ଆର୍‌ଏମ୍‌ଆର୍‌ସିରେ ହେବ ମଙ୍କିପକ୍ସ ପରୀକ୍ଷା

ଭୁବନେଶ୍ୱର, ୧।୮(ବ୍ୟୁରୋ): ଭୁବନେଶ୍ବରସ୍ଥିତ ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର (ଆର୍‌ଏମ୍‌ଆର୍‌ସି)ରେ ମଙ୍କିପକ୍ସ ଟେଷ୍ଟିଂ ହେବ। ଏ ସମ୍ପର୍କରେ ରବିବାର ଆର୍‌ଏମ୍‌ଆର୍‌ସି ନିର୍ଦ୍ଦେଶିକା ଡା. ସଂଘମିତ୍ରା ପତି ସୂଚନା ଦେଇ କହିଛନ୍ତି, ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆର୍‌ଏମ୍‌ଆର୍‌ସିକୁ ମଙ୍କିପକ୍ସ ଟେଷ୍ଟିଂ ଲାବ୍‌ରେ ସାମିଲ କରିବାକୁ ନିଷ୍ପତ୍ତି ହୋଇଛି। ଏନେଇ ଆଇସିଏମ୍‌ଆର ଓ ସ୍ବାସ୍ଥ୍ୟ ମନ୍ତ୍ରଣାଳୟକୁ ଅନୁମତି ମାଗିବୁ। ରାଜ୍ୟ ସରକାର ଚିଠି କରିବେ। ଅନୁମତି ମିଳିଲେ ଖୁବ୍‌ଶୀଘ୍ର ଆର୍‌ଏମ୍‌ଆର୍‌ସିରେ ପରୀକ୍ଷା ହେବ ବୋଲି ଡା. ପତି କହିଛନ୍ତି।
ସୂଚନାଯୋଗ୍ୟ, ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା ମଙ୍କିପକ୍ସ ୭୮ଟି ଦେଶରେ କାୟା ବିସ୍ତାର କରି ସାରିଛି। ବିଶ୍ବରେ ୨୧ ହଜାର ରୋଗୀ ମଙ୍କିପକ୍ସରେ ଆକ୍ରାନ୍ତ ହୋଇଥିବାବେଳେ ଭାରତରେ ୪ ଜଣ ଚିହ୍ନଟ ହୋଇଛନ୍ତି। କିନ୍ତୁ ଓଡ଼ିଶାରେ ଏ ପର୍ଯ୍ୟନ୍ତ କେହି ଚିହ୍ନଟ ହୋଇ ନାହାନ୍ତି। ମଙ୍କିପକ୍ସ ସାଧାରଣତଃ ଚିକେନପକ୍ସ ଓ ମିଳିମିଳା ଭଳି ଏକ ରୋଗ। ଏହା ନିଃଶ୍ବାସ ପ୍ରଶ୍ବାସ ଓ କାଶିବା ଦ୍ବାରା ସାଧାରଣତଃ ବ୍ୟାପିଥାଏ। ଏଥିରେ ଆକ୍ରାନ୍ତ ରୋଗୀଙ୍କଠାରେ ପ୍ରଥମ ଅବସ୍ଥାରେ ଦୁର୍ବଳ ଲାଗିବା, ପିଠିରେ ଯନ୍ତ୍ରଣା ହେବା, ଦେହ-ହାତ କୁଣ୍ଡାଇ ହେବା ଭଳି ଲକ୍ଷଣ ପ୍ରକାଶ ପାଇଥାଏ। ପରେ ହାତ ପାଦ ଓ ମୁହଁରେ ଘା’ ବାହାରିଥାଏ। ସନ୍ଦିଗ୍ଧ ରୋଗୀ ଏଥିପାଇଁ ୨୧ ଦିନ ପାଇଁ ସଙ୍ଗରୋଧରେ ରହିବା ସହିତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ। ମଙ୍କିପକ୍ସ ଭୂତାଣୁ ଚିହ୍ନଟ ପାଇଁ ଦେଶର୧୫ଟି ସ୍ଥାନରେ ନମୁନା ପରୀକ୍ଷଣ ବ୍ୟବସ୍ଥା ଥିବାବେଳେ ଖୁବ୍‌ଶୀଘ୍ର ଓଡ଼ିଶାରେ ଏହି ସୁବିଧା ଉପଲବ୍ଧ ହେବ। ଭୁବନେଶ୍ବରସ୍ଥିତ ଆର୍‌ଏମ୍‌ଆର୍‌ସିଠାରେ ମଙ୍କିପକ୍ସ ନମୁନା ପରୀକ୍ଷା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ମଙ୍କିପକ୍ସର ଚିକିତ୍ସା ପାଇଁ ମେଡିସିନ ବିଭାଗ ପ୍ରଫେସର ଡା. ଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ବିଶେଷଜ୍ଞମାନଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri