ଟଙ୍କା, ପ୍ରେମ ପ୍ରମୁଖ କାରଣ

ଅନୁଗୋଳ ଅଫିସ,୨୫।୪: ଚୋରା ମଦ ବ୍ୟବସାୟରୁ ମିଳିଥିବା ଲାଭ ଟଙ୍କା ନ ଦେବା ଓ ସହଯୋଗୀଙ୍କ ବାନ୍ଧବୀଙ୍କୁ ପ୍ରେମ ହିଁ ଅନୁଗୋଳ ଥାନା ହୁଲୁରୁସିଂହାର ପ୍ରକାଶ ବେହେରା (୩୮)ଙ୍କ ହତ୍ୟାର ପ୍ରମୁଖ କାରଣ। ଅନୁଗୋଳ ଥାନା ପୋଲିସ ସୋମବାର ଏକ ଖବରଦାତା ସମ୍ମିଳନୀରେ ଏପରି ତଥ୍ୟ ରଖିବା ସହ ଏହି ବହୁ ଚର୍ଚ୍ଚିତ ହତ୍ୟା ଘଟଣା ଉପରୁ ପରଦା ଉଠାଇଛି। ଏଥିସହ ହତ୍ୟକାଣ୍ଡ ଘଟାଇଥିବା ମୁଖ୍ୟ ଅଭିଯୁକ୍ତ ତଥା ପ୍ରକାଶର ବ୍ୟବସାୟିକ ସହଯୋଗୀ ଘାଷିସାହିର ବାବୁ ଓରଫ କରନ୍‌ ମୁଖୀ(୨୧) ଓ ବାବୁଙ୍କୁ ସହାୟତା କରିଥିବା ଘାଷିସାହିର କାହ୍ନୁ ମୁଖୀ(୨୩)ଙ୍କୁ ଗିରଫ କରିଛି। ହତ୍ୟା ଯୋଜନା ବିଷୟରେ ଜାଣିଥିବା ଓ ସେଥିରେ ସାମିଲ ଥିବା ଅଭିଯୋଗରେ ବାବୁଙ୍କ ବାନ୍ଧବୀ (ପ୍ରେମିକା) ଏବଂ ମୃତ ପ୍ରକାଶଙ୍କ ସୁନା ଚେନ୍‌ ରଖିଥିବାରୁ ଜଣେ ମହିଳାଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତଙ୍କ ନିକଟରୁ ୫ଟି ମୋବାଇଲ, ଗୋଟିଏ ସୁନା ଚେନ୍‌ ଓ ହତ୍ୟାରେ ବ୍ୟବହୃତ ଛୁରି, କଟୁରିକୁ ଜବତ କରାଯାଇଥିବା ଅନୁଗୋଳ ଆଡିଶନାଲ ଏସ୍‌ପି ସୁରେଶ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଏହି ଖବରଦାତା ସମ୍ମିଳନୀରେ ଏସ୍‌ଡିପିଓ ରମାକାନ୍ତ ମାହାଳିକ, ଥାନା ଅଧିକାରୀ ପ୍ରଭାତ ତ୍ରିପାଠୀ ଉପସ୍ଥିତ ଥିଲେ।
ପୋଲିସ କହିଛି, ହୁଲୁରୁସିଂହାର ପ୍ରକାଶଙ୍କୁ ଗତ ଶୁକ୍ରବାର ରାତିରେ ଘାଷିସାହି ଖେଳପଡ଼ିଆଠାରେ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା କରାଯାଇଥିଲା। ଏ ନେଇ ତାଙ୍କ ସ୍ତ୍ରୀ ରିଙ୍କି ବେହେରା ଥାନାରେ ଅଭିଯୋଗ କରିବା ପରେ ନଂ. ୨୦୦/୨୩ରେ ମାମଲା ରୁଜୁ ସହ ତଦନ୍ତ ଆରମ୍ଭ କରାଯାଇଥିଲା। ପ୍ରକାଶଙ୍କ ମୋବାଇଲକୁ କେଉଁମାନେ କଲ୍‌ କରିଥିଲେ ସେଠାରୁ ହିଁ ଖୋଳତାଡ କରାଯାଇଥିଲା। କଲ୍‌ ଡିଟେଲ୍ସରୁ ମୁଖ୍ୟ ଅଭିଯୁକ୍ତ ବାବୁ ଓ ଜଣେ ମହିଳାଙ୍କ ଫୋନରୁ ମଧ୍ୟ କଲ୍‌ ଆସିଥିବା ଜଣାପଡ଼ିଥିଲା। ତାହାକୁ ଆଧାର କରି ତଦନ୍ତ ଆଗକୁ ବଢ଼ିଥିଲା। ପ୍ରଥମେ ବାବୁଙ୍କୁ ଥାନାକୁ ଆଣି ପଚରା ଉଚରା କରାଯାଇଥିଲା। ସେ ଏଥିରେ ସମ୍ପୃକ୍ତ ନ ଥିବା ପ୍ରଥମେ କହିଥିଲେ। ଅଧିକ ପଚରା ଉଚରା ପରେ ସେ ଏକା ଏହି ହତ୍ୟାକାଣ୍ଡ ଘଟାଇଥିବା କହିଥିଲେ। ଏହାପରେ ତାଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିଲା। କିନ୍ତୁ ରିମାଣ୍ଡରେ ଆଣି ଅଧିକ ଜେରା ପରେ ହତ୍ୟା ଘଟଣା ଉପରୁ ସମ୍ପୂର୍ଣ୍ଣ ପରଦା ଉଠିଥିଲା। ପ୍ରକାଶଙ୍କର ଏକ ବ୍ରଏଲର ପଏଣ୍ଟ ଥିଲେ ବି ସେ ଓ ବାବୁ ମିଶି ଚୋରା ମଦ ବ୍ୟବସାୟ କରୁଥିଲେ। ହେଲେ ଲାଭ ଟଙ୍କାକୁ ନେଇ ତିକ୍ତତା ଦେଖାଦେଇଥିଲା। ପ୍ରକାଶ ଲାଭ ଟଙ୍କା ବାବୁଙ୍କୁ ଦେଇ ନ ଥିଲେ। ବିଭିନ୍ନ ଆଳ ଦେଖାଇ ଦିନ ଗଡ଼ାଇ ଚାଲିଥିଲେ। ଫଳରେ ବାବୁ ପ୍ରତିଶୋଧ ନେବାକୁ ସୁଯୋଗ ଖୋଜୁଥିଲେ। ଇତିମଧ୍ୟରେ ବାବୁଙ୍କ ବାନ୍ଧବୀଙ୍କ ସହ ପ୍ରକାଶଙ୍କ ସମ୍ପର୍କ ଗଢ଼ି ଉଠିଥିଲା। ଏହା ବାବୁଙ୍କୁ ଆହୁରି ରକ୍ତମୁଖା କରିଦେଇଥିଲା। ଶୁକ୍ରବାର ରାତିରେ ବାବୁ କୌଣସି କଥା କହି ପ୍ରକାଶଙ୍କୁ ଘାଷିସାହି ଖେଳପଡ଼ିଆକୁ ଡାକିଥିଲେ। ସେଠାରେ ତାଙ୍କୁ ମୋବାଇଲରେ କିଛି ଦେଖାଇଥିଲେ। ପ୍ରକାଶ ମୋବାଇଲ ଦେଖିବା ସମୟରେ ବାବୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ପ୍ରକାଶ ଦୌଡ଼ି ଚାଲିଯିବାକୁ ବସିଥିବାବେଳେ ପୂର୍ବରୁ ଲୁଚି ରହିଥିବା ବାବୁଙ୍କ ସହଯୋଗୀ କାହ୍ନୁ ତାଙ୍କୁ ଆଉ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଏହାପରେ ବାବୁ ଓ କାହ୍ନୁ ଦୁହେଁ ମିଶି ଗୋଡ଼ାଇ ଗୋଡ଼ାଇ ହାଣି ଚାଲିଥିଲେ। ପ୍ରକାଶଙ୍କ ମୃତ୍ୟୁ ହୋଇଯିବା ପରେ ଦୁଇ ଅଭିଯୁକ୍ତ ବ୍ୟବହୃତ ଅସ୍ତ୍ରକୁ ଲିଙ୍ଗରା ନାଳରେ ଲୁଚାଇ ପଳାଇ ଯାଇଥିଲେ। କିଛି ସମୟ ପରେ ବାବୁ ଘଟଣାସ୍ଥଳକୁ ଆସି ଅନ୍ୟମାନଙ୍କ ପରି ପ୍ରକାଶଙ୍କ ମୃତଦେହ ଦେଖିଥିଲେ। ବାବୁ ଧରାପଡ଼ିବା ପରେ ପ୍ରକାଶଙ୍କ ସୁନା ଚେନ୍‌ ଜଣେ ମହିଳାଙ୍କ ନିକଟରେ ଲୁଚାଇଥିବା ପୋଲିସକୁ କହିଥିଲେ। ପୋଲିସ ଉକ୍ତ ସୁନା ଚେନ୍‌ ଜବତ କରିବା ସହ ସମ୍ପୃକ୍ତା ମହିଳାଙ୍କୁ ଗରିଫ କରିଥିଲା। ଅଭିଯୁକ୍ତଙ୍କ ବାନ୍ଧବୀ ହତ୍ୟା ଯୋଜନା ସମ୍ପର୍କରେ ଅବଗତ ରହିବା ସହ ସେଥିରେ ସାମିଲ ଥିବାରୁ ତାଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ଘଟଣାର ତଦନ୍ତ ଏସ୍‌ଆଇ ଶଶିଭୂଷଣ ବେହେରାଙ୍କୁ ପ୍ରଦାନ କରାଯାଇଥିବା ପୋଲିସ ପ୍ରକାଶ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?