ମୂର୍ତ୍ତି ତିଆରି ନିଶାରେ ଶୁଭଶ୍ରୀସୋନମ

ବନ୍ତ, ୨୪।୮(ଡି.ଏନ.ଏ.)-ପାଠ ପଢିବା ସହିତ ଚିତ୍ର ଆଙ୍କିବା ଓ ମୂର୍ତ୍ତି ତିଆରି କରିବାରେ ନିଜକୁ ହଜାଇ ଦେଇଛନ୍ତି ଶୁଭଶ୍ରୀ ସୋନମ ରାଜ। ତାଙ୍କର ପ୍ରତିଭାକୁ ବିକାଶ କରାଇବା ଲାଗି ଲକ୍‌ଡାଉନ ସୁଯୋଗ ଆଣିଦେଇଛି ବୋଲି ସେ କୁହନ୍ତି। ଶୁଭଶ୍ରୀଙ୍କ ଘର ଭଦ୍ରକ ଜିଲା ବନ୍ତ ବ୍ଲକ ନିଳୋକ ଗ୍ରାମରେ। ଶ୍ରୀଧର ରାଜଙ୍କ ଝିଅ ଶୁଭଶ୍ରୀ ଚଳିତବର୍ଷ ମାଟ୍ରିକ୍‌ ପରୀକ୍ଷାରେ ୪୨୦ ନମ୍ବର ରଖି ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି।
ସେ ମାଟିରେ ବିଭିନ୍ନ ଦେବାଦେବୀଙ୍କ ମୂର୍ତ୍ତି ଓ ବିଭିନ୍ନ ଫଳ, ପନିପରିବା ଆକୃତି ତିଆରି କରି ଘରେ ରଖିଛନ୍ତି। ଆଖପାଖ ଗ୍ରାମରୁ ଲୋକମାନେ ତାଙ୍କ ଘରକୁ ଆସି ଏସବୁ ମୂର୍ତ୍ତି ଓ ସାମଗ୍ରୀ ଆସି ନେଉଛନ୍ତି। ପିଲାବେଳୁ ଚିତ୍ର ଆଙ୍କିବା ପ୍ରତି ତାଙ୍କର ଆଗ୍ରହ ଥିଲା। ପରେ ନିଜେ ମୂର୍ତ୍ତି ତିଆରି କରିବା ଆରମ୍ଭ କରିଥିଲେ। ୬ଷ୍ଠ ଶ୍ରେଣୀରୁ ଚିତ୍ର ଆଙ୍କିବା ଓ ମୂର୍ତ୍ତି ତିଆରି କରିବା ତାଙ୍କ ନିଶା ପାଲଟି ଯାଇଥିଲା। ସେ ବିଭିନ୍ନ ଦେବାଦେବୀ, ଦୃଶ୍ୟପଟ, ବିଦ୍ୟାଳୟ, ସ୍ବଚ୍ଛ ଭାରତ ସମ୍ପର୍କିତ ବିଭିନ୍ନ ଚିତ୍ର ଅଙ୍କନ କରିଛନ୍ତି। ସେ ଧାନରେ ଆକର୍ଷଣୀୟ ଜଗନ୍ନାଥଙ୍କ ଚିତ୍ରପଟ୍ଟ ପ୍ରସ୍ତୁତ କରିଛନ୍ତି। ଚିତ୍ରାଙ୍କନ ପାଇଁ ସେ ବହୁ ପ୍ରତିଯୋଗିତାରେ ପୁରସ୍କୃତ ହୋଇଛନ୍ତି। ସେ ୨୦୧୬ରେ ଭଦ୍ରକସ୍ଥିତ ନେତାଜୀ ସୁବାଷ ବାହିନୀ ପକ୍ଷରୁ ଆୟୋଜିତ ଜିଲାସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇ ପୁରସ୍କୃତ ହୋଇଥିଲେ। ସେହିପରି ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି, ତିଳୋତ୍ତମା ପହି ସ୍ମାରକୀ ଶିଶୁ ମହୋତ୍ସବ, ଓଷ୍ଟା ପକ୍ଷରୁ ଆୟୋଜିତ ବ୍ଲକସ୍ତରୀୟ ଶିଶୁ ଉତ୍ସବ, କେନ୍ଦୁଆପଦାସ୍ଥିତ ମାଳିରାମ ମେମୋରିଆଲ ଆୱାର୍ଡ ପ୍ରତିଯୋଗିତା, ଆଞ୍ଚଳିକ ସାଧନ କେନ୍ଦ୍ରସ୍ତରୀୟ ପ୍ରତିଯୋଗିତା, ନିଳୋକ ହାଇସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ ଆଦିରେ ଭାଗ ନେଇ ପୁରସ୍କୃତ ହୋଇଛନ୍ତି। ପିଲାଟି ବେଳୁ ତାଙ୍କ ଭିତରେ ଥିବା ପ୍ରତିଭା ଏବେ ତାଙ୍କ ପାଇଁ ନିଶାରେ ପରିଣତ ହୋଇଛି। ନିଜର ପ୍ରଗାଢ ଇଚ୍ଛାଶକ୍ତି ଓ ମାତା ପିତା, ଗୁରୁଜନଙ୍କ ଆଶୀର୍ବାଦରେ ସେ ଆକର୍ଷଣୀୟ ଚିତ୍ର ଆଙ୍କିବା ସହ ମୂର୍ତ୍ତି ତିଆରି କରିପାରୁଛନ୍ତି। ଉପଯୁକ୍ତ ପ୍ରଶିକ୍ଷଣ ଓ ପ୍ରୋତ୍ସାହନ ମିଳିଲେ ଆହୁରି ଆଗକୁ ଯାଇପାରିବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ତାଣ୍ଡବ ରଚିଲା କାଳବୈଶାଖୀ: ଭାଙ୍ଗିଲା ଗଛ, ଦୋକାନରୁ ଉଡ଼ିଗଲା ଆଜବେଷ୍ଟ୍‌ସ

ନିରାକାରପୁର,୨୪ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ସମେତ ଏହାର ଆଖପାଖ ଅଞ୍ଚଳରେ ୪୦ ଡିଗ୍ରୀ ତାପମାତ୍ରା ଲାଗିରହିଥିବା ବେଳେ ବୁଧବାର ଅପରାହ୍ନରେ ହଠାତ୍‌ ପାଗର...

କୋରାପୁଟ ଲୋକ ସଭା ଆସନରେ ୩ ପ୍ରାର୍ଥୀ, ୩ ବିଧାନସଭା ଆସନରେ ୯ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୪ା୪(ଅମିତାଭ ବେହେରା): ବୁଧବାର ନାମାଙ୍କନପତ୍ର ଦାଖଲର ଷଷ୍ଠ ଦିନରେ କୋରାପୁଟ ଲୋକ ସଭା ଆସନ ନିମନ୍ତେ ଭାଜପା ସମେତ ୩ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଡେରାବିଶ ବ୍ଲକର ପୂର୍ବତନ କିରାଣି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ପୂର୍ବତନ କିରାଣି ତଥା ଡିଲିଂ ଆସିଷ୍ଟାଣ୍ଟ ମାଧବ ଚନ୍ଦ୍ର ଆଚାର୍ଯ୍ୟ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ସେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri