Posted inଫୁରସତ

ଚା’ର ମିଠା ଅନୁଯାୟୀ ଏଠାରେ ପକ୍କା ହୁଏ ବିବାହ, ଚିନିରୁ ହୁଏ ଆଫ୍ରୁଭାଲ, ଜାଣନ୍ତୁ କେଉଁଠି

ଭାରତୀୟଙ୍କ ଦିନଟି ସାଧାରଣତଃ ଚା’କପ୍‌ ସହ ଆରମ୍ଭ ହୁଏ। କେବଳ ଏତିକି ନୁହେଁ, ଯଦି କୌଣସି ଦିନ ଚା ଉପଲବ୍ଧ ନହୁଏ, ତେବେ ସେହି ଦିନଟି ଅସମ୍ପୂର୍ଣ୍ଣ ମନେହୁଏ। କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ଦେଶ ବିଷୟରେ କହିବୁ ଯେଉଁଠାରେ ଚା’ର ମିଠାକୁ ନେଇ ବିବାହ ସ୍ଥିର କରାଯାଏ। ହଁ, ଚା’ର ମିଠା କେତେ ନିର୍ଣ୍ଣୟ ପରେ ପୁଅ ଏବଂ ଝିଅର ବିବାହ ସ୍ଥିର ହୋଇଥାଏ।

ଭାରତରେ, ଚା ଅଧିକାଂଶ ଲୋକଙ୍କ ଦୈନନ୍ଦିନ ଜୀବନଶୈଳୀରେ ସାମିଲ। ଏହା ବିନା ଦିନଟିକୁ ଅସମ୍ପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଭାରତରେ, ଯଦି ଆପଣ କୌଣସି ପରିବାରକୁ ଯାଆନ୍ତି, ସାଧାରଣତଃ ସମସ୍ତେ ଚା ଆତିଥ୍ୟ ଭାବେ ଚର୍ଚ୍ଚା କରନ୍ତି। କିନ୍ତୁ ଆପଣ କ’ଣ ଜାଣନ୍ତି ଯେ ଭାରତ ପରି, ଅନ୍ୟ ଏକ ଦେଶରେ ମଧ୍ୟ ଚା’କୁ ନେଇ ଏକ ଭିନ୍ନ ପ୍ରକାରର କ୍ରେଜ ଅଛି। କେବଳ ଏତିକି ନୁହେଁ, ଏପରି ଏକ ଦେଶ ଅଛି ଯେଉଁଠାରେ ଚା’ର ମିଠା ଦେଖି ବିବାହ ସ୍ଥିର କରାଯାଏ। ଏହି ପରମ୍ପରା କେଉଁ ଦେଶରେ ଅଛି ଜାଣନ୍ତୁ। ଭାରତ କେବଳ ଚା ପିଇବାରେ ନୁହେଁ ବରଂ ଏହାର ଉତ୍ପାଦନରେ ମଧ୍ୟ ବିଶ୍ୱର ଅଗ୍ରଣୀ ଦେଶମାନଙ୍କ ମଧ୍ୟରେ ଅନ୍ୟତମ। ଭାରତର ଆସାମ, ନୀଳଗିରି ଏବଂ ଦାର୍ଜିଲିଂ ଚା ସାରା ବିଶ୍ୱରେ ପ୍ରସିଦ୍ଧ। ଭାରତ ବ୍ୟତୀତ, ଚାନା ଏବଂ କେନିଆ ମଧ୍ୟ ଚା ଉତ୍ପାଦନରେ ବିଶ୍ୱର ଶ୍ରେଷ୍ଠ ଦେଶମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ।

କହିରଖୁଛୁ ଯେ ଆଜରବାଇଜାନରେ ଚା’ର ମିଠା ଉପରେ ବିବାହ ସ୍ଥିର କରାଯାଏ। ପ୍ରକୃତରେ, ଆଜରବାଇଜାନରେ, ଚା’ର ସ୍ବାଦ ର୍ନିଣ୍ଣୟ କରେ ଯେ ଜଣେ ପୁରୁଷ ତାଙ୍କ ପସନ୍ଦର ମହିଳାଙ୍କୁ ବିବାହ କରିବେ କି ନାହିଁ। ଯେତେବେଳେ ଜଣେ ପୁରୁଷର ବାପାମାଆ ତାଙ୍କ ଘରକୁ ଝିଅର ହାତ ମାଗିବାକୁ ଆସନ୍ତି, ଝିଅର ବାପାମାଆ ତାଙ୍କୁ ‘ଶିରିନ ଚା’ ନାମକ ମିଠା ଚା ଦେଇ ଆଶୀର୍ବାଦ କରନ୍ତି। ଏହାର ଅର୍ଥ ହେଉଛି ବିବାହ ପ୍ରସ୍ତୁତି ଆରମ୍ଭ କରାଯିବ। ଯଦି ସେ ତାହା କରନ୍ତି ନାହିଁ, ତେବେ ବିବାହ ଆଲୋଚନା ଆଗକୁ ବଢ଼ିବ ନାହିଁ।

ଏପରି ବିଶ୍ୱାସ କରାଯାଏ ଯେ ଚା’ର ଆବିଷ୍କାର ଚାଇନା ସହିତ ଜଡିତ। ଚାଇନାର ଶାସକ ସେନ ନୁଙ୍ଗଙ୍କୁ ଏହାର ଉଦ୍ଭାବନର ଶ୍ରେୟ ଦିଆଯାଏ। ତଥାପି, ଏହା ଏକ ଉଦ୍ଦେଶ୍ୟମୂଳକ ଆବିଷ୍କାର ନ ଥିଲା ବରଂ ଏକ ଆକସ୍ମିକ ଆବିଷ୍କାର ଥିଲା। ଏହା ପ୍ରାୟ ୪୮୦୦ ବର୍ଷ ପୂର୍ବେ, ଅର୍ଥାତ ୨୭୩୨ ଖ୍ରୀଷ୍ଟପୂର୍ବର କଥା। ଏହା ପରେ ହିଁ ଲୋକମାନେ ଚା’କୁ ପାନୀୟ ଭାବରେ ଜାଣିବାକୁ ପାଇଲେ।


Enter your email to get our daily news in your inbox.

All Right Reserved By Dharitri.Com

ହାଲ୍‌ରେ ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର…

କେଉଁ ୱେଟିଂ ଟିକେଟ ସବୁଠୁ ଆଗ କନଫର୍ମ ହୁଏ? ଜାଣନ୍ତୁ ରେଳବାଇର ନୂଆ ନିୟମ…

ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ସମୟରେ ଯଦି ଆପଣଙ୍କୁ କନଫର୍ମ ସିଟ ନ ମିଳେ, ତେବେ IRCTC ସିଷ୍ଟମ ଆପଣଙ୍କୁ ୱେଟିଂ ଟିକେଟ (Waiting Ticket) ପ୍ରଦାନ…

ରାସ୍ତା କାମ ବିଳମ୍ବକୁ ନେଇ ବଣିକ ସଂଘର ଅସନ୍ତୋଷ

ପାତ୍ରପୁର, ୬/୧୦ (ଉମା ଚରଣ ନେପାକ): ପାତ୍ରପୁର ଏନ୍‌ଏସି ଅନ୍ତର୍ଗତ ତଳ ବସଷ୍ଟାଣ୍ଡ ଛକରେ ରାସ୍ତା ନିର୍ମାଣ କାର୍ଯ୍ୟରେ ବିଳମ୍ବକୁ ନେଇ ମା’ ଦୁର୍ଗାଦେବୀ ବଣିକ ସଂଘ…

ଧରିତ୍ରୀ ପ୍ରଭାବ: ମୁକୁଳା ଡ୍ରେନରେ ପଡ଼ିଲା କଭର ପ୍ଲେଟ୍

ଗଞ୍ଜାମ, ୬/୧୦ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ମୁକୁଳା ଡ୍ରେନରେ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ଖବର ପାଇ ଛତ୍ରପୁର…

ସୌମ୍ୟରଞ୍ଜନ ମାମଲାରେ ହାଇକୋର୍ଟ ଗଲେ ବିଦ୍ୟାଭାରତୀ: ଆଗୁଆ ଜାମିନ ପାଇଁ ଆବେଦନ, ଅକ୍ଟୋବର ୩୦ ଯାଏ ହାଜର ସମୟ ବୃଦ୍ଧି

କଟକ, ୬।୧୦(ପ୍ରଭୁକଲ୍ୟାଣ ପାଲ୍): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ…

ଛାତ୍ର ସଂସଦ ନିର୍ବାଚନ: ଅଣଛାତ୍ରଙ୍କ ପ୍ରବେଶ ଉପରେ ନଜର

ବ୍ରହ୍ମପୁର,୬ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ଛାତ୍ର ସଂସଦ ନିର୍ବାଚନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସୋମବାର ଘୋଷଣା କରାଯିବା ପରେ ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟଗୁଡ଼ିକରେ ରାଜନୈତିକ ମାହୋଲ…

୩ ରାଶି ଉପରେ ରହିବ ରାହୁ-କେତୁଙ୍କ କୃପା: ଘର, ଗାଡ଼ିଠାରୁ ଚାକିରି ଯାଏ ସବୁ ସ୍ୱପ୍ନ ହେବ ପୂରଣ!

ଜ୍ୟୋତିଷ ଶାସ୍ତ୍ରରେ ରାହୁ ଏବଂ କେତୁଙ୍କୁ ଛାୟା ଗ୍ରହ ସହିତ ଅତ୍ୟନ୍ତ ପ୍ରଭାବଶାଳୀ ଗ୍ରହ ଭାବେ ବିବେଚନା କରାଯାଏ। ଏହି ଦୁଇ ଗ୍ରହଙ୍କ ପ୍ରଭାବ ବ୍ୟକ୍ତିଙ୍କ ଜୀବନରେ…

ଟିମ୍ ଇଣ୍ଡିଆକୁ ବଡ଼ ଝଟ୍‌କା: ନ୍ୟୁଜିଲ୍ୟାଣ୍ଡ ସିରିଜ୍ ପୂର୍ବରୁ ଆହତ ହେଲେ ଷ୍ଟାର୍ ବୋଲର, CoEରେ ଚାଲିଛି…

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପରେ ଭାରତୀୟ କ୍ରିକେଟ୍ ଦଳ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବ, ଯେଉଁଠାରେ ତିନୋଟିଯାକ ଫର୍ମାଟ୍‌ରେ ସିରିଜ୍ ଖେଳାଯିବ। ତେବେ ଏହି ଗୁରୁତ୍ୱପୂର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?