ସୋନମଙ୍କ ପୁଅଙ୍କୁ ଦେଖି ଭାବପ୍ରବଣ ହେଲେ ରିଆ

ବଲିଉଡ ଅଭିନେତ୍ରୀ ସୋନମ କପୁର ନିକଟରେ ପୁତ୍ର ସନ୍ତାନର ଜନନୀ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ନିଜେ ସୋନମ କପୁର ଇନଷ୍ଟାଗ୍ରାମରେ ଏହି ଖୁସି ଖବରକୁ ଗୋଟିଏ ପୋଷ୍ଟ ମାଧ୍ୟମରେ ତାଙ୍କ ଫ୍ୟାନ ଓ ପ୍ରଶଂସକମାନଙ୍କୁ ଜଣାଇଛନ୍ତି। ସୋନମ ମା’ ହୋଇଥିବାରୁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ଏବେ ହସ୍ପିଟାଲ ବେଡ୍‌ରୁ ସୋନମ କପୁରଙ୍କ ଭଉଣୀ ରିଆ ପୁଅର ଫଟୋ ଶେୟାର କରିଛନ୍ତି। ସେ ଫଟୋରେ ପୁଅର ମୁହଁ ଉପରେ ଇମୋଜି ଦେଇଛନ୍ତି। ସେ ପୁଅକୁ ଦେଖି ଭାବପ୍ରବଣ ହୋଇପଡିଛନ୍ତି। ପାଖରେ ସୋନମଙ୍କ ମା’ ସୁନୀତା କପୁର ମଧ୍ୟ ନଜର ଆସିଛନ୍ତି।
ନିକଟରେ ସୋନମ ଓ ତାଙ୍କ ସ୍ବାମୀ ଆନନ୍ଦ ଆହୁଜା ମିଳିତ ଭାବେ ଜାରି କରିଥିବା ବିବୃତିରେ କହିଛନ୍ତି, ଆଜି ଅର୍ଥାତ ୨୦.୦୮.୨୦୨୨ରେ ଆମେ ଆମର ସୁନ୍ଦର ପୁତ୍ର ସନ୍ତାନକୁ ସହୃଦୟର ସହ ସ୍ବାଗତ କରିଛୁ। ଏହି ଯାତ୍ରାରେ ଆମକୁ ସହଯୋଗ କରିଥିବା ସମସ୍ତ ଡାକ୍ତର, ନର୍ସ, ବନ୍ଧୁ ଓ ପରିବାର ଲୋକଙ୍କୁ ଧନ୍ୟବାଦ ଜଣାଉଛୁ। ଏହା ଆରମ୍ଭ ମାତ୍ର। କିନ୍ତୁ ଆମେ ଜାଣିଛୁ ଆମ ଜୀବନ ସବୁଦିନ ପାଇଁ ବଦଳି ଯାଇଛି ବୋଲି ଉଭୟ କହିଛନ୍ତି।
ସୋନମ ଓ ଆନନ୍ଦ ବେଶ କିଛି ବର୍ଷ ପରସ୍ପରକୁ ଡେଟିଂ କରିବା ପରେ ୨୦୧୮ ମେ’ ମାସରେ ବିବାହ କରିଥିଲେ। ମୁମ୍ବାଇରେ ସେମାନଙ୍କ ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆନନ୍ଦ ଜଣେ ବ୍ୟବସାୟୀ।


Enter your email to get our daily news in your inbox.

All Right Reserved By Dharitri.Com

ଜେଜେମା’ଙ୍କ ମୃତ୍ୟୁ ପରେ ଭାଇ ସହ କଥା ହେବାକୁ ଫୋନ୍‌ ଦେଇ ନ ଥିଲା ପୋଲିସ: ଦୀପ୍‌କେ

ନୂଆଦିଲ୍ଲୀ,୧୨ା୧୦: କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ନେତୃତ୍ୱରେ ଶନିବାର ନୂଆଦିଲ୍ଲୀର ବିକ୍ଷୋଭ ପୂର୍ବରୁ ଏହାର ନେତା ଅଭିଜିତ୍‌ ଦୀପ୍‌କେଙ୍କୁ ପୋଲିସ ଅଟକ ରଖିଥିଲା। ସେହି ସମୟରେ ଦୀପ୍‌କେଙ୍କ…

ଆଇପିଓ ପୂର୍ବରୁ ଜିଓକୁ ଟାର୍ଗେଟ କଲେ ଏଲନ ମସ୍କ

ବେଙ୍ଗାଲୁରୁ, ୧୨ା୧୦(ରଏଟର୍ସ): ଚଳିତ ମାସ ୨୦ କିମ୍ବା ୨୧ରେ ରିଲାଏନ୍ସ ଜିଓ ଦେଶର ସବୁଠାରୁ ବଡ଼ ଆଇପିଓ(ଇନିସିଆଲ ପବ୍ଲିକ୍‌ ଅଫରିଂ) ଇସ୍ୟୁ କରିବାକୁ ଯାଉଛି। ଏହି ଆଇପିଓ…

ବାଙ୍କୀ ସ୍ବୟଂଶାସିତ କଲେଜରେ ବୋମାମାଡ଼; ଝରକା ଭାଙ୍ଗିଲା, କାନ୍ଥ ଫାଟିଲା

ବାଙ୍କୀ,୧୨ା୧୦(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ସ୍ବୟଂଶାସିତ ମହାବିଦ୍ୟାଳୟରେ ଛାତ୍ର ନିର୍ବାଚନକୁ ନେଇ ରବିବାର ରାତିରେ ବୋମାମାଡ଼ ହୋଇଛି। ବୋମାମାଡ଼ ଫଳରେ କଲେଜ ଆସବାବପତ୍ର ସହ ଝରକା ଏବଂ କବାଟ…

ଆଜି ସୁପ୍ରିମକୋର୍ଟକୁ ବିରୋଧୀଙ୍କ ପଦଯାତ୍ରା

ନୂଆଦିଲ୍ଲୀ,୧୨ା୧୦ ଭୋଟ ଚୋରି ପ୍ରସଙ୍ଗରେ ବିରୋଧୀ ନେତାମାନେ ସୋମବାର ସୁପ୍ରିମକୋର୍ଟକୁ ପଦଯାତ୍ରାରେ ଯାଇ ଦେଶର ସ୍ଥିତି ସମ୍ପର୍କରେ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ସୂର୍ଯ୍ୟ କାନ୍ତଙ୍କୁ ଅବଗତ…

ଦୁର୍ଗାପୂଜାରେ ହେବକି ବାତ୍ୟା? ବଡ଼ ସୂଚନା ଦେଲା ପାଣିପାଗ ବିଭାଗ

ଭୁବନେଶ୍ୱର,୧୨।୧୦(ବନ୍ଦନା ସେଠୀ): ଥାଇଲାଣ୍ଡ ଉପସାଗର ଅଞ୍ଚଳରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ଆସନ୍ତା ୨୪ଘଣ୍ଟା ମଧ୍ୟରେ ଆଣ୍ଡାମାନ ସାଗରକୁ ପ୍ରବେଶ କରିବ ଓ ୧୩ ତାରିଖ ବେଳକୁ ଦକ୍ଷିଣ-ପୂର୍ବ…

ମାନବ ଜାତିକୁ ଶେଷ କରିଦେଇପାରେ ଏଆଇ, ପରମାଣୁ ଯୁଦ୍ଧ

ଲଣ୍ଡନ, ୧୨ା୧୦: ଆଗାମୀ ୨୧୦୦ ମସିହା ସୁଦ୍ଧା ପୃଥିବୀରୁ ମାନବ ସଭ୍ୟତା ବିଲୁପ୍ତ ହୋଇଯିବାର ଆଶଙ୍କା ପ୍ରକାଶ ପାଇଛି। ବିଶ୍ୱପ୍ରସିଦ୍ଧ ଚିକିତ୍ସା ବିଜ୍ଞାନ ପତ୍ରିକା ‘ଦି ଲାନ୍‌ସେଟ’…

ତୃତୀୟ ଟି୨୦ ଜିତିଲା ଭାରତ, ୨-୧ରେ ସିରିଜ୍‌ ଆଗୁଆ

ଇନ୍ଦୋର,୧୧ା୧୦: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ଅର୍ଶଦୀପ ସିଂଙ୍କ ଘାତକ ବୋଲିଂ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୧୪ ରନରେ…

ଚାଲିଥିଲା ବଡ଼ଧରଣର ଜୁଆ ଆଡ୍ଡା: ମାଡ଼ି ବସିଲା ପୋଲିସ, ୭୦ ଅଟକ

ପାରଳାଖେମୁଣ୍ଡି,୧୧।୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦେବୀତି ଗ୍ରାମରେ ଚାଲିଥିବା ଏକ ବଡ଼ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?