ଏଇ ଭାରତରେ

କୋରିଓଗ୍ରାଫର ବିନୟ ଶର୍ମାଙ୍କ ସମର୍ପିତ ଜୀବନ ଅନ୍ୟମାନଙ୍କ ପାଇଁ ଏକ ପ୍ରେରଣା। ସେ ନିର୍ଦ୍ଦେଶନା ଛାଡ଼ି ବସ୍ତି ପିଲାମାନଙ୍କୁ ମାଗଣାରେ ଡ୍ୟାନ୍ସ ଶିକ୍ଷା ଦେଉଛନ୍ତି। ବିନୟଙ୍କ ବୟସ ୩୫। ରହୁଛନ୍ତି ଦିଲ୍ଲୀରେ। ସେ ୨୦୧୬ରେ ‘ଡ୍ୟାନ୍ସ ଆଉଟ ଅଫ୍‌ ପଭର୍ଟି’ ଆରମ୍ଭ କରି ଏହା ମାଧ୍ୟମରେ ଗରିବ ପିଲାମାନଙ୍କୁ ଡ୍ୟାନ୍ସ ଶିକ୍ଷା ଦେଉଛନ୍ତି। ବିଗତ ୬ ବର୍ଷରେ ୬ରୁ ୨୮ ବର୍ଷ ବୟସ ମଧ୍ୟରେ ୩ ହଜାରରୁ ଊର୍ଦ୍ଧ୍ୱଙ୍କୁ ଡ୍ୟାନ୍ସ ଶିକ୍ଷା ଦେଇସାରିଲେଣି। ସେ ମୁମ୍ବାଇରେ ପ୍ରଥମେ ଟି-ସିରିଜରେ ଯୋଗଦେଇ ପରେ ରାଜକୁମାର ସନ୍ତୋଷୀରେ ସହନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ। ଏଭଳି ଆକର୍ଷଣୀୟ କ୍ୟାରିୟର ଛାଡ଼ି ସେ ଦିଲ୍ଲୀ ଫେରଆସି ମାଗଣା ଡ୍ୟାନ୍ସ ଶିକ୍ଷା ଜାରି ରଖିଛନ୍ତି। ଏ ବାବଦରେ ବିିନୟ ପାଖାପାଖି ୧୨ ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଲେଣି। କେବଳ ଏତିକି ନୁହେଁ, ତାଙ୍କ ଅନୁଷ୍ଠାନରୁ ଡ୍ୟାନ୍ସ ଶିକ୍ଷା ପାଇଁ ଏବେ ସୁଦ୍ଧା ୧୦୦ରୁ ଊର୍ଦ୍ଧ୍ୱ ପିଲା ଡ୍ୟାନ୍ସର, ଡ୍ୟାନ୍ସ ଇନ୍‌ଷ୍ଟ୍ରକଟର ଏବଂ ଫିଲ୍ମ ଇଣ୍ଡଷ୍ଟ୍ରିରେ କୋରିଓଗ୍ରାଫର ଭାବେ କାର୍ଯ୍ୟ କରୁଛନ୍ତି। ଏବେ ଦିଲ୍ଲୀର ୨୫୦ ପିଲା ବିନୟଙ୍କ ପାଖରୁ ଡ୍ୟାନ୍ସ ଶିକ୍ଷା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଠିନ ପଥ

ଏବେ ଦେଶ ସମ୍ମୁଖରେ କ’ଣ ସମସ୍ୟା ଅଛି, ସ୍ୱାଧୀନତାର ମୌଳିକ ଲକ୍ଷ୍ୟ ପୂରଣ ହୋଇଛି କି ନା ତାହା ଆଲୋଚନା ହେବା ଉଚିତ। ରାଜନୈତିକ ସ୍ୱାଧୀନତା ସତରେ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

ସ୍ବାଗତଯୋଗ୍ୟ ସମୀକ୍ଷା

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…

ଏଇ ଭାରତରେ

ଜମ୍ମୁକଶ୍ମୀରରେ ଆର୍ଦ୍ରଭୂମି ଓ ବହିରାଗତ ପକ୍ଷୀଙ୍କ ସୁରକ୍ଷାରେ ଲାଗିପଡ଼ିଛନ୍ତି ଏକ ମହିଳା ଟିମ୍‌। ଏହି ଟିମ୍‌ରେ ୧୫ ଜଣ ମହିଳା ଓ ବାଳିକା ରହିଛନ୍ତି। ସେମାନେ ସଲିମ…

ସମାଜର ବିଫଳତା ନା ସମୟର ଆବଶ୍ୟକତା

ଗଛର ମୂଳ ଯେତେ ଦୃଢ଼, ଗଛ ସେତେ ସୁଦୃଢ଼। ସେହିପରି ବୟୋଜ୍ୟେଷ୍ଠମାନେ ହେଉଛନ୍ତି ପରିବାର ଓ ସମାଜର ମୂଳଦୁଆ। ସେମାନଙ୍କ ଅନୁଭବ, ତ୍ୟାଗ ଓ ଜୀବନବୋଧ ସମାଜକୁ…

ଚାଇନା ପାଇଁ ଆହ୍ବାନ

ନିକଟରେ ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀ ଝୁ ରୋଙ୍ଗ୍‌ଜିଙ୍କର ୯୭ ବର୍ଷ ବୟସରେ ମୃତ୍ୟୁହେବା ପରେ ତାଙ୍କ ପାଇଁ ଚତୁର୍ଦ୍ଦିଗରୁ ଶ୍ରଦ୍ଧାଞ୍ଜଳିର ସୁଅ ଛୁଟିଥିଲା। ସେ ଥିଲେ ଆର୍ଥିକ…

ଡିଜିଟାଲ ସାର୍ବଭୌମତ୍ୱ

ଆଜିକାଲି ଭୌଗୋଳିକ ସୀମା ସରହଦକୁ ଅତିକ୍ରମକରି ମଣିଷ ଆଭାସିକ ଡିଜିଟାଲ ପୃଥିବୀରେ ଦୈନିକ ଜୀବନଯାପନ କଲାଣି। ଇଣ୍ଟରନେଟ୍‌ ଆସିବା ପରେ ଭୌଗୋଳିକ ସୀମା ପ୍ରତିରକ୍ଷା ପାଇଁ ରହିଲା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri