ଖତ ହେଉଛି ଜବତ ଗାଡ଼ି

ଅନୁଗୋଳ ଅଫିସ, ୪ା୯ – ଖତ ଖାଉଛି କୋଟି କୋଟି ଟଙ୍କାର ଗାଡ଼ି। ନୂଆ ମଡେଲ ଠାରୁ ଆରମ୍ଭ କରି ପୁରୁଣା ସ୍କୁଟର ପର୍ଯ୍ୟନ୍ତ ବହୁ ଗାଡ଼ି ବର୍ଷ ବର୍ଷ ଧରି ପଡ଼ିରହିଛି ଥାନାରେ। ଜିଲାର ବିଭିନ୍ନ ଥାନା, ଅବକାରୀ କାର୍ଯ୍ୟାଳୟରେ ଏହି ସଂଖ୍ୟା ସର୍ବାଧିକ। ଏଠାରେ ରକ୍ଷଣାବେକ୍ଷଣର କିଛି ସୁବିଧା ନ ଥିବାବେଳେ ଅଧିକାଂଶ ଫେରସ୍ତ ମଧ୍ୟ ହୋଇପାରୁ ନାହିଁ। ନିଲାମ ପ୍ରକ୍ରିୟାରେ ସରକାରୀ ଆଇନ ପ୍ରତିବନ୍ଧକ ସାଜୁଥିବାରୁ ଏହି ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଥିବା ସୂଚନା ମିଳିଛି।
ଅନୁଗୋଳ ଜିଲାରେ ୨୨ଟି ଥାନା ରହିଛି। ଏସବୁ ଥାନାରେ ଦୈନିକ ଏକାଧିକ ମାମଲା ରୁଜୁ ହେଉଛି। ତେବେ ସଡ଼କ ଦୁର୍ଘଟଣାଜନିତ ମାମଲାରେ ଥାନାକୁ ଅଧିକ ଗାଡ଼ି ଟଣାହୋଇ ଆସୁଛି। ସେହିପରି ସଂଗଠିତ ଅପରାଧରେ ବ୍ୟବହୃତ ଓ ଚୋରାଗାଡ଼ିକୁ ଜବତ କରାଯାଇ ଥାନାରେ ରଖାଯାଉଛି। ଜବତ ଗାଡ଼ି ମଧ୍ୟରୁ ଅଧିକାଂଶ ବାଇକ୍‌ ହୋଇଥିବାବେଳେ ଅଟୋ ଠାରୁ ନେଇ ଦାମୀ ଚାରିଚକିଆ ଓ ରୋଲର ମଧ୍ୟ ରହିଛି। ତଦନ୍ତ ଓ କାଗଜପତ୍ର ଯାଞ୍ଚପରେ ଚୋରା ଓ ଦୁର୍ଘଟଣାଗ୍ରସ୍ତ ଗାଡ଼ିଗୁଡ଼ିକ ମଧ୍ୟରୁ କିଛି ଗାଡ଼ିମାଲିକଙ୍କୁ ହସ୍ତାନ୍ତର କରାଯାଉଛି। ଦେଖିବାକୁଗଲେ ମାତ୍ର ୬୦ ପ୍ରତିଶତ ଗାଡ଼ି ସମୟସୀମା ମଧ୍ୟରେ ଥାନାରୁ ଫେରୁଛି। ବାକି ୪୦ ପ୍ରତିଶତ ଆଇନଗତ ସମସ୍ୟା ଓ ବିଳମ୍ବିତ ତଦନ୍ତ ପାଇଁ ଥାନା ପରିସରରେ ପଡ଼ିରହୁଛି। ସେହିପରି ପଡ଼ିରହୁଥିବା ଗାଡ଼ିର ପ୍ରାୟ ୧୦ ପ୍ରତିଶତ କ୍ଷେତ୍ରରେ କୌଣସି ଦାବିଦାର ରହୁନାହାନ୍ତି। ଏହି ଗାଡ଼ିଗୁଡ଼ିକ ମୁଖ୍ୟତଃ ବଡ଼ ଧରଣର ଅପରାଧରେ ବ୍ୟବହୃତ ହେଉଥିବାରୁ ଏମିତି ହେଉଛି ବୋଲି ଅନୁଗୋଳ ପୋଲିସ ପକ୍ଷରୁ ସୂଚନା ମିଳିଛି। ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ, କୋର୍ଟରେ ବିଚାରାଧୀନ ମାମଲା ଫଇସଲା ନ ହେବାଯାଏ ଗାଡ଼ି ଫେରସ୍ତ ଅନୁମତି ନାହିଁ। ଯେଉଁଥିପାଇଁ ଗାଡ଼ିଗୁଡ଼ିକ ସେମିତି ପଡ଼ିରହୁଛି। କେବଳ ଥାନା ନୁହେଁ, ଜିଲାପାଳଙ୍କ କାର୍ଯ୍ୟାଳୟ, ବନ ବିଭାଗ, ପୂର୍ତ୍ତ ବିଭାଗ, ପୌରପାଳିକା, ଡାକ୍ତରଖାନା ପରିସରରେ ମଧ୍ୟ ଅନେକ ଗାଡ଼ି ଏପରି ପଡ଼ିରହିଛି। ଜିଲାରେ ରହିଥିବା ଅବକାରୀ କାର୍ଯ୍ୟାଳୟ ଗୁଡ଼ିକରେ ମଧ୍ୟ ଜବତ ଗାଡ଼ି ସଂଖ୍ୟା କମ୍‌ ନୁହେଁ। ଏଠାରେ ପ୍ରାୟ ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଗାଡ଼ି ଓ ସାଇକେଲ ବର୍ଷ ବର୍ଷ ଧରି ପଡ଼ିରହିଛି। ଚୋରା ମଦ ଓ ଡ୍ରଗ୍ସ ମାମଲାରେ ଅଧିକ ଗାଡ଼ି ଜବତ କରାଯାଉଛି ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ଆଇନଗତ ସମସ୍ୟା ଠାରୁ ବଳିଯାଉଛି ଏହାର ରକ୍ଷଣାବେକ୍ଷଣା ସମସ୍ୟା। ଏତେ ସଂଖ୍ୟାରେ ଗାଡ଼ିକୁ ସୁରକ୍ଷିତ ଭାବେ ରଖିବା ପାଇଁ ଥାନା ପରିସରରେ ଆବଶ୍ୟକ ସ୍ଥାନ ନାହିଁ। ତେଣୁ ବାଧ୍ୟ ହୋଇ ସେସବୁକୁ ଖୋଲାରେ ରଖିବାକୁ ପଡ଼ୁଛି। ଯେଉଁସବୁର ଆଦୌ ଫେରାଇବା ସମ୍ଭବନା ନାହିଁ, ସେଗୁଡ଼ିଗୁ ନିଲାମ ପ୍ରକ୍ରିୟାରେ ବିକ୍ରି କରାଯିବା ଆବଶ୍ୟକ। ଏକ ନର୍ଦ୍ଦିଷ୍ଟ ସମୟସୀମା ସ୍ଥିର କରାଯାଇ ଧାର୍ଯ୍ୟ ସମୟ ମଧ୍ୟରେ ଗାଡ଼ି ନ ନେଲେ ତାହାକୁ ମଧ୍ୟ ନିଲାମ ପ୍ରକ୍ରିୟାରେ ସାମିଲ କରାଗଲେ ଏମିତି କୋଟି କୋଟି ଟଙ୍କାର ଗାଡ଼ି ପଡ଼ିରହି ନଷ୍ଟ ହୁଅନ୍ତା ନାହିଁ ବୋଲି ଜିଲାର ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି। କିନ୍ତୁ ପୂର୍ବ ପ୍ରଚଳିତ ନିୟମ ଏଥିରେ ପ୍ରତିବନ୍ଧକ ସାଜିଥିବାରୁ କିଛି କରାଯାଇପାରିବ ନାହିଁ ବୋଲି ଅଧିକାରୀଜଣକ କହିଛନ୍ତି। ଏ ସମ୍ପର୍କରେ ଅନୁଗୋଳ ଏସ୍‌ପି ଜଗମୋହନ ମୀନା କହିଛନ୍ତି, କୋର୍ଟରେ ବହୁ ମାମଲାର ବିଚାର ଚାଲିଥିବାରୁ ଗାଡ଼ିଗୁଡ଼ିକ ଥାନାରେ ପଡ଼ି ରହୁଛି। ମଝିରେ ମଝିରେ ଗାଡ଼ି ମାଲିକମାନଙ୍କୁ ଖୋଜି ଗାଡ଼ି ପ୍ରଦାନ କରାଯାଉଛି। କିନ୍ତୁ ତାହା ଯଥେଷ୍ଟ ନୁହେଁ ବୋଲି ଏସ୍‌ପି ସ୍ବୀକାର କରିଛନ୍ତି। ତେବେ ଥାନା ସହ ଜିଲାର ବିଭିନ୍ନ କାର୍ଯ୍ୟାଳୟରେ ପଡ଼ିରହିଥିବା ଗାଡ଼ିଗୁଡ଼ିକର ମୂଲ୍ୟ ପ୍ରାୟ ୭ କୋଟି ଟଙ୍କାରୁ ଊଦ୍ଧର୍‌ବ ହେବ ବୋଲି ଆକଳନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରାତିଅଧରେ ଘରେ ପଶି ଚଳାଇଲେ ୩ ରାଉଣ୍ଡ ଗୁଳି: ମହିଳା ଗୁରୁତର

ନୀଳଗିରି,୬।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ଘରେ ପଶି ମହିଳାଙ୍କୁ ଗୁଳି। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଧୀନ ରାଇପାଳ...

ବାତ୍ୟା ମିଗ୍‌ଜୋମ୍‌ ପ୍ରଭାବ: ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା

ଭୁବନେଶ୍ୱର,୬।୧୨: ବାତ୍ୟା ମିଗ୍‌ଜୋମ୍‌ ସ୍ଥଳଭାଗ ଛୁଇଁବା ପରେ ଦୁର୍ବଳ ହେବା ସହ କେନ୍ଦ୍ରୀୟ ଆନ୍ଧ୍ର ଉପକୂଳରେ ଗଭୀର ଅବପାତରେ ପରିଣତ ହୋଇଛି।  ଆଗାମୀ କିଛି ଘଣ୍ଟା...

ଦୁର୍ଗନ୍ଧକୁ ନେଇ ତେଜୁଛି ଜନଅସନ୍ତୋଷ

ଭୁବନେଶ୍ୱର, ୬।୧୨ (ବନ୍ଦନା ସେଠୀ): ସୈନିକ ସ୍କୁଲ ନିକଟସ୍ଥ ଟିଟିଏସ୍‌ (ଟେମ୍ପରାରି ଟ୍ରାନ୍‌ଜିଟ୍‌ ଷ୍ଟେଶନ) ପାଇଁ ଦିନକୁ ଦିନ ସ୍ଥିତି ବିଗିଡି ଚାଲିଛି। ଦୁର୍ଗନ୍ଧରେ ଅଧା...

ଓଡ଼ିଶାର ୪ ଶିକ୍ଷାଧିକାରୀଙ୍କୁ ଜାତୀୟ ପୁରସ୍କାର

ଭୁବନେଶ୍ୱର, ୭।୧୨ (ଅସମାପିକା ସାହୁ):ଭାରତ ସରକାରଙ୍କ ପକ୍ଷରୁ ଜାତୀୟ ଶୈକ୍ଷିକ ଯୋଜନା ଓ ପ୍ରଶାସନ ଅନୁଷ୍ଠାନ (ଏନ୍‌ଆଇଇପିଏ) ଦ୍ୱାରା ନୂଆଦିଲ୍ଲୀର ଡ. ଆମ୍ବେଡକର ଅନ୍ତର୍ଜାତୀୟ କେନ୍ଦ୍ରଠାରେ...

ଆଜି ୮ ଜିଲାକୁ ବର୍ଷା ନେଇ ୟେଲୋ ୱାର୍ନିଂ

ଭୁବନେଶ୍ୱର,୬।୧୨(ଅନୁରାଧା ମହାରଣା):ସାମୁଦ୍ରିକ ବାତ୍ୟା ମିଗ୍‌ଜୋମ୍‌ ମଙ୍ଗଳବାର ମଧ୍ୟାହ୍ନ ୧୨ଟା ୩୦ରୁ ୨ଟା ୩୦ ମଧ୍ୟରେ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିଛି। ନେଲୋର ଏବଂ ମଛଲିପଟନମ୍‌ ମଧ୍ୟବର୍ତ୍ତୀ...

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଓଡ଼ିଶା ପ୍ରଥମ

ଭୁବନେଶ୍ୱର,୬।୧୨(ସତ୍ୟଜିତ୍‌ ରାଉତ):ରାଜ୍ୟରେ ବହୁ ସରକାରୀ କର୍ମଚାରୀ ଦୁର୍ନୀତିରେ ଲିପ୍ତ ରହି ବିପୁଳ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରୁଛନ୍ତି। ଭିଜିଲାନ୍ସ ପକ୍ଷରୁ ବହୁ ସମୟରେ ସେମାନଙ୍କ...

ସ୍କ୍ରାପିଂ କଲେ ଟିକସ, ଜରିମାନା ଛାଡ଼

ଭୁବନେଶ୍ୱର,୬।୧୨(ଅନିଲ ଦାସ):ପୁରୁଣା ଗାଡ଼ି ଉପରେ ଥିବା ସମସ୍ତ ବକେୟା ଟିକସ ଓ ଜରିମାନା ଛାଡ଼ କରାଯିବ। ଯେଉଁ ଗାଡ଼ି ମାଲିକମାନେ ନିଜ ଗାଡ଼ିକୁ ସ୍କ୍ରାପିଂ କରିବାକୁ...

ବଦଳିଲେ ଆଉ ଜଣେ ଆଇଏଏସ୍‌ ଅଫିସର: ଥିରୁମାଳା ନାଏକ ହେଲେ ଅତିରିକ୍ତ ସିଇଓ

ଭୁବନେଶ୍ୱର, ୫।୧୨: ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଉ ଜଣେ ବରିଷ୍ଠ ଆଇଏଏସ୍‌ ଅଫିସରଙ୍କୁ ନିର୍ବାଚନ ଦାୟିତ୍ୱ ଦେଇଛନ୍ତି । ୨୦୦୯ ବ୍ୟାଚ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri