ଲଜ୍ଜା: ନାବାଳିକା ଝିଅ ଗର୍ଭବତୀ, ବାପା ଗିରଫ

ବେଲପଡ଼ା,୧୫ା୧(ମନୋଜ କୁମାର ମିଶ୍ର): ବଲାଙ୍ଗୀର ଜିଲା ବେଲପଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି, ଯାହାକି ସଭ୍ୟ ସମାଜ ପାଇଁ କଳଙ୍କ ପାଲଟିଛି ା ଜଣେ ବ୍ୟକ୍ତି ନିଜ ଝିଅ ସହ ଶାରୀରିକ ସମ୍ପର୍କ ରଖି ତାଙ୍କୁ ଗର୍ଭବତୀ କରିବା ଅଭିଯୋଗରେ ଗିରଫ ହୋଇ ଜେଲ ଯାଇଛନ୍ତି। ଏଭଳି ଲଜ୍ଜାଜନକ ଖବର ଜଣାପଡ଼ିବା ପରେ ସାଧାରଣରେ ଗଭୀର ଆଲୋଡ଼ନ ସୃଷ୍ଟି ହୋଇଛି ା
ମିଳିଥିବା ସୂଚନା ଅନୁଯାୟୀ, ବେଲପଡ଼ା ଥାନା ଅଞ୍ଚଳର ଅଭିଯୁକ୍ତ ବ୍ୟକ୍ତି ଜଣକ ପୂର୍ବରୁ ପୁଣେ ଅଞ୍ଚଳରେ ରହି ଶ୍ରମିକ ଭାବେ କାମ କରୁଥିଲେ। ସେଠାରେ ରହିବା ସମୟରେ ସେଠିକାର ଜଣେ ଯୁବତୀଙ୍କୁ ଭଲପାଇ ସ୍ବାମୀ ସ୍ତ୍ରୀ ଭାବରେ ରହୁଥିଲେ। ତାଙ୍କର ୩ ଝିଅ ଏବଂ ୩ ପୁଅ ଅଛନ୍ତି। ତେବେ ୭ ବର୍ଷ ତଳେ କୌଣସି କଥାକୁ ନେଇ ସ୍ତ୍ରୀ ସହ ଗଣ୍ଡଗୋଳ କରି ସାନ ଝିଅକୁ ଧରି ସେ ବେଲପଡ଼ା ଅଞ୍ଚଳକୁ ଚାଲି ଆସିଥିଲେ। ପରବର୍ତ୍ତୀ ସମୟରେ ଝିଅକୁ ସ୍ଥାନୀୟ ସ୍କୁଲରେ ନାମ ଲେଖାଇ ଥିଲେ। ନିଜେ ମୂଲ ଲାଗିବା ସହ ନିଜର ଥିବା ଅଳ୍ପ ଜମିରେ ଚାଷ କରି ଚଳୁଥିଲେ। ସେହି ଚାଷ ଜମିରେ କୁଡ଼ିଆ କରି ବାପଝିଅ ରହୁଥିଲେ। ତେବେ ଗତ କିଛିଦିନ ହେବ ସେହି ଜମି ବାଟ ଦେଇ କେହି ଯିବା ଆସିବା କରିଲେ ଅଭିଯୁକ୍ତ ବାପା ଗାଳିଗୁଲଜ କରିବା ସହ ଟାଙ୍ଗିଆ ଧରି ଗୋଡ଼ାଉ ଥିଲେ। ତାଙ୍କର ଏପରି ଅସ୍ବାଭାବିକ ବ୍ୟବହାରରେ ଗାଁ ଲୋକେ ସନ୍ଦେହ କରିଥିଲେ। ପରେ ନାବାଳିକା ଝିଅ ଗର୍ଭବତୀ ଥିବାର ଜାଣି ଗଁା ଲୋକେ ବେଲପଡ଼ା ସିଡିପିଓଙ୍କୁ ଜଣାଇଥିଲେ। ସିଡିପିଓ ବିଦ୍ୟୁତ୍‌ପ୍ରଭା ନାଗ ଏନେଇ ସୋମବାର ଥାନାରେ ଏତଲା ଦେଇଥିଲେ। ପରେ ପୋଲିସ ସହାୟତାରେ ସମ୍ପୃକ୍ତ ନାବାଳିକାଙ୍କୁ ଉଦ୍ଧାର କରାଯାଇ ବଲାଙ୍ଗୀରସ୍ଥିତ ବାଲ ସୁଧାର ଗୃହକୁ ପଠାଯାଇଥିଲା। ପୋଲିସ ଏହି ଘଟଣାରେ ଅଭିଯୁକ୍ତ ବାପାଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟଚାଲାଣ କରିଥିଲା। କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ଏନେଇ ବେଲପଡ଼ା ପୋଲିସ ବିଏନ୍‌ଏସ୍‌ର ଦଫା ୬୪(୨) ଏବଂ ପୋକ୍‌ସୋ ଆଇନର ଦଫା ୬ରେ ଏକ ମାମଲା(ନଂ. ୧୪/୨୦୨୫) ରୁଜୁ କରିଛି। ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଚାଲିଥିବା ବେଲପଡ଼ା ଥାନା ଅଧିକାରୀ ଅନନ୍ତ ପଧାନ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ରାଷ୍ଟ୍ରପତି: ବିମାନବନ୍ଦରରେ ଭବ୍ୟ ସ୍ବାଗତ

ଭୁବନେଶ୍ୱର,୨୪।୩: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିର୍ଦ୍ଧାରିତ ସମୟରେ ବାୟୁସେନାର ସ୍ବତନ୍ତ୍ର ବିମାନରେ ଆସି ସୋମବାର ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିଛନ୍ତି। ବିମାନବନ୍ଦରରେ ତାଙ୍କୁ ଭବ୍ୟ...

ଲେଙ୍ଗୁ ମିଶ୍ର ଛକ-ଜୀରାବ୍ରିଜ୍‌ ରାସ୍ତା ଜବରଦଖଲ: ଉଚ୍ଛେଦ ନ ହେଲେ…

ବରଗଡ଼,୨୪ା୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରମ ବହୁଚର୍ଚ୍ଚିତ ଲେଙ୍ଗୁମିଶ୍ର ଛକରପୁରୁଣା ଜୀରାବ୍ରିଜ ରାସ୍ତା ଜବରଦଖଲ ଉଚ୍ଛେଦ ନେଇ ଗତ ୨୦୨୩ ରୁ ଦାବି ଜୋର୍‌ ଧରି ଆସିଛି।...

ଘର ଉପରେ ଉପୁଡି ପଡ଼ିଲା ଆମ୍ବଗଛ: ମା’-ପୁଅ ଗୁରୁତର

ଦିଗପହଣ୍ଡି,୨୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖେମୁଣ୍ଡିଖୋଲ ଗ୍ରାମରେ ସୋମବାର ଏକ ଅଘଟଣ ଘଟିଛି। ଗ୍ରାମର ଏକ ଚାଳଛପର ଘର ଉପରେ ଏକ...

ରାସ୍ତାରେ ଆଇଇଡି ଖଞ୍ଜିଥିଲେ ମାଓବାଦୀ, ଯବାନଙ୍କ ପିକ୍‌ଅପ୍‌ ଯିବା ସମୟରେ…

ମାଲକାନଗିରି,୨୪ା୩(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଓ ଭୋପାଳପାଟନମ୍‌ ଜାତୀୟ ରାଜପଥରେ ମାଓବାଦୀମାନେ ଏକ ବଡ଼ଧରଣର ବିସ୍ଫୋରଣ ଘଟାଇଛନ୍ତି। ବିଜାପୁର ଗୋର୍ଲା ନାଲା ନିକଟରେ...

ଶଙ୍କରଙ୍କ ଦର୍ଶନ ପାଇଁ ଚାରିଧାମ ସାଇକେଲ ଯାତ୍ରାରେ ବାହାରିଲେ ଯୁବକ ଶଙ୍କର

ଦାରିଙ୍ଗବାଡ଼ି,୨୪ା୩(ଅରୁଣ ସାହୁ): ଶଙ୍କରଙ୍କ ଦର୍ଶନ ପାଇଁ ଶଙ୍କର ବାହାରିଛନ୍ତି ସେ ବି ସାଇକଲରେ। ଏଭଳି ଘଟଣା ଦେଖିବାକୁ ମିଳିଛି ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା...

୭୬୪ ପଞ୍ଚାୟତରେ ନାହିଁ ଇଣ୍ଟରନେଟ ବ୍ୟବସ୍ଥା: ମନ୍ତ୍ରୀ

ଭୁବନେଶ୍ୱର,୨୪।୩: ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନର ସୋମବାର ଗୃହର ଏକ ପ୍ରଶ୍ନର ଉତ୍ତରରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ମୁକେଶ ମହାଲିଙ୍ଗ ରାଜ୍ୟବାସୀଙ୍କୁ ଏକ...

‘ସମାଜରେ ନାରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ଭଞ୍ଜନଗର,୨୪ା୩(ବାବୁଲା ପ୍ରଧାନ): ଘୁମୁସର ଲେଖିକା ସଂସଦ ଜୁନ୍‌ ମାସରେ ତା’ର ବାର୍ଷିକ ଉତ୍ସବ ପାଳନ କରିବାକୁ ଯାଉଛି। ତେଣୁ ରବିବାର ସ୍ଥାନୀୟ ଶ୍ରୀ ସତ୍ୟସାଇ ବିଦ୍ୟାବିହାର...

ଚିତ୍ର ଆଙ୍କି ଚର୍ଚ୍ଚାରେ ତୁଳସୀ

ଗଞ୍ଜାମ,୨୪ା୩(ବିଦ୍ୟାଧର ସାହୁ): ବଣର ମଲ୍ଲୀ ବଣରେ ଫୁଟି ମଉଳି ଯିବା ଭଳି ଘଟଣା ଏବେ ପଦାକୁ ଆସିଛି l ଗଞ୍ଜାମ ଜିଲା କୋମଣ୍ଡ ପଞ୍ଚାୟତ ବଡ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri