ମଣିପୁର ନିଆଁ

ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଂଖ୍ୟାଗରିଷ୍ଠ ମେଇତି ସମ୍ପ୍ରଦାୟ ଓ ଆଦିବାସୀଙ୍କ ମଧ୍ୟରେ ଲାଗିଥିବା ହିଂସାରେ ୫୫ ଜଣଙ୍କ ପ୍ରାଣହାନି ଘଟିଥିବା ସରକାରୀ ଭାବେ ତଥ୍ୟ ଦିଆଯାଇଛି। ହେଲେ ବେସରକାରୀ ସଂଖ୍ୟା ଅଧିକ ହେବ ବୋଲି କୁହାଯାଉଛି। ଭାରତବର୍ଷର ବିଭିନ୍ନ ପ୍ରାନ୍ତରରେ ଧର୍ମୀୟ ବିବାଦରୁ ଦଙ୍ଗା ସ୍ଥିତି ଉପୁଜିବା ଦେଖିବାକୁ ମିଳୁଛି। ହେଲେ ମଣିପୁରରେ ହିନ୍ଦୁ ମେଇତି ସମ୍ପ୍ରଦାୟକୁ ହାଇକୋର୍ଟ ଆଦିବାସୀ ମାନ୍ୟତା ସୁପାରିସ ସଂକ୍ରାନ୍ତ ଆଦେଶ ଦେବା ପରେ ଏହାକୁ ବିରୋଧ କରି ଖ୍ରୀଷ୍ଟିଆନ ଧର୍ମାବଲମ୍ବୀ ନାଗା ଓ କୁକି ସମ୍ପ୍ରଦାୟ ଆନ୍ଦୋଳନକୁ ଓହ୍ଲାଇଥିଲେ। ସେମାନଙ୍କ ଅଧିକାରକୁ ସଂଖ୍ୟାଗରିଷ୍ଠମାନେ ଛଡ଼ାଇ ନେଉଥିବା ଆଦିବାସୀମାନେ ଅଭିଯୋଗ କରିବାରୁ ଉଭୟ ଗୋଷ୍ଠୀ ମଧ୍ୟରେ ଘୋର ହିଂସା ଉପୁଜିଥିଲା। ଫଳରେ ଲୋକଙ୍କ ଜୀବନହାନି, ୧୩ ହଜାରରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ଆଶ୍ରୟସ୍ଥଳରେ ରଖାଯିବା, ଅସଂଖ୍ୟ ଘର, ମନ୍ଦିର ଓ ଚର୍ଚ୍ଚରେ ନିଆଁ ଲଗାଇ ଦିଆଯାଇଥିବା ଦେଖିବାକୁ ମିଳିଛି। ଭାଜପା ପରିଚାଳିତ ରାଜ୍ୟ ସରକାର ଶାନ୍ତି ବଜାୟ ରଖିବାକୁ ସର୍ବଦଳୀୟ ବୈଠକ ଡାକି ଦାୟିତ୍ୱ ସାରିଦେଇଛନ୍ତିି। କେନ୍ଦ୍ର ସରକାର ଏହି ଘଟଣାକୁ ନେଇ ନୀରବ ରହିବା ଆଶ୍ଚର୍ଯ୍ୟ ଲାଗୁଛି। ସ୍ଥିତି ଅସମ୍ଭାଳ ହେବା ପରେ ସିଭିଲ୍‌ ରାଇଟ୍ସ କର୍ମୀ ଇରୋମ ଶର୍ମିଲା ଚାନୁ ମଣିପୁର ଗସ୍ତ କରି ଲୋକଙ୍କ ଦୁର୍ଦ୍ଦଶା ପ୍ରତି ଦୃଷ୍ଟି ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାକୁ ଅନୁରୋଧ କରିଛନ୍ତି। କର୍ନାଟକ ବିଧାନସଭା ନିର୍ବାଚନ ପ୍ରଚାର ଚାଲିଥିବା ବେଳେ ମଣିପୁର ହିଂସା ସେମାନଙ୍କ ପାଇଁ ଗୁରୁତ୍ୱ ବହନ କରୁ ନ ଥିବା ସ୍ପଷ୍ଟ ହୋଇଛି।
ଘଟଣାକ୍ରମକୁ ଦେଖିଲେ ଆଦିବାସୀମାନେ ମଣିପୁରରେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ। ଗତ ମାସ ମଣିପୁର ହାଇକୋର୍ଟ ମେଇତି ସମ୍ପ୍ରଦାୟକୁ ଆଦିବାସୀ ମାନ୍ୟତା ଦେବା ଲାଗି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇ କହିଥିଲେ ଯେ, ୪ ସପ୍ତାହ ମଧ୍ୟରେ ଏ ସଂକ୍ରାନ୍ତରେ କେନ୍ଦ୍ରକୁ ସୁପାରିସ କରାଯାଉ। ଉଚ୍ଚ ନ୍ୟାୟାଳୟଙ୍କ ରାୟ ପରେ ବିବାଦ ଉପୁଜିଥିଲା। ୩ ମେ’ରେ ଅଲ୍‌ ଟ୍ରାଇବାଲ ଷ୍ଟୁଡେଣ୍ଟ୍‌ସ ୟୁନିୟନ ଏଭଳି ଆଦେଶକୁ ବିରୋଧ କରି ଶୋଭାଯାତ୍ରା କରିଥିଲା। ଏହି ସଙ୍ଗଠନ ହିସାବରେ ମେଇତି ସମ୍ପଦାୟ ଆଦିବାସୀ ତାଲିକାରେ ରହିଲେ କୁକି ଓ ନାଗାଙ୍କ ସୁବିଧା ସଙ୍କୁଚିତ ହୋଇଯିବ। ତୋରବଙ୍ଗଠାରେ ଶୋଭାଯାତ୍ରା ଚାଲିଥିବା ବେଳେ ସଶସ୍ତ୍ର କୁକିମାନେ ମେଇତି ସମ୍ପ୍ରଦାୟ ଉପରେ ଆକ୍ରମଣ କରିଥିଲେ। ପରେ ପ୍ରତିଆକ୍ରମଣ ଯୋଗୁ ହିଂସା ବ୍ୟାପକ ହୋଇଥିଲା। କୁକିଙ୍କ ଦାବି ହେଉଛି ଯେ, ସଂଖ୍ୟାଗରିଷ୍ଠମାନଙ୍କୁ ସଂରକ୍ଷଣ ସୁବିଧା ମିଳିଲେ ପାହାଡ଼ିଆ ଆଦିବାସୀ ସମ୍ପ୍ରଦାୟ ଘୋର ପ୍ରଭାବିତ ହେବ। ଏଭଳି ପକ୍ଷପାତ କାରସାଦି ପଛରେ ରାଜ୍ୟ ସରକାରଙ୍କ ହାତ ରହିଥିବା ସେମାନେ ଅଭିଯୋଗ କରିଛନ୍ତି। ସଂରକ୍ଷଣ ପ୍ରସଙ୍ଗ ପୂର୍ବରୁ ମୂଳ ଆଦିବାସୀ, କୁକି, ନାଗାଙ୍କ ସହ ମେଇତିଙ୍କ ବିବାଦ ବହୁ ବର୍ଷରୁ ଲାଗି ରହିଛି। ମଣିପୁରର ଜନସଂଖ୍ୟା ପରିସଂଖ୍ୟାନ ଦେଖିଲେ ମେଇତିମାନଙ୍କ ସଂଖ୍ୟା ସମୁଦାୟ ଲୋକସଂଖ୍ୟାର ଅଧାରୁ ସାମାନ୍ୟ ଅଧିକ। ଅନ୍ୟପକ୍ଷରେ ବାକି ଜନସଂଖ୍ୟାରେ ଆଦିବାସୀ, କୁକି ଓ ନାଗାଙ୍କ ସଂଖ୍ୟା ଯଥାକ୍ରମେ ୪୦, ୨୫ ଓ ୧୫ ପ୍ରତିଶତ ରହିଛି। ମେଇତିମାନେ ମୁଖ୍ୟତଃ ଇମ୍ଫାଲ ଭ୍ୟାଲିରେ ରହୁଥିବା ବେଳେ ଏହି ଆଦିବାସୀମାନେ ପାହାଡ଼ିଆ ଜିଲାରେ ବସବାସ କରିଥାଆନ୍ତି। କୁକିମାନେ ଉତ୍ତର ପୂର୍ବାଞ୍ଚଳ ଓ ମ୍ୟାନମାରର ବିଭିନ୍ନ ସ୍ଥାନରେ ଖେଳେଇ ହୋଇ ରହିଛନ୍ତି। ମଣିପୁରରେ ରହୁଥିବା କୁକିମାନେ ବହୁବର୍ଷ ପୂର୍ବରୁ ମ୍ୟାନମାରରୁ ଆସି ସେଠାରେ ବସବାସ କରୁଛନ୍ତି। କୁକି ଓ ନାଗାଙ୍କ ଅପେକ୍ଷା ମେଇତିମାନେ ଅଧିକ ଶିକ୍ଷିତ। ବ୍ୟବସାୟ ଓ ରାଜନୀତିରେ ସେମାନଙ୍କ ପତିଆରା ରହିଆସିଛି। ଉଲ୍ଲେଖଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ମେଇତି ସମ୍ପ୍ରଦାୟର। ତେଣୁ ସଂଖ୍ୟାଗରିଷ୍ଠଙ୍କ ପ୍ରତି ସେ ଢଳୁଛନ୍ତି ବୋଲି ଆଦିବାସୀମାନେ ଅଭିଯୋଗ କରୁଛନ୍ତି। ଏମିତି ଦେଖିଲେ କୁକି ଓ ନାଗାଙ୍କ ମଧ୍ୟରେ ସଂଘର୍ଷ ଘଟିଥାଏ। ହେଲେ ଯେତେବେଳେ ମେଇତିଙ୍କ ବିପକ୍ଷରେ ଲଢ଼ିବାକୁ ପଡ଼େ ଏହି ଦୁଇ ସମ୍ପ୍ରଦାୟ ଏକଜୁଟ ହୋଇଯାଇଥାଆନ୍ତି। କିଛି ମାସ ପୂର୍ବରୁ ସଂରକ୍ଷିତ ଜଙ୍ଗଲକୁ ସୁରକ୍ଷିତ ରଖିବା ଲାଗି ସେଠାରେ ବାସ କରୁଥିବା କେତେକ କୁକି ଗ୍ରାମବାସୀଙ୍କୁ ହଟାଇ ଦିଆଯାଇଥିବାରୁ ସେମାନେ ସରକାରଙ୍କ ଉପରେ ଖପ୍ପା ହୋଇ ରହିଥିଲେ। ଏବେ ସଂରକ୍ଷଣ ସମସ୍ୟା ଅଧିକ ଘନୀଭୂତ ହୋଇଥିବାରୁ ଏମାନେ ସରକାରଙ୍କୁ ବିରୋଧ କରୁଛନ୍ତି। ମଣିପୁରର ଭୌଗୋଳିକ ଓ ଜନସାଂଖିକ ସ୍ଥିତି ଯେଉଁ ସ୍ତରରେ ରହିଛି, ବର୍ତ୍ତମାନ ଉପୁଜିଥିବା ସମ୍ବେଦନଶୀଳ ପ୍ରସଙ୍ଗକୁ ରାଜ୍ୟ ସରକାର ଅତି ନିଘା ଦେଇ ସମାଧାନର ବାଟ ଖୋଜିବା ଦରକାର। ଏମିତି ଦେଖିଲେ ଉତ୍ତର ପୂର୍ବାଞ୍ଚଳ ଭାରତ ଭୂଖଣ୍ଡର ଏକ ବିବାଦୀୟ ଅଞ୍ଚଳ ଭାବେ ରହିଆସିଛି। ସୀମାନ୍ତ ପ୍ରତି ବାହ୍ୟ ରାଷ୍ଟ୍ରର ହସ୍ତକ୍ଷେପ ରହୁଥିବାରୁ ଏଠାକାର ସ୍ଥିତି କମ୍‌ ସମୟରେ ବିଗିଡ଼ିଯିବାର ଆଶଙ୍କା ରହିଛି। କେବଳ ରାଜ୍ୟ ସରକାର ନୁହେଁ, କେନ୍ଦ୍ର କୂଟନୀତି ପ୍ରୟୋଗ କରିବା ସହ ଲୋକଙ୍କ ହିତକୁ ଦୃଷ୍ଟିରେ ରଖି ତୁରନ୍ତ ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଲାଣି। ସବୁଠାରେ ରାଜନୀତି ପୂରାଇଲେ ଏଭଳି ଜାତିଆଣ ବିଭାଜନ ଆଗକୁ ଉଗ୍ର ହେବା ସହ ଦେଶ ଭିତରେ ଅରାଜକତା ଦେଖାଦେବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri