ବିବାହ କଲେ ମଲାଲା

ବର୍ମିଂହାମ,୧୦।୧୧:ନୋବେଲ ଶାନ୍ତି ପୁରସ୍କାର ବିଜେତା ମଲାଲା ୟୁସୁଫଜାଇ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ବର୍ମିଂହାମରେ ଏକ ଛୋଟ ସମାରୋହରେ ତାଙ୍କ ବିବାହ ଅନୁଷ୍ଠିତ ହୋଇଥିଲା। ମଲାଲା ଏକ ଟୁଇଟ୍‌ରେ ଏହି ସୂଚନା ଦେଇଛନ୍ତି। ଟଉଟ୍‌ ଯୋଗେ ସେ ବିବାହର ଫଟୋ ଶେୟାର କରି ଲେଖିଛନ୍ତି,ଆଜି ମୋ ଜୀବନର ଏକ ମୂଲ୍ୟବାନ ଦିନ। ଜୀବନ ସାଥୀ ଭାବେ ଆସେର ଏବଂ ମୁଁ ବାନ୍ଧି ହେଲୁ। ବର୍ମିଂହାମ ସ୍ଥିତ ଆମ ଘରେ ଆମ ପରିବାରର ସଦସ୍ୟମାନଙ୍କ ମଧ୍ୟରେ ଆମେ ଏକ ଛୋଟ ବିବାହ ସମାରୋହ ଆୟୋଜନ ହୋଇଥିଲା। ଦୟାକରି ଆପଣମାନେ ଆମକୁ ଆଶୀର୍ବାଦ କରନ୍ତୁ। ଆଗାମୀ ଯାତ୍ରା ପାଇଁ ଆମେ ଉତ୍ସାହିତ।
ମଲାଲା ତାଙ୍କ ବିବାହ ସମାରୋହର ଚାରିଟି ଫଟୋ ଟୁଇଟରରେ ପୋଷ୍ଟ କରିଛନ୍ତି। ଫଟୋରେ ସେ ତାଙ୍କ ସ୍ବାମୀ ଆସେରଙ୍କ ସହିତ ତାଙ୍କ ମାତାପିତା ଜିଆଉଦ୍ଦିନ ୟୁସୁଫଜାଇ ଏବଂ ତୁର ପେକାଇ ୟୁସୁଫଜାଇଙ୍କ ସହ ମଧ୍ୟ ଦେଖିପାରିବେ। ୨୪ ବର୍ଷୀୟା ମଲାଲା ଜଣେ ପାକିସ୍ତାନୀ କାର୍ଯ୍ୟକର୍ତ୍ତା ଏବଂ ବାଳିକା ଶିକ୍ଷା ପାଇଁ କାର୍ଯ୍ୟ କରୁଛନ୍ତି। ସେ ମଧ୍ୟ ଇତିହାସର ସର୍ବକନିଷ୍ଠ ନୋବେଲ ପୁରସ୍କାର ବିଜେତା। ସେ ୨୦୧୨ରେ ବାଳିକାମାନଙ୍କ ପାଇଁ ଶିକ୍ଷାର ମୌଳିକ ଅଧିକାରକୁ ପ୍ରୋତ୍ସାହିତ କରିଥିଲେ। ଏହି କାରଣରୁ ଉତ୍ତର-ପଶ୍ଚିମ ପାକିସ୍ତାନରେ ଜଣେ ତାଲିବାନ ଆତଙ୍କବାଦୀ ତାଙ୍କୁ ମୁଣ୍ଡରେ ଗୁଳି ମାରିଥିଲେ। ଦୁର୍ଘଟଣାର କିଛି ସମୟ ପରେ ମଲାଲା ମିଳିତ ଜାତିସଂଘ ମୁଖ୍ୟାଳୟରେ ଶିକ୍ଷା କ୍ଷେତ୍ରରେ ଲିଙ୍ଗଗତ ସମାନତାର ଆବଶ୍ୟକତା ଉପରେ ଭାଷଣ ଦେଇଥିଲେ। ସେତେବେଳେ ତାଙ୍କର ବୟସ ମାତ୍ର ୧୬ ବର୍ଷ ଥିଲା। ମଲାଲାଙ୍କ ଉପରେ ହୋଇଥିବା ଆକ୍ରମଣ ହେତୁ ପାକିସ୍ତାନ ବାଳିକାମାନଙ୍କ ପାଇଁ ଶିକ୍ଷା ଅଧିକାର ଆଇନ ପ୍ରଣୟନ କରିଥିଲା। ମଲାଲା ତାଙ୍କ ଉପରେ ହୋଇଥିବା ଆକ୍ରମଣ ଏବଂ ଏହାର ପରବର୍ତ୍ତୀ ଘଟଣା ବିଷୟରେ ‘ମୁଁ ଆମ ମଲାଲା’ ନାମକ ଏକ ପୁସ୍ତକ ମଧ୍ୟ ଲେଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେନମାର୍କରେ ନୂଆ ସରକାର ଗଠନ, ମୋଦି ଜଣାଇଲେ ଶୁଭେଚ୍ଛା

କୋପେନହାଗେନ,୧୬ ।୧୨: ଡେନମାର୍କରେ ନୂଆ ସରକାର ଗଠନ ହୋଇଛି । ନିର୍ବାଚନର ୬ ସପ୍ତାହ ପରେ ନୂଆ ସରକାର ଗଠନ ହୋଇଥିବା ସେଠାକାର ପ୍ରଧାନମନ୍ତ୍ରୀ ସୂଚନା...

ଆମେରିକା-ଭାରତ ଏମ୍‌କ୍ୟୁ-୯ବି ଡ୍ରୋନ୍‌ ଚୁକ୍ତି ପାଇଁ ପ୍ରସ୍ତୁତ

ଓ୍ବାଶିଂଟନ/ନୂଆଦିଲ୍ଲୀ,୩ା୨: ଭାରତ ଏବଂ ଆମେରିକା ଖୁବ୍‌ଶୀଘ୍ର ୩ ବିଲିୟନ ଡଲାରରୁ ଅଧିକ ମୂଲ୍ୟର ୩୦ ଏମ୍‌କ୍ୟୁ-୯ବି ପ୍ରିଡେଟର ସଶସ୍ତ୍ର ଡ୍ରୋନ ପାଇଁ ଚୁକ୍ତି କରିବାକୁ ଯାଉଛନ୍ତି।...

ଭାକ୍ସିନ୍‌ ନ ନେଲେ ମୋବାଇଲ୍‌ ସିମ୍‌ କାର୍ଡ ହେବ ବ୍ଲକ୍‌, କଡ଼ା ନିର୍ଦ୍ଦେଶ ଜାରି କଲେ ସରକାର…

କରାଚି,୨୨।୬: କରୋନା ମହ।ମାରୀ ସଂକ୍ରମଣ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ ସଂକ୍ରମଣରୁ ଦୂରେଇ ରହିବା ଲାଗି ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ପାକିସ୍ତାନର...

୧୧,୫୦୦ ବିମାନ ଉଡ଼ାଣ ବାତିଲ, ଯାତ୍ରୀ ହଟହଟା…

ନ୍ୟୁୟର୍କ, ୨୮।୧୨: ପୃଥିବୀରେ କରୋନା ମହାମାରୀର ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ ଯୋଗୁ ସଙ୍କଟ ଦେଖାଦେଇଛି। ଦ୍ରୁତବେଗରେ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ସ୍ଥିତି ପୁଣି ଆଣାୟତ୍ତ...

ରାଷ୍ଟ୍ରପତି ଥିଲେ ଦିନକରେ ଶେଷ ହୋଇଥାନ୍ତା ରୁଷିଆ-ୟୁକ୍ରେନ ଯୁଦ୍ଧ: ଟ୍ରମ୍ପ…

ଓ୍ବାଶିଂଟନ,୧୩।୩ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷିଆ-ୟୁକ୍ରେନ ଯୁଦ୍ଧକୁ ନେଇ ଏକ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି ଯେ ଯଦି ସେ...

ଶରତ ଋତୁରେ ପତ୍ନୀଙ୍କ ସହ ପାକିସ୍ତାନ ଭ୍ରମଣରେ ଯିବେ ପ୍ରିନ୍ସ ଓ୍ବିଲିୟମ୍ସ

ଲଣ୍ଡନ,୩୦।୬: ପ୍ରିନ୍ସ ଓ୍ବିଲିୟମ୍ସ ଓ ଡଚେସ୍‌ ଅଫ୍‌ କେମ୍ବ୍ରିଜ୍‌ କେଟେ ମିଡିଲଟନ୍‌ ଆସନ୍ତା ଶରତ ଋତୁରେ ପାକିସ୍ତାନ ଭ୍ରମଣରେ ଯିବେ ବୋଲି ଜଣାପଡିଛି। କେନସିଂଟନ୍‌ ପ୍ୟାଲେସ...

କମଲା ହାରିସ୍‌ଙ୍କୁ ‘ଫାଷ୍ଟ ଲେଡି’ କହିଲେ ବାଇଡେନ୍‌

ଓ୍ବାଶିଂଟନ୍‌, ୧୭ା୩: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ମଙ୍ଗଳବାର ହ୍ବାଇଟ୍‌ହାଉସ୍‌ରେ ‘ସମାନ ବେତନ ଦିବସ’ ଉପରେ ମନ୍ତବ୍ୟ ରଖୁଥିବାବେଳେ ଭୁଲ୍‌ରେ ଉପରାଷ୍ଟ୍ରପତି କମଲା ହାରିସ୍‌ଙ୍କୁ ଫାଷ୍ଟ...

ଶତ୍ରୁଙ୍କ ତାଲିକା ଜାରି କଲା ରୁଷିଆ: ଆମେରିକା-ୟୁକ୍ରେନ ସମେତ ୩୧ଦେଶ ସାମିଲ

ମସ୍କୋ,୭।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ୧୨ଦିନ ହେଲାଣି ଯୁଦ୍ଧ ଜାରି ରହିଛି। ଦୁଇ ଦେଶ ମଧ୍ୟରେ ୨ଥର ଶାନ୍ତି ଆଲୋଚନା ହୋଇଥିଲେ ମଧ୍ୟ କୌଣସି...

Advertisement
Archives

Model This Week