ମାଟି ଖୋଲିଲେ ବିଡିଓ, ବୋହିଲେ ମହିଳା ସରପଞ୍ଚ

କୁଚିଣ୍ଡା,୧୯ା୧(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ବ୍ଲକ ଅଞ୍ଚଳରେ ଏମ୍‌ଜିଏନ୍‌ଆରଇଜିଏସ୍‌ରେ ବିଭିନ୍ନ ପ୍ରକଳ୍ପ କାମ ହେଉଛି। କୁଚିଣ୍ଡା ବ୍ଲକ ଖଣ୍ଡୋକଟା ପଞ୍ଚାୟତର ଜୁନାନୀ ଗ୍ରାମର ଚାଷଜମିକୁ ଜଳସେଚନ ନିମନ୍ତେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ୧୦ଲକ୍ଷ ଟଙ୍କାର ବ୍ୟୟ ଅଟକଳରେ ବ୍ଲକ ପକ୍ଷରୁ ଏକ କେନାଲ ଖନନ ହେଉଛି। ଇତି ମଧ୍ୟରେ ଶ୍ରମିକମାନେ ମାଟି କେନାଲ କାମ ଆରମ୍ଭ କରିଛନ୍ତି। କାମ ଆରମ୍ଭ ପରେ ଶନିବାର ତଦାରଖ ନିମନ୍ତେ କୁଚିଣ୍ଡା ବିଡିଓ ଜୟନ୍ତ ସାହୁ, ସହକାରୀ ଯନ୍ତ୍ରୀ ଶ୍ୟାମସୁନ୍ଦର ମାଝି, ଏପିଓ କୁଳବନ୍ତ ବା, ଖଣ୍ଡୋକଟା ସରପଞ୍ଚ କୁନି ସେଉଳ ଏବଂ ଏଡିଇଓ କବିତା ଆଚାର୍ଯ୍ୟ କାର୍ଯ୍ୟସ୍ଥଳରେ ପହଞ୍ଚି ଥିଲେ। ଶ୍ରମିକମାନେ କେନାଲ କାମ କରୁଥିବା ଦେଖି ବିଡିଓ ଖୁସିବ୍ୟକ୍ତ କରିଥିଲେ।

ଶ୍ରମିକମାନଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ବିଡିଓ ସାହୁ କୋଡିରେ ମାଟି ଖୋଳିଥିବା ବେଳେ ମହିଳା ସରପଞ୍ଚ ସେଉଳ ନିଜକୁ ସମ୍ଭାଳି ନ ପାରି ଟୋକେଇ(ଝୁଡି)ରେ ମାଟି ମୁଣ୍ଡେଇ ବୋହିଥିଲେ। ନିୟୋଜିତ ମହିଳାପୁରୁଷ ଶ୍ରମିକଙ୍କୁ ବର୍ଷସାରା ଏଭଳି କାମ ଯୋଗାଇ ଦେଲେ ସେମାନେ ଉପକୃତ ଦେବେ ବୋଲି ବିଡିଓଙ୍କୁ କହିଥିଲେ। ବିଡିଓ ଏବଂ ସରପଞ୍ଚଙ୍କ ଏଭଳି କାର୍ଯ୍ୟକୁ ଜୁନାନୀ ଗ୍ରାମବାସୀ ପ୍ରଶଂସା କରିଥିଲେ। ଏହି କେନାଲ ଦ୍ବାରା ଚାଷଜମିରେ ଜଳସେଚନ ହୋଇ ମରୁଡି କବଳରୁ ମୁକ୍ତି ମିଳିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଠାତ ମଣ୍ଡିରେ ପହଞ୍ଚିଗଲେ ତହସିଲଦାର: ସ୍ଥତି ଅନୁଧ୍ୟାନ କରି…

ଗଞ୍ଜାମ,୧୯।୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକର ବିଭିନ୍ନ ପଞ୍ଚାୟତରେ ଥିବା ଧାନ ମଣ୍ଡିଗୁଡିକୁ ବୁଲି ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର ଅନୁଧ୍ୟାନ କରିଛନ୍ତି। ପୂର୍ବାହ୍ନରେ ସନ୍ତୋଷପୁର ଓ଼...

ଆରପାରିରେ ପୂର୍ବତନ ଏମ୍‌ପି ମୃତ୍ୟୁଞ୍ଜୟ ନାୟକ

ଫୁଲବାଣୀ,୧୯।୨(ରାକେଶ କୁମାର ରାଉତ): ଆରପାରିରେ ପୂର୍ବତନ ଏମ୍‌ପି ମୃତ୍ୟୁଞ୍ଜୟ ନାୟକ। କଂଗ୍ରେସରୁ ୩ ଥର ଜିତି ଏମ୍‌ପି ହୋଇଥିବା ଫୁଲବାଣୀର ମୃତ୍ୟୁଞ୍ଜୟ ନାୟକ(୭୨)ଙ୍କ ମଙ୍ଗଳବାର ସନ୍ଧ୍ୟାରେ...

ଆଜିଠୁ ସପ୍ତାହେ ଘଡ଼ଘଡ଼ି ସହ ବର୍ଷା:ଏହିସବୁ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୧୯ା୨(ଅନୁରାଧା ମହାରଣା):ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଥିବାବେଳେ ମଙ୍ଗଳବାର ସର୍ବାଧିକ ତାପମାତ୍ରା ବୌଦ୍ଧରେ ୩୬.୮ ଡିଗ୍ରୀ ରେକର୍ଡ କରାଯାଇଛି। ତେବେ ବୁଧବାରଠାରୁ ସପ୍ତାହେ ପର୍ଯ୍ୟନ୍ତ ବିଭିନ୍ନ ଜିଲାରେ...

ଟ୍ରାଫିକ୍‌ ନିୟମ ମାନିଲେ ମିଳିବ ଏମିତି ଉପହାର

ବରଗଡ଼,୧୯।୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଟାଉନ ଥାନା ପୋଲିସ ପକ୍ଷରୁ ମଙ୍ଗଳବାର ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଏକ ସଚେତନତା ଶୋଭାଯାତ୍ରା ଥାନାରୁ...

ଲୋକସେବା ଭବନରେ ଲାଗିଲା ନିଆଁ

ଭୁବନେଶ୍ୱର,୧୮।୨: ଲୋକସେବା ଭବନରେ ମଙ୍ଗଳବାର ଅପରାହ୍ନରେ ପୁଣି ଏକ ଅଘଟଣ ଘଟିଛି। ଅପରାହ୍ନ ପ୍ରାୟ ୪ ଟା ୩୮ ମିନିଟରେ ସମବାୟ ବିଭାଗ ଉପରସ୍ଥ ପରିସରରେ...

ସପ୍ତାହେ ଯାଏ ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର,୧୮ା୨ (ଅନୁରାଧା ମହାରଣା) – ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଥିବାବେଳେ ମଙ୍ଗଳବାର ସର୍ବାଧିକ ତାପମାତ୍ରା ବୌଦ୍ଧରେ ୩୬.୮ ଡିଗ୍ରୀ ରେକର୍ଡ କରାଯାଇଛି। ତେବେ ବୁଧବାରଠାରୁ ସପ୍ତାହେ...

KIIT student death case: ତାତିଲେ ପିଲା, କିଟ୍‌ରେ ଭଙ୍ଗାରୁଜା

ଭୁବନେଶ୍ୱର,୧୮।୨: କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି (KIIT)ରେ ଜଣେ ନେପାଳୀ ଛାତ୍ରଙ୍କ ଆତ୍ମହତ୍ୟା ପରେ, ସାରା ରାଜ୍ୟରେ ଚହଳ ପଡିଛି। କେବଳ ରାଜ୍ୟରେ ନୁହେଁ...

ବିବାହ ଶୋଭାଯାତ୍ରାରେ ତୁମୁଳକାଣ୍ଡ: ଶୋଭାଯାତ୍ରା ଗାଡି ଚାଳକଙ୍କ ଭୁଜାଲି ମାଡରେ , ଯୁବକ ଗୁରୁତର

ହିଞ୍ଜିଳିକାଟୁ, ୧୮।୨(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଶ୍ରଦ୍ଧାପୁର ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଏକ ବିବାହ ଶୋଭାଯାତ୍ରା ଚାଲିଥିବା ବେଳେ କୌଣସି କଥାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri