ମା’ କ୍ଷୀରରେ ମାଇକ୍ରୋପ୍ଲାଷ୍ଟିକ,ସପ୍ତାହରେ ମାନବ ଶରୀରରେ ପ୍ରବେଶ କରୁଛି ୫ ଗ୍ରାମ୍‌: ରିପୋର୍ଟ…

ମେଲବୋର୍ନ/ଜାକର୍ତ୍ତା,୭।୨ : ମାନବ ଶରୀରରେ ପ୍ଲାଷ୍ଟିକ କଣିକା ଏକ ଉଦ୍ବେଗଜନକ ସ୍ତରରେ ବୃଦ୍ଧି ପାଉଛି। ମାନବ ସ୍ବାସ୍ଥ୍ୟ ପାଇଁ, ଏହା ଏକ ସମୟ-ବୋମା ପରି ହୋଇଗଲାଣି, ଯାହା ଅର୍ଦ୍ଧେକରୁ ଅଧିକ ଆଭ୍ୟନ୍ତରୀଣ ଅଙ୍ଗକୁ କ୍ଷତି ପହଞ୍ଚାଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ମାଲେସିଆ, ଅଷ୍ଟ୍ରେଲିଆ ଏବଂ ଇଣ୍ଡୋନେସିଆର ଅନୁସନ୍ଧାନକାରୀମାନେ ନୂତନ ରିପୋର୍ଟରେ ଏହା ଉଲ୍ଲେଖ କରିଛନ୍ତି।

ଏଥିରେ ଦର୍ଶାଯାଇଛି ଯେ ସପ୍ତାହରେ ହାରାହାରି ୫ ଗ୍ରାମ ପ୍ଲାଷ୍ଟିକ ମାନବ ଶରୀରରେ ପହଞ୍ଚୁଛି। ଏକ କ୍ରେଡିଟ କାର୍ଡର ଓଜନ ସହିତ ଏହା ସମାନ। ଅନେକ ଲୋକଙ୍କ ଶରୀରରେ ଏହାଠାରୁ ଅଧିକ ଓଜନର ପ୍ଲାଷ୍ଟିକ ମଧ୍ୟ ପ୍ରବେଶ କରୁଛି। ସର୍ବଶେଷ ଅଧ୍ୟୟନ ଅନୁଯାୟୀ, ସମଗ୍ର ବିଶ୍ୱରେ କୌଣସି ପ୍ରତିବନ୍ଧକ ବିନା ପ୍ରାୟ ୧୦ ହଜାର ପ୍ରକାରର ରାସାୟନିକ ପଦାର୍ଥ ପ୍ଲାଷ୍ଟିକରେ ମିଶ୍ରିତ ହେଉଛି।

ଚାଇନା ସର୍ବାଧିକ ପ୍ଲାଷ୍ଟିକ ପ୍ରଦୂଷଣ ବିସ୍ତାର କରୁଛି। ଏହା ପଛକୁ ରହିଛି ଇଣ୍ଡୋନେସିଆ। ଏଠାରେ ଥିବା ଏୟାରଲାଙ୍ଗଗା ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀ ଭେରିଲ ହାସନ ଦାବି କରିଛନ୍ତି ଯେ ଏବେ ସାମୁଦ୍ରିକ ମାଛ ମାନବ ଶରୀରକୁ ମାଇକ୍ରୋ ପ୍ଲାଷ୍ଟିକ ପ୍ରବେଶର ମୁଖ୍ୟ ମାଧ୍ୟମ ପାଲଟିଛି। ଆକଳନ କରାଯାଇଛି ଯେ ୨୦୫୦ ସୁଦ୍ଧା ସମୁଦ୍ରରେ ପହଞ୍ଚୁଥିବା ପ୍ଲାଷ୍ଟିକର ଓଜନ ମାଛଙ୍କର ମୋଟ ଓଜନଠାରୁ ଅଧିକ ହେବ। ମାଲେସିଆର ସାଇନ୍ସ ୟୁନିଭରସିଟିର ଅନୁସନ୍ଧାନକାରୀ ଲି ୟୋଙ୍ଗ ୟେ କହିଛନ୍ତି ଯେ ମାଇକ୍ରୋପ୍ଲାଷ୍ଟିକ ମାନବ ଅଙ୍ଗର ଅଧାରୁ ଅଧିକରେ ପହଞ୍ଚିଛି।

ଏହା ଦ୍ୱାରା ବୈଜ୍ଞାନିକମାନେ କର୍କଟ ଠାରୁ ଆରମ୍ଭ କରି ଆଭ୍ୟନ୍ତରୀଣ ଅଙ୍ଗ ଆକାମୀ ପର୍ଯ୍ୟନ୍ତ ଆଶଙ୍କା ପ୍ରକାଶ କରି ରିପୋର୍ଟ ଜାରି କରିଛନ୍ତି। ମାଇକ୍ରୋ ପ୍ଲାଷ୍ଟିକ ୫ ମିଲିମିଟରରୁ ଛୋଟ କଣିକା। ମାଲେସିଆର ଅନୁସନ୍ଧାନକାରୀମାନେ ଦାବି କରିଛନ୍ତି ଯେ ୧୨ ରୁ ଏକ ଲକ୍ଷ ପର୍ଯ୍ୟନ୍ତ ୫ ମିଲିମିଟରରୁ କମ ଆକାରର ପ୍ଲାଷ୍ଟିକ କଣିକା ଦୈନିକ ମାନବ ଶରୀରରେ ପହଞ୍ଚେ।

ଗୋଟିଏ ବର୍ଷରେ, ୧୧,୮୪୫ରୁ ୧,୯୩,୨୦୦ ପର୍ଯ୍ୟନ୍ତ ମାଇକ୍ରୋ ପ୍ଲାଷ୍ଟିକ କଣିକା ଶରୀରରେ ପ୍ରବେଶ କରିଥାଏ। ସେସବୁର ମୋଟ ଓଜନ ୭.୭ ଗ୍ରାମରୁ ୨୮୭ ଗ୍ରାମ ପର୍ଯ୍ୟନ୍ତ। ଶରୀରରେ ଏବଂ ବିଭିନ୍ନ ପଦାର୍ଥରେ ସେମାନଙ୍କର ଉପସ୍ଥିତି ଆକଳନ କରିବା ପାଇଁ ରମଣ ସ୍ପେକ୍ଟ୍ରସ୍କୋପି ଏବଂ ଫୋରିଅର୍‌-ଟ୍ରାନ୍ସଫର୍ମ ଇନଫ୍ରାରେଡ ସ୍ପେକ୍ଟ୍ରସ୍କୋପି ଦ୍ୱାରା ଅଲ୍ଟ୍ରାଫାଇନ କଣିକା ଚିହ୍ନଟ କରିବାକୁ ପ୍ରୟାସ କରାଯାଇଥିଲା। ବର୍ତ୍ତମାନ ଏନେଇ କୌଣସି ସଫଳତା ମିଳି ନାହିଁ ।

ଶରୀରରେ ଏହା ଖାଦ୍ୟ ସାମଗ୍ରୀର ପ୍ଲାଷ୍ଟିକ ପ୍ୟାକେଜିଂ ଏବଂ ପ୍ଲାଷ୍ଟିକ ପ୍ଲେଟ-ଗ୍ଲାସ ମାଧ୍ୟମରେ ପ୍ରବେଶ କରୁଛି। ପ୍ୟାକେଜ ବୋତଲ-ପାଣି ଏ ଦୃଷ୍ଟିରୁ ଅଧିକ ବିପଦପୂର୍ଣ୍ଣ। ଅଧ୍ୟୟନରୁ ଜଣାପଡିଛି ଯେ ମାଇକ୍ରୋ ପ୍ଲାଷ୍ଟିକ ବୋତଲ ପାଣିରେ ଅଧିକ। ପ୍ରଦୂଷଣ ହେଉଛି ଏହାର ସବୁଠାରୁ ବଡ କାରଣ। ପ୍ଲାଷ୍ଟିକ ଆମର ସମୁଦ୍ର, ନଦୀ, ମାଟି, ବାୟୁ ଏବଂ ବର୍ଷା ଜଳରେ ମିଶିବାରେ ଲାଗିଛି।

ମା’ କ୍ଷୀରରେ ମଧ୍ୟ ମାଇକ୍ରୋପ୍ଲାଷ୍ଟିକ୍ସର ଉପସ୍ଥିତି ବୈଜ୍ଞାନିକମାନେ ନିଶ୍ଚିତ କରିଛନ୍ତି। ନେଦରଲ୍ୟାଣ୍ଡର ବୈଜ୍ଞାନିକମାନେ ୮ ଟି ମାଂସ ନମୁନାରୁ ୭ ଟିରେ ଏହା ଚିହ୍ନଟ କରିଥିବାବେଳେ ଏବଂ ୨୫ ଟି ଦୁଗ୍ଧ ନମୁନାରୁ ୧୮ ଟି ମାଇକ୍ରୋପ୍ଲାଷ୍ଟିକ ପାଇଛନ୍ତି।ଯେଉଁମାନେ ମାଛ ଏବଂ ସମୁଦ୍ର ଲୁଣ ଖାଉଛନ୍ତି ସେମାନଙ୍କ ଶରୀରକୁ ପ୍ଲାଷ୍ଟିକ ମଧ୍ୟ ଯାଉଛି । ଏହାକୁ ହଜମ ପ୍ରକ୍ରିୟା ଏବଂ ଅନ୍ତନଳୀ ଠାରୁ ଆରମ୍ଭ କରି କୋଷ ପାଇଁ ବିପଦ ଭାବରେ ଅଧ୍ୟୟନରେ ବିବେଚନା କରାଯାଇଛି।

କର୍କଟ , ହୃଦ ରୋଗ, କିଡନୀ, ପେଟ ଏବଂ ଯକୃତ ସମସ୍ୟା, ମେଦବହୁଳତା, ମାତୃ ଗର୍ଭରେ ଥିବା ଗର୍ଭସ୍ଥ ଶିଶୁର ବିକାଶକୁ ବନ୍ଦ କରିବା ପାଇଁ ଏହା ଦାୟୀ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।
ମାଇକ୍ରୋପ୍ଲାଷ୍ଟିକ୍ସର ମୁଖ୍ୟ କାରଣ ହେଉଛି ଏକକ ବ୍ୟବହାର ପ୍ଲାଷ୍ଟିକ(ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ୍‌)। ୨୦୨୨ସୁଦ୍ଧା ପ୍ରାୟ ୯୮ ଟି ଦେଶରେ ଏହାର ବ୍ୟବହାରକୁ ଆଂଶିକ କିମ୍ବା ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ଏହା ଦ୍ୱାରା ପ୍ଲାଷ୍ଟିକର ବ୍ୟବହାର ହ୍ରାସ ହେବାର ଆଶା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଯିଏ ରାମଙ୍କର ହେଲେନି, ସେ କୃଷ୍ଣଙ୍କର ହୋଇପାରିବେନି’: ଅଖିଳେଶଙ୍କୁ ଟାର୍ଗେଟ୍ କଲେ…

ଲକ୍ଷ୍ନୌ,୨୩।୯: ୨୦୨୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଅଯୋଧ୍ୟା, କାଶୀ ଓ ମଥୁରାକୁ ନେଇ ରାଜନୈତିକ ବୟାନବାଜି ଜୋରଦାର ହୋଇଛି। ଅଯୋଧ୍ୟାରେ ରାସ୍ତା ପ୍ରଶସ୍ତୀକରଣକୁ ନେଇ ସମାଜବାଦୀ…

ଆପଣଙ୍କର SBIରେ ଆକାଉଣ୍ଟ ଅଛି କି? ଅକ୍ଟୋବର ୧ରୁ ATMରୁ ଟଙ୍କା କାଢ଼ିବା ହେବ ମହଙ୍ଗା, ଜାଣନ୍ତୁ କେତେ କଟିବ…

ନୂଆଦିଲ୍ଲୀ,୨୩।୯: ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ‘ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ’ (SBI) ନିଜ ଗ୍ରାହକମାନଙ୍କ ପାଇଁ ATM ଏବଂ ନଗଦ ଟଙ୍କା ଉଠାଣ (Cash…

ନ୍ୟାସନାଲ ପେନଚାକ ପ୍ରତିଯୋଗିତା, ସ୍ବର୍ଣ୍ଣପଦକ ବିଜେତାଙ୍କୁ ଗଞ୍ଜାମରେ ସମ୍ବର୍ଦ୍ଧନା

ଗଞ୍ଜାମ,୨୩ା୯(ବିଦ୍ୟାଧର ସାହୁ ): ଲେହ ଲଦାଖରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ପେନଚାକ ସିଲାଟ ପ୍ରତିଯୋଗିତା 2026 ରେ ଓଡ଼ିଆ ପୁଅ ଶିବପ୍ରସାଦ ଜେନା ଗୋଲ୍ଡ ମେଡାଲ ହାସଲ…

ଆୟ ବର୍ହିଭୂତ ସମ୍ପତ୍ତି ଠାବ, PEO କାର୍ତ୍ତିକେଶ୍ୱର ବେହେରା ଗିରଫ

ବରଗଡ଼,୨୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା କଟାବାହାଲ ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) କାର୍ତ୍ତିକେଶ୍ୱର ବେହେରାଙ୍କୁ ଗିରିଫ କରିଛି ଭିଜିଲାନ୍ ଟିମ୍ । ତାଙ୍କ ଜଣାଶୁଣା ଆୟର…

କେସିଙ୍ଗାରେ ରେକର୍ଡ ବର୍ଷା, ଆତଙ୍କିତ ସ୍ଥାନୀୟ ବାସିନ୍ଦା

କେସିଙ୍ଗା,୨୩।୯(ତୁମେଶ୍ୱର ସାହୁ): ଲଘୁଚାପଜନିତ ବର୍ଷାରେ କେସିଙ୍ଗା ବ୍ଲକର ୨୬ଟି ଗ୍ରାମ ପଞ୍ଚାୟତରେ ଦୀର୍ଘ ଦୁଇଦିନ ଧରି ବର୍ଷା ଲାଗି ରହିଛି ।କେତେବେଳେ ବର୍ଷା ହେଉଛି ତ ଆଉ…

IPL ଅକ୍ସନ୍‌କୁ ନେଇ ବଡ଼ ଘୋଷଣା: ଡିସେମ୍ବରରେ ଏହି ସ୍ଥାନରେ ହେବ….

ନୂଆଦିଲ୍ଲୀ,୨୩।୯: IPLର ଆଗାମୀ ସିଜନ୍‌କୁ ନେଇ ପ୍ରସ୍ତୁତି ଜୋରଦାର ହେଉଥିବା ବେଳେ ଅକ୍ସନକୁ ନେଇ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି । BCCI ସଚିବ ଦେବଜିତ ସାଇକିଆଙ୍କ…

ନାଗାବଳୀ କୂଳରେ ଝଲସୁଛି କାଶତଣ୍ଡି, ଧରାପୃଷ୍ଠକୁ ଆସିବେ ଜଗତଜନନୀ

କଲ୍ୟାଣସିଂହପୁର,୨୩ା୯(ଦୀପକ କୁମାର ପରିଡା ): ​ପ୍ରକୃତିର କୋଳରେ ଏବେ ଉତ୍ସବର ଋତୁ । ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ବେଲକନା ଗାଁ ନିକଟସ୍ଥ ନାଗାବଳୀ ନଦୀ…

ଗଞ୍ଜାମ ଜିଲାରେ ଲଗାଣ ବର୍ଷା; ମା’ ତାରାତାରିଣୀ ପାହାଡ଼ରୁ ଧସିଲା ମାଟି ଆତଡା-ପଥର ଖଣ୍ଡ

ପୁରୁଷୋତ୍ତମପୁର,୨୩ା୯(ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଦୁଇଦିନ ହେଲା ବର୍ଷା ଲାଗିରହିଛି । ଏହାର ପ୍ରଭାବରେ ଦକ୍ଷିଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?