Posted inଜାତୀୟ

୧୯ ମାସ ପରେ ଆସିଲା ‘ନୀଳ ଡ୍ରମ’ ହତ୍ୟାକାଣ୍ଡର ରାୟ: ମୁସ୍କାନ-ସାହିଲଙ୍କୁ ମୃତ୍ୟୁଦଣ୍ଡ, ବିଚାରପତି କହିଲେ…

ମୀରଟ,୧୪।୧୦:  ମୀରଟର ଚର୍ଚ୍ଚିତ “ନୀଳ ଡ୍ରମ” ହତ୍ୟା ମାମଲାରେ ଅଦାଲତ ଏକ ବଡ଼ ରାୟ ଶୁଣାଇଛନ୍ତି। ନିଜ ସ୍ୱାମୀ ସୌରଭ ରାଜପୁତଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା ପତ୍ନୀ ମୁସ୍କାନ ରସ୍ତୋଗୀ ଏବଂ ତାଙ୍କ ପ୍ରେମୀ ସାହିଲ ଶୁକ୍ଳାଙ୍କୁ କୋର୍ଟ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି। ମୀରଟର ଜିଲା ବିଚାରପତି ଅରବିନ୍ଦ କୁମାର ମିଶ୍ର ଉଭୟଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି। ରାୟ ଶୁଣାଇବା ସମୟରେ ବିଚାରପତି ମହାଭାରତର ଉଦାହରଣ ଦେଇ କହିଥିଲେ ଯେ, “ଅପରାଧୀଙ୍କୁ ଦଣ୍ଡ ଦେବା ହିଁ ଧର୍ମ।” ଏହା ସହିତ ଅଦାଲତ ଉଭୟ ଦୋଷୀଙ୍କୁ ୨୦-୨୦ ହଜାର ଟଙ୍କା ଜରିମାନା ମଧ୍ୟ କରିଛନ୍ତି।

ସୌରଭ ରାଜପୁତଙ୍କୁ ୩ ମାର୍ଚ୍ଚ ୨୦୨୫ରେ ହତ୍ୟା କରାଯାଇଥିଲା। ପୋଲିସର ତଥ୍ୟ ଅନୁଯାୟୀ, ହତ୍ୟା ପରେ ମୃତଦେହକୁ ପାଞ୍ଚ ଖଣ୍ଡ କରି ଏକ ନୀଳ ରଙ୍ଗର ଡ୍ରମରେ ଭର୍ତ୍ତି କରି ଲୁଚାଇ ଦିଆଯାଇଥିଲା। ଏହି ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ପୋଲିସ ତଦନ୍ତ ଶେଷ କରି ଅଭିଯୁକ୍ତ ମୁସ୍କାନ ଏବଂ ସାହିଲଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲା। ଜୁଲାଇ ୨୦୨୫ରେ ଜିଲା କୋର୍ଟରେ ଏହି ମାମଲାର ବିଚାର ଆରମ୍ଭ ହୋଇଥିଲା। ବିଚାର ସମୟରେ ଅଦାଲତରେ ସମୁଦାୟ ୨୨ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା।

ଏହି ପ୍ରମୁଖ ପ୍ରମାଣ ଆଧାରରେ ମିଳିଲା ସଜ୍ଜା

  • ହତ୍ୟା ରାତିରେ ସାହିଲକୁ ସୌରଭଙ୍କ ଘରକୁ ଯିବା ଦେଖିଥିବା ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ।

  • ହତ୍ୟାରେ ବ୍ୟବହୃତ ଛୁରୀ ମୁସ୍କାନ ଓ ସାହିଲଙ୍କ ଚିହ୍ନଟ ଆଧାରରେ ଜବତ ହେବା।

  • ଉଭୟଙ୍କ କଲ୍ ଡିଟେଲ୍ସ (CDR) ଏବଂ ସୋସିଆଲ ମିଡିଆ ଚାଟିଂ।

  • ସୌରଭଙ୍କ ବନ୍ଧୁ ସଞ୍ଜୀବ ପାଲ୍ ଏବଂ ସୌରଭଙ୍କ ମାଆ ରେଣୁଙ୍କ ବୟାନ ଓ କଲ୍ ଡିଟେଲ୍ସ।

  • ମୁସ୍କାନ ଓ ସାହିଲ ରହିଥିବା ହୋଟେଲର ସିସିଟିଭି ଫୁଟେଜ୍ ଏବଂ ହୋଟେଲ ମ୍ୟାନେଜରଙ୍କ ବୟାନ।

ଭିଡିଓ କନଫରେନ୍ସିଂ ଜରିଆରେ କୋର୍ଟ ସହିତ ଜଡ଼ିତ ଥିବା ମୁସ୍କାନ ଓ ସାହିଲ ରାୟ ଶୁଣି କୋର୍ଟରେ କାନ୍ଦିବାକୁ ଲାଗିଥିଲେ। ରାୟ ପୂର୍ବରୁ ଅଦାଲତ ମୁସ୍କାନକୁ ତାଙ୍କ ପକ୍ଷ ପଚାରିଥିବାରୁ ସେ ନିଜର ଦୁଇ ଝିଅଙ୍କ କଥା କହି ସେମାନଙ୍କ ଯତ୍ନ ନେବାକୁ ଅନୁରୋଧ କରିଥିଲେ। ସେହିପରି ସାହିଲ କୌଣସି ପୁରୁଣା ଅପରାଧ ନ ଥିବା କଥା କହିଥିଲେ।

ଅଦାଲତଙ୍କ ଏହି ରାୟ ପରେ ସୌରଭଙ୍କ ପରିବାର ଲୋକେ ଆଶ୍ୱସ୍ତି ପ୍ରକାଶ କରିଛନ୍ତି। ସୌରଭଙ୍କ ଭାଇ ବବ୍‌ଲୁ କହିଛନ୍ତି ଯେ, ପରିବାରକୁ ଆରମ୍ଭରୁ ନ୍ୟାୟ ମିଳିବ ବୋଲି ଆଶା ଥିଲା ଏବଂ ସେମାନେ ଉଭୟଙ୍କୁ ଫାଶୀ ଦେବାକୁ ଦାବି କରିଆସୁଥିଲେ। କିନ୍ତୁ ସେମାନେ ମୁସ୍କାନକୁ ଆଉ ପରିବାରରେ ଗ୍ରହଣ କରିବାକୁ ଚାହାଁନ୍ତି ନାହିଁ ଏବଂ ଝିଅମାନଙ୍କ ଡିଏନ୍ଏ ଟେଷ୍ଟ୍ ପାଇଁ ମଧ୍ୟ ରାଜି ନୁହଁନ୍ତି ବୋଲି ସ୍ପଷ୍ଟ କରିଛନ୍ତି।

କୋର୍ଟ ପୂର୍ବରୁ ହିଁ ଏହି ମାମଲାରେ ମୁସ୍କାନ ଏବଂ ସାହିଲଙ୍କୁ ଦୋଷୀ ସାବ୍ୟସ୍ତ କରିସାରିଥିଲେ। ବୁଧବାର  ଦଣ୍ଡାଦେଶ ସମ୍ପର୍କିତ ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି। ଉଭୟ ବ୍ୟକ୍ତିଙ୍କୁ ମୃତ୍ୟୁଦଣ୍ଡ ମିଳିବା ପରେ ଏହି ମାମଲା ପୁଣିଥରେ ଚର୍ଚ୍ଚାକୁ ଆସିଛି।

ଉଲ୍ଲେଖନୀୟ, ମୁସ୍କାନ ଏବଂ ସାହିଲ ସୌରଭଙ୍କ ମୃତଦେହକୁ ଖଣ୍ଡ ଖଣ୍ଡ କରି, ମୁଣ୍ଡ ଓ ହାତକୁ କାଟି, ସିମେଣ୍ଟ ଭର୍ତ୍ତି ଏକ ନୀଳ ଡ୍ରମରେ ଲୁଚାଇ ଦେଇଥିଲେ। ପୋଲିସର କହିବାନୁଯାୟୀ, ପ୍ରେମ ସମ୍ପର୍କରେ ସୌରଭ ବାଧା ସୃଷ୍ଟି କରୁଥିବାରୁ ଏହି ହତ୍ୟାକାଣ୍ଡ ଘଟିଥିଲା। ମୁସକାନ ଏବଂ ସାହିଲ ମାର୍ଚ୍ଚ ୧୮ ତାରିଖରେ ଗିରଫ ହୋଇଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?