‘କ୍ଷୀର ଏମ୍‌ଏସ୍‌ପି ଲିଟର ପିଛା ୩୫ ଟଙ୍କା କରାଯାଉ’

ଭୁବନେଶ୍ୱର, ୨।୩(ବ୍ୟୁରୋ): କ୍ଷୀରର ସର୍ବନିମ୍ନ କ୍ରୟ ମୂଲ୍ୟ ସ୍ଥିର କରାଯାଇ ନ ଥିବାରୁ ଚାଷୀମାନେ ବିଭିନ୍ନ ଦୁଗ୍ଧ କମ୍ପାନୀ ଦ୍ବାରା ଶୋଷିତ ହେଉଛନ୍ତି। ତେଣୁ କ୍ଷୀରର ସର୍ବନିମ୍ନ ମୂଲ୍ୟ (ଏମ୍‌ଏସ୍‌ପି) ଲିଟର ପିଛା ୩୫ ଟଙ୍କା କରିବାକୁ ଓଡ଼ିଶା ଦୁଗ୍ଧ ଚାଷୀ ମହାସଂଘ ଦାବି କରିଛି। କ୍ଷୀରର ଅଭାବୀ ବିକ୍ରିକୁ ରୋକିବା ଏବଂ ଗ୍ରାମାଞ୍ଚଳ ଚାଷୀଙ୍କର ଅର୍ଥନୈତିକ ଉନ୍ନତି ଆଣିବା ଉଦ୍ଦେଶ୍ୟରେ ଓମ୍‌ଫେଡ୍‌ ପ୍ରତିଷ୍ଠା ହୋଇଥିଲା। ହେଲେ କ୍ଷୀରର ମୂଲ୍ୟ ସ୍ଥିର କରାଯାଇନାହିଁ। ଓଡ଼ିଶା ଦୁଗ୍ଧ ଚାଷୀ ମହାସଂଘର ଏହି ଦାବିକୁ ସମାଜବାଦୀ ପାର୍ଟିର ରାଜ୍ୟ କମିଟି ସଭାପତି ରବି ବେହେରା ସମର୍ଥନ କରିଛନ୍ତି। ଏ ନେଇ ମଙ୍ଗଳବାର ଏକ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ବେହେରା କହିଛନ୍ତି, ଅମୂଲ ଲିଟର ପିଛା ୨ଟଙ୍କା କ୍ଷୀର ଦର ବୃଦ୍ଧି କରିଛି। ବଜାରରେ ଡାଲି, ତେଲ, ଚାଉଳ, ଅଟା, ଚିନି, ମହଙ୍ଗା ହେବାରେ ଲାଗିଛି। ଫଳରେ ଲିଟର ପିଛା ୨୭/୨୮ ଟଙ୍କା ପାଉଥିବା ଓମ୍‌ଫେଡ୍‌ ଚାଷୀମାନଙ୍କ ପକ୍ଷରେ କ୍ଷୀର ବିକ୍ରି କରି ଚଳିବା କଷ୍ଟକର ହୋଇପଡ଼ିଛି। ତେଣୁ କ୍ଷୀରର ଲିଟର ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୩୫ଟଙ୍କା କରିବାକୁ ବେହେରା ଦାବି କରିଛନ୍ତି। ଏହାକୁ ତୁରନ୍ତ ଲାଗୁ କରିବା ପାଇଁ ସେ ଓମ୍‌ଫେଡ୍‌ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାତି ୧୦ରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ

ଭୁବନେଶ୍ୱର,୨୩ା୨(ବ୍ୟୁରୋ): ମାର୍ଚ୍ଚ ୧ରେ ପଡୁଛି ମହାଶିବରାତ୍ରି। ସେଥିପାଇଁ ବୁଧବାର ଭୁବନେଶ୍ୱରସ୍ଥିତ ଲିଙ୍ଗରାଜ ମନ୍ଦିରରେ ଖୋର୍ଦ୍ଧା ଜିଲାପାଳଙ୍କ ଅଧ୍ୟକ୍ଷତାରେ ଏକ ସମନ୍ବୟ ବୈଠକ ବସିଥିଲା। ବୈଠକର ନିଷ୍ପତ୍ତି...

କ୍ୟାପିଟାଲ ହସ୍ପିଟାଲ ଓପିଡି ସମୟରେ ପରିବର୍ତ୍ତନ

ଭୁବନେଶ୍ୱର,୨୯।୧୧(ବ୍ୟୁରୋ): କ୍ୟାପିଟାଲ ହସ୍ପିଟାଲ ବହିର୍ବିଭାଗ (ଓପିଡି) ସମୟରେ ପରିବର୍ତ୍ତନ କରାଯାଇଛି। ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶନାମା ଅନୁଯାୟୀ ଏଭଳି ନିଷ୍ପତ୍ତି ନିଆଯାଇଛି। ଆସନ୍ତା ଡିସେମ୍ବର ୧ ତାରିଖରୁ...

ଶ୍ରମିକଙ୍କ ସମସ୍ୟା ବୁଝିବାକୁ ନୋଡାଲ ଅଫିସର ନିଯୁକ୍ତି କର

ଭୁବନେଶ୍ୱର,୧୮ା୪(ବ୍ୟୁରୋ): କୋଭିଡ-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନକୁ ମେ ୩ ତାରିଖ ଯାଏ ବୃଦ୍ଧି କରିଛନ୍ତି। ଏଥିଯୋଗୁ ବିଭିନ୍ନ ରାଜ୍ୟର...

ନୂଆ ରୂପରେ ‘ଓଡ଼ିଶା ପର୍ଯ୍ୟଟନ’

ଭୁବନେଶ୍ୱର,୨୭ା୭(ବ୍ୟୁରୋ): ଦୀର୍ଘଦିନର ପ୍ରତୀକ୍ଷା ପରେ ନୂଆ ରୂପ ପାଇଛି ରାଜ୍ୟ ପର୍ଯ୍ୟଟନ ବିଭାଗ ଓ୍ବେବ୍‌ସାଇଟ୍‌। ଓଡ଼ିଶା ପର୍ଯ୍ୟଟନର ଏହି ନୂଆ ଓ୍ବେବ୍‌ସାଇଟ୍‌ www.odishatourism.gov.inକୁ ଶୁକ୍ରବାର ମୁଖ୍ୟମନ୍ତ୍ରୀ...

‘ଋତୁସ୍ରାବକୁ ନେଇ ସମାଜରେ ଭୁଲ୍‌ ଧାରଣା ରହିଛି’

ଭୁବନେଶ୍ୱର, ୨୦।୧୦(ବ୍ୟୁରୋ): ଆଇନା ଏବଂ ୟୁନିସେଫ୍‌ ଓଡ଼ିଶା ସହଭାଗିତାରେ କଲ୍ଲୋଳ-୨୦୨୧ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରତିଯୋଗିତା’ର ସପ୍ତମ ସଂସ୍କରଣ ଉଦ୍‌ଘାଟନ ଉତ୍ସବ ମଙ୍ଗଳବାର ଏକ ହୋଟେଲରେ ଅନୁଷ୍ଠିତ...

କୁଳପତିଙ୍କ ବ୍ୟଙ୍ଗ ଫଟୋ, ଭିଡିଓ ଭାଇରାଲ

କଟକ ଅଫିସ,୪ା୨: ସୋସିଆଲ ମିଡିଆ ଟିକ୍‌ଟକ୍‌ ଓ ଫେସ୍‌ବୁକ୍‌ରେ ଭାଇରାଲ ହୋଇଛି ରେଭେନ୍‌ଶା ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଇଶାନ କୁମାର ପାତ୍ରଙ୍କ ବ୍ୟଙ୍ଗ ଫଟୋ ଓ...

ଭଞ୍ଜନଗରରେ ହେବ ୪୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲ

ଭଞ୍ଜନଗର,୫।୮(ଡି.ଏନ୍‌.ଏ.)- ଭଞ୍ଜନଗର,୫।୮(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ୪୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍‌ପିଟାଲ ହେବ। ସେଥିରେ ୧୦ ଆଇସିୟୁ ବେଡ୍‌...

୧୦୭୧ରୁ ୯୮୯ ନମୁନା ନେଗେଟିଭ୍‌

ବାରିପଦା ଅଫିସ, ୨୭ା୪:  କରୋନା ସନ୍ଦେହରେ ମୟୂରଭଞ୍ଜ ଜିଲାର ୧୦୭୧ ଜଣଙ୍କ ସାମ୍ପୁଲ ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ସେଥିମଧ୍ୟରୁ ୯୮୯ ଜଣଙ୍କ ରିପୋର୍ଟ ନେଗେଟିଭ୍‌...

Advertisement
Archives

Model This Week