ଅଟୋ ରାଲି ଶୁଭାରମ୍ଭରେ ତ୍ରିରଙ୍ଗା ଉଡାଇଲେ ବିଧାୟକ, ଭିଡିଓ ଭାଇରାଲ ପରେ…

ବରଗଡ଼,୨୨।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅଟୋରିକ୍ସା ମାଲିକ ସଂଘ ରବିବାର ସଂଘର ୨୭ତମ ବାର୍ଷିକ ଉତ୍ସବ ପାଳନ କରିଥିଲା। ଏହି ଅବସରରେ ସକାଳ ପ୍ରାୟ ୮ଟାରେ ବରଗଡ଼ ଲୋକ ମଣ୍ଡପରୁ ଏକ ଅଟୋ ରାଲି ବାହାରିଥିଲା। ବରଗଡ଼ ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ ରାଲିର ଶୁଭାରମ୍ଭ କରିଥିଲେ। ତେବେ ରାଲି ଶୁଭାରମ୍ଭରେ ବିଧାୟକ ଷଡ଼ଙ୍ଗୀ ଏବଂ ଜିଲା ଅଟୋ ମାଲିକ ସଂଘର ସଭାପତି ସର୍ଦ୍ଦାର ପ୍ରୀତମ ସିଂହ ଜାତୀୟ ପତାକା ତ୍ରିରଙ୍ଗା ବ୍ୟବହାର କରିବା ଏବେ ଚର୍ଚ୍ଚାର ବିଷୟ ହୋଇଛି। ଏହାର ଏକ ଭିଡିଓ କ୍ଲିପ୍‌ ସୋସିଆଲ ମିଡ଼ିଆରେ ଘୂରି ବୁଲୁଛି। ଜାତୀୟ ପତାକା ତ୍ରିରଙ୍ଗା ପ୍ରତି ଏହା ଅବମାନନା ବୋଲି ଅନେକ ମତ ରଖୁଛନ୍ତି। ତେବେ ଏ ସମ୍ପର୍କରେ ଆୟୋଜକ ବରଗଡ଼ ଜିଲା ଅଟୋରିକ୍ସା ମାଲିକ ସଂଘର ସଭାପତି ସର୍ଦ୍ଦାର ପ୍ରୀତମ ସିଂହଙ୍କୁ ପଚାରିବାରୁ ସେ କହିଥିଲେ, ତ୍ରିରଙ୍ଗା ପ୍ରତି ସବୁବେଳେ ସମ୍ମାନ ରହି ଆସିଛି। ତ୍ରିରଙ୍ଗା ପ୍ରତି କୌଣସି ଅବମାନନା କରାଯାଇ ନାହିଁ। ରାଲିରେ ନେବା ପାଇଁ ତ୍ରିରଙ୍ଗା ଅଣାଯାଇଥିଲା ଏବଂ ନଡ଼ିଆ ଫଟାଇ ଓ ଅଟୋରିକ୍ସା ଚାଳନା କରି ବିଧାୟକ ରାଲିର ଶୁଭାରମ୍ଭ କରିଥିଲେ।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଟିରେ ଗଞ୍ଜେଇ ଚାଲାଣ କରି ଜେଲ୍‌ ଗଲେ ୨ ଅଭିଯୁକ୍ତ

ଦିଗପହଣ୍ଡି,୮ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅବକାରୀ କର୍ମଚାରୀ ଟିମ୍‌ ସ୍ଥାନୀୟ କୃଷି ବିଭାଗ କାର୍ଯ୍ୟାଳୟ ସମ୍ମୁଖ ୧୭ ନଂ ରାଜ୍ୟ ରାଜପଥରୁ ଏକ ସ୍କୁଟି…

୨୧୬ କିମି ବେଗରେ ମାଡ଼ି ଆସୁଛି ଭୟଙ୍କର ବାତ୍ୟା! ଜାରି ହେଲା ହାଇ ଆଲର୍ଟ, ଏଇଠି କରିବ ଲ୍ୟାଣ୍ଡଫଲ

ଟୋକିଓ, ୮।୮: ଜାପାନରେ ଗତ କିଛି ମାସ ଧରି ଲଗାତାର ଭୟଙ୍କର ଭୂକମ୍ପର ଝଟକା ଆତଙ୍କ ସୃଷ୍ଟି କରିଛି। ସମୁଦ୍ରରେ ଉଠୁଥିବା ଉଚ୍ଚ ଲହରୀ ଏବଂ ସୁନାମି…

ଅବସର ପରେ ମଧ୍ୟ, ବିରାଟ-ଧୋନିଙ୍କୁ ଟକ୍କର ଦେଉଛନ୍ତି ସଚିନ

ନୂଆଦିଲ୍ଲୀ,୮।୮: ସଚିନ ତେନ୍ଦୁଲକର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାର ଏକ ଦଶନ୍ଧିରୁ ଅଧିକ ସମୟ ବିତିଗଲାଣି; ସେ ନଭେମ୍ବର ୧୬, ୨୦୧୩ରେ ଖେଳକୁ ବିଦାୟ ଦେଇଥିଲେ। ବର୍ଷ…

ଜଣେ ଶିକ୍ଷକରେ ଚାଲୁଥିବା ସ୍କୁଲ୍‌ ପାଇଁ ଆସିଲା ବଡ଼ ନିର୍ଦ୍ଦେଶ: ଏଣିକି ହେବ…

ଭୁବନେଶ୍ୱର,୮।୮: ରାଜ୍ୟରେ ଜଣେ ମାତ୍ର ଶିକ୍ଷକରେ ଚାଲୁଥିବା ବିଦ୍ୟାଳୟଗୁଡ଼ିକରେ ଶିକ୍ଷକ ଅଭାବ ଦୂର କରିବାକୁ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ଏଭଳି ବିଦ୍ୟାଳୟଗୁଡ଼ିକୁ ଚିହ୍ନଟ କରି…

ସଡ଼କ ଦୁର୍ଘଟଣାରେ ଚାଲିଗଲା ବାପ-ପୁଅଙ୍କ ଜୀବନ, ଶେଷଯାତ୍ରାରେ ବିଧାୟକ ଯୋଗ ଦେଇ…

ସୋହେଲା,୮ା୮(ଅଶ୍ୱିନୀ କୁମାର ପାତ୍ର): ବରଗଡ଼ ଜିଲା ସୋହେଲାଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ସୋହେଲାର ରୋଶନ ଅଗ୍ରଓ୍ବାଲ (୪୮) ଏବଂ ତାଙ୍କ ପୁଅ ତରୁଣ(୧୨)ଙ୍କ ମୃତ୍ୟୁ ହୋଇଯାଇଛି।…

କେବଳ ଜଣେ ନୁହେଁ ଏକାବେଳେ ଦୁଇ ଯୁବକଙ୍କ ସହ ରଖିଥିଲେ ପ୍ରେମ ସମ୍ପର୍କ, ଏମିତି କ‘ଣ ହେଲା ରାତିରେ ଝୁଲିପଡ଼ିଲେ ଯୁବତୀ

ନୂଆପଡ଼ା, ୮।୭ (ମକାରୁ ବେମାଲ): ନୂଆପଡ଼ା ସଦର ବ୍ଲକ ଧରମବନ୍ଧା ଥାନା ଅଧୀନ ସଦର ଗାଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଜଣେ ସହାୟିକା ଶୁକ୍ରବାର ରାତିରେ ବେକରେ…

ନାବାଳିକାଙ୍କୁ ଓଡ଼ିଶାରୁ ଅପହରଣ କରି କେରଳରେ ବଳାତ୍କାର , ଅଭିଯୋଗ ପରେ ବନ୍ଧାହେଲେ ଯୁବକ

ଜମନକିରା,୮ା୮(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ଜମନକିରା ଥାନା ଗୌଡ଼ପାଳି ଅଞ୍ଚଳର ଜନୈକା ନାବାଳିକାଙ୍କୁ ଅପହରଣ କରି କେରଳ ନେଇ ବଳାତ୍କାର କରିବା ଅଭିଯୋଗରେ ଜଣେ ଯୁବକଙ୍କୁ…

୨୨୦ କୋଟି ଖର୍ଚ୍ଚ କରି ଯୁବକ ହେଲେ କୁକୁର, କାରଣ ଜାଣିଲେ ଉଡିଜିବ ହୋସ୍‌: ଦେଖନ୍ତୁ Video

ନୂଆଦିଲ୍ଲୀ, ୮।୮: ସୋସିଆଲ ମିଡିଆରେ ଏକ ଭିଡିଓ ଦ୍ରୁତଗତିରେ ଭାଇରାଲ ହେଉଛି, ଯାହାକୁ ଦେଖି ଲୋକେ ବିଭିନ୍ନ ପ୍ରକାରର କଥା କହୁଛନ୍ତି। ଭାଇରାଲ ପୋଷ୍ଟରେ ଦାବି କରାଯାଉଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri