“ସେ ମୋର କିଛି କ୍ଷତି କରିବନି”: ୫ ମାସ ଧରି ନାଗସାପ ସହ ଗୋଟିଏ କୋଠରୀରେ ରହୁଛନ୍ତି ଯୁବକ !

ମୋହନା, ୨୭।୮ (ମନ୍ମଥ ମିଶ୍ର): ଦୀର୍ଘ ୫ ମାସ ଧରି ଗୋଟିଏ କୋଠରୀରେ ବିଷଧର ନାଗସାପ ଓ ମଣିଷ ଏକାଠି ରାତି ବିତାଉଥିବା ଭଳି ଏକ ସ୍ତାବ୍ଧ କଲାଭଳି ଘଟଣା ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଗଜପତି ଜିଲା ମୋହନା ବ୍ଲକ ଲୁହାଗୁଡ଼ି ଗ୍ରାମରେ ଏଭଳି ଏକ ଅଲୌକିକ ଓ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ, ଲୁହାଗୁଡ଼ି ଛକ ରାସ୍ତାକଡ଼ରେ ଥିବା ଏକ ହୋଟେଲରେ ଅଜୟ ପାତ୍ର ନାମକ ଜଣେ ଯୁବକ କର୍ମଚାରୀ ଭାବେ କାର୍ଯ୍ୟ କରନ୍ତି। ସେ ଦିନସାରା ହୋଟେଲ ଡ୍ୟୁଟି ସାରି ହୋଟେଲ ପଛପଟେ ଥିବା ଏକ କୋଠରୀରେ ବିଶ୍ରାମ ନିଅନ୍ତି। ତେବେ ଦିନେ କି ଦୁଇ ଦିନ ନୁହେଁ, ଗତ ୫ ମାସ ଧରି ପ୍ରତିରାତିରେ ଏକ ବିଷଧର ନାଗସାପ ତାଙ୍କ ସହ ଏହି କୋଠରୀରେ ରହିଆସୁଛି।

ଅଜୟଙ୍କ କହିବା ଅନୁଯାୟୀ, ରାତି ହେଲେ ସାପଟି ବାହାରୁ ଆସି ବିଛଣାରେ ତାଙ୍କ ସହ ଶୋଉଛି ଏବଂ ସକାଳ ହେଲେ ସେଠାରୁ ଚାଲିଯାଉଛି। ଏତେ ଦିନ ଭିତରେ ସାପଟି ତାଙ୍କୁ କେବେହେଲେ କାମୁଡ଼ି ନାହିଁ। ବହୁବାର ସାପଟିକୁ ବିଛଣାରେ ଦେଖିବା ପରେ ମଧ୍ୟ ଅଜୟ ଆଦୌ ଭୟଭୀତ ହୋଇନାହାନ୍ତି। “ମୁଁ ନାଗ ଗୋତ୍ରର ହୋଇଥିବାରୁ ମୋର କୌଣସି ଭୟ ନାହିଁ ଏବଂ ସେ ମୋର କିଛି ଅନିଷ୍ଟ କରିବ ନାହିଁ” ବୋଲି ଅଜୟ କହିଛନ୍ତି। ଏହି ଅଜବ ଘଟଣା ବିଷୟରେ ଶୁଣିବା ପରେ ସ୍ଥାନୀୟ ଅଞ୍ଚଳରେ ଏହାକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ରାତିର ସୁଯୋଗ ନେଇ ଘରେ ପଶି ମହିଳାଙ୍କୁ ଅସଦାଚରଣ, ଅଭିଯୁକ୍ତକୁ ଧରି ଜେଲ୍ ପଠାଇଲା ଆନନ୍ଦପୁର ପୋଲିସ!

ବଞ୍ଚୋ, ୨୭।୮ (ପ୍ରଦୋଷ ବିଶ୍ୱାଳ): ଘରେ ପଶି ଜଣେ ମହିଳାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଆନନ୍ଦପୁର ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

ପ୍ରେମ ନା ପ୍ରତାରଣା? ନାବାଳିକାଙ୍କ ସହ ବାରମ୍ବାର ଅନୈତିକ ସମ୍ପର୍କ ରଖି କଲେ ଗର୍ଭବତୀ, ଶେଷରେ କୋର୍ଟ ଚାଲାଣ!

ହାଟଡ଼ିହି/ଛେନାପଦୀ, ୨୭।୮(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ସୋସୋ ଥାନା ଅଞ୍ଚଳରେ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ଗର୍ଭବତୀ କରିବା ଅଭିଯୋଗରେ ପୋଲିସ ଅଭିଯୁକ୍ତକୁ ଗିରଫ କରି…

କବାଟ ଖୋଲୁଥିବା ବେଳେ ଗୋଡ଼କୁ ଚୋଟ ମାରିଲା ସାପ, ଚାଲିଗଲା…

ଦିଗପହଣ୍ଡି,୨୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନଙ୍ଗପୁର ଗ୍ରାମର ବି. କନକ ରେଡ୍ଡୀ (୫୫) ନାମ୍ନୀ ଜଣେ ମହିଳାଙ୍କର ସର୍ପାଘାତରେ ମୃତ୍ୟୁ ଘଟିଛି। ଗୁରୁବାର…

ସେପ୍ଟେମ୍ୱର ୧୭ରେ ବଦଳିବ ବୁଧଙ୍କ ଚଳନ, ୪ ରାଶିର ଭାଗ୍ୟ ଚମକିବ, ଆଲମାରୀରେ ଭର୍ତ୍ତି ହୋଇଯିବ ଟଙ୍କା!

୨୦୨୬ ମସିହା ସେପ୍ଟେମ୍ୱର ୧୭ ତାରିଖରେ ବିଶ୍ୱକର୍ମା ପୂଜା ପାଳନ କରାଯିବ। ଏହି ଦିନ ବୁଧ ଗ୍ରହ ନିଜର ଦିଗ ପରିବର୍ତ୍ତନ କରୁଛନ୍ତି। ଦ୍ରିକ ପଞ୍ଚାଙ୍ଗ ଅନୁଯାୟୀ,…

ନିଟ୍‌ କୃତକାର୍ଯ୍ୟ ସୁଦାମଙ୍କୁ ସହାୟତା

ବଞ୍ଚୋ,୨୭ା୮(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଘଷିପୁରା ବ୍ଲକ୍‌ ଶାମୁକାନେଣ୍ଡି ପଞ୍ଚାୟତର ନିଟ୍‌ରେ କୃତକାର୍ଯ୍ୟ ହୋଇଥିବା ସୁଦାମ ହାଁସଦାଙ୍କୁ ଭାଜପା ନେତା ସହାୟତା କରିଛନ୍ତି। ସୁଦାମ ଶୁକ୍ରବାର ନାମ…

ସାକ୍ଷୀଗୋପାଳରେ ଆଜିବି ବଞ୍ଚିଛି ଶହ ଶହ ବର୍ଷର ନଡ଼ିଆ ଲଢ଼େଇ ପରମ୍ପରା, ଗହ୍ମାପୂର୍ଣ୍ଣମୀରେ…

ସାକ୍ଷୀଗୋପାଳ, ୨୭।୮ (କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ପୁରୀ ଜିଲା ସାକ୍ଷୀଗୋପାଳ ଅଞ୍ଚଳରେ ନଡିଆ ଲଢେଇ ପ୍ରତିଯୋଗିତା ଏକ ନିଆରା ପରମ୍ପରା ଭାବରେ ଶହ ଶହ ବର୍ଷ…

ଶାଶୁ, ନଣଦେଇଙ୍କ ନାଁରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଲେ ବିଧବା ମହିଳା

ଛତ୍ରପୁର,୨୭।୮(ଦିଲ୍ଲୀପ ସାମଲ): ଜଣେ ବିଧବା ମହିଳା ନିଜ ଶାଶୁ ଓ ନଣଦେଇଙ୍କ ନାଁରେ ଯୌତୁକ ଏବଂ ଶାରୀରିକ ନିର୍ଯାତନା ଦେଉଥିବା ନେଇ ଛତ୍ରପୁର ଥାନାରେ ଏକ ଲିଖିତ…

ଅଲ୍‌ ଓଡ଼ିଶା ଲିଲି କପ୍‌ ବାସ୍କେଟବଲ୍‌ ଟୁର୍ଣ୍ଣାମେଣ୍ଟ: ଏମ୍‌-୩ ପାନ୍ଥର୍ସ କଟକ ଚମ୍ପିୟାନ

କଟକ ସଦର,୨୭।୮(ସୁଶାନ୍ତ କୁମାର ଜେନା): ୪୨ ମୌଜା ଅନ୍ତର୍ଗତ ଲିଲି ଇଣ୍ଟରନ୍ୟାଶନାଲ ସ୍କୁଲ ପରିସରରେ ‘ଅଲ ଓଡ଼ିଶା ଲିଲି କପ୍‌’ ବାସ୍କେଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ପ୍ରତିଯୋଗିତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri