୨୪ ଘଣ୍ଟାରୁ କମିଲା ଦିନ

ନୂଆଦିଲ୍ଲୀ, ୧ା୮: ପୃଥିବୀ ନିଜ କକ୍ଷପଥରେ ଘୂରିବା ସମୟର ପୂର୍ବ ରେକର୍ଡକୁ ଭାଙ୍ଗିଛି। ୨୦୨୦ ଜୁଲାଇ ୧୯ରେ ୨୪ ଘଣ୍ଟାରୁ ୧.୪୭ ମିଲିସେକେଣ୍ଡ କମ୍‌ ଅବଧିରେ ପୃଥିବୀ ନିଜ ଚାରିପଟେ ଘୂରିଥିବାବେଳେ ଗତ ଶୁକ୍ରବାର ୧.୫୯ କମ୍‌ ମିଲିସେକେଣ୍ଡ ମଧ୍ୟରେ ଘୂର୍ଣ୍ଣନ କରିଛି। ନିୟମିତ ଦିନିକିଆ ଘୂର୍ଣ୍ଣନ ସମୟରେ ହ୍ରାସ ଫଳରେ ସ୍ମାର୍ଟଫୋନ୍‌, କମ୍ପ୍ୟୁଟର ଏବଂ ଦୂର ସଞ୍ଚାର କ୍ଷେତ୍ର ଉପରେ ନକାରାମତ୍କ ପ୍ରଭାବ ପଡ଼ିବ ବୋଲି ବୈଜ୍ଞାନିକମାନେ ଚିନ୍ତାବ୍ୟକ୍ତ କରିଛନ୍ତି।
ପୃଥିବୀ ନିଜ କକ୍ଷ ଚାରିପାଖେ ବୁଲିବା ସହ ସୂର୍ଯ୍ୟଙ୍କ ଚତୁଃପାର୍ଶ୍ୱରେ ମଧ୍ୟ ଘୂରିଥାଏ। ନିଜ କକ୍ଷ ଚାରିପାଖେ ଘୂରିବା କାରଣରୁ ପୃଥିବୀ ପୃଷ୍ଠରେ ଦିନରାତି ସମ୍ଭବ ହୋଇଥାଏ, ଯେଉଁଥିଲାଗି ପୃଥିବୀକୁ ୨୪ ଘଣ୍ଟା ସମୟ ଲାଗେ। ସୂର୍ଯ୍ୟ ଚତୁଃପାର୍ଶ୍ୱ ଅତିକ୍ରମ କରିବା ପାଇଁ ପୃଥିବୀକୁ ୩୬୫ ଦିନ ବା ୧ ବର୍ଷ ଲାଗିଥାଏ। ପୃଥିବୀ ନିଜକକ୍ଷ ପଥରେ ଘୂର୍ଣ୍ଣାୟମାନ ବେଗରେ ବୃଦ୍ଧି ପରିଲକ୍ଷିତ ହୋଇଛି। ଗତ ୨୯ ତାରିଖରେ ପୃଥିବୀ ୧.୫୯ ମିଲିସେକେଣ୍ଡରୁ କମ୍‌ ସମୟ ମଧ୍ୟରେ ନିଜ କକ୍ଷ ଚାରିପାଖେ ଭ୍ରମଣ କରିଛି। ଏଥିଲାଗି ପୃଥିବୀକୁ ୨୪ ଘଣ୍ଟାରୁ କମ୍‌ ସମୟ ଲାଗିଛି। ‘ଇଣ୍ଡିପେଣ୍ଡେଣ୍ଟ’ ପତ୍ରିକାରେ ପ୍ରକାଶିତ ଖବର ଅନୁସାରେ ପୃଥିବୀର ଘୂର୍ଣ୍ଣାୟମାନ ବେଗରେ ବୃଦ୍ଧି ଘଟିଛି। ଏ କାରଣରୁ ୨୦୨୦ରେ ପୃଥିବୀରେ ସବୁଠାରୁ ଛୋଟ ମାସ ଦେଖିବାକୁ ମିଳିଥିଲା। ଏହାପୂର୍ବରୁ ୧୯୬୦ ଦଶକରେ ମଧ୍ୟ ସମାନ ସ୍ଥିତି ଉପୁଜିଥିଲା। ୨୦୨୦ ଜୁଲାଇ ୧୯ରେ ସବୁଠାରୁ କମ୍‌ ସମୟ ୧.୪୭ ମିଲିସେକେଣ୍ଡରେ ପୃଥିବୀ ନିଜକକ୍ଷ ଚାରିପାଖେ ଘୂରିଥିଲା। ୨୦୨୧ରେ ପୃଥିବୀର ଘୂର୍ଣ୍ଣାୟମାନ ବେଗରେ ବୃଦ୍ଧି ଘଟିଥିଲେ ହେଁ କୌଣସି ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିନାହିଁ। ଏହା ପଛର କାରଣ ବିଷୟରେ କୌଣସି ସ୍ପଷ୍ଟ ତଥ୍ୟ ମିଳି ନ ଥିବାବେଳେ ମହାସାଗରୀୟ ପରିବେଶ, ଢ଼େଉ ଏବଂ ଜଳବାୟୁ ପରିବର୍ତ୍ତନ ଯୋଗୁ ଏ ପ୍ରକାର ପରିବର୍ତ୍ତନ ଦେଖାଦେଇଥିବା ବୈଜ୍ଞାନିକମାନେ ଦାବି କରିଛନ୍ତି। ଅନ୍ୟପଟେ ପୃଥିବୀର କକ୍ଷପଥ ଘୂର୍ଣ୍ଣାୟମାନ ବେଳେ ପୃଷ୍ଠଭାଗରୁ ଏହାର ଭୌଗୋଳିକ ରେଖା ପର୍ଯ୍ୟନ୍ତ ହେଉଥିବା ମୁଭ୍‌ମେଣ୍ଟରେ ହେଉଥିବା ପରିବର୍ତ୍ତନ କାରଣରୁ ପୃଥିବୀର ଘୂର୍ଣ୍ଣାୟମାନ ବେଗରେ ବୃଦ୍ଧି ଘଟୁଥାଇପାରେ ବୋଲି ବୈଜ୍ଞାନିକ ଲେଓନିଦ ଜୋଟୋଭ୍‌, କ୍ରିଷ୍ଟିଆନ୍‌ ବିଜୋଉଆର୍ଡ, ନିକୋଲେ ସିଡୋର୍ନକୋଭ କହିଛନ୍ତି।
ଯଦି ଭବିଷ୍ୟତରେ ଏ ପ୍ରକାର ସ୍ଥିତିର ଲଗାତର ପୁନରାବୃତ୍ତି ହୁଏ ତେବେ ଏହାର ନକାରାତ୍ମକ ପ୍ରଭାବ ଅଧିସେକେଣ୍ଡ (ସମୟ ଓ ଆବର୍ତ୍ତନ ସହ ସମନ୍ବୟ ରକ୍ଷା କରିବା ପାଇଁ ବ୍ୟବହୃତ ସମୟ) ଉପରେ ପଡ଼ିବ। ଫଳରେ ସ୍ମାର୍ଟଫୋନ୍‌, କମ୍ପ୍ୟୁଟର ଏବଂ ଦୂର ସଞ୍ଚାର କ୍ଷେତ୍ରକୁ ଏହା ପ୍ରଭାବିତ କରିବ। ଅନ୍ୟପଟେ ସମୟରେ ବ୍ୟତିକ୍ରମ ଦେଖାଯିବା ଫଳରେ ଡାଟା କରପ୍ଟ ହେବାର ଆଶଙ୍କା ରହିଛି। ଷ୍ଟାଣ୍ଡାର୍ଡ ପ୍ରାଇମେରୀ ଟାଇମ୍‌ ଦ୍ୱାରା ସାରା ବିଶ୍ୱ ପରିଚାଳିତ। ପୃଥିବୀ ନିଜକକ୍ଷ ଚାରିପାଖେ ଘୂରିବାରେ ପରିବର୍ତ୍ତନ ଦେଖାଯିବା କାରଣରୁ ବିଗତ ଦିନରେ ପ୍ରାୟ ୨୭ ଥର ଅଧି ସେକେଣ୍ଡରେ ପରିବର୍ତ୍ତନ କରାଯାଇଥିବା କୋଅର୍ଡିନେଟେଡ୍‌ ୟୁନିଭର୍ସାଲ ଟାଇମ୍‌ (ୟୁଟିସି) ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

CJP ବିକ୍ଷୋଭ ମଧ୍ୟରେ ବଡ଼ ଘୋଷଣା କଲେ ରାହୁଲ, କହିଲେ କାଲି ପୂରା ଭାରତ…

ନୂଆଦିଲ୍ଲୀ,୧୧।୧୦: ସୁପ୍ରିମକୋର୍ଟ ଯାଏ ମାର୍ଚ୍ଚ କରିବା ସହ ଭାରତର ପ୍ରଧାନ ବିଚାରପତି (CJI)ଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି କଂଗ୍ରେସ ଏମପି ରାହୁଲ ଗାନ୍ଧୀ। ସୋମବାର…

ବଡ଼ ଖୁଲାସା କଲେ ଧର୍ମେନ୍ଦ୍ର; ଭାଜପା ଛାଡ଼ି ଏହି ଦଳରେ ହେବେ ସାମିଲ, ସାମ୍ନାକୁ ଆସିଲା ଫଟୋ

ଲକ୍ଷ୍ନୌ,୧୧।୧୦: ଭାଜପାରୁ ଇସ୍ତଫା ଦେଇଥିବା ଉତ୍ତରପ୍ରଦେଶର ଆଁଓଲା ଲୋକସଭା ଆସନର ପୂର୍ବତନ ଏମପି ଧର୍ମେନ୍ଦ୍ର କଶ୍ୟପ ରବିବାର ଲକ୍ଷ୍ନୌରେ ସମାଜବାଦୀ ପାର୍ଟି (ସପା) ମୁଖ୍ୟ ଅଖିଳେଶ ଯାଦବଙ୍କୁ…

ବଲାଙ୍ଗୀରରେ ମର୍ମନ୍ତୁଦ ଦୁର୍ଘଟଣା; ଟ୍ରକ୍‌ ଚକା ତଳେ ଚାଲିଗଲା ମହିଳାଙ୍କ ଜୀବନ

ବଲାଙ୍ଗୀର,୧୧।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଇଁତଳା ୨୬ନମ୍ବର ଜାତୀୟ ରାଜପଥ ସଦର ବ୍ଲକ ଅନ୍ତର୍ଗତ ରତାଖଣ୍ଡି ଠାରେ ଏକ ମର୍ମନ୍ତ ଦୁର୍ଘଟଣା ଘଟିଛି । ବାଇକ୍-ଟ୍ରକ…

ବିବାହର ୩ ଦିନ ପରେ ବୋହୂଙ୍କ ଭୟଙ୍କର କାଣ୍ଡ! ପୂରା ପରିବାରକୁ ଦେଇଦେଲେ ମୂଷାମରା ଔଷଧ, ତାପରେ….

ମୁମ୍ବାଇ,୧୧।୧୦: ବିବାହର ଖୁସି ମନାଉଥିବା ପରିବାରରେ ହଠାତ୍‌ ଖେଳିଗଲା ଆତଙ୍କ । ବିବାହର ମାତ୍ର ୭୨ ଘଣ୍ଟା ମଧ୍ୟରେ ନବବଧୂ ନିଜ ସ୍ୱାମୀଙ୍କ ସମେତ ଶାଶୂଘରର ଅନ୍ୟ…

ଯାତ୍ରୀ ଛାନିଆ! ମଝି ଆକାଶରେ ଇଣ୍ଡିଗୋ ବିମାନରେ ଲାଗିଗଲା ନିଆଁ, ଓଭରହେଡ୍‌ କ୍ୟାବିନ୍‌ରେ ଜଳିଲା…..

ନୂଆଦିଲ୍ଲୀ,୧୧।୧୦: ଆକାଶରେ ଉଡ଼ୁଥିବା ବେଳେ ଇଣ୍ଡିଗୋ ବିମାନରେ ହଠାତ୍‌ ଲାଗିଗଲା ନିଆଁ । ରବିବାର ଦିନ ଦିଲ୍ଲୀରୁ ଚେନ୍ନାଇ ଯାଉଥିବା ଇଣ୍ଡିଗୋ ବିମାନରେ ଏଭଳି ଏକ ଘଟଣା…

ଦିଗପହଣ୍ଡିରେ ଚର୍ଚ୍ଚା; ସ୍ୱପ୍ନରେ ଆସି ଏଭଳି କହିଲେ ମା’ କାଳୀ, ପୋଖରୀ ପାଣିରୁ ମିଳିଲା….

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମର ବି.ଯୁଧିଷ୍ଠିର ରେଡ୍ଡୀଙ୍କ ଝିଅ କାମିନୀ ରେଡ୍ଡୀଙ୍କ ସ୍ବପ୍ନରେ ଆସିଲେ ମା’ କାଳୀ…

କଂଗ୍ରେସ କାର୍ଯ୍ୟାଳୟରେ ଧସ୍ତାଧସ୍ତି ସହ ଚାପୁଡ଼ା ମାଡ଼; ରାଗରେ ବାହାରିଗଲେ ଅଜୟ

ଲକ୍ଷ୍ନୌ,୧୧।୧୦: ରବିବାର ଉତ୍ତର ପ୍ରଦେଶ କଂଗ୍ରେସ ମୁଖ୍ୟାଳୟରେ ନବନିଯୁକ୍ତ ରାଜ୍ୟ ସଭାପତି ଆରାଧନା ମିଶ୍ର ‘ମୋନା’ଙ୍କ ଦାୟିତ୍ୱ ଗ୍ରହଣ ଉତ୍ସବ ସମୟରେ ହଟ୍ଟଗୋଳ ସୃଷ୍ଟି ହୋଇଥିଲା। ପୂର୍ବତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?