ଆଇଆଇସି କହୁଛି କହି ଲକ୍ଷାଧିକ ଟଙ୍କାର ଲୁହାରଡ୍‌ ଲୁଟିଲେ ଦୁର୍ବୃତ୍ତ

ଗଞ୍ଜାମ,୧୦ା୧୧(ଡି.ଏନ୍‌.ଏ.): ଗଞ୍ଜାମ ଥାନା ଆଇଆଇସି କହୁଛି କହି ଜଣେ ଟ୍ରେଡର୍ସମାଲିକଙ୍କଠାରୁ ଲକ୍ଷାଧିକ ଟଙ୍କାର ଲୁହାରଡ୍‌ ଠକେଇ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି l ଟ୍ରେଡର୍ସ ମାଲିକ ଆଇଆଇସିଙ୍କୁ ଟଙ୍କା ମାଗିବା ପରେ ଖୋଲିଛି ଠକେଇର ଗୁମର। ଆଇଆଇସି ଶୁଭେନ୍ଦୁ କୁମାର ସାହୁ ବ୍ୟବହାର ହୋଇଥିବା ଫୋନ୍‌ ନମ୍ବରକୁ ଟ୍ରାକ୍‌ କରିବା ପରେ ଠକେଇ କରିଥିବା ବ୍ୟକ୍ତି ଜଣକ ପୁରୀ ଜିଲା କୃଷ୍ଣପ୍ରସାଦଗଡ଼ର ବୋଲି ଜଣା ପଡ଼ିଥିଲା। ଥାନାଧିକାରୀ ଓ ଏସ୍‌ଆଇ ଅଜିତ କୁମାର ପରିଡ଼ା ଉକ୍ତ ଗ୍ରାମରେ ପହଞ୍ଚି ଅଭିଯୁକ୍ତଙ୍କୁ ଧରି ଥାନାରେ ଅଟକ ରଖିଛନ୍ତି l ଅଟକ ଅଭିଯୁକ୍ତ ଛତ୍ରପୁର ଅଞ୍ଚଳର ଜଣେ ଟ୍ରେଡର୍ସ ମାଲିକଙ୍କୁ ଗଞ୍ଜାମ ଆଇଆଇସି ଗାଡ଼ି ପଠାଇଛନ୍ତି ଲୁହାରଡ୍‌ ନେବା ପାଇଁ କହି ୩ ଲକ୍ଷ ଟଙ୍କାରୁ ଅଧିକ ଲୁହାରଡ୍‌ ନେଇ ଯାଇଥିଲେ l ପରେ ଉକ୍ତ ଲୁହାରଡ୍‌ ସେଠାରେ ବିକ୍ରି କରିଦେଇଥିବା ସ୍ବୀକାର କରିଛି ଅଭିଯୁକ୍ତ l ସମସ୍ତ ଲୁହାରଡ୍‌ ପୋଲିସ ଜବତ କରି ଅଧିକ ତଦନ୍ତ ଚାଲିଥିବା ଆଇଆଇସି ସୂଚନା ଦେଇଛନ୍ତି l


Enter your email to get our daily news in your inbox.

All Right Reserved By Dharitri.Com

୫ରୁ ଝାରସୁଗୁଡ଼ାରୁ ଭୁବନେଶ୍ୱର, ରାୟପୁରକୁ ଉଡ଼ିବ ବିମାନ

ଭୁବନେଶ୍ୱର, ୨ା୬(ବ୍ୟୁରୋ)- ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଆସନ୍ତା ୫ ତାରିଖରୁ ଭୁବନେଶ୍ୱର ଓ ଛତିଶଗଡ଼ ରାଜଧାନୀ ରାୟପୁରକୁ ବିମାନ ଉଡ଼ାଣ ଆରମ୍ଭ ହେବ।...

କାର୍ତ୍ତିକ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ: ଜାଣନ୍ତୁ ସମସ୍ତ ସୂଚନା

ଭୁବନେଶ୍ୱର,୭।୧୧(ବ୍ୟୁରୋ): ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମାରେ ଲାଗିବ ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ । ଏହା ଚଳିତ ବର୍ଷର ଅନ୍ତିମ ଚନ୍ଦ୍ର ଗ୍ରହଣ । ମଙ୍ଗଳବାର ଅପରାହ୍ନ ୨ଟା...

ପ୍ରଦୀପଙ୍କ ଜନବିରୋଧୀ କାର୍ଯ୍ୟର ଜବାବ ଦେଲା ବିଜେଡି

ଭୁବନେଶ୍ୱର,୨ା୧୨(ବ୍ୟୁରୋ): ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଜନ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ରବିବାର ବହିସ୍କୃତ କରାଯାଇଛି। ତେବେ କେଉଁ ଜନବିରୋଧୀ କାର୍ଯ୍ୟ ସ୍ବାମୀ କରିଛନ୍ତି...

ବାରଣ୍ଡାରେ ଶୋଇଥିବା ବେଳେ ବ୍ୟକ୍ତିଙ୍କ ମୁଣ୍ଡ କାଟି ନେଇଗଲେ ଦୁର୍ବୃତ୍ତ

ସମ୍ବଲପୁର,୧୧।୬(ବ୍ୟୁରୋ): ସମ୍ବଲପୁର ଜିଲା ଅଇଁଠାପାଲି ଥାନା ତିଲେଇମାଲ ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଏକ ହତ୍ୟାକାଣ୍ଡ ଘଟିଛି । ରାତିରେ ବାରଣ୍ଡାରେ ମଶାରି ଟାଙ୍ଗି ଶୋଇଥିବା...

ରାଜ୍ୟରେ ଆଜି ରେକର୍ଡ: ୮୬୮୧ ସଂକ୍ରମିତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୩୦।୪(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁଛି। ଶୁକ୍ରବାର ରାଜ୍ୟରେ ୮,୬୮୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅପରପକ୍ଷେ, ଲଗାତାର କିଛି ଦିନ ଧରି...

ଗ୍ୟାସ୍‌ ଟର୍ମିନାଲରେ ନିଆଁ: ଜଳିଗଲା ବ୍ୟାପକ ଯନ୍ତ୍ରପାତି

ଚାନ୍ଦବାଲି,୨।୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମରା ବନ୍ଦର କମ୍ପାନି(ଆଦାନୀ) ପରିସରରେ ନିର୍ମାଣାଧୀନ ଏଲଏନ୍‌ଜି ଗ୍ୟାସ୍‌ ଟର୍ମିନାଲରେ ରବିବାର ବିଳମ୍ବିତ ରାତିରେ ନିଆଁ ଲାଗିଛି। ନିର୍ମାଣ ସମୟରେ ଏକ...

ଅଷ୍ଟମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ଜଣେ ଅଟକ

ବଲାଙ୍ଗୀର ଅଫିସ, ୨୮ା୨:ବଲାଙ୍ଗୀର ଜିଲା ଅନୁସୂଚିତ ବିଭାଗ ଅଧିନ ଏକ ସ୍କୁଲ ହଷ୍ଟେଲରେ ରହୁଥିବା ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଥିବା ଜଣାପଡିଛି। ସୋମବାର...

ବିଭିନ୍ନ କଲେଜରେ ଆତ୍ମସୁରକ୍ଷା କାର୍ଯ୍ୟକ୍ରମର ଯାଞ୍ଚ

ବାଲେଶ୍ୱର ଅଫିସ, ୨୨।୧୨-ଭାରତ ସରକାରଙ୍କ ଯୁବନୀତି ୨୦୧୩ ଅନୁଯାୟୀ ଓଡ଼ିଶା ସରକାରଙ୍କ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ୍ରମେ ବାଲେଶ୍ୱର ଜିଲା ଏଫଏମ୍‌ କନିଷ୍ଠ ମହାବିଦ୍ୟାଳୟ...

Advertisement
Archives

Model This Week