ମାନସିକ ରୋଗୀ ସ୍ବାସ୍ଥ୍ୟ ସୁରକ୍ଷା ଆଇନ ପ୍ରହସନ

ଜଗତ୍‌ସିଂହପୁର ଅଫିସ, ୨୩ା୭: ନ ଖାଇ, ନ ପିଇ ଦୁର୍ବିଷହ ଜୀବନ ଅତିବାହିତ କରୁଥିବା ମାନସିକ ରୋଗୀମାନେ ପ୍ରାୟତଃ ସମାଜରେ ଅଲୋଡା। ସେମାନଙ୍କ ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ଥିବା ଆଇନକୁ ପାଳନ କରାଯିବା ଜରୁରୀ। ଏନେଇ ବିଭିନ୍ନ ସମୟରେ କ୍ୟାମ୍ପ ଏବଂ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଉଛି ବୋଲି କୁହାଯାଉଥିଲେ ସୁଦ୍ଧା ବାସ୍ତବରେ ଏହା ପ୍ରହସନ ପାଲଟିଛି।
ଜଗତ୍‌ସିଂହପୁର ଜିଲାର ଶତାଧିକ ମହିଳା, ପୁରୁଷ ବିଭିନ୍ନ କାରଣରୁ ମାନସିକ ଭାରସାମ୍ୟ ହରାଇ ବସୁଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ ଦାରିଦ୍ର୍ୟ ଓ ଚାପ ଯୋଗୁ ଏ ପରିସ୍ଥିତିକୁ ଚାଲି ଯାଉଛନ୍ତି। ଏହି ଲୋକମାନଙ୍କ ଅବସ୍ଥାକୁ ନେଇ ପ୍ରାୟତଃ କେହି ଚିନ୍ତିତ ଥିଲା ଭଳି ଅନୁଭବ ହୁଏ ନାହିଁ। ବିଶେଷକରି ସରକାରୀ ଓ ବେସରକାରୀସ୍ତରରେ ସେଭଳି ସହଯୋଗ ରହୁନି। ସେମାନଙ୍କ ସ୍ବାସ୍ଥ୍ୟ ସୁରକ୍ଷା ଅର୍ଥାତ୍‌ ଚିକିତ୍ସା ପାଇଁ ଆଇନ ରହିଛି। ଏହି ଆଇନ କାର୍ଯ୍ୟକାରୀ କରିବା ପାଇଁ ଜାତୀୟ ମାନବାଧିକାର କମିଶନ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ରାସ୍ତାରେ ବୁଲୁଥିବା ଏହି ରୋଗୀଙ୍କୁ ପୋଲିସ, ସ୍ବେଚ୍ଛାସେବୀ ଅନୁଷ୍ଠାନ କିମ୍ବା କେହି ସହୃଦୟ ବ୍ୟକ୍ତି ଉଦ୍ଧାର କରି ନିକଟସ୍ଥ ଚିକିତ୍ସାଳୟରେ ପହଞ୍ଚାଇବା ଉଚିତ୍‌। ଏହାପରେ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ଆବଶ୍ୟକ ଚିକିତ୍ସା ଯୋଗାଇ ଦିଆଯିବା ନିର୍ଦ୍ଦେଶ ରହିଛି। ମହିଳା ମାନସିକ ରୋଗୀମାନଙ୍କ କ୍ଷେତ୍ରରେ ଅଗ୍ରାଧିକାର ଭିତ୍ତିରେ ଉଦ୍ଧାର କରିବା ଜରୁରୀ। କାରଣ ଅନେକ ସମୟରେ ଏହି ଯୁବତୀ କିମ୍ବା ମହିଳାମାନେ ଅସାମାଜିକ ବ୍ୟକ୍ତିଙ୍କ ଦ୍ୱାରା ଗଣବଳାତ୍କାରର ଶିକାର ହୋଇଥିବା ପୂର୍ବରୁ ନଜିର ରହିଛି। ଯୌନ କ୍ଷୁଧା ମେଣ୍ଟିଗଲା ପରେ ଅପରାଧୀମାନେ ସେମାନଙ୍କୁ ଅସୁସ୍ଥ ଅବସ୍ଥାରେ ଫୁଟପାଥ୍‌ରେ ଫିଙ୍ଗି ଦେଉଛନ୍ତି ଅଥବା ଏକାଧିକ ଦିନ ଭୋକିଲା ରଖି ଶାରୀରିକ ଓ ମାନସିକ ନିର୍ଯାତନା ଦେଉଛନ୍ତି। କିନ୍ତୁ କମିଶନଙ୍କ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇପାରୁନାହିଁ। ଜଗତ୍‌ସିଂହପୁର ଜିଲାରେ ଶତାଧିକ ମାନସିକ ରୋଗୀ ଫୁଟପାଥ୍‌ରେ ବୁଲୁଥିଲେ ସୁଦ୍ଧା ସେମାନଙ୍କ ପ୍ରତି ସତେ ଯେପରି କାହାରି ଦାୟିତ୍ୱ ନାହିଁ। କିଛି ବର୍ଷ ପୂର୍ବରୁ ପାରାଦୀପ ବଡ଼ପଡ଼ିଆ ପୁରୁଣା କଲେଜ ନିକଟ ଏକ ଭଙ୍ଗା ଟ୍ରକ୍‌ ପାର୍ଶ୍ୱରେ ଜଣେ ମାନସିକ ବିକୃତ ମହିଳା କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ପ୍ରଥମେ ଏହି ଶିଶୁକୁ ପାରାଦୀପସ୍ଥିତ ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ଶିଶୁର ସ୍ବାସ୍ଥ୍ୟାବସ୍ଥା ଉଦ୍‌ବେଗଜନକ ଥିବାରୁ ୧୦୮ ଯୋଗେ କଟକ ଶିଶୁ ଭବନ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଏସ୍‌ଏନ୍‌ସିୟୁରେ ପାଖାପାଖି ୧ ମାସ ରଖା ଯାଇଥିଲା । ପରବର୍ତ୍ତୀ ସମୟରେ ଶିଶୁ କନ୍ୟାର ମା’ ପୂର୍ବପରି ପାରାଦୀପରେ ବୁଲୁଥିବା ଦେଖାଯାଥିଲା। ସେହିପରି ଜଗତ୍‌ସିଂହପୁର ସହରରେ ଜଣେ ମାନସିକ ରୋଗୀ ପ୍ରବଳ ବର୍ଷାରେ ଭିଜି ଥରୁଥିବା ଦେଖା ଯାଇଥିଲା । କିନ୍ତୁ ତାଙ୍କୁ ସ୍ବାସ୍ଥ୍ୟକେନ୍ଦ୍ର ନେବା ପାଇଁ କାହାରି ଆନ୍ତରିକତା ନ ଥିବାରୁ ସେ ଜୀବନ ସହ ସଂଗ୍ରାମ କରୁଥିଲେ। କେବଳ ଏତିକି ନୁହେଁ, ଜିଲାରେ ଏଭଳି ଏକାଧିକ ଘଟଣା ଘଟୁଥିଲେ ସୁଦ୍ଧା ସେମାନଙ୍କ ପ୍ରତି କାହାରି ନିଘା ନାହିଁ। ଏଯାଏ ଜିଲାରେ ମାନସିକ ରୋଗୀ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇନାହିଁ ।
ରାଜ୍ୟର ଅନେକ ଜିଲା ମୁଖ୍ୟ ଚିକିତ୍ସାଳୟରେ ମାନସିକ ରୋଗୀ ସ୍ବାସ୍ଥ୍ୟ କେନ୍ଦ୍ର ରହିଛି । କିନ୍ତୁ ଜଗତସିଂହପୁରରେ ଏହା କରା ନ ଯିବା ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି । ଏ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମ୍‌ଓ) ଡ. କ୍ଷେତ୍ରବାସୀ ଦାଶଙ୍କୁ ପଚାରିବାରୁ କହିଥିଲେ, ଜିଲା ମୁଖ୍ୟ ଚିକିତ୍ସାଳୟରେ ମାନସିକ ରୋଗୀଙ୍କୁ ସାଧାରଣ ଚିକିତ୍ସା ଯୋଗାଇ ଦିଆଯାଉଛି। କିନ୍ତୁ ଜିଲାରେ ଅଧିକ ଚିକିତ୍ସା ଯୋଗାଇବା ସମ୍ଭବ ହେଉନାହିଁ। କାରଣ ଏହି ବିଭାଗର ନିୟମିତ ଡାକ୍ତର କିମ୍ବା ୟୁନିଟ୍‌ ନାହିଁ। କଟକରୁ ଜଣେ ଡାକ୍ତର କିଛି ଦିନ ଆସିବା ବ୍ୟବସ୍ଥା ହୋଇଥିଲେ ସୁଦ୍ଧା ସେ ତାଙ୍କ ଇଚ୍ଛାରେ ଆସିଥାନ୍ତି । ତେଣୁ ଅନେକଙ୍କୁ ବାଧ୍ୟ ବାଧ୍ୟକତାରେ କଟକ ପଠାଇ ଦିଆଯାଉଛି। ହେଲେ ଫୁଟ୍‌ପାଥ୍‌ରେ ବୁଲୁଥିବା ଏହି ମହିଳା କିମ୍ବା ପୁରୁଷଙ୍କ ତାଲିକା ଓ ଚିକିତ୍ସା ପାଇଁ କୌଣସି ସ୍ବତନ୍ତ୍ର ବ୍ୟବସ୍ଥା ନାହିଁ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…

‘କୃଷି, ଏକତା ଅଘରିଆଙ୍କ ଶକ୍ତି’

ବଲାଙ୍ଗୀର,୧୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୮୪ ଘର ଅଘରିଆ ସମାଜ ପକ୍ଷରୁ ରବିବାର ସ୍ଥାନୀୟ କୋଶଳ କଳା ମଣ୍ଡଳରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି। ଅଘରିଆ ସମାଜର…

କୋର୍ଟରେ ଜାମିନ ନାମଞ୍ଜୁର ଜେଲ ଗଲେ ଅଭିଯୁକ୍ତ, ଜାଣନ୍ତୁ କ’ଣ ଥିଲା ମାମଲା…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ପିଣ୍ଟୁ ସାହୁଙ୍କୁ ରବିବାର ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ…

ବଡ଼ ଖୁଲାସା କଲେ ଧର୍ମେନ୍ଦ୍ର; ଭାଜପା ଛାଡ଼ି ଏହି ଦଳରେ ହେବେ ସାମିଲ, ସାମ୍ନାକୁ ଆସିଲା ଫଟୋ

ଲକ୍ଷ୍ନୌ,୧୧।୧୦: ଭାଜପାରୁ ଇସ୍ତଫା ଦେଇଥିବା ଉତ୍ତରପ୍ରଦେଶର ଆଁଓଲା ଲୋକସଭା ଆସନର ପୂର୍ବତନ ଏମପି ଧର୍ମେନ୍ଦ୍ର କଶ୍ୟପ ରବିବାର ଲକ୍ଷ୍ନୌରେ ସମାଜବାଦୀ ପାର୍ଟି (ସପା) ମୁଖ୍ୟ ଅଖିଳେଶ ଯାଦବଙ୍କୁ…

ଶୈଳପୁତ୍ରୀ ବେଶରେ ଦର୍ଶନ ଦେଲେ ମା’ ଉଗ୍ରତାରା, ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ନିରାକାରପୁର,୧୧।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ଟାଙ୍ଗୀବ୍ଲକ ସାନ ରାଉତପଡା ପଞ୍ଚାୟତ ମୁଳିଝରଗଡ଼ ହାତୀଆ ଶୁଣି ପାହାଡ଼ ପାଦଦେଶରେ ଅବସ୍ଥିତ ମା’ଉଗ୍ରତାରାଙ୍କ ପୀଠରେ ବାସନ୍ତୀକ ଆଶ୍ୱିନ ନବରାତ୍ରର…

ବଲାଙ୍ଗୀରରେ ମର୍ମନ୍ତୁଦ ଦୁର୍ଘଟଣା; ଟ୍ରକ୍‌ ଚକା ତଳେ ଚାଲିଗଲା ମହିଳାଙ୍କ ଜୀବନ

ବଲାଙ୍ଗୀର,୧୧।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଇଁତଳା ୨୬ନମ୍ବର ଜାତୀୟ ରାଜପଥ ସଦର ବ୍ଲକ ଅନ୍ତର୍ଗତ ରତାଖଣ୍ଡି ଠାରେ ଏକ ମର୍ମନ୍ତ ଦୁର୍ଘଟଣା ଘଟିଛି । ବାଇକ୍-ଟ୍ରକ…

ବିବାହର ୩ ଦିନ ପରେ ବୋହୂଙ୍କ ଭୟଙ୍କର କାଣ୍ଡ! ପୂରା ପରିବାରକୁ ଦେଇଦେଲେ ମୂଷାମରା ଔଷଧ, ତାପରେ….

ମୁମ୍ବାଇ,୧୧।୧୦: ବିବାହର ଖୁସି ମନାଉଥିବା ପରିବାରରେ ହଠାତ୍‌ ଖେଳିଗଲା ଆତଙ୍କ । ବିବାହର ମାତ୍ର ୭୨ ଘଣ୍ଟା ମଧ୍ୟରେ ନବବଧୂ ନିଜ ସ୍ୱାମୀଙ୍କ ସମେତ ଶାଶୂଘରର ଅନ୍ୟ…

ତୀର୍ଥଯାତ୍ରାରୁ ଫେରିବା ବାଟରେ ହୃଦ୍‌ଘାତ, ଚାଲିଗଲା ବିଭୂତିଙ୍କ ଜୀବନ

କୋକସରା,୧୧।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବଡ କେନ୍ଦୁଗୁଡା ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ଗ୍ରାମର ବିଭୂତି ଭୂଷଣ ପଣ୍ଡା(୬୦) ବଦ୍ରୀନାଥ ତୀର୍ଥଯାତ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?