ମାନସିକ ରୋଗୀ ସ୍ବାସ୍ଥ୍ୟ ସୁରକ୍ଷା ଆଇନ ପ୍ରହସନ

ଜଗତ୍‌ସିଂହପୁର ଅଫିସ, ୨୩ା୭: ନ ଖାଇ, ନ ପିଇ ଦୁର୍ବିଷହ ଜୀବନ ଅତିବାହିତ କରୁଥିବା ମାନସିକ ରୋଗୀମାନେ ପ୍ରାୟତଃ ସମାଜରେ ଅଲୋଡା। ସେମାନଙ୍କ ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ଥିବା ଆଇନକୁ ପାଳନ କରାଯିବା ଜରୁରୀ। ଏନେଇ ବିଭିନ୍ନ ସମୟରେ କ୍ୟାମ୍ପ ଏବଂ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଉଛି ବୋଲି କୁହାଯାଉଥିଲେ ସୁଦ୍ଧା ବାସ୍ତବରେ ଏହା ପ୍ରହସନ ପାଲଟିଛି।
ଜଗତ୍‌ସିଂହପୁର ଜିଲାର ଶତାଧିକ ମହିଳା, ପୁରୁଷ ବିଭିନ୍ନ କାରଣରୁ ମାନସିକ ଭାରସାମ୍ୟ ହରାଇ ବସୁଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ ଦାରିଦ୍ର୍ୟ ଓ ଚାପ ଯୋଗୁ ଏ ପରିସ୍ଥିତିକୁ ଚାଲି ଯାଉଛନ୍ତି। ଏହି ଲୋକମାନଙ୍କ ଅବସ୍ଥାକୁ ନେଇ ପ୍ରାୟତଃ କେହି ଚିନ୍ତିତ ଥିଲା ଭଳି ଅନୁଭବ ହୁଏ ନାହିଁ। ବିଶେଷକରି ସରକାରୀ ଓ ବେସରକାରୀସ୍ତରରେ ସେଭଳି ସହଯୋଗ ରହୁନି। ସେମାନଙ୍କ ସ୍ବାସ୍ଥ୍ୟ ସୁରକ୍ଷା ଅର୍ଥାତ୍‌ ଚିକିତ୍ସା ପାଇଁ ଆଇନ ରହିଛି। ଏହି ଆଇନ କାର୍ଯ୍ୟକାରୀ କରିବା ପାଇଁ ଜାତୀୟ ମାନବାଧିକାର କମିଶନ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ରାସ୍ତାରେ ବୁଲୁଥିବା ଏହି ରୋଗୀଙ୍କୁ ପୋଲିସ, ସ୍ବେଚ୍ଛାସେବୀ ଅନୁଷ୍ଠାନ କିମ୍ବା କେହି ସହୃଦୟ ବ୍ୟକ୍ତି ଉଦ୍ଧାର କରି ନିକଟସ୍ଥ ଚିକିତ୍ସାଳୟରେ ପହଞ୍ଚାଇବା ଉଚିତ୍‌। ଏହାପରେ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ଆବଶ୍ୟକ ଚିକିତ୍ସା ଯୋଗାଇ ଦିଆଯିବା ନିର୍ଦ୍ଦେଶ ରହିଛି। ମହିଳା ମାନସିକ ରୋଗୀମାନଙ୍କ କ୍ଷେତ୍ରରେ ଅଗ୍ରାଧିକାର ଭିତ୍ତିରେ ଉଦ୍ଧାର କରିବା ଜରୁରୀ। କାରଣ ଅନେକ ସମୟରେ ଏହି ଯୁବତୀ କିମ୍ବା ମହିଳାମାନେ ଅସାମାଜିକ ବ୍ୟକ୍ତିଙ୍କ ଦ୍ୱାରା ଗଣବଳାତ୍କାରର ଶିକାର ହୋଇଥିବା ପୂର୍ବରୁ ନଜିର ରହିଛି। ଯୌନ କ୍ଷୁଧା ମେଣ୍ଟିଗଲା ପରେ ଅପରାଧୀମାନେ ସେମାନଙ୍କୁ ଅସୁସ୍ଥ ଅବସ୍ଥାରେ ଫୁଟପାଥ୍‌ରେ ଫିଙ୍ଗି ଦେଉଛନ୍ତି ଅଥବା ଏକାଧିକ ଦିନ ଭୋକିଲା ରଖି ଶାରୀରିକ ଓ ମାନସିକ ନିର୍ଯାତନା ଦେଉଛନ୍ତି। କିନ୍ତୁ କମିଶନଙ୍କ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇପାରୁନାହିଁ। ଜଗତ୍‌ସିଂହପୁର ଜିଲାରେ ଶତାଧିକ ମାନସିକ ରୋଗୀ ଫୁଟପାଥ୍‌ରେ ବୁଲୁଥିଲେ ସୁଦ୍ଧା ସେମାନଙ୍କ ପ୍ରତି ସତେ ଯେପରି କାହାରି ଦାୟିତ୍ୱ ନାହିଁ। କିଛି ବର୍ଷ ପୂର୍ବରୁ ପାରାଦୀପ ବଡ଼ପଡ଼ିଆ ପୁରୁଣା କଲେଜ ନିକଟ ଏକ ଭଙ୍ଗା ଟ୍ରକ୍‌ ପାର୍ଶ୍ୱରେ ଜଣେ ମାନସିକ ବିକୃତ ମହିଳା କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ପ୍ରଥମେ ଏହି ଶିଶୁକୁ ପାରାଦୀପସ୍ଥିତ ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ଶିଶୁର ସ୍ବାସ୍ଥ୍ୟାବସ୍ଥା ଉଦ୍‌ବେଗଜନକ ଥିବାରୁ ୧୦୮ ଯୋଗେ କଟକ ଶିଶୁ ଭବନ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଏସ୍‌ଏନ୍‌ସିୟୁରେ ପାଖାପାଖି ୧ ମାସ ରଖା ଯାଇଥିଲା । ପରବର୍ତ୍ତୀ ସମୟରେ ଶିଶୁ କନ୍ୟାର ମା’ ପୂର୍ବପରି ପାରାଦୀପରେ ବୁଲୁଥିବା ଦେଖାଯାଥିଲା। ସେହିପରି ଜଗତ୍‌ସିଂହପୁର ସହରରେ ଜଣେ ମାନସିକ ରୋଗୀ ପ୍ରବଳ ବର୍ଷାରେ ଭିଜି ଥରୁଥିବା ଦେଖା ଯାଇଥିଲା । କିନ୍ତୁ ତାଙ୍କୁ ସ୍ବାସ୍ଥ୍ୟକେନ୍ଦ୍ର ନେବା ପାଇଁ କାହାରି ଆନ୍ତରିକତା ନ ଥିବାରୁ ସେ ଜୀବନ ସହ ସଂଗ୍ରାମ କରୁଥିଲେ। କେବଳ ଏତିକି ନୁହେଁ, ଜିଲାରେ ଏଭଳି ଏକାଧିକ ଘଟଣା ଘଟୁଥିଲେ ସୁଦ୍ଧା ସେମାନଙ୍କ ପ୍ରତି କାହାରି ନିଘା ନାହିଁ। ଏଯାଏ ଜିଲାରେ ମାନସିକ ରୋଗୀ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇନାହିଁ ।
ରାଜ୍ୟର ଅନେକ ଜିଲା ମୁଖ୍ୟ ଚିକିତ୍ସାଳୟରେ ମାନସିକ ରୋଗୀ ସ୍ବାସ୍ଥ୍ୟ କେନ୍ଦ୍ର ରହିଛି । କିନ୍ତୁ ଜଗତସିଂହପୁରରେ ଏହା କରା ନ ଯିବା ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି । ଏ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମ୍‌ଓ) ଡ. କ୍ଷେତ୍ରବାସୀ ଦାଶଙ୍କୁ ପଚାରିବାରୁ କହିଥିଲେ, ଜିଲା ମୁଖ୍ୟ ଚିକିତ୍ସାଳୟରେ ମାନସିକ ରୋଗୀଙ୍କୁ ସାଧାରଣ ଚିକିତ୍ସା ଯୋଗାଇ ଦିଆଯାଉଛି। କିନ୍ତୁ ଜିଲାରେ ଅଧିକ ଚିକିତ୍ସା ଯୋଗାଇବା ସମ୍ଭବ ହେଉନାହିଁ। କାରଣ ଏହି ବିଭାଗର ନିୟମିତ ଡାକ୍ତର କିମ୍ବା ୟୁନିଟ୍‌ ନାହିଁ। କଟକରୁ ଜଣେ ଡାକ୍ତର କିଛି ଦିନ ଆସିବା ବ୍ୟବସ୍ଥା ହୋଇଥିଲେ ସୁଦ୍ଧା ସେ ତାଙ୍କ ଇଚ୍ଛାରେ ଆସିଥାନ୍ତି । ତେଣୁ ଅନେକଙ୍କୁ ବାଧ୍ୟ ବାଧ୍ୟକତାରେ କଟକ ପଠାଇ ଦିଆଯାଉଛି। ହେଲେ ଫୁଟ୍‌ପାଥ୍‌ରେ ବୁଲୁଥିବା ଏହି ମହିଳା କିମ୍ବା ପୁରୁଷଙ୍କ ତାଲିକା ଓ ଚିକିତ୍ସା ପାଇଁ କୌଣସି ସ୍ବତନ୍ତ୍ର ବ୍ୟବସ୍ଥା ନାହିଁ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟର ୬ଟି ଲୋକ ସଭା ଆସନରେ କାହାକୁ ଟିକେଟ ଦେବ ବିଜେଡି, ଚର୍ଚ୍ଚାରେ ଏହି ନାଁ

ଭୁବନେଶ୍ୱର,୨୮।୩: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଓଡ଼ିଶାର ୨୧ଟି ଲୋକ ସଭା ନିର୍ବାଚନ ମଣ୍ଡଳୀ ଭିତରୁ ୧୮ଟି ସ୍ଥାନରେ ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ...

ଓଡ଼ିଶା ପାଇଁ ଏପ୍ରିଲ ପ୍ରଥମ ସପ୍ତାହରେ ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ

ଭୁବନେଶ୍ୱର,୨୮।୩: ଓଡ଼ିଶା ପାଇଁ ଭାରତୀୟ ଜନତା ପାର୍ଟି(ଭାଜପା) ୧୮ ଟି ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜୁ ଜନତା ଦଳ(ବିଜେଡି)...

୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସିଟିଓ-ଜିଏସଟି ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର,୨୮।୩: ପୁରୀରେ ଲାଞ୍ଚ ନେଉଥିଲା ବେଳେ ବାଣିଜ୍ୟିକ ଟିକସ ଅଧିକାରୀ (ସିଟିଓ) ଏବଂ ଦ୍ରବ୍ୟ ଏବଂ ସେବା କର (ଜିଏସଟି) ଅଧିକାରୀଙ୍କୁ ଗିରଫ କରିଛି ଓଡ଼ିଶା...

ଗୋପାଳପୁର ଚିନ୍ତାରେ ବିଜେଡି: ପ୍ରଦୀପଙ୍କ ପଛେ ପଛେ ଭାଜପାରେ ସାମିଲ ହେଉଛନ୍ତି କର୍ମୀ

ଗୋପାଳପୁର,୨୮।୩(ନବୀନ ରାଜ ଆଚାରୀ): ସାଧାରଣ ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ରାଜନୀତି ତାତି ସେତେ ବଢୁଛି। ଗୁରୁବାର ଗୋପାଳପୁର ନିର୍ବାଚନ ମଣ୍ଡଳୀ ଗୋଳନ୍ଥରା ସ୍ଥିତ...

କଟକରେ ହେବ ବଡ଼ ଲଢେଇ, ମୁହାଁମୁହିଁ ହୋଇପାରନ୍ତି ଭର୍ତ୍ତୃହରି-ସଂତୃପ୍ତ

ଭୁବନେଶ୍ୱର,୨୮।୩: ଆସନ୍ତା ସାଧାରଣ ନିର୍ବାଚନରେ ଭାଜପାର ଭର୍ତ୍ତୃହରି ମହତାବ ଏବଂ ବିଜେଡିର ସଂତୃପ୍ତ ମିଶ୍ରଙ୍କ ମଧ୍ୟରେ କଟକ ଲୋକ ସଭା ଆସନରୁ ଦେଖିବାକୁ ମିଳିପାରେ ବଡ଼...

ପିନାକୀ-ମହେଶଙ୍କୁ ମିଳିଲାନି ଟିକେଟ

ଭୁବନେଶ୍ୱର,୨୮।୩: ଆଗାମୀ ଲୋକ ସଭା ନିର୍ବାଚନକୁ ନେଇ ବିଜେଡି ଏହାର ପ୍ରାର୍ଥୀ ଘୋଷଣା କରିଛି। ବୁଧବାର ୧୫ ଆସନ ଲାଗି ପ୍ରାର୍ଥୀ ଘୋଷଣା ହୋଇଛି। ସେଥିମଧ୍ୟରୁ...

ଭାଜପାରେ ଯୋଗ ଦେଲେ ଭର୍ତ୍ତୃହରି, ସିଦ୍ଧାନ୍ତ, କଡ଼ା ଭାଷାରେ ସମାଲୋଚନା କଲା ବିଜେଡି

ଭୁବନେଶ୍ୱର,୨୮।୩: ଗୁରୁବାର ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଛନ୍ତି କଟକ ଏମପି ଭର୍ତ୍ତୃହରି ମହତାବ, ପୂର୍ବତ୍ତନ ଲୋକ ସଭା ଏମପି ସିଦ୍ଧାନ୍ତ ମହାପାତ୍ର ଏବଂ ପଦ୍ମଶ୍ରୀ...

ଭାଜପାରେ ଯୋଗ ଦେବା ପରେ ଭର୍ତ୍ତୃହରି ଦେଲେ ବଡ଼ ବୟାନ, କହିଲେ ଓଡ଼ିଶାରେ…

ନୂଆଦିଲ୍ଲୀ,୨୮।୩: ବିଜେପିରେ ସାମିଲ ପରେ ସାଂସଦ ଭର୍ତ୍ତୃହରି ମହତାବ ଓଡ଼ିଶା ରାଜନୀତିକୁ ନେଇ ବଡ଼ ବୟାନ ଦେଇଛନ୍ତି। କେବଳ ‘ରାଷ୍ଟ୍ରବାଦ, ଏକାତ୍ମତା, ପୂର୍ବୋଦୟ ଭାଜପା ଜରିଆରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri