ଆଶଙ୍କାରେ ଚଣ୍ଡିଖୋଲ ଭୂତଳ ତୈଳଭଣ୍ଡାର

ଚଣ୍ଡିଖୋଲ,୧୦।୧୧(ଡି.ଏନ.ଏ.): ଯାଜପୁର ଜିଲା ଚଣ୍ଡିଖୋଲଠାରେ ପ୍ରସ୍ତାବିତ ଭୂତଳ ତୈଳ ଭଣ୍ଡାର ନିର୍ମାଣ ନେଇ ୨୦୧୬-୧୭ରୁ ଘୋଷଣା କରାଯାଇଥିଲେ ବି ଏ ପର୍ଯ୍ୟନ୍ତ କାର୍ଯ୍ୟ ପାଦେ ବି ଆଗେଇ ପାରିନି। ଏପରି କି ପ୍ରସ୍ତାବିତ ପ୍ରକଳ୍ପର ଜମି ଅଧିଗ୍ରହଣ କାର୍ଯ୍ୟ ମଧ୍ୟ ହୋଇ ପାରିନାହିଁ। ଫଳରେ ଏହି ପ୍ରକଳ୍ପ କେବେ ହେବ ତାହାକୁ ଆଶଙ୍କା ପ୍ରକାଶ ପାଇଛି।
ଏଠାରେ ଭୂତଳ ତୈଳ ଭଣ୍ଡାର ସଂରକ୍ଷଣାଳାୟ ନିର୍ମାଣ ହେବା ଦ୍ୱାରା ବ୍ୟାପକ ନିଯୁକ୍ତି ସୃଷ୍ଟି ହେବା ସହ ରାଜ୍ୟର ବିକାଶ ଘଟିବ ବୋଲି କେନ୍ଦ୍ର ସରକାରଙ୍କ ତରଫରୁ ଘୋଷଣା କରାଯାଇଥିଲା। ୨୦୧୬-୧୭ରେ ଏହାକୁ କେନ୍ଦ୍ର କ୍ୟାବିନେଟ୍‌ ମଞ୍ଜୁରୀ ମିଳିଥିଲା। ୨୦୧୮ ଜୁନ ୨୭ରେ ଏଥିଲାଗି ୬, ୫୦୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଥିଲା। ଦେଶର ଏହି ବୃହତ୍‌ ପ୍ରକଳ୍ପ ଦ୍ୱାରା ୪ ମିଲିୟନ ମେଟ୍ରିକ୍‌ ଟନ୍‌ ତୈଳ ସଂରକ୍ଷଣ ହୋଇ ପାରିବ ବୋଲି କେନ୍ଦ୍ର ସରକାର ଘୋଷଣା କରିଥିଲେ। ପ୍ରକଳ୍ପ ପାଇଁ ଧର୍ମଶାଳା ତହସିଲ୍‌ ଅନ୍ତର୍ଗତ ଡଙ୍କାରୀ ମୌଜାରେ ୪୦୦ ଏକର ଜମି ଚିହ୍ନଟ କରାଯାଇଥିଲା। ଏହି ପ୍ରକଳ୍ପ ହେଲେ ପାଞ୍ଚ ବର୍ଷ ମଧ୍ୟରେ ୪ ହଜାର କର୍ମ ଦିବସ ସୃଷ୍ଟି କରାଯିବ ବୋଲି କେନ୍ଦ୍ର ସରକାରଙ୍କ ତରଫରୁ ଘୋଷଣା ମଧ୍ୟ କରାଯାଇଥିଲା। କେନ୍ଦ୍ର ପେଟ୍ରୋଲିୟମ ବିଭାଗ ତରଫରୁ ଉଚ୍ଚସ୍ତରୀୟ ପ୍ରତିନିଧି ଆସି କ୍ଷେତ୍ର ପରିଦର୍ଶନ କରିବା ସହ ନିର୍ମାଣ କାର୍ଯ୍ୟ ଶୀଘ୍ର ହେବ ବୋଲି ସୂଚନା ଦେଇଥିଲେ। ପ୍ରକଳ୍ପ ହେଲେ ଡଙ୍କାରୀଠାରୁ ପାରାଦୀପ ପର୍ଯ୍ୟନ୍ତ ୧୦୦ କିମି ପାଇପ ଲାଇନ ବିଛାଯିବା ସହ ସମୁଦ୍ର ମଧ୍ୟରେ ବୋରଓ୍ବେଲ ନିର୍ମାଣ କରାଯିବ ବୋଲି ପ୍ରସ୍ତାବ ରହିଛି। ପ୍ରକଳ୍ପ କରାଗଲେ ଚଣ୍ଡିଖୋଲଠାରୁ ପାରାଦୀପ ପର୍ଯ୍ୟନ୍ତ ଜାତୀୟ ରାଜପଥ ପ୍ରଶସ୍ତୀକରଣ ସହ ବହୁ ଉନ୍ନୟନମୂଳକ କାର୍ଯ୍ୟ କରାଯିବା ନେଇ ଘୋଷଣା କରାଯାଇଥିଲା। ଏହି ସର୍ବବୃହତ୍‌ ଭୂତଳ ତୈଳ ଭଣ୍ଡାର ନିର୍ମାଣ ହେଲେ ଏକ ସଙ୍ଗେ ୪,୫୦୦ ନିୟୁତ ମେଟ୍ରିକ୍‌ ଟନ୍‌ ଅଶୋଧିତ ତୈଳ ଗଛିତ ରଖାଯିବା ସହ ଦେଶର ସଙ୍କଟ ସମୟରେ ୧୦ ଦିନ ପାଇଁ ସାରା ଦେଶକୁ ତୈଳ ଯୋଗାଇ ଦିଆଯାଇ ପାରିବ ବୋଲି ଘେଷଣା କରାଯାଇଥିଲା। ତେବେ ଏହି ମୌଜାରେ ଏ ପର୍ଯ୍ୟନ୍ତ ଜମି ଅଧିଗ୍ରହଣ କାର୍ଯ୍ୟ କରାଯାଇ ନାହିଁ। ସେଥିନେଇ ପ୍ରକଳ୍ପ ଆଶାକ୍ଷିଣ ହେବାରେ ଲାଗିଛି। ଏନେଇ ବିଭାଗୀୟ ପ୍ରତିକ୍ରିୟା ମିଳି ପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଗୋପାଳପୁର ବନ୍ଦରକୁ ହେବ ବିକଳ୍ପ ରାସ୍ତା

ଭୁବନେଶ୍ୱର, ୯ା୧(ବ୍ୟୁରୋ): ଗଞ୍ଜାମ ଜିଲା ଗୋପାଳପୁର ବନ୍ଦରକୁ ବିକଳ୍ପ ରାସ୍ତା ନିର୍ମାଣ ହେବାକୁ ଯାଉଛି। ଏହା ଦ୍ୱାରା ବନ୍ଦରକୁ ଯିବା ବେଳେ ହେଉଥିବା ଭିଡ ହ୍ରାସ...

ଦୁର୍ଦ୍ଦଶାରେ ପଶ୍ଚିମବାର୍ଡ ପଞ୍ଚାୟତବାସୀ

ଜଳେଶ୍ୱର,୨୬ା୮(ଡି.ଏନ.ଏ.): ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ୨୮ ପଞ୍ଚାୟତର ୧୪୯ ଗାଁ ଜଳବନ୍ଦୀ ହୋଇଥିବା ବେଳେ ପଶ୍ଚିମବାର୍ଡ ପଞ୍ଚାୟତ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ହଜାର ହଜାର...

ଛତିଶା ନିଯୋଗ ବୈଠକ ଆରମ୍ଭ

ପୁରୀ ଅଫିସ, ୧୭ା୧୨: ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ବୁଧବାର ଆରମ୍ଭ ହୋଇଛି। ପୂର୍ବାହ୍ନ ୧୧ଟାରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା ଥିବା ଏହି...

‘ପିଲାଙ୍କ ସ୍ବପ୍ନ ସାକାର ହେଲେ ନବୀନ ଓଡ଼ିଶାର ଲକ୍ଷ୍ୟ ପୂରଣ ସମ୍ଭବ’

ଭୁବନେଶ୍ୱର,୨୨।୮(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳିରୁ ରାଜ୍ୟ ସରକାରଙ୍କ ସ୍କୁଲ ରୂପାନ୍ତରଣ କାର୍ଯ୍ୟ ଆରମ୍ଭ ହୋଇଛି। ୫-ଟି ଉପକ୍ରମରେ ହିଞ୍ଜିଳିର ୫୦ ସ୍କୁଲର ରୂପାନ୍ତରଣ...

ଡାକ୍ତରଖାନାରେ ପିସିସି ସଭାପତି

ଭୁବନେଶ୍ୱର, ୮ା୩(ବ୍ୟୁରୋ): ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଙ୍ଗଳବାର ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେ ତାଙ୍କ...

ନିର୍ବାଚନୀ ହିଂସା: ଗୁଳିମାଡ଼ରେ ଯୁବକ ଗୁରୁତର

ନୂଆପଡ଼ା ଅଫିସ,୧୬।୩: ନୂଆପଡ଼ା ଜିଲା କୋମନା ବ୍ଲକ ଲଖନା ଥାନା ଅଧୀନ କୁରୁମପୁରି ପଞ୍ଚାୟତ ଲିମଡିହି ଗାଁରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ଜଣେ ଗୁଳିମାଡ଼ରେ...

ସ୍ପୋର୍ଟସ ଦୋକାନରେ ଟିକେଟ୍‌ ବିକ୍ରି ଅଭିଯୋଗ ସତ

ଅନୁଗୋଳ ଅଫିସ,୧୮।୬ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗତ ୧୨ ତାରିଖରେ ବାରବାଟୀରେ ଖେଳାଯାଇଥିବା ଟି-୨୦ ମ୍ୟାଚ ପାଇଁ ଅନୁଗୋଳ ଜିଲା କ୍ରିକେଟ୍‌ ଆସୋସିଏଶନ...

ରବିବାର ଛୁଟି ବାତିଲ କଲେ ସରକାର

ଭୁବନେଶ୍ୱର,୩ା୧୨(ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟାର ରୂପ ନେଇଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସରକାରୀ କର୍ମଚାରୀଙ୍କ ସାପ୍ତାହିକ ରବିବାର ଛୁଟି ବାତିଲ...

Advertisement
Archives

Model This Week