କ୍ଷତି ସହୁଛନ୍ତି ତୈଳ କମ୍ପାନୀ

ନୂଆଦିଲ୍ଲୀ,୮।୮: ଗତ କିଛି ମାସ ହେବ ସାରା ଦେଶରେ ଉଭୟ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ପରିବର୍ତ୍ତନ ଘଟିନାହିଁ। ଫଳରେ ଦେଶର ପ୍ରମୁଖ ତୈଳ ବିପଣନ କମ୍ପାନୀଗୁଡିକର କ୍ଷତି ପରିମାଣ ୧୮,୪୮୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ନିକଟରେ ତୈଳ କମ୍ପାନୀଗୁଡିକ ଜାରି କରିଥିବା ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ଫଳାଫଳରେ ଏହି ସୂଚନା ଷ୍ଟକ୍‌ ବଜାରକୁ ଅବଗତ କରାଇଛି। ସେହିଭଳି ତୈଳ କମ୍ପାନୀର ବିପଣନ ମାର୍ଜିନ ହ୍ରାସ ଯୋଗୁ ଏଭଳି କ୍ଷତି ଘଟିଥିବା କମ୍ପାନୀମାନେ ମତ ପ୍ରକାଶ କରିଛନ୍ତି। କେବଳ ପେଟ୍ରୋଲ କି ଡିଜେଲ ନୁହେଁ ଘରୋଇ ଏଲ୍‌ପିଜି ବିପଣନ ଗତ ତ୍ରୈମାସିକରେ ରିଫାଇନ ମାର୍ଜିନ ମଧ୍ୟ ଉଠାଇ ନ ପାରିବା ତୈଳ କମ୍ପାନୀଗୁଡିକଙ୍କ ଲାଗି ଚିନ୍ତାଜନକ ହୋଇଛି।

ଇଣ୍ଡିଆନ ଅଏଲ କର୍ପୋରେଶନ ଲିମିଟେଡ(ଆଇଓସିଏଲ), ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ (ଏଚ୍‌ପିସିଏଲ) ଓ ଭାରତ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ (ବିପିସିଏଲ)ଙ୍କୁ ସେମାନଙ୍କ ଖର୍ଚ୍ଚ ଅନୁସାରେ ପ୍ରତିଦିନ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ପରିବର୍ତ୍ତନ ଅଧିକାର ମିଳିଛି। ତେବେ ବର୍ଦ୍ଧିତ ଖୁଚୁରା ମୁଦ୍ରାସ୍ପିତି ଚାପରେ ଗତ ୪ ମାସ ହେଲା ଦେଶରେ ପେଟ୍ରୋଲିୟମର ଦର ବୃଦ୍ଧି କି ହ୍ରାସ ହୋଇ ନାହିଁ। ଏଣୁ ଗତ ଜୁଲାଇ ୨୦ରେ ଆଇଓସିଏଲ ଏପ୍ରିଲ-ଜୁନ ତ୍ରୈମାସିକରେ ୧୯୯୫.୩ କୋଟି ଟଙ୍କା କ୍ଷତି ହୋଇଥିବାର ଘୋଷଣା କରିଥିଲେ। ଗତ ଶନିବାର ଏଚପିସିଏଲ ମଧ୍ୟ ତ୍ରୈମାସିକ ଫଳାଫଳ ଜାରି କରିଛିି।

ଏଥିରେ କମ୍ପାନୀ ୧୦,୧୯୬.୯୪ କୋଟି ଟଙ୍କାର କ୍ଷତି ହୋଇଥିବା ସୂଚିତ କରିଛିି। ସେହିପରି ବିପିସିଏଲ ମଧ୍ୟ ୬,୨୯୦.୮ କୋଟି ଟଙ୍କାର କ୍ଷତିର ସୂଚନା ଦେଇଛି। ଏହି ତିନି ସାର୍ବଜନିକ ପେଟ୍ରୋଲିୟମ କମ୍ପାନୀ ଗୋଟିଏ ତ୍ରୈମାସିକରେ ମୋଟ ୧୮,୪୮୦.୨୭ କୋଟି ଟଙ୍କା କ୍ଷତି କରିଛନ୍ତି। ଏପର୍ଯ୍ୟନ୍ତ କୌଣସି ତ୍ରୈମାସିକ କ୍ଷତି ତୁଳନାରେ ଏହା ସର୍ବାଧିକ ବୋଲି କୁହାଯାଇଛି। ପ୍ରଥମ ତ୍ରୈମାସିକରେ ତୈଳ କମ୍ପାନୀମାନେ ବ୍ୟାରେଲ ପିଛା ୧୦୯ ଡଲାରରେ ତୈଳ ଆମଦାନୀ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ମୁଁ ଏଠାକାର ଖେଳାଳି’, ନଦୀରେ ଡେଇଁ ଭିଡିଓ ପୋଷ୍ଟ କଲେ କିରେନ ରିଜିଜୁ, ରାହୁଲ ଗାନ୍ଧୀଙ୍କ ସହ ତୁଳନାରେ ଦେଲେ ଏମିତି ଜବାବ

ନୂଆଦିଲ୍ଲୀ,୨୩।୮: ଅରୁଣାଚଳ ପ୍ରଦେଶର ଏମପି ତଥା କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ସୋସିଆଲ ମିଡିଆରେ ନିଜର ଏକ ଭିଡିଓକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନଦୀରେ ଡେଇଁ ତୀବ୍ର…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

ମାଟି ଖୋଳିଲେ ମିଳୁଛି ସୁନା! ଏହି ଗାଁରେ ପ୍ରବଳ ଭିଡ଼, ଦିନକୁ ପହଞ୍ଚୁଛନ୍ତି ୧୦ ହଜାର ଲୋକ

ନୂଆଦିଲ୍ଲୀ,୨୩।୮: କେବେ ଚିନ୍ତା କରିଛନ୍ତି କି, ମାଟି ଖୋଳୁ ଖୋଳୁ ହଠାତ୍ ସୁନା ମିଳିଯିବ ? ପଶ୍ଚିମ କେନିଆର ଚେପୋରୋର ଗାଁରେ ଏବେ ଏଭଳି ଆଶା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri