅଧାରୁ ଅଧିକ ପଦବୀ ଖାଲି

ଅନୁଗୋଳ ଅଫିସ,୨୦।୬: ଡାକ୍ତର ନିଯୁକ୍ତି କ୍ଷେତ୍ରରେ ଅନୁଗୋଳ ଜିଲାକୁ ରାଜ୍ୟ ସରକାର ଅବହେଳା କରୁଥିବା ଅଭିଯୋଗ ହେଉଛି। ଜିଲାର ମୋଟ ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ମଧ୍ୟରୁ ଅଧାରୁ ଅଧିକ ପଦବୀ ଫାଙ୍କା ପଡ଼ିଥିବାବେଳେ ଗତ ଶନିବାର ରାଜ୍ୟରେ କରାଯାଇଥିବା ଡାକ୍ତର ବଦଳିରେ ଅନୁଗୋଳ ଜିଲାରୁ ଜଣେ ଡାକ୍ତରଙ୍କୁ ଅନ୍ୟତ୍ର ପଠାଇ ଦିଆଯାଇଛି। ଫଳରେ ଜିଲାରେ ଡାକ୍ତର ଅଭାବ ସମସ୍ୟା ଅଧିକ ଉତ୍କଟ ହୋଇଥିବା ଆଲୋଚନା ହେଉଛି।
ପ୍ରକାଶ ଯେ, ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଶନିବାର ଚିଠି ନଂ. ୧୩୩୫୨/୧୮ା୬ା୨୦୨୨ରେ ୩୧ ଡାକ୍ତରଙ୍କ ଅଦଳବଦଳ କରାଯାଇଛି। ଅନୁଗୋଳ ଜିଲାରୁ ଜଣେ ଡାକ୍ତରଙ୍କୁ ବାରିପଦା ପଠାଯାଇଥିବାବେଳେ ଜିଲାରେ କୌଣସି ଡାକ୍ତରଙ୍କୁ ନୂଆ ନିଯୁକ୍ତି ଦିଆଯାଇ ନାହିଁ। ବଦଳି ହୋଇଥିବା ଡାକ୍ତର ହେଲେ ପାଲଲହଡା ଉପଖଣ୍ଡ ଚିକିତ୍ସାଳୟରେ କାର୍ଯ୍ୟରତ ଥିବା ସ୍ତ୍ରୀ ଓ ପ୍ରସୂତି ବିଭାଗର ଡାକ୍ତର ନାରାୟଣ ବେହେରା। ତାଙ୍କୁ ପଦୋନ୍ନତି ଦିଆଯାଇ ବାରିପଦା ଜିଲା ଓ ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ସୂଚନାଯୋଗ୍ୟ, ଅନୁଗୋଳ ଜିଲାରେ ମୋଟ ୨୪୨ ଡାକ୍ତରଙ୍କ ପାଇଁ ମଞ୍ଜୁର ପଦବୀ ଥିବାବେଳେ ମାତ୍ର ୧୦୮ ଜଣ ଡାକ୍ତର କାର୍ଯ୍ୟ କରୁଥିଲେ। ସେଥିରୁ ଜଣଙ୍କୁ ବାରିପଦା ପଠାଯିବା ପରେ ଏହି ସଂଖ୍ୟା ଏବେ ୧୦୭ରେ ପହଞ୍ଚିଛି। ସେହିଭଳି ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ୫୦ ଜଣଙ୍କ ସ୍ଥାନରେ ଅଛନ୍ତି ମାତ୍ର ୩୩ ଜଣ ଡାକ୍ତର। ତାଳଚେର ଉପଖଣ୍ଡ ମେଡିକାଲରେ ୧୮ ଜଣଙ୍କ ସ୍ଥାନରେ ମାତ୍ର ୧୧ ଜଣ ଅଛନ୍ତି। ଆଠମଲ୍ଲିକ ଉପଖଣ୍ଡ ଡାକ୍ତରଖାନାରେ ୧୮ ମଞ୍ଜୁର ପଦବୀରୁ ଅଛନ୍ତି ମାତ୍ର ୮ ଜଣ। ପାଲଲହଡା ଉପଖଣ୍ଡ ଚିକିତ୍ସାଳୟରେ ୧୮ ପଦବୀରୁ ୧୩ ଜଣ ଡାକ୍ତର ଥିଲେ। ଏବେ ସେଠାରୁ ସ୍ତ୍ରୀ ଓ ପ୍ରସୂତି ବିଭାଗର ଡାକ୍ତର ବେହେରାଙ୍କ ବଦଳି ହେବା ପରେ ଡାକ୍ତର ସଂଖ୍ୟା ୧୨ରେ ପହଞ୍ଚିଛି। ତେବେ ଜିଲାରେ ଡାକ୍ତର ନିଯୁକ୍ତି ନେଇ କେବେ ସରକାର ପଦକ୍ଷେପ ନେବେ ତାହା ଚର୍ଚ୍ଚାର ବିଷୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?