କୋଟିଆରେ ଓଡ଼ିଆ ଅସ୍ମିତାର ସ୍ବର: ରାଜ୍ୟସ୍ତରୀୟ କବିତା ପାଠୋତ୍ସବ, ସାରସ୍ବତ ଆସର

କୋରାପୁଟ,୨୬।୧୧(ଅମିତାଭ ବେହେରା): ଓଡ଼ିଆ ଭାଷା, ସାହିତ୍ୟ ଓ ଜଗନ୍ନାଥ ସଂସ୍କୃତି ପ୍ରତି ଅନୁରାଗ ବୃଦ୍ଧି ସହ ସୀମାନ୍ତ ଅଞ୍ଚଳରେ ଓଡ଼ିଆ ଅସ୍ମିତାକୁ ସୁଦୃଢ଼ କରିବା ଲକ୍ଷ୍ୟରେ କୋଟିଆଠାରେ ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ଓ ସାରସ୍ବତ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ସାହିତ୍ୟ ଏକାଡେମୀ ଓ ମାତୃଭୂମି ମାତୃଭାଷା ପରିବାରର ମିଳିତ ସହଯୋଗରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଅବସରପ୍ରାପ୍ତ ଅତିରିକ୍ତ ଜିଲାପାଳ ପଦ୍ମନାଭ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ତଥା ଜନଜାତି ଗବେଷକ ଡ. ଜଗବନ୍ଧୁ ସାମଲ ଯୋଗଦେଇ କୋଟିଆବାସୀଙ୍କ ସହ ନିରନ୍ତର ସମ୍ପର୍କ ସ୍ଥାପନ, ପଟ୍ଟାଙ୍ଗୀ ବ୍ଲକର ବିଦ୍ୟାଳୟଗୁଡ଼ିକରେ ଓଡ଼ିଆ ଶିକ୍ଷକ ନିଯୁକ୍ତି ଏବଂ କୋଟିଆ ଗ୍ରାମପୁଞ୍ଜର ସ୍କୁଲଗୁଡ଼ିକୁ ଅଧିକ ସଂଖ୍ୟାରେ ଶିଶୁଲେଖା ଯୋଗାଇଦେବା ଉପରେ ଗୁରୁତ୍ୱ ଦେଇଥିଲେ। ସମ୍ମାନିତ ଅତିଥି ଅତିରିକ୍ତ ତହସିଲଦାର ସ୍ବାଗତିକା ରାଉତ ଓ ଓଡ଼ିଶା ସାହିତ୍ୟ ଏକାଡେମୀର ଉପସଚିବ ତଥା କବି ସଞ୍ଜୟ କୁମାର ଛୁଆଳସିଂହ ଯୋଗ ଦେଇଥିଲେ। ଏକାଡେମୀର ଉପସଚିବ ମାତୃଭୂମି ମାତୃଭାଷା ପରିବାରର ‘ସୀମାନ୍ତ ସମ୍ପର୍କ ଓ ସୁରକ୍ଷା ଅଭିଯାନ’କୁ ପ୍ରଶଂସା କରିବା ସହ ଆଗାମୀ ଦିନରେ ଏକାଡେମୀର ସହଯୋଗ ଜାରି ରହିବ ବୋଲି କହିଥିଲେ।

ଅବସରପ୍ରାପ୍ତ ପ୍ରାଧ୍ୟାପକ ତଥା ସଂସ୍କୃତ ବିଦ୍ୱାନ ଡ. ସୁରେନ୍ଦ୍ରନାଥ ଷଡ଼ଙ୍ଗୀ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। କବି ସୁକୁମାର ବିଶ୍ୱାଳ ସ୍ବାଗତ ଭାଷଣ ଦେଇଥିବା ବେଳେ ସ୍ତମ୍ଭକାର ଉପେନ୍ଦ୍ର ବିଶ୍ୱାଳ ସଂଗଠନର ରୂପରେଖ ଓ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ରଖିଥିଲେ। ନାଟ୍ୟକାର ଅଜିତ କୁମାର ଜେନା ମଞ୍ଚ ପରିଚାଳନା କରିଥିଲେ। ଦ୍ୱିତୀୟ ଅଧିବେଶନରେ ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ହୋଇଥିଲା। କବୟିତ୍ରୀ ସୁସ୍ମିତା ମହାପାତ୍ର ଓ ବଂଶୀଧର ମହାପାତ୍ର ଏହାକୁ ସଞ୍ଚାଳନ କରିଥିଲେ। କବି ରଜତ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରଥମ ଅଧିବେଶନରେ ସାମୁହିକ ବନ୍ଦେ ଉତ୍କଳ ଜନନୀ ଓ ଶେଷରେ ବନ୍ଦେ ମାତରମ୍‌ ଗାନ ସହ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ଅଖିଳେଶ ଯାଦବ ଆଗକୁ ଯାଇ ଆହୁରି ବହୁତ କିଛି ହେବେ, ଏପରିକି ମୁଖ୍ୟମନ୍ତ୍ରୀ ପଦଠାରୁ ମଧ୍ୟ ଉର୍ଦ୍ଧ୍ୱକୁ ଯିବେ’, ଆଜମ ଖାନ

ଲକ୍ଷ୍ନୌ,୨୬।୧୧: ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଆଜମ ଖାନ ଦଳର ମୁଖ୍ୟ ଅଖିଳେଶ ଯାଦବଙ୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ ଅଖିଳେଶ…

ନିଲାମୀ ପୂର୍ବରୁ ମହମ୍ମଦ ଆଜହରୁଦ୍ଦିନଙ୍କ ଧମାକା: ୫୭ ବଲ୍‌ରେ କଲେ କମାଲ୍‌

ନୂଆଦିଲ୍ଲୀ,୨୬।୧୧: ସୟଦ ମୁସ୍ତାକ ଅଲୀ ଟ୍ରଫି ୨୦୨୬ରେ ଚମତ୍କାର ବ୍ୟାଟିଂ କରିଛନ୍ତି କେରଳର ଓପନର ମହମ୍ମଦ ଆଜହରୁଦ୍ଦିନ। ହିମାଚଳ ପ୍ରଦେଶ ବିପକ୍ଷ ମ୍ୟାଚ୍‌ରେ ସେ ମାତ୍ର ୫୭ଟି…

ମହିଳା ସରପଞ୍ଚଙ୍କ ଘର ଉପରକୁ ବୋମାମାଡ଼, ଆତ୍ମାହୁତି ଧମକ

କଟକ ସଦର,୨୬ା୧୧(ସୁଶାନ୍ତ କୁମାର ଜେନା): କଟକ ସଦର ବ୍ଲକ ଅନ୍ତର୍ଗତ ଗତି ରାଉତ ପାଟଣା ସରପଞ୍ଚଙ୍କ ଘର ଉପରକୁ ମଙ୍ଗଳବାର ରାତିରେ ବୋମାମାଡ଼ ହୋଇଥିବା ଥାନାରେ ଅଭିଯୋଗ…

IPL ମିନି ଅକ୍ସନ୍‌ରେ ବାପା-ପୁଅ ଯୋଡ଼ି: ଜାଣନ୍ତୁ ଉଭୟଙ୍କ ବୟସ ମଧ୍ୟରେ କେତେ ଅଛି ପାର୍ଥକ୍ୟ

ନୂଆଦିଲ୍ଲୀ,୨୬।୧୧: ଆଇପିଏଲ୍‌ର ଆଗାମୀ ସିଜନ ପାଇଁ ଡିସେମ୍ବର ୧୬, ୨୦୨୬ରେ ଗୋଆରେ ମିନି ଅକ୍ସନ ଅନୁଷ୍ଠିତ ହେବ। ଏହି ନିଲାମ ପାଇଁ ଆଇପିଏଲ ପକ୍ଷରୁ ଖେଳାଳିଙ୍କ ତାଲିକା…

ପିଲାମାନେ ଟ୍ୟାବଲେଟ ବଦଳରେ ଏବେ ଖାତା ପେନସିଲରେ ପଢିବେ ପାଠ, ବଦଳିଲା କରୋନା ପରର ନିୟମ!

ଓସଲେ,୨୬।୧୧: ନରୱେ, ଯେଉଁ ଦେଶ ଦିନେ ଡିଜିଟାଲ ଶିକ୍ଷାକୁ ପ୍ରୋତ୍ସାହିତ କରୁଥିଲା, ବର୍ତ୍ତମାନ ସେ ନିଜର ଏହି ପନ୍ଥା ଉପରେ ପୁନବିର୍ଚାର କରୁଛି। ଜଣେ ଶିକ୍ଷକ, ଯିଏ…

ଦ୍ୱିତୀୟ ଟେଷ୍ଟ ମଧ୍ୟ ମିସ କରିପାରନ୍ତି ମହମ୍ମଦ ସିରାଜ! ଗମୋର୍ନେ ମର୍କେଲ ଦେଲେ ଏମିତି ସଙ୍କେତ

ନୂଆଦିଲ୍ଲୀ,୨୬।୧୧: ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ପରସ୍ପରକୁ ଭେଟିବେ। ପ୍ରଥମ ଟେଷ୍ଟ ପାଇଁ ଚୂଡ଼ାନ୍ତ ଏକାଦଶରୁ ଦ୍ରୁତ ବୋଲର…

ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ବିଜୟର ‘ଛକା’ ମାରିଲା ମୁମ୍ବାଇ , କଲା ୮୬ ରନର ଏକ ଚମତ୍କାର ବିଜୟ

ନୂଆଦିଲ୍ଲୀ,୨୬।୧୧: ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ମୁମ୍ବାଇ ଏକ ‘ଛକା’ ମାରିଛି। ଅର୍ଥାତ ସେମାନେ ନିଜର ଷଷ୍ଠ ବିଜୟ ହାସଲ କରିଛନ୍ତି। ଗୁରୁବାର ସୟଦ ମୁସ୍ତାକ ଅଲି ଟ୍ରଫିରେ,…

IPL 2027: ରୋହିତ ଶର୍ମା ହେବେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ? ଚର୍ଚ୍ଚା ସୃଷ୍ଟି କରିଛି ଏକ ରହସ୍ୟମୟ ପୋଷ୍ଟ; ପ୍ରଶଂସକ ଦ୍ୱନ୍ଦ୍ୱରେ

ନୂଆଦିଲ୍ଲୀ,୨୬।୧୧: IPL 2027ରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ କିଏ ହେବେ, ସେ ନେଇ ରହିଥିବା ରହସ୍ୟ ଏବେ ମଧ୍ୟ ଜାରି ରହିଛି। ଦଳରୁ ହାର୍ଦ୍ଦିକ ପାଣ୍ଡ୍ୟା ବିଦାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?