Posted inଫୁରସତ

କୂଅରେ ପଡ଼ିଗଲା ବିଲେଇ, ଉଦ୍ଧାର କରିବାକୁ ଡେଇଁଲା ମାଙ୍କଡ଼, ଭିଡିଓ ଦେଖିଲେ…

ପଶୁମାନେ ସିନା କଥା କହିପାରନ୍ତିନି ମାତ୍ର ସେମାନେ ମଣିଷମାନଙ୍କଠାରୁ ବେଶ୍‌ ବୁଦ୍ଧିଆ ହୋଇଥାନ୍ତି। ସେମାନଙ୍କର ମଧ୍ୟ ସ୍ନେହ, ଶ୍ରଦ୍ଧା, ଭଲପାଇବା ଆଗରେ ମଣିଷ ମଧ୍ୟ ହାର୍‌ ମାନିବ। ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରୁ ଜଣାପଡୁଛି।

@pups_Puppies1 ନାମକ ଏକ ଟୁଇଟର ପେଜ୍‌ରେ ଭିଡିଓଟି ଶେୟାର କରାଯାଇଛି। ଏଥିରେ ଏକ ମାଙ୍କଡ଼ ବିଲେଇକୁ କୂଅରୁ ବଞ୍ଚାଇବା ପାଇଁ ପ୍ରାଣପଣେ ଉଦ୍ୟମ କରୁଥିବା ଦେଖିବାକୁ ମିଳିଛି। ଏହି ବିଲେଇର ଜୀବନ ବଞ୍ଚାଇବା ପାଇଁ ମାଙ୍କର ଆଗ୍ରହ ଦେଖି ଅନୁଭବ କରିବେ ଯେ, ଏମାନେ ମଣିଷଙ୍କଠାରୁ ବି ଊର୍ଦ୍ଧ୍ୱରେ।

ଭିଡିଓରେ ଏକ ବିଲେଇ କୂଅ ଭିତରେ ପଡ଼ିଥିବାର ନଜର ଆସିଛି। କୂଅଟି ଯଦିଓ ଏତେ ଗଭୀର ନୁହେଁ, କିନ୍ତୁ ବିଲେଇଟି ସେଥିରେ ପଡ଼ିଗଲା। ଏଥିରେ ଥିବା ପାଣିରେ ସେ ଓଦା ହୋଇଗଲା। ଫଳରେ ଏହା ବାହାରିବା ପାଇଁ ଅସମର୍ଥ। ଏହା ଏକ ମାଙ୍କଡ଼ର ନଜରରେ ପଡ଼ିଲା। ସେ ସଙ୍ଗେ ସଙ୍ଗେ ବିଲେଇକୁ ବଞ୍ଚାଇବା ପାଇଁ କୂଅକୁ ଡେଇଁପଡ଼ିଲା। କିନ୍ତୁ ବିଲେଇର ଭାରୀ ଓଜନ ହେତୁ ମାଙ୍କଡ଼ ଏହାକୁ ହାତରେ ଧରି ବାହାର କରିପାରୁ ନ ଥାଏ। ଅନେକ ଚେଷ୍ଟା କରି ମାଙ୍କଡ଼ଟି ଶେଷରେ ହତାଶ ହୋଇଯାଏ। ଠିକ୍‌ ଏହି ସମୟରେ ଜଣେ ଝିଅ କୂଅ ନିକଟକୁ ଆସିଲେ। ଯିଏ କି ମାଙ୍କଡ଼ ସହ ବିଲେଇକୁ ବାହାରକୁ ଆଣିବାରେ ସାହାଯ୍ୟ କରିଥିଲେ।

ଏହି ଭିଡିଓକୁ ୧ ଲକ୍ଷରୁ ଅଧିକ ଲୋକ ଦେଖି ସାରିଥିବା ବେଳେ ୮ ହଜାରରୁ ଅଧିକ ଲୋକ ପସନ୍ଦ କରିଛନ୍ତି। ଜଣେ ୟୁଜର କହିଛନ୍ତି, ଯିଏ ଭିଡିଓ ରେକର୍ଡ କରୁଥିଲେ ସେ ବିଲେଇକୁ କାହିଁକି ଉଦ୍ଧାର କଲେ ନାହିଁ। ସେହିପରି ଆଉ ଜଣେ ୟୁଜର କହିଛନ୍ତି, ଏଭଳି ଲୋକମାନେ ପଶୁମାନଙ୍କ ବିଷୟରେ ଚିନ୍ତା କରନ୍ତି ନାହିଁ, ସେମାନେ କେବଳ ଭିଡିଓ ଭାଇରାଲ କରିବାକୁ ଚାହୁଁଛନ୍ତି। ଆଉ ଜଣେ କହିଛନ୍ତି, ସେମାନେ ମଣିଷ ହୋଇ ବି ପଶୁ।


Enter your email to get our daily news in your inbox.

All Right Reserved By Dharitri.Com

ଇଟାର ଜବାବ ଦେବୁ ପଥରରେ ଦେବୁ: ଆମେରିକାକୁ ଚେତାବନୀ ଦେଲା ଇରାନ

ଓ୍ବାଶିଂଟନ୍‌,୯।୭: ଆମେରିକା ପୁଣିଥରେ ଇରାନର ଅନେକ ସ୍ଥାନକୁ ଟାର୍ଗେଟ କରିଛି। ଇରାନ ଜୋରଦାର ପ୍ରତିକ୍ରିୟା ଦେଇ ବାହାରିନ ଏବଂ କୁଏତରେ ଥିବା ସ୍ଥାନଗୁଡ଼ିକୁ ଆକ୍ରମଣ କରିଛି। ଏହା…

ପତ୍ନୀ ଗୌରୀଙ୍କୁ ଏଭଳି ଉପହାର ଦେଲେ ଆମିର, ଯାହାକୁ ୧୩୧ ଜଣ କାରିଗର ମିଶି ୨୫୬ ଘଣ୍ଟାରେ କରିଛନ୍ତି ପ୍ରସ୍ତୁତ

ମୁମ୍ବାଇ: ବଲିଉଡର ସୁପରଷ୍ଟାର ଆମିର ଖାନ ଏବଂ ଗୌରୀ ସ୍ପ୍ରାଟ୍‌ ପରସ୍ପର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ନିକଟରେ ବାନ୍ଦ୍ରାସ୍ଥିତ ନିଜ ବାସଭବନରେ ପରିବାର ଏବଂ କିଛି…

ଲୋୟର ସୁକ୍‌ତେଲ ଜଳଭଣ୍ଡାର: ବଢୁଛି ଜଳସ୍ତର, ଲୋକେ ଅଟଳ

ବଲାଙ୍ଗୀର,୯ା୭(ବୀରେନ୍ଦ୍ର କୁମାର ଝାଙ୍କର):ଗତ କିଛି ଦିନର ଲଗାଣ ବର୍ଷା ଫଳରେ ବଲାଙ୍ଗୀର ଜିଲାର ଲୋୟର ସୁକ୍‌ତେଲ ଡ୍ୟାମ୍‌ରେ କ୍ଷୀପ୍ର ଗତିରେ ଜଳସ୍ତର ବଢ଼ିବାରେ ଲାଗିଛି। ଜଳସ୍ତର ବଢ଼ିବା…

ମାଙ୍କଡ଼ କାମୁଡାରେ ୫ ଆହତ: ବନବିଭାଗକୁ ଚିଠି ଲେଖିଲେ ସମିତି ସଭ୍ୟ ଧ୍ରୁବ

ଗଞ୍ଜାମ,୯।୭(ବିଦ୍ୟାଧର ସାହୁ ): ହୁମା ଓ ଆଖପାଖ ଅଞ୍ଚଳରେ ପାତି ମାଙ୍କଡ଼ଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବୃଦ୍ଧି ପାଉଛି । ଘର ଉପକରଣ ପାଇଁ ଜଙ୍ଗଲ ସଫା…

ମଝି ଚିଲିକାରେ ଦୋହଲିଲା ଯାତ୍ରୀବାହୀ ଲଞ୍ଚ୍‌: ହୋହଲ୍ଲା ପରେ…

କୃଷ୍ଣପ୍ରସାଦ,୯।୭(କୈଳାଶ ଚନ୍ଦ୍ର ପଟ୍ଟନାୟକ):ଖୋର୍ଦ୍ଧା ଜିଲା ବାଲୁଗାଁଠାରୁ ପୁରୀ ଜିଲା କୃଷ୍ଣପ୍ରସାଦ ଗଡ଼ ଯାଏ ଓଡିଶା ବନ୍ଦର ଅନ୍ତରଦେଶୀୟ ଜଳପଥ ପରିବହନ ବିଭାଗ ତରଫରୁ ପ୍ରତିଦିନ ଯାତ୍ରୀବାହୀ ଲଞ୍ଚ…

ବିଦ୍ୟାଳୟର ନୂତନ ପରିଚାଳନା କମିଟି ଗଠନ: ସଭାପତି, ଉପସଭାନେତ୍ରୀ ଭାବେ ମନୋନୀତ ହେଲେ ଏମାନେ…

ଲାଞ୍ଜିଗଡ,୯।୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପରିଚାଳନା କମିଟି ଗଠନ ବୁଧବାର ଅନୁଷ୍ଠିତ ହୋଇଯାଇଛିI ବିଦ୍ୟାଳୟର…

ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ: ଉଭୟ ପକ୍ଷ ମଧ୍ୟରେ ମାଡ଼ ପିଟ

ମହାକାଳପଡ଼ା,୯ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ କଣ୍ଡରାପାଟିଆ ଗ୍ରାମର ୭୭ ପରିବାର ଦୀର୍ଘ ବର୍ଷ ଧରି ୧୭୦ ଏକର ସରକାରୀ…

ମରିବୁ ପଛେ ଛାଡିବୁ ନାହିଁ : ଆନ୍ଦୋଳନ ପାଇଁ ସଜବାଜ ହେଉଛନ୍ତି ମତ୍ସ୍ୟଜୀବୀ, ସମାଧାନ ନ ହେଲେ…

ଛତ୍ରପୁର,୯।୭ (ଦିଲ୍ଲୀପ ସାମଲ): ମରିବୁ ପଛେ ଛାଡିବୁ ନାହିଁ। ପ୍ରଶାସନ ଓ ପୋର୍ଟ କର୍ତ୍ତୃପକ୍ଷ ଆମକୁ ଦିନକୁ ଦିନ ଧୋକା ଦେବାରେ ଲାଗିଛନ୍ତି । ଏନେଇ ଆନ୍ଦୋଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri