Posted inଜାତୀୟ

ମୋଦିଙ୍କୁ ହତ୍ୟା କରିବାକୁ ପଡିବ, କଂଗ୍ରେସ ନେତାଙ୍କ ବିବାଦୀୟ ମନ୍ତବ୍ୟ, ମାମଲା ଦାଏର…

ଭୋପାଳ,୧୨।୧୨ : କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ରାଜା ପଟେରିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା କରିବାକୁ ପଡିବ ମନ୍ତବ୍ୟ ଦେଇଛନ୍ତି। ଏହାକୁ ନେଇ ରାଜନୈତିକ ବିବାଦ ସୃଷ୍ଟି ହୋଇଛି। ମଧ୍ୟପ୍ରଦେଶର ପାନ୍ନାରେ ଏକ ସଭାରେ ଯୋଗ ଦେଇ ଏଭଳି ବିବାଦୀୟ ମନ୍ତବ୍ୟ ଦେବା ପରେ ଭାଜପା ନେତା ତାଙ୍କୁ ଘେରିବା ଆରମ୍ଭ କରିଛନ୍ତି।

ପ୍ରକାଶ ଥାଉକି, ଯେତେବେଳେ ଏହି ପ୍ରସଙ୍ଗରେ ବିବାଦ ବଢ଼ିଥିଲା, ରାଜା ପଟେରିଆ ସ୍ପଷ୍ଟ କରିଥିଲେ ଯେ ସେ ହତ୍ୟା ବିଷୟରେ କହିନାହାଁନ୍ତି, ବରଂ ଆଗାମୀ ନିର୍ବାଚନରେ ମୋଦିଙ୍କୁ ପରାସ୍ତ କରିବା ବିଷୟରେ କହିଥିଲେ। ଏହି ପରିପ୍ରେକ୍ଷୀରେ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ତାଙ୍କ ବିରୋଧରେ ଏଫଆଇଆର ପଞ୍ଜିକରଣ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି।

ରବିବାର ପାନ୍ନାରେ ଏକ କଂଗ୍ରେସ କାର୍ଯ୍ୟକ୍ରମରେ କର୍ମୀମାନଙ୍କ ସହ ସେ ଆଲୋଚନା କରିଥିଲେ। ଭାଇରାଲ ଭିଡିଓ ଅନୁଯାୟୀ ଏଥିରେ ସେ କହିଛନ୍ତି ଯେ ମୋଦି ନିର୍ବାଚନ ଶେଷ କରିଦେବେ। ଧର୍ମ, ଜାତି, ଭାଷା ଆଧାରରେ ମୋଦି ବିଭାଜନ କରିବେ। ଦଳିତ, ଆଦିବାସୀ ଏବଂ ସଂଖ୍ୟାଲଘୁଙ୍କ ଜୀବନ ବିପଦରେ ଅଛି। ଯଦି ଆପଣ ସମ୍ବିଧାନକୁ ବଞ୍ଚାଇବାକୁ ଚାହୁଁଛନ୍ତି, ତେବେ ମୋଦିଙ୍କୁ ହତ୍ୟା କରିବାକୁ ପ୍ରସ୍ତୁତ ରୁହନ୍ତୁ, ଅର୍ଥାତର ତାଙ୍କୁ ପରାସ୍ତ କରିବାର କାର୍ଯ୍ୟ କରନ୍ତୁ ।

ଏହି ଘଟଣାକୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ନିନ୍ଦା କରିଛନ୍ତି। ସେ କହିଛନ୍ତି ଯେ ଯେଉଁମାନେ ନିଜକୁ ଭାରତ ଯୋଡୋ ଯାତ୍ରୀ ବୋଲି କହୁଛନ୍ତି ସେମାନଙ୍କ ଯୋଗ୍ୟତା ଏବେ ସାମ୍ନାକୁ ଆସିଛି। କଂଗ୍ରେସ ଲୋକମାନେ ମୋଦିଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବାରେ ଅସମର୍ଥ, ସେଥିପାଇଁ କଂଗ୍ରେସ ନେତା ତାଙ୍କୁ ହତ୍ୟା କରିବା କଥା କହୁଛନ୍ତି। କଂଗ୍ରେସର ପ୍ରକୃତ ଭାବନା ଏବେ ପ୍ରକାଶ ପାଇଛି। ଏହାକୁ ସହ୍ୟ କରାଯିବ ନାହିଁ। ଏହାପୂର୍ବରୁ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର କହିଥିଲେ ଯେ ସେ ସମ୍ମାନିତ ପାଟେରିଆଙ୍କ ବିବୃତ୍ତି ଶୁଣିଛନ୍ତି। ଏଥିରୁ ଏହା ସ୍ପଷ୍ଟ ହୋଇଛି ଯେ ଏହା ମହାତ୍ମା ଗାନ୍ଧୀଙ୍କ କଂଗ୍ରେସ ନୁହେଁ। ଏହା ହେଉଛି ଇଟାଲୀର କଂଗ୍ରେସ। ଇଟାଲୀର ମାନସିକତା ମୁସୋଲିନିଙ୍କର।

ରାଜ ପଟେରିଆ ମଧ୍ୟ ତାଙ୍କ ବିବୃତ୍ତିରେ ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି ଯେ ମୁଁ ଜଣେ ବ୍ୟକ୍ତି ଯିଏ ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ଅନୁସରଣ କରେ। ମୋର ଭାଷଣର ଉଦ୍ଦେଶ୍ୟ ନରେନ୍ଦ୍ର ମୋଦିଙ୍କୁ ହତ୍ୟା କରିବା ନୁହେଁ ବରଂ ପରବର୍ତ୍ତୀ ନିର୍ବାଚନରେ ତାଙ୍କୁ ପରାସ୍ତ କରିବା। ଏହି ପ୍ରସଙ୍ଗରେ ଭାଜପା ଅଯଥା ରାଜନୀତି କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଥାନାରେ ବିଷ ପିଇଲେ ବଳାତ୍କାର ପୀଡ଼ିତା: ତଦନ୍ତ ନିର୍ଦ୍ଦେଶ ଦେଲେ ଏସ୍‌ପି

ଲଖିମ୍‌ପୁରଖେରି,୧୩।୨: ପୋଲିସ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ଜଣେ ବଳାତ୍କାର ପୀଡ଼ିତା ଥାନାରେ ବିଷ ପିଇ ଦେଇଛନ୍ତି। ପୀଡ଼ିତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା...

ଭାବପ୍ରବଣ ହେଲେ ପ୍ରଧାନମନ୍ତ୍ରୀ ମୋଦି

ଅହମ୍ମଦାବାଦ୍‌,୩୧।୧୦:ଗୁଜରାଟର ମୋର୍‌ବି ଝୁଲା ପୋଲ ଦୁର୍ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାବପ୍ରବଣ ହୋଇପଡିଛନ୍ତି। ଜାତୀୟ ଏକତା ଦିବସ ଅବସରରେ କେଭାଡିଆରେ ଏକ ଅଭିଭାଷଣରେ ପ୍ରଧାନମନ୍ତ୍ରୀ...

ବିଦେଶୀ ମେଡିକାଲ ଛାତ୍ରୀଛାତ୍ରଙ୍କୁ ଭାରତରେ ଇଣ୍ଟର୍ନଶିପ୍‌ ଅନୁମତି

ନୂଆଦିଲ୍ଲୀ,୬।୩(ଆଇଏଏନ୍‌ଏସ୍‌): ବିଦେଶରେ ଡାକ୍ତରୀ ଶିକ୍ଷା ଗ୍ରହଣ କରିଥିବା ଛାତ୍ରୀଛାତ୍ର ଭାରତରେ ଇଣ୍ଟର୍ନଶିପ୍‌ ସମ୍ପୂର୍ଣ୍ଣ କରିପାରିବେ। କୋଭିଡ୍‌-୧୯ ମହାମାରୀ ଏବଂ ୟୁକ୍ରେନ୍‌ ସଙ୍କଟ ଆଦି ସ୍ଥିତି ଯୋଗୁ...

ଭାଜପାର ଐତିହାସିକ ବିଜୟ ପରେ ବଢିଲା ମୋଦିଙ୍କ ଲୋକପ୍ରିୟତା

ନୂଆଦିଲ୍ଲୀ,୯ ।୧୨: ଗୁଜରାଟ ନିର୍ବାଚନରେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ମିଳିଥିବା ଐତିହାସିକ ବିଜୟ ପରେ ଅନ୍ତର୍ଜାତୀୟ ଗଣମାଧ୍ୟମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱକୁ ଜନସାଧାରଣଙ୍କ ଗ୍ରହଣୀୟତାର...

କରୋନା ଯୋଗୁ ମିଳିଲାନି ଗନ୍‌ କ୍ୟାରେଜ, ଭ୍ୟାନରେ ଗଲା ପୂର୍ବତନ ରାଷ୍ଟ୍ରପତିଙ୍କ ପାର୍ଥିବ ଶରୀର

ନୂଆଦିଲ୍ଲୀ,୧।୯: ଦେଶର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କିଛିଦିନର ଅସୁସ୍ଥତା ପରେ ସୋମବାର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ବ୍ରେନ୍‌ ସର୍ଜରୀ ସହ କରୋନାରେ ଆକ୍ରାନ୍ତ...

କରପ୍‌ଶନ ରେଟ କାର୍ଡ ନେଇ କଂଗ୍ରେସକୁ ଇସିଙ୍କ ନୋଟିସ, ରବିବାର ସନ୍ଧ୍ୟା ସୁଦ୍ଧା ଜବାବ ଦେବାକୁ ନିର୍ଦ୍ଦେଶ…

ବେଙ୍ଗାଲୁରୁ,୬।୫ : କର୍ନାଟକ ବିଧାନସଭା ନିର୍ବାଚନ ମେ ୧୦ରେ ହେବାକୁ ଯାଉଛି। ଏହା ପୂର୍ବରୁ କରପ୍‌ଶନ ରେଟ କାର୍ଡ ନେଇ ନିର୍ବାଚନ କମିଶନ(ଇସି) କଂଗ୍ରେସକୁ ନୋଟିସ...

ଆଦିତ୍ୟ-ଏଲ୍‌୧ ଲଞ୍ଚ ପାଇଁ ଆମେ ପ୍ରସ୍ତୁତ: ଏସ ସୋମନାଥ

ବେଙ୍ଗାଲୁରୁ,୧।୮: ଚନ୍ଦ୍ରୟାନ-୩ ମିଶନର ସଫଳତା ପରେ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଭାରତର ପ୍ରଥମ ସୂର୍ଯ୍ୟ ମିଶନ ଆଦିତ୍ୟ-ଏଲ୍‌୧ ଲଞ୍ଚ କରିବାକୁ ଯାଉଛି। ଆଜିଠାରୁ...

ଅଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟ ଗେଟରେ ଶୁଭିଲା ‘ଅଲ୍ଲାହୁ ଅକବର’ ସ୍ଲୋଗାନ, ଯାଞ୍ଚ ନିର୍ଦ୍ଦେଶ

ଲକ୍ଷ୍ନୌ,୨୭ ।୧: ଉତ୍ତର ପ୍ରଦେଶର ଅଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟ ବାହାରେ ସାଧାରଣତନ୍ତ୍ର ଦିବସ ସମୟରେ ରାଷ୍ଟ୍ରୀୟ କ୍ୟାଡେଟ କୋର(ଏନସିସି) ପୋଷାକରେ କେତେଜଣ ଛାତ୍ରଙ୍କ ଏକ ଭିଡିଓ...

Advertisement
Archives

Model This Week