Posted inTrending, ଖେଳ

୧୪୯ ବର୍ଷ ଟେଷ୍ଟ କ୍ରିକେଟ୍‌ ଇତିହାସରେ ପ୍ରଥମଥର ଘଟିଲା ଏମିତି! ଏହି କ୍ରିକେଟର୍‌ ରଚିଲେ ଇତିହାସ

ସେଞ୍ଚୁରିଅନ,୨୬।୧୧: ଟେଷ୍ଟ କ୍ରିକେଟ ଇତିହାସରେ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ଦକ୍ଷିଣ ଆଫ୍ରିକାର ଅଲରାଉଣ୍ଡର ବିୟାନ ମୁଲ୍ଡର। ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଦମଦାର ପ୍ରଦର୍ଶନ କରି ସେ ଇତିହାସ ରଚିଛନ୍ତି। ପ୍ରଥମ ଇନିଂସରେ ଶତକ ହାସଲ କରିବା ସହ ଦ୍ୱିତୀୟ ଇନିଂସରେ ୭ଟି ଉଇକେଟ ନେଇଛନ୍ତି ମୁଲ୍ଡର। ଏଥିସହ ଟେଷ୍ଟ କ୍ରିକେଟ୍‌ର ୧୪୯ ବର୍ଷର ଇତିହାସରେ ଗୋଟିଏ ମ୍ୟାଚ୍‌ରେ ଶତକ ଏବଂ ୭ ଉଇକେଟ ନେବାରେ ସେ ପ୍ରଥମ ଖେଳାଳି ହୋଇଛନ୍ତି।

ବଲ ହାତରେ ମୁଲ୍ଡରଙ୍କ ଘାତକ ବୋଲିଂ ଆଗରେ ବାଂଲାଦେଶର ବ୍ୟାଟରମାନେ ତିଷ୍ଠି ପାରି ନ ଥିଲେ। ଦ୍ୱିତୀୟ ଇନିଂସରେ ସେ ତଞ୍ଜିଦ ହାସନ (୨୯), ମୋମିନୁଲ ହକ (୦), ଅଧିନାୟକ ନଜମୁଲ ହୁସେନ ଶାନ୍ତୋ (୩୪), ଲିଟନ ଦାସ (୧୫), ଜାକେର ଅଲୀ (୨), ଶୋରିଫୁଲ ଇସଲାମ (୦) ଏବଂ ତସ୍କିନ ଅହମ୍ମଦ (୧୦)ଙ୍କୁ ଆଉଟ କରିଥିଲେ।

ମୁଲ୍ଡର କେବଳ ଦ୍ୱିତୀୟ ଇନିଂସରେ ନୁହେଁ, ପ୍ରଥମ ଇନିଂସରେ ମଧ୍ୟ ଗୋଟିଏ ୱିକେଟ ନେଇଥିଲେ। ଅଭିଜ୍ଞ ବ୍ୟାଟର ମୋମିନୁଲ ହକକୁ ମାତ୍ର ୧୮ ରନ୍‌ରେ ବୋଲ୍ଡ କରି ପ୍ୟାଭିଲିୟନ ଫେରାଇଥିଲେ। ଏହିପରି ମ୍ୟାଚ୍‌ରେ ତାଙ୍କ ମୋଟ ଉଇକେଟ ସଂଖ୍ୟା ୮ରେ ପହଞ୍ଚିଥିଲା। ବ୍ୟାଟିଂରେ ମଧ୍ୟ ମୁଲ୍ଡର ନିଜର ଦକ୍ଷତା ଦେଖାଇଥିଲେ। ପ୍ରଥମ ଇନିଂସରେ ସପ୍ତମ ସ୍ଥାନରେ ବ୍ୟାଟିଂ କରି ସେ ୧୭୮ଟି ବଲରୁ ୧୦୦ ରନ୍‌ର ଶତକୀୟ ପାଳି ଖେଳିଥିଲେ। ଏହି ଇନିଂସରେ ତାଙ୍କ ବ୍ୟାଟ୍‌ରୁ ୧୨ଟି ଚୌକା ଓ ୨ଟି ଛକା ଦେଖିବାକୁ ମିଳିଥିଲା। ଦ୍ୱିତୀୟ ଇନିଂସରେ ତାଙ୍କୁ ବ୍ୟାଟିଂ କରିବାର ସୁଯୋଗ ମିଳି ନ ଥିଲା। ମୁଲ୍ଡରଙ୍କ ଏହି ଚମତ୍କାର ଅଲରାଉଣ୍ଡ ପ୍ରଦର୍ଶନ ବଳରେ ଦକ୍ଷିଣ ଆଫ୍ରିକା ସେଞ୍ଚୁରିଅନରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ବାଂଲାଦେଶକୁ ଏକ ଇନିଂସ ଓ ୨୧୯ ରନ୍ରେ ପରାସ୍ତ କରିଥିଲା। ଏହି ବୃହତ୍ ବିଜୟ ସହିତ ଆଇସିସି ୱାଲର୍‌ଡ ଟେଷ୍ଟ ଚାମ୍ପିଅନଶିପ ୨୦୨୫-୨୭ ପଏଣ୍ଟ ଟେବୁଲରେ ଦକ୍ଷିଣ ଆଫ୍ରିକା ନିଜର ସ୍ଥିତିକୁ ଆହୁରି ମଜଭୁତ କରିଛି। ଅନ୍ୟପଟେ ବାଂଲାଦେଶ ଦଳ ତାଲିକାରେ ଆଉ ଏକ ପାହାଚ ତଳକୁ ଖସିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବନ ବିଭାଗକୁ ବଡ଼ ସଫଳତା: ସମ୍ବର ମାଂସ-ଚମଡ଼ା ଜବତ

ଅତାବିରା,୨୬।୧୧(ଯୁଧିଷ୍ଠିର ମହାପାତ୍ର):ଡେବ୍ରିଗଡ଼ ଅଭୟାରଣ୍ୟରେ ବନ୍ୟଜନ୍ତୁ ଶିକାର ଅଭିଯୋଗରେ ବନ ବିଭାଗକୁ ବଡ଼ ସଫଳତା। ବିଦ୍ୟୁତ ଫାଶ ବିଛାଇ ସମ୍ବର ଶିକାର କରିବା ଏବଂ ମାଂସ କାଟି ରଖିଥିବା…

ଅନ୍‌କ୍ୟାପ୍‌ଡ ଗ୍ରୁପ୍‌ରେ ଆର୍ଯ୍ୟବୀର ସେହ୍ବାଗ

ନୂଆଦିଲ୍ଲୀ,୨୬ା୧୧: ଆସନ୍ତା ଡିସେମ୍ବର ୧୬ରେ ହେବାକୁଥିବା ଆଇପିଏଲ୍‌ ଅକ୍ସନ ଲାଗି ପୂର୍ବତନ ଭାରତୀୟ ଓପ୍‌ନର ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ ଆର୍ଯ୍ୟବୀରଙ୍କ ସମେତ ୯୯୪ ଅନ୍‌କ୍ୟାପ୍‌ଡ ଖେଳାଳି ନାମ…

ଦେବଗୁରୁ ବୃହସ୍ପତିଙ୍କ ପଡିଲା ନଜର: ଆଜିଠୁ ଏହି ୪ ରାଶିଙ୍କ ଗୋଲଡେନ୍‌ ସମୟ ଆରମ୍ଭ, ଘରକୁ ଆସିବ ଖୁସିଖବର!

୨୬ ନଭେମ୍ବର ୨୦୨୬, ଗୁରୁବାର ଦିନ କିଛି ରାଶି ପାଇଁ ଖୁସି ଓ ସଫଳତା ନେଇ ଆସିପାରେ। ଗ୍ରହ ଓ ନକ୍ଷତ୍ରଙ୍କ ସ୍ଥିତି ଅନୁସାରେ ୪ଟି ରାଶିର…

ସୁନାମୀ ଇନିଂସର ବଡ଼ ପ୍ରଭାବ: ବୈଭବଙ୍କ ବ୍ୟାଟ ଦାମ୍‌ ୫୦୦% ବୃଦ୍ଧି, କୋହଲିଙ୍କୁ ପଛରେ ପକାଇଲେ…

ନୂଆଦିଲ୍ଲୀ,୨୬।୧୧: ମଙ୍ଗଳବାର ଦିନ ୟୁଏଇ (UAE) ବିପକ୍ଷରେ ୨୦୪ ରନର ସୁନାମୀ ଇନିଂସ ପରେ ବିଶ୍ୱ କ୍ରିକେଟ ଜଗତ ସ୍ତବ୍ଧ ହୋଇଯାଇଛି। କିନ୍ତୁ ବୈଭବ ଗତ ତିନି…

ଡିସେମ୍ବର ୪ରେ ରିଙ୍କୁ ସିଂହଙ୍କ ରାଜକୀୟ ବିବାହ, ଯୋଗଦେବେ ମୋଦି-ରାହୁଲଙ୍କ ସମେତ ୨ ହଜାର ଅତିଥି, ସାମ୍‌ନାକୁ ଆସିଲା ଲିଷ୍ଟ

ନୂଆଦିଲ୍ଲୀ,୨୬।୧୧: ମଛଲିଶହରରୁ ସମାଜବାଦୀ ପାର୍ଟିର ସାଂସଦ ପ୍ରିୟା ସରୋଜ ଏବଂ ଲୋକପ୍ରିୟ କ୍ରିକେଟର୍‌ ରିଙ୍କୁ ସିଂହ ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ସେମାନଙ୍କ ବିବାହ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଡ଼ ଚେତାବନୀ ଦେଲେ ଗାଙ୍ଗୁଲି, କ୍ରିକେଟ ଜଗତରେ ପଡିଗଲା ଚହଳ

ନୂଆଦିଲ୍ଲୀ,୨୬।୧୧: କାତାରର ରାଜଧାନୀ ଦୋହାରେ ଖେଳାଯାଉଥିବା ଏସିଆ କପ ରାଇଜିଂ ଷ୍ଟାର୍ସ ୨୦୨୬ ଟୁର୍ନାମେଣ୍ଟରେ ନଭେମ୍ବର ୨୪ ତାରିଖରେ ୟୁଏଇ ବିପକ୍ଷ ଗ୍ରୁପ ପର୍ଯ୍ୟାୟର ଶେଷ ମ୍ୟାଚରେ…

ବିଶ୍ୱ ରାଙ୍କିଙ୍ଗରେ ଇତିହାସ ରଚିଲା ଭାରତୀୟ ମହିଳା ହକି ଦଳ, ହାସଲ କଲା ଐତିହାସିକ ସଫଳତା

ନୂଆଦିଲ୍ଲୀ,୨୬।୧୧: ଭାରତର ମହିଳା ହକି ଦଳ ବିଶ୍ୱ ରାଙ୍କିଙ୍ଗରେ ଚତୁର୍ଥ ସ୍ଥାନରେ ପହଞ୍ଚି ଇତିହାସ ରଚିଛି । ଇତିହାସରେ ଏହା ପ୍ରଥମ ଥର ପାଇଁ ଘଟିଛି ଯେତେବେଳେ…

ଭାଙ୍ଗିବ ୧୭ ବର୍ଷର ରେକର୍ଡ! ଦ୍ୱିତୀୟ ଟେଷ୍ଟରେ ଟିମ ଇଣ୍ଡିଆର ବଡ଼ ଚାଲ, ଏଣ୍ଟ୍ରି କରିବେ ଏହି ଘାତକ ବୋଲର

ନୂଆଦିଲ୍ଲୀ,୨୬।୧୧: ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ହାଗଲେ ଓଭାଲରେ ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଥିବା ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚରେ ଭାରତ ଯୁବ ଦ୍ରୁତ ବୋଲର ଗୁରନୁର ବ୍ରାରଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?