ମନଇଚ୍ଛା ବୋହି ନେଉଛନ୍ତି ମୋରମ

ବଇଣ୍ଡା,୨୭ା୮(ପରିକ୍ଷିତ ସାହୁ)

ରାତିରେ ଚାଲିଛି ଲଘୁ ଖଣିଜ ଲୁଟ୍‌। ବେଆଇନ ଭାବେ ପାହାଡ଼ ଖୋଳାଯାଇ ମନଇଚ୍ଛା ବୁହା ହେଉଛି ମୋରମ ଓ ମାଟି। ଏପରିକି ସଂରକ୍ଷିତ ଜଙ୍ଗଲରେ ଥିବା ପାହାଡ଼ ମଧ୍ୟ ମାଫିଆଙ୍କ କବଳରୁ ବର୍ତ୍ତିପାରୁ ନାହିଁ। ବାରମ୍ବାର ଅଭିଯୋଗ ସତ୍ତ୍ୱେ ରାଜସ୍ବ ଓ ବନ ବିଭାଗ ଏହାକୁ ରୋକିବାରେ ତତ୍ପରତା ଦେଖାଉ ନାହିଁ। ଫଳରେ ସରକାର ରାଜସ୍ବ ହରାଉଥିବାବେଳେ ଧ୍ବଂସ ହୋଇଯିବାକୁ ବସିଛି ଅନୁଗୋଳ ଜିଲା କିଶୋରନଗର ବ୍ଲକ ଅଞ୍ଚଳର ଅନେକ ପାହାଡ଼।
କିଶୋରନଗର ବ୍ଲକ ହଣ୍ଡପା ରେଞ୍ଜ ଅଧୀନରେ ଥିବା କଦଳୀମୁଣ୍ଡା, ଜାମୁନାଳୀ, କମରେଇ, ଗାଁ ବଇଣ୍ଡା, ବଣିନାଳୀ, ନାକିଚି ଏବଂ ବାମୁର ରେଞ୍ଜ ଅଧୀନରେ ଥିବା ଗୁରୁଜାଙ୍ଗ, ଆମ୍ବପାଳ ଆଦି ଅଞ୍ଚଳର ପାହାଡ଼ଗୁଡ଼ିକରୁ ମୋରମ ଚୋରା ଚାଲାଣ କରାଯାଉଛି। ବ୍ଲକ ଅଞ୍ଚଳରେ ବହୁ ରାସ୍ତା ନିର୍ମାଣ ହେଉଥିବାରୁ କେତେଜଣ ଠିକାଦାର ଅଧିକ ଲାଭ ଆଶାରେ ମୋରମର ଏପରି ଚୋରା କାରବାର ଚଳାଇଥିବା ଅଭିଯୋଗ ହେଉଛି। ରାଜସ୍ବ ଓ ଜଙ୍ଗଲ ବିଭାଗର କେତେଜଣ କର୍ମଚାରୀଙ୍କୁ ହାତକରି ଏହି ଠିକାଦାରମାନେ ଜେସିବି ମେଶିନ ଲଗାଇ ରାତିରେ ପାହାଡ଼ଗୁଡ଼ିକୁ ତାଡ଼ି ମୋରମ ଓ ମାଟି ଟିପ୍ପର ମାଧ୍ୟମରେ ଚାଲାଣ କରୁଛନ୍ତି। ଗାଁ ବଇଣ୍ଡା ପାହାଡ଼ରୁ ହେଉଥିବା ଚୋରା ମୋରମ ଚାଲାଣ ସମ୍ପର୍କରେ ଗ୍ରାମବାସୀଙ୍କ ପକ୍ଷରୁ ୨୦୨୦ ଏପ୍ରିଲ ୧୨ ଓ ୨୦୨୦ ଅଗଷ୍ଟ ୧୯ରେ କିଶୋରନଗର ତହସିଲ କାର୍ଯ୍ୟାଳୟରେ ଅଭିଯୋଗ କରାଯାଇଥିଲା। ସେହିପରି କଦଳୀମୁଣ୍ଡା ସଂରକ୍ଷିତ ଜଙ୍ଗଲରେ ଥିବା ପାହାଡ଼ରୁ ଗତ ୧୫ ତାରିଖ ରାତିରେ ୨୦୦ ଟ୍ରିପ୍‌ ମୋରମ ଚାଲାଣ କରାଯାଇଥିବା ବଇଣ୍ଡା ଗ୍ରାମବାସୀ ରାଜସ୍ବ ଓ ରେଞ୍ଜ କାର୍ଯ୍ୟାଳୟରେ ଅଭିଯୋଗ କରିଛନ୍ତି। ତେବେ ଏହି ଅଞ୍ଚଳ କେଉଁ ବିଭାଗ ଅଧୀନରେ ଆସୁଛି ତାହା ଚିହ୍ନଟ ହୋଇପାରୁ ନ ଥିବାରୁ ପଦକ୍ଷେପ ନିଆଯାଉ ନାହିଁ। ବନ ବିଭାଗର କେତେଜଣ କର୍ମଚାରୀଙ୍କୁ ମୋରମ ମାଫିଆମାନେ ହାତ କରି ଏପରି କାରବାର ଚଳାଇଥିବା ନୁନୁକାପଶି ଗ୍ରାମବାସୀ ଓ ବଇଣ୍ଡା ଛକ ବିକାଶ ପରିଷଦ ପକ୍ଷରୁ ଅଭିଯୋଗ କରାଯାଉଛି। ଏ ନେଇ ବଇଣ୍ଡା ରାଜସ୍ବ ନିରୀକ୍ଷକ ବାମଦେବ ସାହୁ କହିଛନ୍ତି, ମୋରମ ଚାଲାଣ ସମ୍ପର୍କରେ ଖବର ମିଳିଲେ ଚଢ଼ାଉ କରାଯାଇ ଜରିମାନା ଆଦାୟ ସହ ଗାଡ଼ି ଜବତ କରାଯାଉଛି। ୨୦୨୦-୨୦୨୧ ବର୍ଷରେ ୪ ଲକ୍ଷ ୮୯ ହଜାର ୬୯୧ ଟଙ୍କା ଜରିମାନା ଆଦାୟ କରାଯାଇଛି। କଦଳୀମୁଣ୍ଡା ସଂରକ୍ଷିତ ଜଙ୍ଗଲରେ ଥିବା ପାହାଡ଼ ବନ ବିଭାଗ ଅଧୀନରେ ରହିଛି। ଆଠମଲ୍ଲିକ ଡିଏଫ୍‌ଓ ଏସ୍‌. ଆନନ୍ଦ କହିଛନ୍ତି, ଉକ୍ତ ପାହାଡ଼ ରାଜସ୍ବ ବିଭାଗର। ବନ ବିଭାଗ ପକ୍ଷରୁ ସମସ୍ତ ପାହାଡ଼କୁ ସୁରକ୍ଷା ଦେବା ପାଇଁ ପଦକ୍ଷେପ ନିଆଯିବ।
ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ
ସରକାରୀ ଜମିରୁ ମୋରମ ଚାଲାଣ ବେଆଇନ। ଚୋରା ଚାଲାଣ ସମ୍ପର୍କରେ ତଦନ୍ତ କରାଯିବ। ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବିଭାଗ ପକ୍ଷରୁ ଅନେକ ସମୟରେ ଚଢ଼ାଉ କରାଯାଇ ଜରିମାନା ଆଦାୟ କରାଯାଉଛି।
-ଶାନ୍ତି ସ୍ବରୂପ ମିଶ୍ର, ତହସିଲଦାର, କିଶୋରନଗର
ଠିକ୍‌ ଭାବେ ତଦାରଖ ହେଉନି
ସଂରକ୍ଷିତ ଜଙ୍ଗଲରୁ ମୋରମ ଚାଲାଣ ପାଇଁ ସରକାରୀ ନିୟମ ନାହିଁ। ବନ ବିଭାଗ କର୍ମଚାରୀମାନେ ଠିକ୍‌ ଭାବେ ତଦାରଖ କରୁ ନ ଥିବାରୁ ରାତିରେ ଏପରି ମୋରମ ଚାଲାଣ ହେଉଛି। ଏ ନେଇ ଉଚ୍ଚସ୍ତରୀୟ ତଦନ୍ତ ହେବା ଆବଶ୍ୟକ।
-ଭଗବାନ ଘିୱାଲା, ନୁନୁକାପଶି
ପାହାଡ଼ ଅସୁରକ୍ଷିତ ହୋଇପଡ଼ିଛି
ବଇଣ୍ଡା ଓ ଏହାର ଆଖପାଖରେ ଥିବା ପାହାଡଗୁଡିକ ଏବେ ଅସୁରକ୍ଷିତ ହୋଇପଡିଛି। ଜଙ୍ଗଲ ବିଭାଗର ଅବହେଳା ଯୋଗୁ ଚୋରା ଚାଲାଣକାରୀ ସକ୍ରିୟ ହୋଇପଡ଼ିଛନ୍ତି। ବିଭାଗୀୟ ଉଚ୍ଚ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ।
-ରାଜେନ୍ଦ୍ର ସାହୁ, ବଇଣ୍ଡା
ସରକାରଙ୍କ ରାଜସ୍ବ ହାନି
ହଣ୍ଡପା ପଞ୍ଚାୟତରେ ଥିବା ସରକାରୀ ଜମିରୁ ରାତିରେ ମାଟି ଓ ମୋରମ ଚୋରା ଚାଲାଣ କରାଯାଉଛି। ଏଥିଯୋଗୁ ସରକାର ଲକ୍ଷ ଲକ୍ଷ ଟଙ୍କା ରାଜସ୍ବ ହରାଉଛନ୍ତି। କିନ୍ତୁ ଠିକଣା ସମୟରେ ଚଢାଉ କରାଯାଉ ନାହି।ଁ ରାଜସ୍ବ ବିଭାଗ ପଦକ୍ଷେପ ନେଉ।
-ସୁବ୍ରଜିତ ସାହୁ, ପାପସରା
ଜରିମାନା କେବଳ ବାହାନା
ରାସ୍ତା କାର୍ଯ୍ୟରେ ମୋରମ ବ୍ୟବହାର ପାଇଁ ରାତି ଅଧରେ ଚୋରା ଚାଲାଣ କରାଯାଉଛି। ନାକିଚି ଗ୍ରାମବାସୀ ବହୁବାର ଅଭିଯୋଗ କଲେ ମଧ୍ୟ ପ୍ରଶାସନ ପଦେକ୍ଷେପ ନେଉନାହିଁ। କିଛି ଟଙ୍କା ଜରିମାନା କାଟି କେବଳ ବାହାନା କରାଯାଉଛି।
-ଗରକି ଦେଓ, ନାକିଚ


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ସୋନପୁର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ। ଏହା ପରେ ସେ ସୋନପୁରରେ ବିଶାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri