କ୍ଷତି ସହୁଛନ୍ତି ତୈଳ କମ୍ପାନୀ

ନୂଆଦିଲ୍ଲୀ,୮।୮: ଗତ କିଛି ମାସ ହେବ ସାରା ଦେଶରେ ଉଭୟ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ପରିବର୍ତ୍ତନ ଘଟିନାହିଁ। ଫଳରେ ଦେଶର ପ୍ରମୁଖ ତୈଳ ବିପଣନ କମ୍ପାନୀଗୁଡିକର କ୍ଷତି ପରିମାଣ ୧୮,୪୮୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ନିକଟରେ ତୈଳ କମ୍ପାନୀଗୁଡିକ ଜାରି କରିଥିବା ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ଫଳାଫଳରେ ଏହି ସୂଚନା ଷ୍ଟକ୍‌ ବଜାରକୁ ଅବଗତ କରାଇଛି। ସେହିଭଳି ତୈଳ କମ୍ପାନୀର ବିପଣନ ମାର୍ଜିନ ହ୍ରାସ ଯୋଗୁ ଏଭଳି କ୍ଷତି ଘଟିଥିବା କମ୍ପାନୀମାନେ ମତ ପ୍ରକାଶ କରିଛନ୍ତି। କେବଳ ପେଟ୍ରୋଲ କି ଡିଜେଲ ନୁହେଁ ଘରୋଇ ଏଲ୍‌ପିଜି ବିପଣନ ଗତ ତ୍ରୈମାସିକରେ ରିଫାଇନ ମାର୍ଜିନ ମଧ୍ୟ ଉଠାଇ ନ ପାରିବା ତୈଳ କମ୍ପାନୀଗୁଡିକଙ୍କ ଲାଗି ଚିନ୍ତାଜନକ ହୋଇଛି।

ଇଣ୍ଡିଆନ ଅଏଲ କର୍ପୋରେଶନ ଲିମିଟେଡ(ଆଇଓସିଏଲ), ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ (ଏଚ୍‌ପିସିଏଲ) ଓ ଭାରତ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ (ବିପିସିଏଲ)ଙ୍କୁ ସେମାନଙ୍କ ଖର୍ଚ୍ଚ ଅନୁସାରେ ପ୍ରତିଦିନ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ପରିବର୍ତ୍ତନ ଅଧିକାର ମିଳିଛି। ତେବେ ବର୍ଦ୍ଧିତ ଖୁଚୁରା ମୁଦ୍ରାସ୍ପିତି ଚାପରେ ଗତ ୪ ମାସ ହେଲା ଦେଶରେ ପେଟ୍ରୋଲିୟମର ଦର ବୃଦ୍ଧି କି ହ୍ରାସ ହୋଇ ନାହିଁ। ଏଣୁ ଗତ ଜୁଲାଇ ୨୦ରେ ଆଇଓସିଏଲ ଏପ୍ରିଲ-ଜୁନ ତ୍ରୈମାସିକରେ ୧୯୯୫.୩ କୋଟି ଟଙ୍କା କ୍ଷତି ହୋଇଥିବାର ଘୋଷଣା କରିଥିଲେ। ଗତ ଶନିବାର ଏଚପିସିଏଲ ମଧ୍ୟ ତ୍ରୈମାସିକ ଫଳାଫଳ ଜାରି କରିଛିି।

ଏଥିରେ କମ୍ପାନୀ ୧୦,୧୯୬.୯୪ କୋଟି ଟଙ୍କାର କ୍ଷତି ହୋଇଥିବା ସୂଚିତ କରିଛିି। ସେହିପରି ବିପିସିଏଲ ମଧ୍ୟ ୬,୨୯୦.୮ କୋଟି ଟଙ୍କାର କ୍ଷତିର ସୂଚନା ଦେଇଛି। ଏହି ତିନି ସାର୍ବଜନିକ ପେଟ୍ରୋଲିୟମ କମ୍ପାନୀ ଗୋଟିଏ ତ୍ରୈମାସିକରେ ମୋଟ ୧୮,୪୮୦.୨୭ କୋଟି ଟଙ୍କା କ୍ଷତି କରିଛନ୍ତି। ଏପର୍ଯ୍ୟନ୍ତ କୌଣସି ତ୍ରୈମାସିକ କ୍ଷତି ତୁଳନାରେ ଏହା ସର୍ବାଧିକ ବୋଲି କୁହାଯାଇଛି। ପ୍ରଥମ ତ୍ରୈମାସିକରେ ତୈଳ କମ୍ପାନୀମାନେ ବ୍ୟାରେଲ ପିଛା ୧୦୯ ଡଲାରରେ ତୈଳ ଆମଦାନୀ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅର୍ଥନୀତି ବାଟ ହୁଡିଛି: ରାହୁଲ

ଦେଶର ଅର୍ଥନୀତି ବାଟ ହୁଡିଛି, ମାନ୍ଦାବସ୍ଥାର ରେଳ ଅତି ଦ୍ରୁତଗତିରେ ସମସ୍ତ ଶକ୍ତି ସହ ଦେଶ ଆଡକୁ ମାଡି ଆସୁଛି ବୋଲି ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ...

ରାଜ୍ୟରେ ୩୦ ଶାଖା ଖୋଲିବ ସିଣ୍ଡିକେଟ ବ୍ୟାଙ୍କ:ସିଇଓ

ଭୁବନେଶ୍ୱର,୯-୬(ବ୍ୟୁରୋ): ସିଣ୍ଡିକେଟ ବ୍ୟାଙ୍କ ବର୍ତ୍ତମାନ ଭୁବନେଶ୍ୱରରେ ୨ ଏବଂ ବ୍ରହ୍ମପୁରରେ ନୂଆ ଆଞ୍ଚଳିକ କାର୍ଯ୍ୟାଳୟ ସହ ସେବା ଯୋଗାଉଛି। ରାଜ୍ୟରେ ସହରୀକରଣ ଧାରା ଦ୍ରୁତ ହେଉଥିବାରୁ...

ନୀରବଙ୍କ ହାଜତ ମିଆଦ ୨୫ ଜୁଲାଇ ପର୍ଯ୍ୟନ୍ତ ବୃଦ୍ଧି

ଲଣ୍ଡନ,୨୮-୬: ବ୍ରିଟେନର ଓ୍ବେଷ୍ଟମିନ୍‌ଷ୍ଟର କୋର୍ଟ ଗୁରୁବାର ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ଜେଲ୍‌ ହାଜତ ମିଆଦକୁ ଜୁଲାଇ ୨୫ ତାରିଖ ଯାଏ ବୃଦ୍ଧି କରିଛନ୍ତି।...

ସଚ୍ଚୋଟତା ସଫଳ ବ୍ୟବସାୟୀଙ୍କ ଲକ୍ଷଣ

ଉଚ୍ଚଶିକ୍ଷା ଶେଷକରି ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ସଂସ୍ଥାରେ ସେ ଦକ୍ଷତାର ସହ କାର୍ଯ୍ୟ କରିଛନ୍ତି। ଏପରିକି ଦୀର୍ଘ ବର୍ଷର କର୍ପୋରେଟ ଅଭିଜ୍ଞତା ଓ...

୫%କୁ ଖସିବ ଜିଡିପି

ନୂଆଦିଲ୍ଲୀ,୮-୧: ୨୦୧୯-୨୦ ଆର୍ଥତ୍କ ବର୍ଷ ଲାଗି ସରକାର ଜିଡିପିର ପ୍ରଥମ ଆଗୁଆ ପୂର୍ବାନୁମାନ ମଙ୍ଗଳବାର ଜାରି କରିଛନ୍ତି। କେନ୍ଦ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ(ସିଏସ୍‌ଓ) ପକ୍ଷରୁ ପ୍ରକାଶ ପାଇଥିବା...

ପ୍ରକଳ୍ପ ମଞ୍ଜୁରୀ କ୍ଷେତ୍ରରେ ପରିବେଶ ମନ୍ତ୍ରଣାଳୟର ପଦକ୍ଷେପ

ନୂଆଦିଲ୍ଲୀ,୭।୫: ବର୍ତ୍ତମାନର ଚ୍ୟାଲେଞ୍ଜିଂ ସମୟରେ ଦେଶ ମଧ୍ୟରେ ପ୍ରକଳ୍ପ ମଞ୍ଜୁରୀକୁ ତ୍ୱରାନ୍ବିତ କରିବା ଲାଗି ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି ଯୋଜନା ଅନ୍ତର୍ଗତ...

୧୧ ବର୍ଷର ନିମ୍ନ ସ୍ତରରେ ଜିଡିପି

ନୂଆଦିଲ୍ଲୀ,୩୦।୫: କରୋନା ପାଇଁ ହୋଇଥିବା ଲକ୍‌ଡାଉନ ଯୋଗୁ ସାରା ଦେଶରେ ଆର୍ଥତ୍କ କାର୍ଯ୍ୟକଳାପ ଠପ୍‌ ହୋଇ ପଡ଼ିଛି। ଏଭଳି ସ୍ଥିତିରେ ଆର୍ଥତ୍କ ବର୍ଷ ୨୦୧୯-୨୦ର ଚତୁର୍ଥ...

ପୁଣି ରେକର୍ଡ ଭାଙ୍ଗିଲା ସେନସେକ୍ସ

ନୂଆଦିଲ୍ଲୀ,୨୪।୯:ଭାରତୀୟ ଷ୍ଟକ ମାର୍କେଟ କ୍ରମାଗତ ରେକର୍ଡ ଭାଙ୍ଗିବାରେ ଲାଗିଛି। ପ୍ରଥମ ଥର ପାଇଁ ସେନସେକ୍ସ ୬୦ ହଜାର ଅତିକ୍ରମ କରିଛି। ଶୁକ୍ରବାର ପ୍ରାରମ୍ଭିକ ଅଧିବେଶନରେ ସେନସେକ୍ସ...

Advertisement
Archives

Model This Week