ବିଧାୟକ କିଶୋର ମହାନ୍ତିଙ୍କ ପରଲୋକ

ଝାରସୁଗୁଡ଼ା ଅଫିସ,୩୦।୧୨: ଝାରସୁଗୁଡ଼ା ଜିଲା ବ୍ରଜରାଜନଗରର ବିଜେଡି ବିଧାୟକ କିଶୋର ମହାନ୍ତିଙ୍କ ଗୁରୁବାର ସନ୍ଧ୍ୟାରେ ପରଲୋକ ହୋଇଯାଇଛି। ହୃଦଘାତ ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ନିଶ୍ୱାସ ଜନିତ ସମସ୍ୟା କାରଣରୁ ତାଙ୍କୁ ଝାରସୁଗୁଡ଼ାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ହୋଇଥିଲା।

ସୂଚନା ଯୋଗ୍ୟ, ସା ପ୍ରାୟ ୬ଟା ବେଳେ ବିଧାୟକ ମହାନ୍ତି ଝାରସୁଗୁଡ଼ା ଜିଲା ବିଜେଡି ପାର୍ଟି ଅଫିସରେ ଜଣେ ବନ୍ଧୁଙ୍କ ବିୟୋଗରେ ଶୋକ ସଭାରେ ଯୋଗଦେଇଥିଲେ। ସେଠାରେ ସେ ଅସୁସ୍ଥ ଅନୁଭବ କରିବାରୁ ବାସଭବନକୁ ଚାଲି ଯାଇଥିଲେ। ଘରେ ପହଞ୍ଚିବା ପରେ ତାଙ୍କର ଛାତିରେ ଯନ୍ତ୍ରଣା ହୋଇଥିଲା। ପରିବାର ଲୋକେ ତାଙ୍କୁ ତୁରନ୍ତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ।

ସେ ୩ ଥର ଝାରସୁଗୁଡ଼ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏପରି କି ୨୦୦୭ରୁ ୨୦୦୯ ପର୍ଯ୍ୟନ୍ତ ବାଚସ୍ପତି ଦାୟିତ୍ୱ ମଧ୍ୟ ତୁଳାଇଥିଲେ। ରାଜ୍ୟସଭା ସଦସ୍ୟ ଭାବେ ୨୦୦୯ରୁ ୧୨ ପର୍ଯ୍ୟନ୍ତ ରହିଥିଲେ। ଗତ ସାଧାରଣ ନିର୍ବାଚନରେ ସେ ବ୍ରଜରାଜନଗର ନିର୍ବାଚନମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସେ ଭାଜପାର ରାଧାରାଣୀ ପଣ୍ଡାଙ୍କୁ ପରାସ୍ତ କରି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡରାଇଲାଣି ଡେଙ୍ଗୁ:ଗଞ୍ଜାମରେ ୧୫

ବ୍ରହ୍ମପୁର ଅଫିସ୍‌,୨୬ା୭- ଗଞ୍ଜାମ ଜିଲାରେ ଡେଙ୍ଗୁ ଧୀରେ ଧୀରେ ମାରାତ୍ମକ ହେବାରେ ଲାଗିଲାଣି। ସ୍ବାସ୍ଥ୍ୟ ବିଭାଗର ସତର୍କତା ଏବଂ ବ୍ୟାପକ ପଦକ୍ଷେପ ସତ୍ତ୍ୱେ ଆକ୍ରାନ୍ତଙ୍କ ସଂଖ୍ୟା...

ଅଦାଲତ ଅବମାନନା ମାମଲା: ୪ରେ ପରବର୍ତ୍ତୀ ଶୁଣାଣି

କଟକ ଅଫିସ, ୨୨ା୧୦: ଆଇନଜୀବୀଙ୍କ କୋର୍ଟ ବର୍ଜନ ଆନ୍ଦୋଳନକୁ ନେଇ ଓଡ଼ିଶା ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲଙ୍କ ପକ୍ଷରୁ ରୁଜୁ ହୋଇଥିବା ଅଦାଲତ ଅବମାନନା ମାମଲାର ପରବର୍ତ୍ତୀ...

ହାତୀ ଆତଙ୍କ: ପୁଣି ଭାଙ୍ଗିଲା ୪ ଘର

ଜମନକିରା,୧୫।୨(ଡି.ଏନ୍‌.ଏ.): ସମ୍ବଲପୁର ଜିଲା ଜମନକିରା ବ୍ଲକ୍‌ ବାମରା ବନ୍ୟପ୍ରାଣୀ ବନାଞ୍ଚଳ ଅଧୀନ ବଡ଼ରମା ରେଞ୍ଜ ଖର୍ସନମାଲ ଗାଁରେ ଗତ ୨ ତାରିଖ ବିଳମ୍ବିତ ରାତିରେ ଗୋଟିଏ...

ଶ୍ରୀମନ୍ଦିରରେ ପହଞ୍ଚିଲା ମକର ତାଡ଼

ପୁରୀ ଅଫିସ,୧୪ା୧: ଏକମାସ ବାପଘରେ ବିତାଇ ଶ୍ରୀମନ୍ଦିରକୁ ଫେରିଛନ୍ତି ଲକ୍ଷ୍ମୀ ଠାକୁରାଣୀ। ବୁଧବାର ମକର ସଂକ୍ରାନ୍ତି ଥିବାରୁ ମଙ୍ଗଳବାର ବଡ଼ଦେଉଳରେ ପହଞ୍ଚିଛି ମକର ତାଡ଼ ।...

କମ୍‌ ବର୍ଷା ଯୋଗୁ ତଳି ରୁଆ କାର୍ଯ୍ୟରେ ବାଧା: ଆଶା ଓ ଆଶଙ୍କାରେ ଚାଷୀ, ଜଳସେଚନ ବ୍ୟବସ୍ଥା ଦାବି

ବୋଲଗଡ଼,୨୭ା୭(ଡି.ଏନ.ଏ.): ଚଳିତ ବର୍ଷ ଏପର୍ଯ୍ୟନ୍ତ କମ୍‌ ପରିମାଣରେ ବର୍ଷା ଧାନଚାଷରେ ପ୍ରତିବନ୍ଧକ ସୃଷ୍ଟି କରିଛି। ଜଳାଭାବରୁ ରୁଆ ପୋତା ପାଇଁ ମଧ୍ୟ ଜମି ପ୍ରସ୍ତୁତି ହୋଇପାରୁନାହଁ।...

୧୦ ହଜାର ଟଙ୍କାରେ ୭ମାସର ଶିଶୁପୁତ୍ରକୁ ବିକିଲା ବାପା

ଝରିଗାଁ,୯।୭(ସ୍ବ.ପ୍ର)- ନବରଙ୍ଗପୁର ଜିଲା ଉମରକୋଟ ଥାନା ଅଞ୍ଚଳରେ ୭ମାସର ଶିଶୁପୁତ୍ରକୁ ବାପା ବିକ୍ରି କରି ଦେଇଥିବା ଥାନାରେ ଅଭିଯୋଗ ହୋଇଛି। ଉମରକୋଟ ବ୍ଲକ ପୂଜାରୀଗୁଡା ଗ୍ରାମର...

ଶୁକ୍ରବାର ଓଡ଼ିଶା ଆସୁଛନ୍ତି ଶାହା: ସନ୍ଧ୍ୟାରେ କର୍ମକର୍ତ୍ତାଙ୍କୁ ଭେଟିବେ

ଭୁବନେଶ୍ୱର,୨୭।୨(ବ୍ୟୁରୋ): ଶୁକ୍ରବାର ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। ଏହି ଅବସରରେ ସେ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ନାଗରିକତା ସଂଶୋଧନ...

ଜମାକାରୀଙ୍କ ଫିକ୍ସ ଡିପୋଜିଟ୍‌ରୁ ୮ଲକ୍ଷ ଟଙ୍କା ଗାଏବ

ଡେରାବିଶ/ପାଟକୁରା, ୫ା୫(ସ୍ବ.ପ୍ର./ଡି.ଏନ୍‌.ଏ.): ଜମାକାରୀଙ୍କ ଅଗୋଚରରେ ଫିକ୍ସ ଡିପୋଜିଟ୍‌ରୁ ୮ ଲକ୍ଷ ଟଙ୍କା ଗାଏବ ହୋଇଯାଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲ୍ଳକ...

Advertisement
Archives

Model This Week