ମୋତେ ଅଜଣା ରୋଗ ହୋଇଛି, ଏମିତି ଚିଠି ଲେଖି ଘରୁ ପଳାଇଲେ ପୁଅ …

ବାଲେଶ୍ୱର ଅଫିସ,୨୫।୧: ବାଲେଶ୍ୱର ଜିଲା ଜଳେଶ୍ବର ଥାନା ନାମ୍ପୋ ଫାଣ୍ଡି ଅଧୀନ ସରିସା ଗ୍ରାମର ଜଣେ ଯୁବକ ସୋମବାର ଘରେ ଏକ ଚିଠି ରଖି ଚାଲିଯାଇଛନ୍ତି । ଚିଠିକୁ ନେଇ ପରିବାର ଲୋକେ ବ୍ୟସ୍ତ ହୋଇପଡ଼ିଥିବା ବେଳେ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।
ସୂଚନାଯୋଗ୍ୟ, ସରିସା ଗ୍ରାମର ଉତ୍ତମ କୁମାର ପଣ୍ଡା (୩୫) ହରିୟାଣାରେ ଏକ ଔଷଧ କମ୍ପାନୀରେ ଲାବୋରେଟାରୀ ଆସିଷ୍ଟାଣ୍ଟ ଭାବେ ଭଲ ଦରମାରେ କାର୍ଯ୍ୟ କରନ୍ତି । ସେ ବିବାହିତ ହୋଇଥିବା ବେଳେ ତାଙ୍କର ଏକ ବର୍ଷର ଝିଅ ମଧ୍ୟ ଅଛନ୍ତିି । ତେବେ ସେ ଦୁଇଦିନ ତଳେ ଗାଁକୁ ଛୁଟିରେ ଆସିଥିବା ବେଳେ ସ୍ତ୍ରୀଓ ଝିଅ ଶ୍ୱଶୁର ଘରେ ରହିଛନ୍ତି। ସୋମବାର ସେ କାହାକୁ କିଛି ନ କହି ଘରୁ ଚାଲିି ଯାଇଥିଲେ । ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ପରିବାର ଲୋକେ ତାଙ୍କୁ ଫୋନ କରିଥିଲେ। ହେଲେ ଫୋନ ଘରେ ବାଜିଥିଲା। ଫୋନ ନିକଟରେ ଏକ ଚିଠି ଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ। ଚିଠିରେ ଉଲ୍ଲେଖ ଥିଲା, ଘରକୁ ଆସିଥିଲି ମୋ ମା’ ଓ ଛୁଆକୁ ଦେଖିବା ପାଇଁ । ଏଲି ତୁମେ ମୋତେ ଭୁଲ ବୁଝିବ ନାହିଁ । ମୋତେ ଏତେ ବଡ଼ ରୋଗ ହୋଇଛି ବୋଲି ଜାଣିଥିଲେ କେବେ ବି ବିବାହ କରି ନ ଥାନ୍ତି ମୋତେ କ୍ଷମା କରିଦେବ। ମୋ ରୋଗ ଏବେ ଚତୁର୍ଥ ଷ୍ଟେଜରେ ରହିଛି। ଯାହା କେବେ ଠିକ୍‌ ହେବନାହିଁ । ଯେତିକି ଟଙ୍କା ମୋ ଚିକିତ୍ସାରେ ଖର୍ଚ୍ଚ ହୋଇଥାନ୍ତା ସେତିକି ଟଙ୍କାରେ ମୋ ଝିଅ ପାଠ ପଢ଼ି ପାରିବା। ବାପା , ମା’ , କାକା , କାକି , ସ୍ତ୍ରୀ , ଝିଅ , ଭଉଣୀ , ଶାଶୂ , ଶ୍ବଶୁର କେହି ତାଙ୍କୁ ଭୁଲ ନ ବୁଝିବାକୁ ଚିଠିରେ ଲେଖିଛନ୍ତି। ତାଙ୍କୁ କେହି ଖୋଜିବାକୁ ଚେଷ୍ଟା ନ କରିବାକୁ ମଧ୍ୟ ଚିଠିରେ ଅନୁରୋଧ କରିଛନ୍ତି । ଚିଠି ପାଇବା ପରେ ଉତ୍ତମଙ୍କ ପରିବାର ଲୋକେ ଦୁଃଖର ଭାଙ୍ଗି ପଡ଼ିଛନ୍ତି । ଜଳେଶ୍ବର ସମେତ ବିଭିନ୍ନ ସ୍ଥାନରେ ଖୋଜାଖୋଜି ଚାଲିଛିି । ଉତ୍ତମ ଏବେ କେଉଁଠି, ତାଙ୍କୁ କେଉଁ ରୋଗ ହୋଇଛି, ଏ ସମ୍ପର୍କରେ ସେ ପରିବାର ଲୋକଙ୍କୁ କାହିଁକି ପୂର୍ବରୁ ସୂଚନା ଦେଇ ନାହାନ୍ତି ଏହି ସବୁ ପ୍ରଶ୍ନ ପରିବାର ଲୋକଙ୍କୁ ବିବ୍ରତ କରିଛି । ଏ ସମ୍ପର୍କରେ ବାପା ନମ୍ପୋ ଫାଣ୍ଡିରେ ଏକ ଲିଖିତ ଅଭିଯୋଗ ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ। ଏହା ପରେ ସେ ସୋନପୁରରେ ବିଶାଳ...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ନବୀନ, ପାଣ୍ଡିଆନଙ୍କ ମଝିରେ ଫଟୋ ଉଠାଇଲେ ସୁର, ବିଜେଡିରେ ହେବେ କି ସାମିଲ!

ଭୁବନେଶ୍ୱର,୨୫।୪: ବିଧାୟକ ସୁର ରାଉତରାୟଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ଜଟଣୀରେ ଥିବା ବିଜେଡି କାର୍ଯ୍ୟାଳୟରେ ସୁର...

ମେ ଦ୍ୱିତୀୟ ସପ୍ତାହ ଆରମ୍ଭ ଯାଏଁ ଜାରି ରହିବ ତାତି!

ଭୁବନେଶ୍ୱର,୨୫।୪: ସମଗ୍ର ଓଡ଼ିଶାରେ ପ୍ରଚଣ୍ଡ ତାତି ଜାରି ରହିଛି। ସକାଳ ୮ଟା ରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଗୁରୁବାର ପୂର୍ବାହ୍ନ ୧୧ଟା ୩୦ ସୁଦ୍ଧା...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌

ଭୁବନେଶ୍ୱର,୨୫।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌। ବେଲପାହାଡ଼ ଗାନ୍ଧି ଛକ ଆମ୍ବଝର ନିକଟ ଭଡ଼ା ଘର ପରିସରରେ ଡ୍ରୋନ୍‌ ପଡିଥିବା ସୂଚନା...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri