ଭୁବନେଶ୍ୱର,୮।୮(ବ୍ୟୁରୋ): ବିଏମ୍ସି ଟିମ୍ ରବିବାର ଦୁଇଦିନିଆ କର୍ନାଟକ ଗସ୍ତରୁ ଫେରିଛନ୍ତି। କର୍ନାଟକରେ ଥିବା ମାରାଗୋଣ୍ଡାନାହାଲ୍ଲି ହ୍ରଦ, ହୁସ୍କୁର୍ ପାର୍କ ଏବଂ ଅନ୍ୟାନ୍ୟ ସ୍ଥାନରେ ଥିବା ଜଳଉତ୍ସଗୁଡିକୁ ବୁଲି ଦେଖିବା ସହିତ ତା’ର ପୁନରୁଦ୍ଧାର ପଦ୍ଧତି ସମ୍ପର୍କରେ ଅବଗତ ହୋଇଛନ୍ତି। କର୍ନାଟକରେ ଥିବା ଜଳଉତ୍ସଗୁଡିକର ପୁନରୁଦ୍ଧାର ଉନ୍ନତମାନର ହୋଇଥିବାରୁ ସେହି ଜ୍ଞାନ କୌଶଳକୁ ଏଠାରେ ପ୍ରୟୋଗ କରିବା ପାଇଁ ବିଏମ୍ସି ପକ୍ଷରୁ ଯାତ୍ରା କରାଯାଇଥିଲା। ଏ ସମ୍ପର୍କରେ କମିଶନର ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି, ଭୁବନେଶ୍ୱରରେ ଥିବା ୪୪ଟି ଜଳଉତ୍ସଗୁଡିକର ପୁନରୁଦ୍ଧାର କାର୍ଯ୍ୟ ବିଏମ୍ସି ଆରମ୍ଭ କରିବ। ମୁଖ୍ୟମନ୍ତ୍ରୀ କର୍ମତତ୍ପର ଅଭିଯାନ (ମୁକ୍ତା) ଯୋଜନା ଅଧୀନରେ କାମ କରାଯିବ। ଏହାକୁ କିଭଳି ଅଧିକ ଉନ୍ନତମାନର କରାଯାଇ ପାରିବ ସେ ସମ୍ପର୍କରେ ଜାଣିବା ପାଇଁ ବିଏମ୍ସି ଟିମ୍ କର୍ନାଟକ ଯାଇଥିଲା। ତେବେ ସେଠାରେ ଜଳଉତ୍ସର ପୁନରୁଦ୍ଧାର ପାଇଁ ଆପଣାଯାଉଥିବା ପଦ୍ଧତି ମଧ୍ୟରୁ କିଛି କିଛି ଏଠାରେ ପୂର୍ବରୁ ପ୍ରୟୋଗ କରାଯାଉଛି। ଏହାବାଦ୍ ସେଠାକାର ସମସ୍ତ ପ୍ରଣାଳୀକୁ ଏଠାରେ ପ୍ରୟୋଗ କରିବା ପାଇଁ ପ୍ରଥମେ ଭିତ୍ତିଭୂମି ଉପରେ ଗୁରୁତ୍ୱାରୋପ କରିବାକୁ ପଡିବ। ଏ ସମ୍ପର୍କରେ ଅଧିକାରୀଙ୍କ ସହ ଆଲୋଚନା କରାଯିବ ଏବଂ ଆବଶ୍ୟକ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି କମିଶନର କହିଛନ୍ତି।
ସୂଚନାଯୋଗ୍ୟ, ଏକ ୧୫ ଜଣିଆ ଟିମ୍ ଶୁକ୍ରବାର କର୍ନାଟକ ଗସ୍ତରେ ଯାଇଥିଲେ। ଅର୍ବାନ ଡିପାର୍ଟମେଣ୍ଟ ପକ୍ଷରୁ ଏହି ଗସ୍ତ କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ କମିଶନରଙ୍କ ସମେତ ମେୟର ସୁଲୋଚନା ଦାସ, ସିଟି ଇଞ୍ଜିନିୟର ଅରୁଣ ନାୟକ, ଏକ୍ଜିକ୍ୟୁଟିଭ୍ ଇଞ୍ଜିନିୟର ଗୌତମ ଦାସ, କର୍ପୋରେଟର ଏବଂ ଅନ୍ୟାନ୍ୟ ଅଧିକାରୀ ଥିଲେ। ଏହା ପୂର୍ବରୁ କର୍ନାଟକ ସରକାରଙ୍କ ମ୍ୟୁନିସିପାଲିଟି ଆଡମିନିଷ୍ଟ୍ରେସନର ବିଭିନ୍ନ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ୟୁଏଲ୍ବି) ଏବଂ ଲାଇନ ବିଭାଗର ପ୍ରତିନିଧିତ୍ୱ କରୁଥିବା ୪୩ ଜଣ ଅଧିକାରୀଙ୍କ ଏକ ଟିମ୍ ଜୁଲାଇ ୨୮ରେ ଭୁବନେଶ୍ୱର ଆସିଥିଲେ। ସେମାନେ ଏଠାରେ ବିଏମ୍ସିର ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରି ପ୍ରଶଂସା କରିଥିଲେ।
ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ
ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…
ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…
ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…
ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି
ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…
ମାଟି ଖୋଳିଲେ ମିଳୁଛି ସୁନା! ଏହି ଗାଁରେ ପ୍ରବଳ ଭିଡ଼, ଦିନକୁ ପହଞ୍ଚୁଛନ୍ତି ୧୦ ହଜାର ଲୋକ
ନୂଆଦିଲ୍ଲୀ,୨୩।୮: କେବେ ଚିନ୍ତା କରିଛନ୍ତି କି, ମାଟି ଖୋଳୁ ଖୋଳୁ ହଠାତ୍ ସୁନା ମିଳିଯିବ ? ପଶ୍ଚିମ କେନିଆର ଚେପୋରୋର ଗାଁରେ ଏବେ ଏଭଳି ଆଶା ନେଇ…
ମଦର ଗୁଣବତ୍ତା ନେଇ ସରକାରଙ୍କ ବଡ଼ ପଦକ୍ଷେପ, ଦେଲେ ଏହି ନିର୍ଦ୍ଦେଶ
ଚେନ୍ନାଇ,୨୩ା୮: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଜୋସେଫ ବିଜୟ ରାଜ୍ୟର ସମସ୍ତ ଡିଷ୍ଟିଲେରୀରେ ମଦର ଗୁଣବତ୍ତା ନେଇ କଡ଼ା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। TASMAC ମାଧ୍ୟମରେ ବିକ୍ରି ହେଉଥିବା…
ଆଡ୍ମିଶନ ଆଳରେ ଠକେଇ, ସାଇବର ଠକଙ୍କୁ ବାନ୍ଧିଲା ପୋଲିସ
ଅତାବିରା,୨୩ା୮(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲାର ବିଭିନ୍ନ କଲେଜ ଛାତ୍ରୀଛାତ୍ରଙ୍କ ଆଡ୍ମିଶନ ଆଳରେ ଠକେଇ କରି ଚାଲିଥିବା ଜଣେ ସାଇବର ଠକଙ୍କୁ ଅତାବିରା ପୋଲିସ ଗିରଫ କରିଛି। ଗିରଫ…
ଧୋଇଗଲା ୨୦ ଫୁଟର ରାସ୍ତା, ଝରିଗାଁ-ଡାବୁଗାଁ ମୁଖ୍ୟ ରାସ୍ତାରେ ଯାତାୟାତ ବନ୍ଦ
ଝରିଗାଁ,୨୩ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଲଗାଣ ବର୍ଷା ଯୋଗୁ ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ଚିକିଲି ନଦୀର ସୁରକ୍ଷା ପାଚେରୀ ସହ…
ଚିନିର ମୂଲ୍ୟ କିଲୋଗ୍ରାମ ପିଛା ୨୦ଟଙ୍କାରେ ପହଞ୍ଚିବା ପରେ କ’ଣ କହିଥିଲେ ଅଟଳ ବିହାରୀ ବାଜପେୟୀ? ଭିଡ଼ିଓ ହେଉଛି ଭାଇରାଲ, ତେଜିଲାଣି ରାଜନୀତି!
ନୂଆଦିଲ୍ଲୀ,୨୩।୮: ଚିନିର ମୂଲ୍ୟ ବୃଦ୍ଧି ପୁଣି ଥରେ ସାଧାରଣ ଲୋକଙ୍କ ବଜେଟକୁ ବାଧା ଦେବା ଆରମ୍ଭ କରିଛି। ଦେଶର ଅନେକ ରାଜ୍ୟରେ ଚିନିର ମୂଲ୍ୟ ପ୍ରତି କିଲୋଗ୍ରାମ…
Archives

