ଧରାପଡ଼ିଲେ ୬ ମାଓବାଦୀ: ହିଂସାକାଣ୍ଡ ପାଇଁ ଯୋଗାଉଥିଲେ ବିସ୍ଫୋରକ

ମାଲକାନଗିରି,୧୯ା୧(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ ସୁକ୍‌ମା ଜିଲା ପୋଲିସ ୨ ପୁରସ୍କାର ଘୋଷିତ ମାଓବାଦୀଙ୍କ ସହ ୩ ଜଣଙ୍କୁ ଗିରଫ କରିଛି। ମାଓବାଦୀଙ୍କ ଉପସ୍ଥିତି ସମ୍ବନ୍ଧରେ ସୂଚନା ପାଇ ଚିନ୍ତାଗୁଫା ଥାନାରୁ ଜିଲା ପୋଲିସ ଓ ଡିଆରଜି ବାହିନୀ ମିଳିତ ଭାବେ ଦୁଲେଡ, ମେଟାଗୁଡା ଓ ଏରନପାଲ୍ଲୀର ଆଖପାଖ ଜଙ୍ଗଲ ଅଞ୍ଚଳରେ କୋମ୍ବିଂ ଅପରେଶନ ଆରମ୍ଭ କରିଥିଲେ । ଦୁଲେଡ ଜଙ୍ଗଲ ନିକଟରେ କେତେକ ବ୍ୟକ୍ତି ପୋଲିସକୁ ଦେଖି ଲୁଚିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ଉକ୍ତ ସ୍ଥାନରୁ ୩ ଜଣଙ୍କୁ ଗିରଫ କରିଥିଲେ । ସେମାନ ହେଲେ ୨ ଲକ୍ଷ ପୁରସ୍କାର ଘୋଷିତ ମଡକମ ନନ୍ଦା, ୧ ଲକ୍ଷ ପୁରସ୍କାର ଘୋଷିତ ଦଶା ଓ କବାସୀ ଲଖମା ।
ଏହି ୩ ଜଣ ଦକ୍ଷିଣ ବସ୍ତର ଡିଭିଜନ, ଜନତାନା ସରକାର, କଞ୍ଚାଲ ଆର୍‌ପିସି ଡିଏକେଏମ୍‌ଏସ୍‌ରେ କାର୍ଯ୍ୟ କରୁଥିଲେ। ଏହି ୩ଜଣ ବିଭିନ୍ନ ହିଂସାକାଣ୍ଡରେ ଜଡିତ ଥିବା କହିଛନ୍ତି। ସେହିପରି କାଙ୍କେର ଜିଲା ମଣ୍ଡାଗଁା ବିଏସ୍‌ଏଫ କ୍ୟାମ୍ପ ସମ୍ମୁଖରେ ବିଏସ୍‌ଏଫ ଓ ପୋଲିସ ମିଳିତ ଭାବେ ଏମ୍‌ସିପି କାର୍ଯ୍ୟରେ ନିୟୋଜିତ ଥିବା ବେଳେ ଗୋଟିଏ ବାଇକ୍‌ରେ ୩ ଜଣ ବ୍ୟକ୍ତି ଯାଉଥିବା ବେଳେ ସେମାନଙ୍କୁ ଯାଞ୍ଚ କରିବାରୁ ତାଙ୍କ ନିକଟରୁ ବିସ୍ଫୋରକ ସାମଗ୍ରୀ ଜବତ ହୋଇଥିଲା। ପୋଲିସ ୩ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ରାଜେଶ ପୋଟାଇ, ଜଗତରାମ କୋବାଚି, ଲଛେନ ରାମ । ତାଙ୍କ ନିକଟରୁ ଓ୍ବାକିଟକି, ଡିଟୋନେଟର, ମେମୋରି କାର୍ଡ, ମାଓବାଦୀ ସାହିତ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ସହଯୋଗୀ ଏବଂ ମାଓବାଦୀଙ୍କୁ ବିସ୍ଫୋରକ ସାମଗ୍ରୀ ଯୋଗାଇବା କାର୍ଯ୍ୟରେ ନିୟୋଜିତ ଥିବା ଜଣାପଡିଛି। ରବିବାର ଗିରଫ ମାଓବାଦୀଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭଷ୍ମାରେ ଭୟାବହ ସଡ଼କ ଦୁର୍ଘଟଣା: ଟ୍ରଲର ଚକା ତଳେ ଚାଲିଗଲା ମହିଳାଙ୍କ ସମେତ ୨ ଶିଶୁଙ୍କ ଜୀବନ

ସୁନ୍ଦରଗଡ଼,୨୦।୮(ଜୟ ନାରାୟଣ ମେଣ୍ଡୁଳି): ରାଉରକେଲା-ସମ୍ବଲପୁର ବିଜୁ ଏକ୍ସପ୍ରେସ୍‌ୱେ’ର ସୁନ୍ଦରଗଡ଼ ଜିଲା ଭଷ୍ମା ପେଟ୍ରୋଲ ପମ୍ପ ନିକଟରେ ଗୁରୁବାର ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଏକ ମର୍ମନ୍ତୁଦ ସଡ଼କ…

ଲଡର୍‌ସରେ ଗାଙ୍ଗୁଲିଙ୍କ ସେଲିବ୍ରେଶନକୁ ପୁଣି ଦୋହରାଇଲେ ଭାରତୀୟ ଖେଳାଳି

ଲଣ୍ଡନ,୨୦ା୮: ଲଡର୍‌ସ କ୍ରିକେଟ ଗ୍ରାଉଣ୍ଡରେ ଗୁରୁବାର ଖେଳାଯାଇଥିବା ସପ୍ତମ ତଥା ଅନ୍ତିମ ମିକ୍ସଡ୍‌ ଭିନ୍ନକ୍ଷମ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଇଂଲଣ୍ଡକୁ ୧୧୮ ରନରେ ହରାଇ ଭାରତ ବିଜୟ…

ମମତାରାଣୀ ତ୍ରିପାଠୀ ବରଗଡ଼ର ନୂତନ CDAO

ବରଗଡ଼,୨୦।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ନୂତନ ମୁଖ୍ୟ ଜିଲା କୃଷି ଅଧିକାରୀ (CDAO) ଭାବେ ଗୁରୁବାର ମମତାରାଣୀ ତ୍ରିପାଠୀ ଆନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବତନ…

ଭାତ ଖାଇବା ବେଳେ ଗଡ଼ିଲା ମୁଣ୍ଡ: ସାମାନ୍ୟ କଳିରୁ ବଡ଼ ଭାଇଙ୍କୁ ଟାଙ୍ଗିଆରେ ହାଣିଲେ ସାନ ଭାଇ

ଭବାନୀପାଟଣା,୨୦।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ବଳରାମପୁର ଗ୍ରାମରେ ଗୁରୁବାର ଅପରାହ୍ନରେ ଏକ ଅଭାବନୀୟ ତଥା ରକ୍ତାକ୍ତ ଘଟଣା ସାମ୍ନାକୁ ଆସିଛି।…

ଗାଧୋଇବା ବେଳେ ଭାସିଗଲେ ୩ ଯୁବକ, ଆଉ ତା’ପରେ…

ସମ୍ବଲପୁର,୨୦।୮,ସମ୍ବଲପୁର ଜିଲା ମାନେଶ୍ବର ମାଳତି ଯୋରରେ ଗୁରୁବାର ଏକ ଦୁଖଃଦ ଘଟଣା ଘଟିଛି। ଗାଧୋଇବା ବେଳେ ୩ଜଣ ଯୁବକ ଭାସି ଯାଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗର…

କେତୁଙ୍କ ଘରେ ବୁଧଙ୍କ ପ୍ରବେଶ, ୩ ରାଶିଙ୍କ ଘରେ ପଡିଯିବ ଅକାଳ! ଆଖି ପିଛୁଳାକେ ଚାଲିଯିବ ସବୁ ଟଙ୍କା…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ଏବଂ ନକ୍ଷତ୍ରମାନଙ୍କର ଚାଲି ପରିବର୍ତ୍ତନ ଆମ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ। ବୁଧ ଏବଂ କେତୁଙ୍କ ସ୍ଥିତି ଓ ନକ୍ଷତ୍ର…

ବ୍ରହ୍ମପୁରର ସୁନା ପୁଅ: ମହାକାଶ ବିଜ୍ଞାନରେ ଗବେଷଣା କରି ସୁନାମ ଆଣିଛନ୍ତି ବିଶ୍ୱଜିତ

ବ୍ରହ୍ମପୁର,୨୦।୮(ସୁବାସ ଚନ୍ଦ୍ର ପାଢ଼ୀ): ମହାକାଶ ବିଜ୍ଞାନ କ୍ଷେତ୍ରରେ ଅସାଧାରଣ ଗବେଷଣା କରି ବ୍ରହ୍ମପୁର ସହର ପାଇଁ ସୁନାମ ଆଣିଛନ୍ତି ହିଲପାଟଣା ନିବାସୀ ହୃଷିକେଶ ଦାଶ ଓ ସଂଯୁକ୍ତା…

SRCଙ୍କ କଡ଼ା ନିର୍ଦ୍ଦେଶ, ବନ୍ୟା ପ୍ରଭାବିତ ଏହି ୪ ଜିଲାକୁ ମିଳିବ ଚାଉଳ…

ଭୁବନେଶ୍ବର ୨୦।୮: ପ୍ରବଳ ବର୍ଷା ଓ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri