Posted inଜାତୀୟ

ଚିପ୍ସ-ବିସ୍କୁଟ୍‌ ପ୍ୟାକେଟ୍‌ରେ ଲାଗିବ ଲାଲ୍‌ ଚେତାବନୀ ଚିହ୍ନ, ଚିନି-ଲୁଣ-ଫ୍ୟାଟ୍‌ ଅଧିକ ଥିଲେ ଗ୍ରାହକଙ୍କୁ ମିଳିବ ସୂଚନା

ନୂଆଦିଲ୍ଲୀ,୨୬।୧୧: ବଜାରରୁ ଚିପ୍ସ, ବିସ୍କୁଟ୍‌ କିମ୍ବା ଅନ୍ୟ ପ୍ୟାକେଟ୍‌ ଖାଦ୍ୟ ସାମଗ୍ରୀ କିଣିବା ସମୟରେ ଏଣିକି ପ୍ୟାକେଟ୍‌ ପଛପଟେ ଲେଖା ଛୋଟ ଅକ୍ଷର ପଢ଼ିବାକୁ ପଡ଼ିବନି । ଖାଦ୍ୟରେ ଅଧିକ ଚିନି, ଲୁଣ ଓ ସାଚୁରେଟେଡ୍‌ ଫ୍ୟାଟ୍‌ ରହିଥିଲେ ପ୍ୟାକେଟ୍‌ର ସାମ୍ନା ପଟେ ସ୍ପଷ୍ଟ ଭାବେ ଚେତାବନୀ ଲେଖିବାକୁ ପଡ଼ିବ । ଏନେଇ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ।

ସମ୍ବିଧାନ ଦିବସ ଅବସରରେ ନଭେମ୍ବର ୨୬ ତାରିଖରେ ଜଷ୍ଟିସ୍‌ ଜେ.ବି. ପାର୍ଦିୱାଲା ଓ ଜଷ୍ଟିସ୍‌ କେ. ବିନୋଦ ଚନ୍ଦ୍ରନଙ୍କ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି । ସମ୍ବିଧାନରେ ସ୍ୱାସ୍ଥ୍ୟର ଅଧିକାରକୁ ଗୁରୁତ୍ୱ ଦିଆଯାଇଥିବାରୁ ଏହି ନିଷ୍ପତ୍ତି ପାଇଁ ସମ୍ବିଧାନ ଦିବସଠାରୁ ଭଲ ଦିନ ଆଉ କିଛି ହୋଇନପାରେ ବୋଲି କୋର୍ଟ କହିଛନ୍ତି । ସୁପ୍ରିମକୋର୍ଟ ଫୁଡ୍‌ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ୍‌ ଅଥରିଟି ଅଫ୍‌ ଇଣ୍ଡିଆ (FSSAI)କୁ ଏନେଇ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ନୂଆ ନିୟମ ଅନୁସାରେ, ଖାଦ୍ୟରେ ଅଧିକ ଫ୍ୟାଟ୍‌, ଚିନି ଓ ଲୁଣ ଥିଲେ ପ୍ରତ୍ୟେକ ପାଇଁ ଅଲଗା ଅଲଗା ଲାଲ୍‌ ରଙ୍ଗର ଷଟ୍‌କୋଣ ଚିହ୍ନ ଲଗାଇବାକୁ ପଡ଼ିବ। ଏଥିରେ ବଡ଼ ଅକ୍ଷରରେ ‘HIGH FAT’, ‘HIGH SUGAR’ କିମ୍ବା ‘HIGH SALT’ ଲେଖାଯିବ।

ଏହି ଲାଲ୍‌ ଚିହ୍ନର ଆକାର ପ୍ୟାକେଟ୍‌ର ସାମ୍ନା ପଟର ଅତିକମ୍‌ରେ ୪ରୁ ୫ ପ୍ରତିଶତ ରହିବ । ଯାହାଦ୍ୱାରା ଗ୍ରାହକ ଦୂରରୁ ମଧ୍ୟ ଏହାକୁ ସହଜରେ ଦେଖିପାରିବେ। କେଉଁ ଖାଦ୍ୟରେ କେତେ ପରିମାଣ ଚିନି, ଲୁଣ ଓ ଫ୍ୟାଟ୍‌ ରହିଲେ ଚେତାବନୀ ଲଗାଯିବ, ତାହାର ସୀମା ନୂଆ କରି ସ୍ଥିର କରିବାକୁ କୋର୍ଟ କହିଛନ୍ତି । କେବଳ ଖାଦ୍ୟରେ ମିଶାଯାଇଥିବା ଚିନି ନୁହେଁ, ବରଂ ମୋଟ ଚିନି, ସାଚୁରେଟେଡ୍‌ ଫ୍ୟାଟ୍‌ ଓ ଲୁଣର ପରିମାଣକୁ ଆଧାର କରି ଚେତାବନୀ ଦେବାକୁ ପଡ଼ିବ। ଏଥିପାଇଁ DGI 2024ର ଟେବୁଲ୍‌ 15.1କୁ ଯଥାବତ୍‌ ଲାଗୁ ନକରି ନୂଆ ସୀମା ନିର୍ଦ୍ଧାରଣ କରିବାକୁ କୋର୍ଟ ସ୍ପଷ୍ଟ କରିଛନ୍ତି।

ନୂଆ ନିୟମର ଡ୍ରାଫ୍ଟ ପ୍ରସ୍ତୁତ କରିବା ପାଇଁ FSSAIକୁ ୪ ମାସ ସମୟ ଦିଆଯାଇଛି । ଏହି କାର୍ଯ୍ୟରେ କୌଣସି ପ୍ରକାର ବିଳମ୍ବକୁ ବରଦାସ୍ତ କରାଯିବ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି । ଏଥିସହ ୧୦ ସପ୍ତାହ ପରେ ଏହି ନିୟମ ପ୍ରସ୍ତୁତିରେ ହୋଇଥିବା ଅଗ୍ରଗତି ସମ୍ପର୍କରେ କୋର୍ଟରେ ରିପୋର୍ଟ ଦାଖଲ କରିବାକୁ ମଧ୍ୟ FSSAIକୁ ନିର୍ଦ୍ଦେଶ ଦିଆଯାଇଛି।

କେବଳ ପ୍ୟାକେଟ୍‌ରେ ଚେତାବନୀ ଲଗାଇଦେଲେ ହେବନି, ପିଲାମାନଙ୍କୁ ମଧ୍ୟ ସୁସ୍ଥ ଖାଦ୍ୟ ଅଭ୍ୟାସ ସମ୍ପର୍କରେ ସଚେତନ କରିବାକୁ କୋର୍ଟ ଗୁରୁତ୍ୱ ଦେଇଛନ୍ତି। ଦେଶର ସ୍କୁଲଗୁଡ଼ିକରେ ପୋଷଣ ସମ୍ପର୍କିତ ଶିକ୍ଷା ଲାଗୁ କରିବା ସହ ପାଠ୍ୟକ୍ରମରେ ଆବଶ୍ୟକ ପରିବର୍ତ୍ତନ ଓ ସ୍ୱତନ୍ତ୍ର କର୍ମଶାଳା ଆୟୋଜନ କରିବାକୁ କୁହାଯାଇଛି। ପିଲାଦିନରୁ ସୁସ୍ଥ ଖାଦ୍ୟାଭ୍ୟାସ ସମ୍ପର୍କରେ ସଚେତନତା ସୃଷ୍ଟି ହେଲେ ଭବିଷ୍ୟତ ପିଢ଼ି ଜଙ୍କ୍‌ ଫୁଡ୍‌ର କୁପ୍ରଭାବରୁ ଦୂରେଇ ରହିପାରିବେ ବୋଲି କୋର୍ଟ ଆଶା ପ୍ରକାଶ କରିଛନ୍ତି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦ୍ୱିତୀୟ ଟେଷ୍ଟ ମଧ୍ୟ ମିସ କରିପାରନ୍ତି ମହମ୍ମଦ ସିରାଜ! ଗମୋର୍ନେ ମର୍କେଲ ଦେଲେ ଏମିତି ସଙ୍କେତ

ନୂଆଦିଲ୍ଲୀ,୨୬।୧୧: ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ପରସ୍ପରକୁ ଭେଟିବେ। ପ୍ରଥମ ଟେଷ୍ଟ ପାଇଁ ଚୂଡ଼ାନ୍ତ ଏକାଦଶରୁ ଦ୍ରୁତ ବୋଲର…

ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ବିଜୟର ‘ଛକା’ ମାରିଲା ମୁମ୍ବାଇ , କଲା ୮୬ ରନର ଏକ ଚମତ୍କାର ବିଜୟ

ନୂଆଦିଲ୍ଲୀ,୨୬।୧୧: ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ମୁମ୍ବାଇ ଏକ ‘ଛକା’ ମାରିଛି। ଅର୍ଥାତ ସେମାନେ ନିଜର ଷଷ୍ଠ ବିଜୟ ହାସଲ କରିଛନ୍ତି। ଗୁରୁବାର ସୟଦ ମୁସ୍ତାକ ଅଲି ଟ୍ରଫିରେ,…

ଆମେରିକାର ଟାରିଫ୍‌ ଉପରେ ଚାଇନାର କଡ଼ା ପ୍ରତିକ୍ରିୟା, ଭୁଲ ପଦକ୍ଷେପ ପ୍ରତ୍ୟାହାର କର, ନଚେତ୍‌…

ବେଜିଂ,୨୬ା୧୧: ନୂଆ ଟାରିଫ୍‌ ବା ଶୁଳ୍କ ଲାଗୁ କରିବା ପାଇଁ ଆମେରିକାର ପ୍ରସ୍ତାବକୁ ଚାଇନା ଦୃଢ଼ ବିରୋଧ କରିଛି। ଗୁରୁବାର ଚାଇନା ଆମେରିକାକୁ ତା’ର ଭୁଲ୍‌ ଅଭ୍ୟାସ…

IPL 2027: ରୋହିତ ଶର୍ମା ହେବେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ? ଚର୍ଚ୍ଚା ସୃଷ୍ଟି କରିଛି ଏକ ରହସ୍ୟମୟ ପୋଷ୍ଟ; ପ୍ରଶଂସକ ଦ୍ୱନ୍ଦ୍ୱରେ

ନୂଆଦିଲ୍ଲୀ,୨୬।୧୧: IPL 2027ରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ କିଏ ହେବେ, ସେ ନେଇ ରହିଥିବା ରହସ୍ୟ ଏବେ ମଧ୍ୟ ଜାରି ରହିଛି। ଦଳରୁ ହାର୍ଦ୍ଦିକ ପାଣ୍ଡ୍ୟା ବିଦାୟ…

୧୭ ବର୍ଷର ଅପେକ୍ଷାର ହେବ ଅନ୍ତ! ଟିମ୍‌ଇଣ୍ଡିଆ ପାଇଁ କର ବା ମର ପରିସ୍ଥିତି

ହେଗଲି ଓଭାଲ୍‌,୨୬।୧୧: ନ୍ୟୁଜିଲାଣ୍ଡ ବିପକ୍ଷରେ ହେଗଲି ଓଭାଲ୍‌ରେ ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଥିବା ଦ୍ୱିତୀୟ ତଥା ଶେଷ ଟେଷ୍ଟ ମ୍ୟାଚ୍‌ରେ ଭାରତୀୟ ଦଳର ଯୁବ ପେସ ବୋଲର…

ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ବାପା ହେଲେ ମିଳିବ ୧୫ ଦିନର ଛୁଟି

ଚେନ୍ନାଇ, ୨୬।୧୧: ସନ୍ତାନ ଜନ୍ମ ସମୟରେ ପୁରୁଷ ସରକାରୀ କର୍ମଚାରୀଙ୍କୁ ମିଳିବ ୧୫ ଦିନର ପିତୃତ୍ୱ ଛୁଟି । ଏଭଳି ଏକ ବଡ଼ ଘୋଷଣା କରିଛନ୍ତି ତାମିଲନାଡୁର…

ସ୍ତ୍ରୀ, ଦେଢ଼ଶାଶୁଙ୍କୁ ହତ୍ୟା ଉଦ୍ୟମ କରି ସ୍ବାମୀ ଗଲେ ଜେଲ୍‌

ଦିଗପହଣ୍ଡି,୨୬ା୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଆମ୍ବଗାଁର ଡମ୍ବରୁ ସାହୁ(୪୫)ଙ୍କୁ କେ. ନୂଆଗାଁ ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। କେସ୍‌…

୭ ଦଫା ଦାବି ନେଇ ଅଙ୍ଗନବାଡ଼ି କର୍ମୀ-ସହାୟିକାଙ୍କ ଅନିର୍ଦ୍ଦିଷ୍ଟ କାଳ କାର୍ଯ୍ୟବନ୍ଦ ଆନ୍ଦୋଳନ: ଦାବି ପୂରଣ ନ ହେଲେ…

ବଡ଼ଗାଁ,୨୬।୧୧(ଅଶୋକ ଷଡ଼ଙ୍ଗୀ): ବାରମ୍ବାର ଦାବି ଓ ଆନ୍ଦୋଳନ ସତ୍ତ୍ୱେ ସରକାର ଗୁହାରି ଶୁଣୁ ନ ଥିବା ଅଭିଯୋଗ କରି ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?