ମନ ତୋହର ନିଜ ଗୁରୁ…

ଦ୍ୱିତୀ ଚନ୍ଦ୍ର ସାହୁ

ତରେ ସାନ ବାଡ଼ି ଧରି ମାଆ ସହ ଯାଉଛି ଡଙ୍ଗରକୁ ପଞ୍ଚମ ପଢୁଥିବା ଆମେଲି କାଡ୍ରାକା। ସବୁ ଛୁଟି ପରି ଚଳିତ ଛୁଟିରେ ପିଲାଙ୍କ ଗାଁକୁ ଘେରାଏ ବୁଲି ଆସିବାକୁ ଗଲାବେଳେ ଗୋଟିଏ ଗାଁର ମୁଣ୍ଡରେ ଦେଖିଲି ଏ ଦୃଶ୍ୟ। ପଚାରିଲି- କୁଆଡେ ଯାଉଛୁ! ପଢୁନୁ କି ?
ପିଲାଟି ଉତ୍ତର ନ ଦେଇ ତା’ର ମାଆ କହିଲା- ଆଜ୍ଞା! ଇସ୍କୁଲ ତ କେବେଠୁ ବନ୍ଦ ହୋଇଗଲା।
କେବେତି ଖୁଲିବ ଜଣାମିଶା ନାଇଁ! ଗାଁରେ ରହିଲେ ଫାଲତୁ ହେଇଯିବ ବୋଲି ଡଙ୍ଗରକୁ ନେଇ ଯାଉଛି। ପିଲାଟିକୁ ପୁଣି ପଚାରିଲି- ମିଳିଥିବା ନୂଆ ବହି ପଢୁଛୁ ତ ! ସେ ନୀରବ ରହିଗଲା। ବୁଝିଲି ନୂଆ ଶିକ୍ଷାବର୍ଷରେ ବହିର ପୃଷ୍ଠା ଓଲଟା ହୋଇ ନ ଥିବ ା ଇଏ ଖାଲି ଜଣେ ଆମେଲିର କଥା ନୁହେଁ। ଅନେକ ଗାଁ ଘୂରି ବୁଲିଲାବେଳେ ଏମିତି ବିପର୍ଯ୍ୟୟ ଶିକ୍ଷାର ନଗ୍ନ ଦୃଶ୍ୟ ଦେଖିବାକୁ ମିଳିଛି।
ବିଦ୍ୟାଳୟରେ ପଢାରେ ଆଗୁଆ କିଛି ପିଲା ନିଜ ନିଜ ପୁସ୍ତକର ମୁହଁ ଦେଖିଛନ୍ତି। କିନ୍ତୁ ଅଧିକାଂଶ ଗ୍ରାମାଞ୍ଚଳର ପିଲାଙ୍କ ଶିକ୍ଷା ଅବସ୍ଥା ସାଂଘାତିକ। ସାଂପ୍ରତିକ ପରିସ୍ଥିତିରେ ପ୍ରତ୍ୟକ୍ଷ ଶିକ୍ଷାଦାନର ବିକଳ୍ପ ଭାବେ ଅନ୍‌ଲାଇନ ଶିକ୍ଷାଦାନକୁ ସମସ୍ତେ ଗୁରୁତ୍ୱ ଦେଉଛନ୍ତିି। କିନ୍ତୁୁ ପ୍ରତ୍ୟକ୍ଷ ଶିକ୍ଷାଦାନର କୌଣସି ବିକଳ୍ପ ନାହିଁ। ଅନ୍‌ଲାଇନ ଶିକ୍ଷାଦାନ କେତେକାଂଶରେ ପିଲାଙ୍କ ପାଠପଢାରେ ଅଭିଭାବକମାନଙ୍କୁ ହୁଏତ ଆଶ୍ୱସ୍ତି ଦେଇପାରେ। ବାସ୍ତବରେ ପିଲା ପାଇଁ କଦାପି ନୁହେଁ। ଆବଦ୍ଧ କୋଠରି ଭିତରେ ଗୋଟିଏ ମୋବାଇଲରେ ମୁହଁ ମାଡି ଦେଖି ଶିଖିବା ନୂଆ ନୂଆରେ ପିଲାଙ୍କୁ ଉତ୍ସାହପ୍ରଦ ହୋଇପାରେ। କିନ୍ତୁୁ ପରବର୍ତ୍ତୀ ସମୟରେ ଏହା ପିଲାଙ୍କୁ ବିରକ୍ତିକର ସାବ୍ୟସ୍ତ ହୋଇଛି। ସବୁ ବ୍ୟବସ୍ଥା ଉପଲବ୍ଧ ଥିବା ସହରୀ ପିଲାଙ୍କ ପାଇଁ ଅନ୍‌ଲାଇନ ଶିକ୍ଷାଦାନଠାରୁ ଅନ୍ୟତମ ଭଲ ବିକଳ୍ପ କିଛି ହୋଇପାରେନା। କିନ୍ତୁ ଗ୍ରାମାଞ୍ଚଳରେ ରହିଥିବା ଲକ୍ଷ ଲକ୍ଷ ପିଲାଙ୍କ ପାଇଁ ଏବେ ଶିକ୍ଷା ତଥାପି ଅପହଞ୍ଚ। ଫେବୃୟାରୀ ମାସରୁ ଏଯାଏ ପିଲାମାନେ ପାଠ କ’ଣ ଭୁଲିଗଲେଣି। ଅଭିଭାବକମାନେ କରୋନା ଓ ଜୀବନଜୀବିକା ଚନ୍ତାରେ ବୁଡି ରହିଥିବା ବେେଳେ ପିଲାଙ୍କ ପାଠପଢା କଥାକୁ ପଚାରେ କିଏ। ଏଭଳିସ୍ଥଳେ ଯୋଗାଯୋଗ ସୁବିଧା ନ ଥିବା ଗ୍ରାମାଞ୍ଚଳର ପିଲାମାନଙ୍କ ପଢିବା ନେଇ ଅଦ୍ୟାବଧି ସେମିତି କିଛି ବିକଳ୍ପ ବ୍ୟବସ୍ଥା ହୋଇପାରିନି।
ନିଜ ଭିତରର ପ୍ରତିଷେଧକ ଶକ୍ତିକୁ ନେଇ କରୋନା ବିରୋଧରେ ଲଢିବା ଭଳି ପିଲାମାନେ ଏଇ ନୂତନ ପରିସ୍ଥିତିରେ ନିଜ ଭିତରର ସ୍ବଶିକ୍ଷଣ ମାନସିକତାକୁ ଉଜାଗର କରିବା ଜରୁରୀ। କିଛି ନ ହେଲେ ବି ଏକା ଏକା ଏକଲବ୍ୟ ସାଜିବାକୁ ହେବ ପିଲାଙ୍କୁ। ଏଦିଗରେ ପ୍ରେରିତ କରିବା ଲାଗି ଅଭିଭାବକ, ଶିକ୍ଷକ ଓ ଶିକ୍ଷା ପରାମର୍ଶଦାତାମାନେ ଉଦ୍ୟମ କରିବା ଆବଶ୍ୟକ। ସ୍ବଶିକ୍ଷଣ ଲାଗି ଯେଉଁ ଉତ୍‌ପ୍ରେରକଟି ଆବଶ୍ୟକତାକୁ ଯୋଗାଇବା ଜରୁରୀ। ତେବେ ଏ କ୍ଷେତ୍ରରେ ଅନେକ କିଛି ପଦକ୍ଷେପ ନିଆଯାଇପାରେ ଯଦିଓ ଏହା ପ୍ରତ୍ୟକ୍ଷ ଶିକ୍ଷାଦାନର ସର୍ବୋତ୍ତମ ବିକଳ୍ପ ହୋଇ ନ ପାରେ। ଗ୍ରାମାଞ୍ଚଳରେ ଥିବା ଶିକ୍ଷିତ ଯୁବକମାନଙ୍କୁ ଚିହ୍ନଟ କରି ସ୍ବେଚ୍ଛାସେବୀ ନିଯୁକ୍ତପୂର୍ବକ ନିଜ ଗାଁର ପିଲାଙ୍କ ପଢା ଦିଗରେ ନିୟୋଜିତ କରାଯାଇପାରେ। ତଥାକଥିତ ସ୍ବେଚ୍ଛାସେବୀମାନେ ଗାଁରେ ଥିବା ପିଲାଙ୍କୁ ସାମାଜିକ ଦୂରତା ଅବଲମ୍ବନ କରି ସକାଳୁ ଓ ସଞ୍ଜରେ କିଛି ସମୟ ସ୍ବଶିକ୍ଷଣ ଲାଗି ପ୍ରେରଣା ଯୋଗାଇବେ। ଏଦିଗରେ ସମ୍ପୃୃକ୍ତ ଗ୍ରାମରେ କର୍ମରତ ଶିକ୍ଷକମାନେ ଆବଶ୍ୟକସ୍ଥଳେ ସେମାନଙ୍କୁ ସମସ୍ତ ପ୍ରକାର ମାନସିକ ଓ ଶୈକ୍ଷିକ ସହାୟତା ଯୋଗାଇବେ। ପିଲାଙ୍କୁ ପାଠାନୁକୂଳ ପରିବେଶ ଦିଗରେ ପ୍ରେରିତ କରିବେ। ସେହିଭଳି ରେଡିଓ ଗ୍ରାମାଞ୍ଚଳର ପ୍ରମୁଖ ମନୋରଞ୍ଜନର ସାମଗ୍ରୀ ଭାବେ ଆଜି ବି ମାନ୍ୟତା ରଖୁଛି। ଆକାଶବାଣୀକୁ ବ୍ୟବହାର କରି ଆଞ୍ଚଳିକ କେନ୍ଦ୍ରମାନଙ୍କ ଜରିଆରେ ଦକ୍ଷତା ସମ୍ବଳିତ ଶିକ୍ଷାଦାନ ଦେବା ଦିଗରେ ଚିନ୍ତା କରାଯାଇପାରେ। ଏଦିଗରେ କମ୍ୟୁନିଟି ରେଡିଓର ମଧ୍ୟ ସଫଳ ବିନିଯୋଗ କରାଯାଇପାରେ। ଅଧିକାଂଶ ଗ୍ରାମକୁ ଟେଲିଫୋନ ସେବା ନ ଥିଲେ ବି ବିଦ୍ୟୁତ ସେବା ରହିଛି ଏବଂ ତା’ ସହିତ କିଛି ପରିବାରରେ ଟେଲିଭିଜନ ମଧ୍ୟ ରହିଛି। ଟେଲିଭିଜନ ମାଧ୍ୟମରେ ନିର୍ଦ୍ଦିଷ୍ଟ ସମୟରେ ଶିକ୍ଷା ଓ ପାଠ୍ୟକ୍ରମ ଭିତ୍ତିକ କାର୍ଯ୍ୟକ୍ରମ ପ୍ରତ୍ୟହ ପ୍ରସାରଣ ଦିଗରେ ସରକାର ଆଗ୍ରହ ପ୍ରଦର୍ଶନ କରିବା ଜରୁରୀ। ସ୍ବଶିକ୍ଷଣ ଉପରେ ଆଧାରିତ ମାସିକ ପାଠ୍ୟଟିକାକୁ ଭିତ୍ତି କରି ବିବିଧ ଶିକ୍ଷଣ କାର୍ଯ୍ୟ ସଂଯୋଜନାପୂର୍ବକ ଆଞ୍ଚଳିକ ସ୍ତରରେ ମାସିକ ବୁକ୍‌ଲେଟ ପ୍ରସ୍ତୁତ କରି ସେସବୁ ଗ୍ରାମାଞ୍ଚଳରେ ପିଲାଙ୍କ ନିକଟରେ ପହଞ୍ଚାଯାଇପାରେ। ଏଦିଗରେ ଯୋଗାଣ ବିଭାଗର ସହାୟତା ନିଆଯାଇପାରେ। ଚାଉଳ ଗ୍ରହଣ କେନ୍ଦ୍ରରେ ଅଭିଭାବକଙ୍କୁ ସିଧାସଳଖ ସହଜରେ ହସ୍ତାନ୍ତର କରାଯାଇପାରିବ। ପିଲାଟି ସେସବୁ ବୁକ୍‌ଲେଟରୁ ସ୍ବଶିକ୍ଷଣ କରିବାରେ ସମସ୍ୟା ନ ଥିବ। ଆବଶ୍ୟକସ୍ଥଳେ ସେଚ୍ଛାସେବୀମାନେ ସ୍ଥଳବିଶେଷରେ ସହାୟତା ଦେଇପାରିବେ।
ଏଦିଗରେ ଗ୍ରାମାଞ୍ଚଳସ୍ତରରେ ଶିକ୍ଷାକୁ ନେଇ କାମ କରୁଥିବା ସ୍ବେଚ୍ଛାସେବୀ ସଂଗଠନର ସହାୟତା ବି ନିଆଯାଇପାରେ। ଏହାବ୍ୟତୀତ ଆଞ୍ଚଳିକ ଖବରକାଗଜ ସହ ଅନୁବନ୍ଧିତ ହୋଇ ସ୍ବଶିକ୍ଷଣ କାର୍ଯ୍ୟ ସମ୍ବଳିତ ସାପ୍ତାହିକ ଫର୍ଦ୍ଦ ପ୍ରସ୍ତୁତ ପୂର୍ବକ ପେପର ହକର ଓ ବିତରକମାନଙ୍କ ଜରିଆରେ ଗ୍ରାମରେ ପହଞ୍ଚା ଯାଇପାରେ। କୋଭିଡ ନିୟନ୍ତ୍ରଣ ପାଇଁ ସରପଞ୍ଚମାନେ ଯେଭଳି ଦକ୍ଷତାର ସହ କାର୍ଯ୍ୟ ପ୍ରଦର୍ଶନ କଲେ ପିଲାଙ୍କ ଶିକ୍ଷା ଦିଗରେ ସେମାନଙ୍କ ଦକ୍ଷତା ଓ ପ୍ରଶାସନିକ କଳର ମଧ୍ୟ ସଦ୍‌ ବିନିଯୋଗ କରାଯାଇପାରେ। ଏସବୁ କାର୍ଯ୍ୟର ତଦାରଖ ଦିଗରେ ସେମାନଙ୍କୁ ଦାୟିତ୍ୱ ପ୍ରଦାନ ସହ ଶିକ୍ଷା ପ୍ରଶାସକ ଓ ଶିକ୍ଷକମାନଙ୍କୁ ଯୋଡାଯାଇ ସ୍ବଶିକ୍ଷଣ କାର୍ଯ୍ୟକ୍ରମକୁ ଅଗ୍ରଗତି କରାଯାଇପାରେ। ସାଂପ୍ରତିକ ପରିସ୍ଥିତିରେ କେବଳ ପାଠ୍ୟକ୍ରମ ଆଧାରିତ ଅନ୍‌ଲାଇନ ଶିକ୍ଷାଦାନ ଚାଲିଥିବାବେଳେ ପିଲାଙ୍କୁ ମାନସିକ ଚାପ ମୁକ୍ତ ସହ ବୌଦ୍ଧିକ ବିକାଶ ଦିଗରେ ବିଶେଷ ସୁଯୋଗ ସୃଷ୍ଟି କରାଯାଇପାରିନି। ଅବଶ୍ୟ ନିକଟରେ ଏନ୍‌ସିଇଆରଟି ପକ୍ଷରୁ ବିକଳ୍ପ କ୍ୟାଲେଣ୍ଡର ପ୍ରସ୍ତୁତ କରି କାର୍ଯ୍ୟକ୍ରମକୁ ଆଗେଇ ନେଉଛନ୍ତି। କିଛିଦିନ ଧରି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିଭାଗ ପକ୍ଷରୁ ବିକଳ୍ପ ଶିକ୍ଷାଦାନ ବ୍ୟବସ୍ଥା କରାଯାଇଥିଲା। ଅନେକ ଗାଁକୁ ଶିକ୍ଷକ ଯାଇ ପିଲାଙ୍କୁ ପଢାଉଥିଲେ। କରୋନାର ଭୟାବହତା ହେତୁ ସେଇ ବ୍ୟବସ୍ଥା ବନ୍ଦ ପରଠାରୁ ଆଉ ପିଲା ପାଠ ପଢିବା ବି ବନ୍ଦ କରିଦେଇଛନ୍ତିି। ଏକଥା ସତ ଯେ ଆଗାମୀ ଦିନରେ କେବେ ବିଦ୍ୟାଳୟ ଖୋଲିବ ଏବଂ ପାଠପଢା ସ୍ବାଭାବିକ ହେବ ତାହାର କୌଣସି ଗ୍ୟାରେଣ୍ଟି ନାହିଁ। ସେଭଳି କ୍ଷେତ୍ରରେ ଅନ୍‌ଲାଇନ ହେଉ କି ଅଫ୍‌ଲାଇନ ହେଉ ପିଲାମାନେ ନିଜେ ନିଜେ ଏକଲବ୍ୟ ହେବା ଜରୁରୀ। ଦୂରରେ ଥାଇ ଏକଲବ୍ୟ ଯେଭଳି ନିଜର ପରାକାଷ୍ଠା ପ୍ରଦର୍ଶନ କରି ସମସ୍ତଙ୍କୁ ଚକିତ କରିଥିଲେ।
ସେଭଳି ନିଜର ପାରଙ୍ଗମତା ପ୍ରଦର୍ଶନ କରିବାକୁ ହେବ। କିନ୍ତୁ ଅନନ୍ୟ ହେବା କିମ୍ବା ଉତ୍କର୍ଷତା ପ୍ରଦର୍ଶନ ପାଇଁ ଅଭିପ୍ରେରିତ ହେବା ଅପେକ୍ଷା ଅନ୍ତତଃ ନିଜକୁ ଶିକ୍ଷା ଓ ଶିକ୍ଷଣ ପ୍ରକ୍ରିୟା ଭିତରେ ବୁଡେଇ ରଖିବାକୁ ପିଲାଏ ଚେଷ୍ଟା କରିବାକୁ ହେବ। ଆଉ ଏଦିଗରେ ଦ୍ରୋଣାଚାର୍ଯ୍ୟଙ୍କ ଭଳି ଦୂରରେ ରହି ବି ସାମଗ୍ରିକ ଭାବେ ପିଲାଙ୍କୁ ପରବର୍ତ୍ତୀ ପ୍ରତ୍ୟକ୍ଷ ଶିକ୍ଷାଦାନ ବ୍ୟବସ୍ଥା ଲାଗି ପ୍ରସ୍ତୁତ କରେଇବା ଆମ ସମସ୍ତଙ୍କର ଗୁରୁ ଦାୟିତ୍ୱ।
ଇନ୍ଦିରା ନଗର, ଚତୁର୍ଥ ଗଳି, ରାୟଗଡା
ମୋ-୯୫୫୬୨୮୭୭୭୫


Enter your email to get our daily news in your inbox.

All Right Reserved By Dharitri.Com

ତାମିଲନାଡୁର ରାଜତାରକା

ଭାରତସାରା ଚର୍ଚ୍ଚା ହେଉଛି ଯେ ଦୁଇବର୍ଷ ତଳେ ରାଜନୈତିକ ଦଳ ତାମିଲାଗା ଭେଟ୍ରି କାଜାଗମ୍‌ (ଟିଭିକେ) ଗଢ଼ି ଅଭିନେତାରୁ ରାଜନେତା ପାଲଟିଥିବା ଚନ୍ଦ୍ରଶେଖରନ୍‌ ଯୋଶେଫ୍‌ ବିଜୟ ଗ୍ରୀନ୍‌…

ନିର୍ବାଚନ ପ୍ରକ୍ରିୟାରେ ଭୋଟର

”ଆଜିକାଲି ଜଣେ ଗୃହହୀନ ବ୍ୟକ୍ତିଙ୍କ ବାସସ୍ଥାନର ଆବଶ୍ୟକତା ପୂରଣ କରିବାକୁ ହେଲେ ବିଏଲ୍‌ଓ (ବୁଥ ସ୍ତରୀୟ ଅଧିକାରୀ) ରାତିରେ ଯାଇ ସେହି ବ୍ୟକ୍ତି ପ୍ରକୃତରେ ତାଙ୍କ ପ୍ରଦତ୍ତ…

ଆମ ବ୍ୟବସ୍ଥା ଓ ସାଧାରଣ ଜନତା

କେନ୍ଦୁଝରର ଜିତୁ ମୁଣ୍ଡା ଏବେ ସାରା ଭାରତ ଓ ବିଶ୍ୱରେ ଚର୍ଚ୍ଚିତ ହୋଇଛନ୍ତି। ନିଜ ମୃତ ଭଉଣୀଙ୍କ ନାମରେ ବ୍ୟାଙ୍କରେ ଥିବା ଟଙ୍କାକୁ ଉଠେଇବାକୁ ଯାଇ ବାରମ୍ବାର…

ପିଇବା ପାଣିର ବଜାରୀକରଣ

ବିଗତ ସତୁରି ଅଶୀ ଦଶକର କଥା। ବିନା ଦ୍ୱନ୍ଦ୍ୱରେ କୂଅ ଓ ନଳକୂଅରୁ ସିଧା ସଳଖ ଆମେ ପାଣି ପିଇ ଦେଉଥିଲୁ। ଏ କଥା ଏବେ ଭାବିଲା…

ଯୁକ୍ତିଯୁକ୍ତ ଦୃଷ୍ଟିକୋଣ

ଭାରତର ସଦ୍ୟତମ ବାବୁ ଅଦଳବଦଳ ପ୍ରକୃତରେ ବଦଳି କିମ୍ବା ନିଯୁକ୍ତି ବିଷୟକୁ ନୁହେଁ, ବରଂ ନୂଆଦିଲ୍ଲୀର ଶାସକୀୟ ଦୃଷ୍ଟିକୋଣର ଏକ ଗଭୀର ପରିବର୍ତ୍ତନକୁ ସୂଚିତ କରୁଛି। ସୂତ୍ରରୁ…

ଏଇ ଭାରତରେ

ମହାରାଷ୍ଟ୍ର ବିଦର୍ଭ ଏକ ମରୁଡ଼ିପ୍ରବଣ ଅଞ୍ଚଳ। ବର୍ଷାଦିନ ପରେ ଏଠାରୁ ଭାରଓ୍ବାଡ ଯାଯାବର ସମ୍ପ୍ରଦାୟର ଲୋକେ ଗୃହପାଳିତ ପଶୁଙ୍କୁ ନେଇ ଅନ୍ୟ ଚାରଣଭୂମି ଅଞ୍ଚଳକୁ ଚାଲିଯାଆନ୍ତି। ସେମାନେ…

ପ୍ରକୃତିର ସ୍ବରୂପ

ପତଞ୍ଜଳି ଯୋଗ ଦର୍ଶନର ଦ୍ୱିତୀୟ ପାଦ ସୂତ୍ର ସଂଖ୍ୟା-୧୮ରେ କୁହାଯାଇଛି, ”ପ୍ରକାଶ କ୍ରିୟା ସ୍ଥିତି ଶୀଳଂ ଭୂତେନ୍ଦ୍ରିୟାତ୍ମକଂ ଭେଗାପବର୍ଗାଥଂ ଦୃଶ୍ୟମ“। ଏହାର ଅର୍ଥ ହେଲା ପ୍ରକାଶ, କ୍ରିୟା…

ସବୁଜ ସାଧକ କାଳିନ୍ଦୀ ଚରଣ

ଜନ୍ମ ଆମର ମଣିଷ କୁଳରେ ନାହିଁ ଇଜ୍ଜତ୍‌ ମାନ, ଆମ ଝିଅବୋହୂ ସବୁରି ଶାଳୀ ହେ ଆମେ ଶଳା ସଇତାନ“। କବିତାରେ ସର୍ବହରା ମଣିଷର ଏହି ଇସ୍ତାହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri