Posted inଫୁରସତ

ଚା’ର ମିଠା ଅନୁଯାୟୀ ଏଠାରେ ପକ୍କା ହୁଏ ବିବାହ, ଚିନିରୁ ହୁଏ ଆଫ୍ରୁଭାଲ, ଜାଣନ୍ତୁ କେଉଁଠି

ଭାରତୀୟଙ୍କ ଦିନଟି ସାଧାରଣତଃ ଚା’କପ୍‌ ସହ ଆରମ୍ଭ ହୁଏ। କେବଳ ଏତିକି ନୁହେଁ, ଯଦି କୌଣସି ଦିନ ଚା ଉପଲବ୍ଧ ନହୁଏ, ତେବେ ସେହି ଦିନଟି ଅସମ୍ପୂର୍ଣ୍ଣ ମନେହୁଏ। କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ଦେଶ ବିଷୟରେ କହିବୁ ଯେଉଁଠାରେ ଚା’ର ମିଠାକୁ ନେଇ ବିବାହ ସ୍ଥିର କରାଯାଏ। ହଁ, ଚା’ର ମିଠା କେତେ ନିର୍ଣ୍ଣୟ ପରେ ପୁଅ ଏବଂ ଝିଅର ବିବାହ ସ୍ଥିର ହୋଇଥାଏ।

ଭାରତରେ, ଚା ଅଧିକାଂଶ ଲୋକଙ୍କ ଦୈନନ୍ଦିନ ଜୀବନଶୈଳୀରେ ସାମିଲ। ଏହା ବିନା ଦିନଟିକୁ ଅସମ୍ପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଭାରତରେ, ଯଦି ଆପଣ କୌଣସି ପରିବାରକୁ ଯାଆନ୍ତି, ସାଧାରଣତଃ ସମସ୍ତେ ଚା ଆତିଥ୍ୟ ଭାବେ ଚର୍ଚ୍ଚା କରନ୍ତି। କିନ୍ତୁ ଆପଣ କ’ଣ ଜାଣନ୍ତି ଯେ ଭାରତ ପରି, ଅନ୍ୟ ଏକ ଦେଶରେ ମଧ୍ୟ ଚା’କୁ ନେଇ ଏକ ଭିନ୍ନ ପ୍ରକାରର କ୍ରେଜ ଅଛି। କେବଳ ଏତିକି ନୁହେଁ, ଏପରି ଏକ ଦେଶ ଅଛି ଯେଉଁଠାରେ ଚା’ର ମିଠା ଦେଖି ବିବାହ ସ୍ଥିର କରାଯାଏ। ଏହି ପରମ୍ପରା କେଉଁ ଦେଶରେ ଅଛି ଜାଣନ୍ତୁ। ଭାରତ କେବଳ ଚା ପିଇବାରେ ନୁହେଁ ବରଂ ଏହାର ଉତ୍ପାଦନରେ ମଧ୍ୟ ବିଶ୍ୱର ଅଗ୍ରଣୀ ଦେଶମାନଙ୍କ ମଧ୍ୟରେ ଅନ୍ୟତମ। ଭାରତର ଆସାମ, ନୀଳଗିରି ଏବଂ ଦାର୍ଜିଲିଂ ଚା ସାରା ବିଶ୍ୱରେ ପ୍ରସିଦ୍ଧ। ଭାରତ ବ୍ୟତୀତ, ଚାନା ଏବଂ କେନିଆ ମଧ୍ୟ ଚା ଉତ୍ପାଦନରେ ବିଶ୍ୱର ଶ୍ରେଷ୍ଠ ଦେଶମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ।

କହିରଖୁଛୁ ଯେ ଆଜରବାଇଜାନରେ ଚା’ର ମିଠା ଉପରେ ବିବାହ ସ୍ଥିର କରାଯାଏ। ପ୍ରକୃତରେ, ଆଜରବାଇଜାନରେ, ଚା’ର ସ୍ବାଦ ର୍ନିଣ୍ଣୟ କରେ ଯେ ଜଣେ ପୁରୁଷ ତାଙ୍କ ପସନ୍ଦର ମହିଳାଙ୍କୁ ବିବାହ କରିବେ କି ନାହିଁ। ଯେତେବେଳେ ଜଣେ ପୁରୁଷର ବାପାମାଆ ତାଙ୍କ ଘରକୁ ଝିଅର ହାତ ମାଗିବାକୁ ଆସନ୍ତି, ଝିଅର ବାପାମାଆ ତାଙ୍କୁ ‘ଶିରିନ ଚା’ ନାମକ ମିଠା ଚା ଦେଇ ଆଶୀର୍ବାଦ କରନ୍ତି। ଏହାର ଅର୍ଥ ହେଉଛି ବିବାହ ପ୍ରସ୍ତୁତି ଆରମ୍ଭ କରାଯିବ। ଯଦି ସେ ତାହା କରନ୍ତି ନାହିଁ, ତେବେ ବିବାହ ଆଲୋଚନା ଆଗକୁ ବଢ଼ିବ ନାହିଁ।

ଏପରି ବିଶ୍ୱାସ କରାଯାଏ ଯେ ଚା’ର ଆବିଷ୍କାର ଚାଇନା ସହିତ ଜଡିତ। ଚାଇନାର ଶାସକ ସେନ ନୁଙ୍ଗଙ୍କୁ ଏହାର ଉଦ୍ଭାବନର ଶ୍ରେୟ ଦିଆଯାଏ। ତଥାପି, ଏହା ଏକ ଉଦ୍ଦେଶ୍ୟମୂଳକ ଆବିଷ୍କାର ନ ଥିଲା ବରଂ ଏକ ଆକସ୍ମିକ ଆବିଷ୍କାର ଥିଲା। ଏହା ପ୍ରାୟ ୪୮୦୦ ବର୍ଷ ପୂର୍ବେ, ଅର୍ଥାତ ୨୭୩୨ ଖ୍ରୀଷ୍ଟପୂର୍ବର କଥା। ଏହା ପରେ ହିଁ ଲୋକମାନେ ଚା’କୁ ପାନୀୟ ଭାବରେ ଜାଣିବାକୁ ପାଇଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ବ୍ୟବହାର ଯେତିକି କ୍ଷତିକାରକ ଏହାର ବାସ୍ତବତା ତା’ଠାରୁ ବି ଭୟଙ୍କର, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗଞ୍ଜେଇ ନାଁ ପ୍ରାୟ ସମସ୍ତେ ଊଣା ଅଧିକେ ଜାଣିଥିବେ। ଏହା ଏକ ନିଶାଦ୍ରବ୍ୟ ଏବଂ ପ୍ରଭୁ ମହାଦେବଙ୍କ ପୂଜାରେ ଲାଗେ ବୋଲି ସମସ୍ତେ ଜାଣନ୍ତି। ମାତ୍ର...

ନିଜର ସୌକ ପୂରା କରିବାକୁ ମା’ଙ୍କ କୋଟିଏ ଟଙ୍କାର ସୁନାଗହଣାକୁ ଏତିକି ଟଙ୍କାରେ ବିକିଦେଲେ ଝିଅ, ଜାଣିଲେ…

ଆଜିର ସମୟରେ ପିଲାମାନେ ବଡ଼ ହେଉଥିବାରୁ ସମୟ ବିତିବା ସହିତ ସେମାନଙ୍କ ଲାଳନପାଳନ ଏବଂ ବ୍ୟକ୍ତିତ୍ୱ ବିକାଶ ସମ୍ପର୍କରେ ମାତାପିତାଙ୍କ ସମ୍ମୁଖରେ ପ୍ରଶ୍ନ ଉଠାଯାଉଛି। ପିଲାଟିର...

ଅଳିଆ ବିକି ମାସିକ ୯ ଲକ୍ଷ ରୋଜଗାର

ଡଲାସ: ଆମେରିକାର ଟେକ୍ସାସ ବାସିନ୍ଦା ଏଲା ରୋଜ୍‌(୨୩) ଗତ ୧୦ ବର୍ଷ ହେଲା ଅଳିଆ ଗଦା ମଧ୍ୟରୁ ବିଭିନ୍ନ ମୂଲ୍ୟବାନ ସାମଗ୍ରୀ ଏବଂ ଜିନିଷ ଖୋଜିବା...

ଅପରେଶନ ଥିଏଟରରେ ଡାକ୍ତର କାହିଁକି ପିନ୍ଧିଥାନ୍ତି ସବୁଜ ରଙ୍ଗର ପୋଷାକ? ଜାଣି ନିଅନ୍ତୁ…

ଅପରେଶନ ସମୟରେ ଡାକ୍ତରମାନେ ପ୍ରାୟତଃ ସବୁଜ ରଙ୍ଗର ପୋଷାକ ପିନ୍ଧିଥାନ୍ତି। ହେଲେ ଏହା ପଛରେ କାରଣ କ’ଣ ଜାଣନ୍ତି କି? ଆଜି ଆମେ ଆପଣଙ୍କୁ ସେ...

Viral Video: ବଧୂଙ୍କ ପରେ ଶାଳିମାନଙ୍କ ମଥାରେ ସିନ୍ଦୂର ଭରିବାକୁ ଲାଗିଲେ ବର, ପରେ ଯାହା ହେଲା ଦେଖିଲେ…

ଆଜିକାଲି ଚାଲିଛି ବିବାହ ଋତୁ। ଏହାକୁ ନେଇ ସୋସିଆଲ ମିଡିଆରେ ଅନେକ ଭିଡିଓ ଘୁରିବୁଲୁଛି। ସେଥିରୁ କିଛି ମଜାଦାର ହୋଇଥିବା ବେଳେ କିଛି ଚକିତ କରୁଛି।...

ହାତରୁ କାହିଁକି ଶୀଘ୍ର ଲିଭେନି ନିର୍ବାଚନୀ ସ୍ୟାହି: ପଛରେ ରହିଛି ବଡ଼ କାରଣ

ନୂଆଦିଲ୍ଲୀ,୫।୨: ଆଜି ସକାଳ ୭ଟାରୁ ଦିଲ୍ଲୀ ବିଧାନସଭା ନିର୍ବାଚନ ୨୦୨୫ ପାଇଁ ମତଦାନ ଆରମ୍ଭ ହୋଇଛି। ଦିଲ୍ଲୀର ସମସ୍ତ ୭୦ଟି ଆସନରେ ମୋଟ ୧.୫୬ କୋଟି...

Video Viral: ରାହୁଲ ଦ୍ରାବିଡଙ୍କ କାର୍‌କୁ ଧକ୍କା ଦେଲା ଅଟୋ, ମଝି ରାସ୍ତାରେ ଯାହା ଘଟିଲା…

ନୂଆଦିଲ୍ଲୀ,୫।୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ପ୍ରଶିକ୍ଷକ ରାହୁଲ ଦ୍ରାବିଡଙ୍କୁ ବହୁତ ଶାନ୍ତ ସ୍ବଭାବର ବୋଲି ବିବେଚନା କରାଯାଏ। ଏହି ଦକ୍ଷ ବ୍ୟକ୍ତିଙ୍କ ଏକ ଭିଡିଓ...

ମତଦାନବେଳେ ଇଭିଏମ୍‌ରୁ ଉଡିଯାଇପାରେ କି ଡାଟା: କ’ଣ ରହିଛି ବ୍ୟାକ୍‌ଅପ୍‌ ପ୍ଲାନ୍‌, ସମ୍ପୂର୍ଣ୍ଣ ତଥ୍ୟ ଜାଣନ୍ତୁ

ନୂଆଦିଲ୍ଲୀ,୫।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ୨୦୨୫ ପାଇଁ ମତଦାନ ଚାଲିଛି। ଦିଲ୍ଲୀ ନିର୍ବାଚନରେ ଭୋଟରମାନେ ଇଭିଏମ ଜରିଆରେ ନିଜର ମତାଧିକାର ସାବ୍ୟସ୍ତ କରୁଛନ୍ତି। ଯେହେତୁ ଇଭିଏମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri