ଲଜ୍ଜା: ନାବାଳିକା ଝିଅ ଗର୍ଭବତୀ, ବାପା ଗିରଫ

ବେଲପଡ଼ା,୧୫ା୧(ମନୋଜ କୁମାର ମିଶ୍ର): ବଲାଙ୍ଗୀର ଜିଲା ବେଲପଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି, ଯାହାକି ସଭ୍ୟ ସମାଜ ପାଇଁ କଳଙ୍କ ପାଲଟିଛି ା ଜଣେ ବ୍ୟକ୍ତି ନିଜ ଝିଅ ସହ ଶାରୀରିକ ସମ୍ପର୍କ ରଖି ତାଙ୍କୁ ଗର୍ଭବତୀ କରିବା ଅଭିଯୋଗରେ ଗିରଫ ହୋଇ ଜେଲ ଯାଇଛନ୍ତି। ଏଭଳି ଲଜ୍ଜାଜନକ ଖବର ଜଣାପଡ଼ିବା ପରେ ସାଧାରଣରେ ଗଭୀର ଆଲୋଡ଼ନ ସୃଷ୍ଟି ହୋଇଛି ା
ମିଳିଥିବା ସୂଚନା ଅନୁଯାୟୀ, ବେଲପଡ଼ା ଥାନା ଅଞ୍ଚଳର ଅଭିଯୁକ୍ତ ବ୍ୟକ୍ତି ଜଣକ ପୂର୍ବରୁ ପୁଣେ ଅଞ୍ଚଳରେ ରହି ଶ୍ରମିକ ଭାବେ କାମ କରୁଥିଲେ। ସେଠାରେ ରହିବା ସମୟରେ ସେଠିକାର ଜଣେ ଯୁବତୀଙ୍କୁ ଭଲପାଇ ସ୍ବାମୀ ସ୍ତ୍ରୀ ଭାବରେ ରହୁଥିଲେ। ତାଙ୍କର ୩ ଝିଅ ଏବଂ ୩ ପୁଅ ଅଛନ୍ତି। ତେବେ ୭ ବର୍ଷ ତଳେ କୌଣସି କଥାକୁ ନେଇ ସ୍ତ୍ରୀ ସହ ଗଣ୍ଡଗୋଳ କରି ସାନ ଝିଅକୁ ଧରି ସେ ବେଲପଡ଼ା ଅଞ୍ଚଳକୁ ଚାଲି ଆସିଥିଲେ। ପରବର୍ତ୍ତୀ ସମୟରେ ଝିଅକୁ ସ୍ଥାନୀୟ ସ୍କୁଲରେ ନାମ ଲେଖାଇ ଥିଲେ। ନିଜେ ମୂଲ ଲାଗିବା ସହ ନିଜର ଥିବା ଅଳ୍ପ ଜମିରେ ଚାଷ କରି ଚଳୁଥିଲେ। ସେହି ଚାଷ ଜମିରେ କୁଡ଼ିଆ କରି ବାପଝିଅ ରହୁଥିଲେ। ତେବେ ଗତ କିଛିଦିନ ହେବ ସେହି ଜମି ବାଟ ଦେଇ କେହି ଯିବା ଆସିବା କରିଲେ ଅଭିଯୁକ୍ତ ବାପା ଗାଳିଗୁଲଜ କରିବା ସହ ଟାଙ୍ଗିଆ ଧରି ଗୋଡ଼ାଉ ଥିଲେ। ତାଙ୍କର ଏପରି ଅସ୍ବାଭାବିକ ବ୍ୟବହାରରେ ଗାଁ ଲୋକେ ସନ୍ଦେହ କରିଥିଲେ। ପରେ ନାବାଳିକା ଝିଅ ଗର୍ଭବତୀ ଥିବାର ଜାଣି ଗଁା ଲୋକେ ବେଲପଡ଼ା ସିଡିପିଓଙ୍କୁ ଜଣାଇଥିଲେ। ସିଡିପିଓ ବିଦ୍ୟୁତ୍‌ପ୍ରଭା ନାଗ ଏନେଇ ସୋମବାର ଥାନାରେ ଏତଲା ଦେଇଥିଲେ। ପରେ ପୋଲିସ ସହାୟତାରେ ସମ୍ପୃକ୍ତ ନାବାଳିକାଙ୍କୁ ଉଦ୍ଧାର କରାଯାଇ ବଲାଙ୍ଗୀରସ୍ଥିତ ବାଲ ସୁଧାର ଗୃହକୁ ପଠାଯାଇଥିଲା। ପୋଲିସ ଏହି ଘଟଣାରେ ଅଭିଯୁକ୍ତ ବାପାଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟଚାଲାଣ କରିଥିଲା। କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ଏନେଇ ବେଲପଡ଼ା ପୋଲିସ ବିଏନ୍‌ଏସ୍‌ର ଦଫା ୬୪(୨) ଏବଂ ପୋକ୍‌ସୋ ଆଇନର ଦଫା ୬ରେ ଏକ ମାମଲା(ନଂ. ୧୪/୨୦୨୫) ରୁଜୁ କରିଛି। ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଚାଲିଥିବା ବେଲପଡ଼ା ଥାନା ଅଧିକାରୀ ଅନନ୍ତ ପଧାନ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

ନିଶାଦ୍ରବ୍ୟ ସେବନ ବିରୋଧରେ ଶପଥ, ପଥଭ୍ରଷ୍ଟ ଯୁବବର୍ଗଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ପାଇଁ…

ଦିଗପହଣ୍ଡି/ଚିକିଟି,୨୨ା୮(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଆମ ପୋଲିସ ସମିତି ପକ୍ଷରୁ ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୂଲ୍ୟରେ ଚିକିଟିଗଡ଼ ରାଜକବି ହାଇସ୍କୁଲ…

କୁଟ୍ରିଛାପର ପଞ୍ଚାୟତରେ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କଲେ ବିଧାୟକ, କହିଲେ ଆହୁରି…

ଝରିଗାଁ,୨୨ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅନ୍ତର୍ଗତ କୁଟ୍ରିଛାପର ପଞ୍ଚାୟତରେ ୬୪ ଲକ୍ଷ ଟଙ୍କା ବ୍ୟୟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି। ବିକଶିତ…

ଚାଉଳ ବୋଝେଇ ଟ୍ରକ ପଛରେ ପିଟି ହେଲା ବାଇକ୍‌, ଆଉ ତା’ପରେ…

ଡୁଙ୍ଗୁରିପାଲି,୨୨।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ସ୍ଥିତ ୨୬ ନମ୍ବର ଜାତୀୟ ରାଜପଥ ଏଫ୍‌ସିଆଇ ଛକ ନିକଟରେ ଛିଡା ହୋଇଥିବା ଏକ ଚାଉଳ ବୋଝେଇ ଟ୍ରକର ପଛରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri