ଇତିହାସରେ ପ୍ରଥମଥର, ଏବେ ମିସେସ ବି ହୋଇପାରିବେ ମିସ୍ ୟୁନିଭର୍ସ

ନୂଆଦିଲ୍ଲୀ,୨୨ ।୮: ମିସ୍ ୟୁନିଭର୍ସ ପେଜେଣ୍ଟରେ ବଡ ଧରଣର ପରିବର୍ତ୍ତନ କରାଯାଇଛି । ଏହି ପରିବର୍ତ୍ତନ ଫଳରେ ଏବେ ବିବାହିତାମାନେ ବି ମିସ ୟୁନିଭର୍ସ ମୁକୁଟ ପିନ୍ଧି ପାରିବେ । ରିପୋର୍ଟ ଅନୁଯାୟୀ, ନୂଆ ଫର୍ମାଟ ୨୦୨୩ରେ ୭୨ ତମ ମିସ ୟୁନିଭର୍ସ ପେଜେଣ୍ଟରୁ ଆରମ୍ଭ କରାଯିବ । ଯେଉଁଥିରେ ବୈବାହିକ ଓ ମାତା-ପିତାଙ୍କ ସ୍ଥିତି ପ୍ରତିଯୋଗୀଙ୍କ ପାତ୍ରତା ପାଇଁ ଏକ ମାନଦଣ୍ଡ ହୋଇ ରହିବ ନାହିଁ । ନିୟମରେ କୁହାଯାଇଛି କି ଯେପର୍ଯ୍ୟନ୍ତ ମିସ ୟୁନିଭର୍ସର କାର୍ଯ୍ୟକାଳ ଶେଷ ନ ହୋଇଛି ଓ ନୂଆ ବିଜେତାଙ୍କୁ ମୁକୁଟ ପିନ୍ଧା ନ ଯାଇଛି, ସେପର୍ଯ୍ୟନ୍ତ ତାଙ୍କୁ ଅବିବାହିତ ରହିବାକୁ ପଡିବ ।

ସୂଚନାଯୋଗ୍ୟ, ପୂର୍ବରୁ ବିବାହିତା ବା ମା’ ହୋଇ ସାରିଥିବା ମହିଳାମାନେ ଏହି ପ୍ରତିଯୋଗୀତାରେ ଭାଗ ନେଇ ପାରୁ ନ ଥିଲେ । ଏମିତିକି ପ୍ରତିଯୋଗୀତାର ବିଜେତାମାନେ ମଧ୍ୟ ନୂଆ ବିଜେତାଙ୍କ ନାମ ଘୋଷଣା ନ ହେବା ପର୍ଯ୍ୟନ୍ତ ବା ସେମାନଙ୍କ କାର୍ଯ୍ୟକାଳ ଶେଷ ନ ହେବା ପର୍ଯ୍ୟନ୍ତ ଜଣେ ବିଜୟିନୀ ଗର୍ଭବତୀ ହୋଇ ପାରିବେ ନାହିଁ ବୋଲି ନିୟମ ରହିଥିଲା । ହେଲେ ଏବେ ପରିବର୍ତ୍ତିତ ନିମୟ ସେହି ମହଳାମାନଙ୍କୁ ଆଶ୍ୱସ୍ତି ଦେଇଛି ଯେଉଁମାନେ ବିବାହ ପରେ ବା ମାଆ ହେବା ପରେ ମିସ୍ ୟୁନିଭର୍ସ କଣ୍ଟେଷ୍ଟରେ ଭାଗ ନେବାକୁ ଚାହୁଁଥିଲେ । ଏବେ ବିବାହିତ ମହିଳା ବି ନିଜ ନାମରେ ମିସ୍ ୟୁନିଭର୍ସ ଟାଇଟଲ ଜିତି ପାରିବେ ।
ମେକ୍ସିକାନ ମଡେଲ ତଥା ବିୟୁଟି ପେଜେଣ୍ଟ ଟାଇଟଲ ହୋଲଡର ଏଣ୍ଡ୍ରିଆ ମେଜା ଏହି ପରିବର୍ତ୍ତିତ ନିୟମକୁ ସ୍ୱାଗତ କରିଛନ୍ତି । ସେ କହିଛନ୍ତି, ମୋତେ ଖୁସି ଲାଗୁଛି କି ଏମିତି ହେବାକୁ ଯାଉଛି । ସମୟ ବଦଳିବା ସହ ମହିଳାମାନେ ଏବେ ଲିଡରଶିପ ପୋଜିଶନରେ ରହିବା ଆରମ୍ଭ କଲେଣି । ଯେଉଁଠି ଅତୀତରେ କେବଳ ପୁରୁଷମାନେ ରହୁଥିଲେ । ହେଲେ ଏବେ ସମୟର ପରିବର୍ତ୍ତନ ହୋଇଛି । ମେଜା ଆହୁରି ମଧ୍ୟ କହିଛନ୍ତି, ଯେଉଁ ମହିଳାମାନେ କମ ବୟସରେ ବିବାହ କରିନେଇଛନ୍ତି ଓ ମାଆ ହୋଇଯାଇଛନ୍ତି, ସେମାନଙ୍କର ବି ଇଚ୍ଛା ରହିଛି ସେମାନେ ଏହି ପ୍ରତିଯୋଗୀତାରେ ଭାଗ ନେଇ ପାରିବେ । ଏବେ ସେମାନଙ୍କ ସ୍ୱପ୍ନ ସତ ହେବ । ବିବାହିତ ମହିଳା ଏବେ ମିସ୍ ୟୁନିଭର୍ସ ପ୍ରତିଯୋଗୀତାରେ ଭାଗ ନେଇ ଏଣ୍ଟରଟେନମେଣ୍ଟ ଦୁନିଆରେ ନିଜର କ୍ୟାରିୟର ଆରମ୍ଭ କରିପାରିବେ ଓ ଆଗକୁ ବଢି ପାରିବେ ।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଟି୨୦ ଜିତିଲା ଭାରତ, ୨-୧ରେ ସିରିଜ୍‌ ଆଗୁଆ

ଇନ୍ଦୋର,୧୧ା୧୦: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ଅର୍ଶଦୀପ ସିଂଙ୍କ ଘାତକ ବୋଲିଂ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୧୪ ରନରେ…

ଚାଲିଥିଲା ବଡ଼ଧରଣର ଜୁଆ ଆଡ୍ଡା: ମାଡ଼ି ବସିଲା ପୋଲିସ, ୭୦ ଅଟକ

ପାରଳାଖେମୁଣ୍ଡି,୧୧।୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦେବୀତି ଗ୍ରାମରେ ଚାଲିଥିବା ଏକ ବଡ଼ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

ଗଣ୍ଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌, ଏକତା, ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ

କୋକସରା,୧୧।୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ…

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…

‘କୃଷି, ଏକତା ଅଘରିଆଙ୍କ ଶକ୍ତି’

ବଲାଙ୍ଗୀର,୧୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୮୪ ଘର ଅଘରିଆ ସମାଜ ପକ୍ଷରୁ ରବିବାର ସ୍ଥାନୀୟ କୋଶଳ କଳା ମଣ୍ଡଳରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି। ଅଘରିଆ ସମାଜର…

କୋର୍ଟରେ ଜାମିନ ନାମଞ୍ଜୁର ଜେଲ ଗଲେ ଅଭିଯୁକ୍ତ, ଜାଣନ୍ତୁ କ’ଣ ଥିଲା ମାମଲା…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ପିଣ୍ଟୁ ସାହୁଙ୍କୁ ରବିବାର ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ…

ବଡ଼ ଖୁଲାସା କଲେ ଧର୍ମେନ୍ଦ୍ର; ଭାଜପା ଛାଡ଼ି ଏହି ଦଳରେ ହେବେ ସାମିଲ, ସାମ୍ନାକୁ ଆସିଲା ଫଟୋ

ଲକ୍ଷ୍ନୌ,୧୧।୧୦: ଭାଜପାରୁ ଇସ୍ତଫା ଦେଇଥିବା ଉତ୍ତରପ୍ରଦେଶର ଆଁଓଲା ଲୋକସଭା ଆସନର ପୂର୍ବତନ ଏମପି ଧର୍ମେନ୍ଦ୍ର କଶ୍ୟପ ରବିବାର ଲକ୍ଷ୍ନୌରେ ସମାଜବାଦୀ ପାର୍ଟି (ସପା) ମୁଖ୍ୟ ଅଖିଳେଶ ଯାଦବଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?