Posted inଜାତୀୟ

‘ଅଗ୍ନି ବୀର ସ୍କିମ ସେନା ନୁହେଁ ଅଜିତ ଡୋଭାଲ ଥୋପିଛନ୍ତି’: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୭ ।୨: କଂଗ୍ରେସ ଏମପି ରାହୁଲ ଗାନ୍ଧୀ ମଙ୍ଗଳବାର ଲୋକ ସଭାରେ ତାଙ୍କ ଭାଷଣ ଦେବା ସମୟରେ କେନ୍ଦ୍ର ସରକାରଙ୍କ ଉପରେ ଖୁବ୍ ବର୍ଷିଛନ୍ତି । ରାହୁଲ ଗାନ୍ଧୀ, ଅଗ୍ନିବୀର ଯୋଜନା, ଅଦାନି ମାମଲାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ‘ଭାରତ ଯୋଡୋ ଯାତ୍ରା’ ସମୟରେ ସେ ଲୋକଙ୍କ କଥା ଶୁଣିଛନ୍ତି ଓ ନିଜ କଥା ବି କହିଛନ୍ତି, ଆମେ ଯାତ୍ରା ସମୟରେ ମହିଳା, ଶିଶୁ ଓ ବରିଷ୍ଠ ନାଗରିକଙ୍କ ସହ କଥା ହୋଇଛୁ ।

ଲୋକ ସଭାରେ କଂଗ୍ରେସ ଏମପି ରାହୁଲ ଗାନ୍ଧୀ କହିଛନ୍ତି, ଆମେ ଯେତେବେଳେ ଯୁବକଙ୍କୁ ସେମାନଙ୍କ ଚାକିରିକୁ ନେଇ ପ୍ରଶ୍ନ କଲୁ ସେତେବେଳେ ଅଧିକାଂଶ ଯୁବକ କହିଲେ ଆମେ ବେକାର ଆଉ କେତେଜଣ କହିଲେ ଆମେ କ୍ୟାବ ଚଲାଉଛୁ । କୃଷକମାନେ ପିଏମ ଯୋଜନାରେ ଟଙ୍କା ପାଇ ନ ଥିବା କଥା କହିଥିଲେ । ଯେତେବେଳେ ଆଦିବାସୀମାନେ ଆଦିବାସୀ ବିଲ କଥା କହିଲେ ସେତେବେଳେ ତାଙ୍କ ଜମି ଛଡାଇ ନିଆଯାଇଛି । ଲୋକେ ଅଗ୍ନିବୀର ଯୋଜନାକୁ ନେଇ ବି କଥା ହୋଇଥିଲେ । ହେଲେ ଯୁବକମାନେ କହିଥିଲେ ଏହି ସ୍କିମରେ ଆମକୁ ୪ ବର୍ଷ ପରେ ଚାକିରି ଛାଡିବାକୁ କୁହାଯିବ ।
ରାହୁଲ ଗାନ୍ଧୀ କହିଛନ୍ତି, ଅବସରପ୍ରାପ୍ତ ସେନାର ବରିଷ୍ଠ ଅଧିକାରୀମାନେ କହିଛନ୍ତି, ଅଗ୍ନିବୀର ଯୋଜନା ଆରଏସଏସ, ସ୍ୱରାଷ୍ଟ୍ର ମନ୍ତ୍ରଣାଳୟରୁ ଆସିଛି ସେନାରୁ ନୁହେଁ । ସେମାନେ କହିଛନ୍ତି, ଅଗ୍ନିବୀର ଯୋଜନାକୁ ସେନା ଉପରେ ଥୋପି ଦିଆଯାଇଛି । ସେନାନିବୃତ୍ତ ଅଧିକାରୀମାନେ କହିଛନ୍ତି, ଲୋକଙ୍କୁ ଅସ୍ତ୍ର ଚଲାଇବାର ପ୍ରଶିକ୍ଷଣ ଦିଆଯାଉଛି ଆଉ ପୁଣିଥରେ ସମାଜକୁ ଫେରି ଯିବାକୁ କୁହାଯାଉଛି । ଏହାଦ୍ୱାରା ହିଂସା ଉପୁଜିବ । ସେନା ନିବୃତ୍ତ ଅଧିକାରୀମାନେ ଭାବୁଛନ୍ତି ଯେ ଅଗ୍ନିବୀର ଯୋଜନା ସେନାରୁ ଆସିନାହିଁ ଏନଏସଏ ଅଜିତ ଡୋଭାଲ ସେନା ଉପରେ ଏହି ଯୋଜନାକୁ ଲାଗୁ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜରେ ଜାହାଜ ଉପରେ ବଡ଼ ଧରଣର ଆକ୍ରମଣ, ଚାଲିଗଲା ଭାରତୀୟ ନାବିକଙ୍କ ଜୀବନ

ଓମାନ,୨୩।୯: ଓମାନ ଉପକୂଳ ନିକଟ ହର୍ମୁଜ୍ ଅଞ୍ଚଳରେ ଭାରତ ଆସୁଥିବା ଏକ ମାଲବାହୀ ଜାହାଜ ଉପରେ ଟର୍ପିଡୋ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ଉତ୍ତରପ୍ରଦେଶର ଦେବରିଆ…

ବଡ଼ ବିପଦ! ଭାରତରେ ଜୀବନ ନେଇପାରେ ତାତି, ଯାଇପାରେ ୪.୫ ଲକ୍ଷରୁ ଅଧିକ ଜୀବନ

ନୂଆଦିଲ୍ଲୀ,୨୩।୯: ଶକ୍ତିଶାଳୀ ଏଲ୍‌ ନିନୋକୁ ନେଇ ଜଳବାୟୁ ବିଶେଷଜ୍ଞମାନେ ବଡ଼ ଚେତାବନୀ ଦେଇଛନ୍ତି । ଏକ ନୂଆ ଆକଳନ ଅନୁସାରେ, ଆଗାମୀ ୬ ମାସରେ ଏହି କାରଣ…

‘ଯିଏ ରାମଙ୍କର ହେଲେନି, ସେ କୃଷ୍ଣଙ୍କର ହୋଇପାରିବେନି’: ଅଖିଳେଶଙ୍କୁ ଟାର୍ଗେଟ୍ କଲେ…

ଲକ୍ଷ୍ନୌ,୨୩।୯: ୨୦୨୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଅଯୋଧ୍ୟା, କାଶୀ ଓ ମଥୁରାକୁ ନେଇ ରାଜନୈତିକ ବୟାନବାଜି ଜୋରଦାର ହୋଇଛି। ଅଯୋଧ୍ୟାରେ ରାସ୍ତା ପ୍ରଶସ୍ତୀକରଣକୁ ନେଇ ସମାଜବାଦୀ…

ଆପଣଙ୍କର SBIରେ ଆକାଉଣ୍ଟ ଅଛି କି? ଅକ୍ଟୋବର ୧ରୁ ATMରୁ ଟଙ୍କା କାଢ଼ିବା ହେବ ମହଙ୍ଗା, ଜାଣନ୍ତୁ କେତେ କଟିବ…

ନୂଆଦିଲ୍ଲୀ,୨୩।୯: ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ‘ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ’ (SBI) ନିଜ ଗ୍ରାହକମାନଙ୍କ ପାଇଁ ATM ଏବଂ ନଗଦ ଟଙ୍କା ଉଠାଣ (Cash…

ନ୍ୟାସନାଲ ପେନଚାକ ପ୍ରତିଯୋଗିତା, ସ୍ବର୍ଣ୍ଣପଦକ ବିଜେତାଙ୍କୁ ଗଞ୍ଜାମରେ ସମ୍ବର୍ଦ୍ଧନା

ଗଞ୍ଜାମ,୨୩ା୯(ବିଦ୍ୟାଧର ସାହୁ ): ଲେହ ଲଦାଖରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ପେନଚାକ ସିଲାଟ ପ୍ରତିଯୋଗିତା 2026 ରେ ଓଡ଼ିଆ ପୁଅ ଶିବପ୍ରସାଦ ଜେନା ଗୋଲ୍ଡ ମେଡାଲ ହାସଲ…

ଆୟ ବର୍ହିଭୂତ ସମ୍ପତ୍ତି ଠାବ, PEO କାର୍ତ୍ତିକେଶ୍ୱର ବେହେରା ଗିରଫ

ବରଗଡ଼,୨୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା କଟାବାହାଲ ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) କାର୍ତ୍ତିକେଶ୍ୱର ବେହେରାଙ୍କୁ ଗିରିଫ କରିଛି ଭିଜିଲାନ୍ ଟିମ୍ । ତାଙ୍କ ଜଣାଶୁଣା ଆୟର…

କେସିଙ୍ଗାରେ ରେକର୍ଡ ବର୍ଷା, ଆତଙ୍କିତ ସ୍ଥାନୀୟ ବାସିନ୍ଦା

କେସିଙ୍ଗା,୨୩।୯(ତୁମେଶ୍ୱର ସାହୁ): ଲଘୁଚାପଜନିତ ବର୍ଷାରେ କେସିଙ୍ଗା ବ୍ଲକର ୨୬ଟି ଗ୍ରାମ ପଞ୍ଚାୟତରେ ଦୀର୍ଘ ଦୁଇଦିନ ଧରି ବର୍ଷା ଲାଗି ରହିଛି ।କେତେବେଳେ ବର୍ଷା ହେଉଛି ତ ଆଉ…

IPL ଅକ୍ସନ୍‌କୁ ନେଇ ବଡ଼ ଘୋଷଣା: ଡିସେମ୍ବରରେ ଏହି ସ୍ଥାନରେ ହେବ….

ନୂଆଦିଲ୍ଲୀ,୨୩।୯: IPLର ଆଗାମୀ ସିଜନ୍‌କୁ ନେଇ ପ୍ରସ୍ତୁତି ଜୋରଦାର ହେଉଥିବା ବେଳେ ଅକ୍ସନକୁ ନେଇ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି । BCCI ସଚିବ ଦେବଜିତ ସାଇକିଆଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?