ମରାମତି ପାଇଁ ସହାୟତା ଯୋଗାଇ ଦିଆଯିବ

ରଘୁନାଥପୁର,୨୩ା୭(ଡି.ଏନ୍‌ଏ.): ରଘୁନାଥପୁର ବ୍ଲକର ୭ଟି ବିଦ୍ୟାଳୟକୁ ତୃତୀୟ ପର୍ଯ୍ୟାୟରେ ରୂପାନ୍ତରଣ ନେଇ ବ୍ଲକ ପ୍ରଶାସନର ତତ୍ପରତା ପ୍ରକାଶ ପାଇଛି। ଏନେଇ ଶୁକ୍ରବାର ବିଡିଓ ଜିତେନ୍ଦ୍ର କୁମାର ନାୟକ ଗୋକୁଳପୁରସ୍ଥିତ ସାରଦା ସରକାରୀ ଉଚ୍ଚ ବିଦ୍ୟାଳୟ ଗସ୍ତ କରି ଆଲୁମନି କମିଟି, ଏସ୍‌ଏମ୍‌ସି, ପଞ୍ଚାୟତ ପ୍ରତିନିଧି, ୨ ଛାତ୍ର ପ୍ରତିନିଧିଙ୍କ ସମେତ ଶିକ୍ଷୟିତ୍ରୀ ଓ ଶିକ୍ଷକଙ୍କ ଉପସ୍ଥିତିରେ ବିଦ୍ୟାଳୟ ରୂପାନ୍ତରଣ ନେଇ ବୈଠକ କରିଥିଲେ। ପବିତ୍ର ଶିକ୍ଷାନୁଷ୍ଠାନର ନବୀକରଣ କାର୍ଯ୍ୟ କିପରି ସମସ୍ତଙ୍କ ସହଯୋଗରେ ସମ୍ପାଦନ ହେବ ସେ ନେଇ ଆଶା ପ୍ରକଟ କରିଥିଲେ। ଏଥିପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ସହଯୋଗ ଯୋଗାଇ ଦିଆଯିବ ବୋଲି ବିଡିଓ ନାୟକ ପ୍ରତିଶ୍ରୁତି ଦେଇଥିଲେ। ଏହି ଅବସରରେ ବିଡିଓ ନାୟକଙ୍କୁ ଭାଙ୍ଗି ଯାଇଥିବା ଶ୍ରେଣୀଗୃହ,ରୋଷେଇ ଘର, ସାଇକେଲ ଶେଡ ଓ ଫଟା ଆଜବେଷ୍ଟସ ଘରେ କିପରି ପିଲାମାନେ ପାଠ ପଢୁଛନ୍ତି ସେସମ୍ପର୍କରେ ବୁଲାଇ ଦେଖାଯାଇଥିଲା। ବିଦ୍ୟାଳୟର ବାସ୍ତବ ଚିତ୍ର ଦେଖି ବିଡିଓ ନାୟକ ଦୁଃଖ ପ୍ରକାଶ କରିବା ସହ ସମସ୍ୟା ସମ୍ପର୍କରେ ଜିଲାପାଳଙ୍କୁ ଅବଗତ କରାଇବେ ବୋଲି କହିଥିଲେ। ବୈଠକରେ ସ୍ଥାନୀୟ ସରପଞ୍ଚ ତଥା ବିଦ୍ୟାଳୟର ପୂର୍ବତନ ଛାତ୍ରୀ ସୁଷମା ମଲ୍ଲିକ ଯୋଗଦେଇ ଶିକ୍ଷାନୁଷ୍ଠାନରେ ଥିବା ସମସ୍ୟାର ସମାଧାନ ପାଇଁ ସହାୟତା ଯୋଗାଇଦେବାକୁ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବୈଠକରେ ସହକାରୀ ବ୍ଲକ ଶିକ୍ଷାଧିକାରୀ ସବିତା ଦାସ, ଟିସି ରାଜଲକ୍ଷ୍ମୀ ସ୍ବାଇଁ, ପ୍ରଧାନଶିକ୍ଷକ ବିଶ୍ୱଜିତ ଓଝା, ଆଲୁମନି ସଭାପତି ବିନୋଦ ବିହାରୀ ମହାନ୍ତି ଓ ଉପ ସଭାପତି ଚନ୍ଦ୍ରଶେଖର ସିଂହ,ସମିତି ସଭ୍ୟା ପୂଜାଲତା ଦାସ, ଏସ୍‌ଏମ୍‌ସି ଚେୟାରପର୍ସନ ରାଜେନ୍ଦ୍ର ନାରାୟଣ ସିଂହ ପ୍ରମୁଖ ଉପସ୍ଥିତ ଥିଲେ। ବିଦ୍ୟାଳୟକୁ ୫-ଟି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ଓ ୫-ଟି ସଚିବଙ୍କୁ କୃତଜ୍ଞତା ଜ୍ଞାମ୍ପନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନିକ ଅବହେଳା, ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ

ପଟ୍ଟାମୁଣ୍ଡାଇ, ୨୬ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ଅଞ୍ଚଳରେ କାର୍ଯ୍ୟରତ ସରକାରୀ କର୍ମଚାରୀ, ଜନପ୍ରତିନିଧିମାନେ ସାମ୍ବିଧାନିକ ବିଧି ବ୍ୟବସ୍ଥାର ନୀତିନିୟମ ଓ ଆଇନକୁ ଉଲ୍ଲଂଘନ...

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

ମା’ଙ୍କ ସହ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କଲେ ସାଇନା

ପୁରୀ,୨୬ା୪(ଅଜିତ୍‌ ମହାନ୍ତି):ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ତାରକା ସାଇନା ନେହ୍ବାଲ୍‌ ଗୁରୁବାର ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ସାଇନା ଭୁବନେଶ୍ୱରରେ ପହଞ୍ଚିବା ପରେ ଓଡ଼ିଶା ବ୍ୟାଡ୍‌ମିଣ୍ଟନ ଫେଡେରେଶନର...

କଳାହାଣ୍ଡି: ଦାଦନ ଘରେ ତାଲା

ଭବାନୀପାଟଣା,୨୬ା୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଏବେ ଦାଦନ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। କାମ ଅନ୍ବେଷଣରେ ପ୍ରତିବର୍ଷ ଏଠାରୁ ବହୁସଂଖ୍ୟାରେ ଲୋକ ଦାଦନ...

ବାଲି ଚୋରାଚାଲାଣ ବଢୁଛି

ରଘୁନାଥପୁର,୨୬।୪(ରାଜେନ୍ଦ୍ର ନାରାୟଣ ସିଂହ): ବାଲି ସୈରାତଗୁଡ଼ିକର ନିଲାମରେ ସ୍ବଚ୍ଛତା ଆଣିବା ପାଇଁ ସରକାର ଏବେ ଏହି ପ୍ରକ୍ରିୟାକୁ ତହସିଲ ଅଧୀନରୁ କାଢ଼ିନେଇ ଖଣି ବିଭାଗକୁ ହସ୍ତାନ୍ତର...

ଏକାଠି ଶୋଭାଯାତ୍ରାରେ ଯିବେ ପ୍ରଶାନ୍ତ, ଚିରଞ୍ଜୀବ

ଜଗତ୍‌ସିଂହପୁର,୨୬ା୪(ପ୍ରମୋଦ କୁମାର ନାୟକ): ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସ ଛାଡି ବିଜେଡିରେ ମିଶିଲା ପରେ ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ରାଜନୈତିକ ପରିବେଶ ବଦଳିବାରେ ଲାଗିଛି। ଦଳ ପ୍ରଶାନ୍ତ...

ପ୍ରବାସୀ ଶ୍ରମିକଙ୍କ ଉପରେ ନେତାଙ୍କ ଆଖି

କେନ୍ଦ୍ରାପଡ଼ା,୨୬ା୪ (ଜଗନ୍ନାଥ ଧଳ): ଦାଦନ ସମସ୍ୟାରେ ପୀଡିତ କେନ୍ଦ୍ରାପଡ଼ା ଜିଲାର ଶ୍ରମିକଙ୍କ ଉପରେ ଚଳିତ ସାଧାରଣ ନିର୍ବାଚନର ପ୍ରର୍ଥୀଙ୍କ ଆଖିପଡିଛି। ଏଥିପାଇଁ ପରିବାର ଓ ଦଳୀୟ...

ମାପଚୁପ ରିପୋର୍ଟ ଦାଖଲରେ ବିଳମ୍ବ

ଯାଜପୁର,୨୬ା୪(ହର୍ଷବର୍ଦ୍ଧନ ବେହେରା): ଶିଳ୍ପାୟନ ନାମରେ ଯାଜପୁର ଜିଲାରେ ଶିଳ୍ପସଂସ୍ଥାଙ୍କ ମନମାନି ବଢିବାରେ ଲାଗିଛି। କାରଖାନା ପ୍ରତିଷ୍ଠା ପାଇଁ ଶିଳ୍ପପତିମାନେ ଭୂଅର୍ଜନ ସକାଶେ ଇଡ୍‌କୋ ଜରିଆରେ ଦରଖାସ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri