ମହାନଦୀ ବନ୍ଧ ନିର୍ମାଣ କାମ ନିମ୍ନମାନର

ଜଗତ୍‌ସିଂହପୁର, ୨୧ା୬(ପ୍ରମୋଦ କୁମାର ନାୟକ): ମହାନଦୀ ସାଉଥ ଡିଭିଜନ ଅନ୍ତର୍ଗତ ଏହି ନଦୀର ବାମପାର୍ଶ୍ୱ କୃଷ୍ଣାନନ୍ଦପୁରଠାରୁ ପୋଶଲ ପର୍ଯ୍ୟନ୍ତ ବନ୍ଧର ଉନ୍ନତୀକରଣ ଓ ପିଚୁ କାମ ପାଇଁ ୮ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ନିଲାମ ପାଇ ଓସିସି କାମ କରୁଛି। କିନ୍ତୁ ଏହି କାମ ଅତ୍ୟନ୍ତ ନିମ୍ନମାନର ହେଉଛି। ନଦୀବନ୍ଧ ପାର୍ଶ୍ୱରୁ ମାଟି ତଡ଼ାଯିବା ସହ ଯେଉଁଭଳି ଭାବେ ଗଛ ଭଙ୍ଗାଯାଉଛି ତାହା ବନ୍ଧ ପ୍ରତି ବିପଦ ସୃଷ୍ଟି କରିଛି। ଏ ସମ୍ପର୍କରେ ୫ଟି ଗ୍ରାମପଞ୍ଚାୟତର ଅଧିବାସୀ ଜିଲାପାଳଙ୍କ ନିକଟରେ ଅଭିଯୋଗ କଲାପରେ ପ୍ରସଙ୍ଗର ଗମ୍ଭୀରତା ଦୃଷ୍ଟିରୁ ତଦନ୍ତ ହୋଇଛି। ଜିଲାପାଳଙ୍କ ପରାମର୍ଶକ୍ରମେ ଉପଜିଲାପାଳ ପ୍ରଶାନ୍ତ କୁମାର ତରାଇ ତଦନ୍ତ କରି ଅଭିଯୋଗର ସତ୍ୟାସତ୍ୟ ଅଛି ବୋଲି ଜିଲାପାଳଙ୍କୁ ଅବଗତ କରାଇଛନ୍ତି। ଉପଜିଲାପାଳ ଦର୍ଶାଇଛନ୍ତି ଯେ, ତିର୍ତ୍ତୋଲ ତହସିଲଦାର ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ସେ କୃଷ୍ଣାନନ୍ଦପୁର ନିକଟ ମହାନଦୀ ରିଙ୍ଗ୍‌ ରୋଡ୍‌ ନିର୍ମାଣସ୍ଥଳ ପରିଦର୍ଶନରେ ଯାଇଥିଲେ। ଅଭିଯୋଗ ଅନୁଯାୟୀ, ରିଙ୍ଗ ରୋଡ୍‌ର ନିର୍ମାଣ କାମ ଅତି ନିମ୍ନମାନର ଥିବା ଦେଖାଯାଇଥିଲା। ଠିକାଦାର ଜେସିବି ଲଗାଇ ଅସଲ ରାସ୍ତା ବେସ୍‌ରୁ ମାଟି ଆଣି ରାସ୍ତାପାର୍ଶ୍ୱରେ ବ୍ୟବହାର କରିଛନ୍ତି। ଏବେ ବର୍ଷାଦିନ ହୋଇଥିବାରୁ ଏହି ମାଟି ସମ୍ପୂର୍ଣ୍ଣଭାବେ ଧୋଇଯିବା ସହ ରାସ୍ତା ଦୁର୍ବଳ ହୋଇଯାଇଛି। ତଦନ୍ତ ସମୟରେ ବିଭାଗୀୟ କୌଣସି ଯନ୍ତ୍ରୀ ସେଠାରେ ଉପସ୍ଥିତ ନ ଥିଲେ। ବିଭାଗୀୟ ପର୍ଯ୍ୟବେକ୍ଷଣ ଅଭାବରୁ ଠିକାଦାର ମନମୁଖିଭାବେ ମହାନଦୀ ବାମପାର୍ଶ୍ୱ ରିଙ୍ଗ ରୋଡ କାମ କରି ଚାଲିଛନ୍ତି। ଏହା ସଂଶୋଧନ ହେବା ଆବଶ୍ୟକ। ସୁରକ୍ଷାକୁ ଦୃଷ୍ଟିରେ ରଖି ଠିକାଦାର ରାସ୍ତାର ବେସରେ ମାଟି ପୂରଣ କରିବା ଜରୁରୀ। ମାଟି ପୂରଣ ଓ ଆବଶ୍ୟକ ସଂଶୋଧନ ନ କରିବା ଯାଏ ଠିକାଦାରଙ୍କ ପ୍ରାପ୍ୟ ପ୍ରଦାନ ବନ୍ଦ କରିବାକୁ ଉପଜିଲାପାଳ ଜିଲାପାଳଙ୍କୁ ସୁପାରିସ କରିଛନ୍ତି। ଉପଜିଲାପାଳଙ୍କ ତଦନ୍ତ ପରେ ୫ ପଞ୍ଚାୟତ ଯଥା କୃଷ୍ଣାନନ୍ଦପୁର, ବିଶୁନପୁର, କନିମୂଳ, ଡାଇଁଲୋ ଓ ଗୋପାଳପୁର (ଏସ୍‌)ର ଲୋକେ ଆଶ୍ୱସ୍ତ ଅନୁଭବ କରିଥିବା ଜଣାପଡ଼ିଛି।
ଏ ସମ୍ପର୍କରେ ସମସେର ଅଲ୍ଲୀ, ରାଧାନାଥ ଦାସ, ଦୁଷ୍ମନ୍ତ କୁମାର ସାହୁ, ସୁମନ୍ତ କୁମାର ସାହୁ, ମନୋଜ କୁମାର ପୃଷ୍ଟି, ନୃସିଂହ ଚରଣ ଦାସ, ରାକେଶ ସାହୁ, ଶାନ୍ତନୁ କୁମାର ଦାସ, ରଞ୍ଜନ କୁମାର ଦାସ ଓ ସୁଲତାନ ଅଲ୍ଲୀ, ଧୋୟା ଜନଜାଗରଣ ମଞ୍ଚ ସଭାପତି ବିଜୟ ଦାସ, ପ୍ରଶାନ୍ତ କୁମାର ପଣ୍ଡା, ନବନିର୍ମାଣ କୃଷକ ସଙ୍ଗଠନ କାର୍ଯ୍ୟକର୍ତ୍ତା ମାୟାଧର ସାହୁ ଓ ସୁଶାନ୍ତ ଦାସଙ୍କ ସମେତ ବହୁ ଲୋକ ପୂର୍ବରୁ ଜିଲାପାଳଙ୍କ ନିକଟରେ ନଦୀବନ୍ଧର ଅବସ୍ଥା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ। ସେମାନେ ଦର୍ଶାଇଥିଲେ, ମହାନଦୀ ବାମପାର୍ଶ୍ୱ କୃଷ୍ଣାନନ୍ଦପୁରରୁ ପୋଶଲ ପର୍ଯ୍ୟନ୍ତ ବନ୍ଧର ଉନ୍ନତୀକରଣ ଓ ପିଚୁ କାମ ପାଇଁ କେନ୍ଦ୍ରାପଡ଼ା ଅଞ୍ଚଳର ଜଣେ ବ୍ୟକ୍ତି ନିଲାମ ପାଇଥିଲେ। କିନ୍ତୁ ଶୁଣିବାକୁ ମିଳିଛି ଯେ, ଉକ୍ତ ନିଲାମଧାରୀ କାର୍ଯ୍ୟସ୍ଥଳକୁୁ ନ ଆସି ନିକଟସ୍ଥ ବିଶୁନପୁର ଗ୍ରାମପଞ୍ଚାୟତ କୋଲଟା ଗ୍ରାମର ଜଣେ ଅସାମାଜିକ ବ୍ୟକ୍ତିଙ୍କୁ ଏହାର ଦାୟିତ୍ୱ ଦେଇଛନ୍ତି। ସମ୍ପୃକ୍ତ ବ୍ୟକ୍ତି ଜେସିବି ସାହାଯ୍ୟରେ ନଦୀ ବନ୍ଧ ୨ ପାର୍ଶ୍ୱରୁ ଗଛଗୁଡିକୁ ଭାଙ୍ଗି ପକାଉଛନ୍ତି। କେବଳ ଏତିକି ନୁହେଁ, ନଦୀବନ୍ଧ ୨ ପାର୍ଶ୍ୱ ମୂଳରୁ ମାଟି ତାଡି ଏହାର ଉଭୟ ପାର୍ଶ୍ୱରେ ପକାଉଛନ୍ତି। ଗ୍ରାମବାସୀ ବିରୋଧ କରିବାରୁ ସେ ବିଭିନ୍ନ ପ୍ରକାର ଧମକ ଦେଉଛନ୍ତି। ଏ ପରିସ୍ଥିତିରେ ଲୋକେ ମହାନଦୀ ସାଉଥ୍‌ ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀ ଓ ବିଭାଗୀୟ ମଣିଜଙ୍ଗା ଏସ୍‌ଡିଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କିନ୍ତୁ ଓସିସି କାମ କରୁଥିବାରୁ ଏହି ବିଭାଗକୁ ଜଣାଯିବ ବୋଲି ଅଧୀକ୍ଷଣ ଯନ୍ତ୍ରୀ କହିଥିଲେ। ଏହାପରେ ମଣିଜଙ୍ଗା ଏସ୍‌ଡିଓ କାର୍ଯ୍ୟସ୍ଥଳରେ ପହଞ୍ଚତ୍ ଅନୁଧ୍ୟାନ କରି ସତ୍ୟାସତ୍ୟ ଜାଣିଥିଲେ। ଏହା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ସୁଦ୍ଧା କୌଣସି ସୁଫଳ ମିଳିନାହିଁ। ସମ୍ପୃକ୍ତ ଅସାମାଜିକ ବ୍ୟକ୍ତି ଜଣକ ପୂର୍ବପରି କାମ ଚାଲୁ ରଖିଛନ୍ତି। ସମ୍ପୃକ୍ତ ଅସାମାଜିକ ବ୍ୟକ୍ତିଙ୍କ ଧମକରେ ଗ୍ରାମବାସୀ ଭୟଭୀତ ହୋଇପଡ଼ିଛନ୍ତି। ଜିଲାପାଳ ନିଜେ ନଦୀବନ୍ଧ ପରିଦର୍ଶନ କଲେ ବାସ୍ତବରେ ଉନ୍ନତୀକରଣ ହେଉଛି କି ସରକାରଙ୍କ ପାଣ୍ଠିରୁ ଟଙ୍କା ବ୍ୟୟ କରାଯାଇ ନଦୀବନ୍ଧକୁ ଦୁର୍ବଳ କରାଯାଉଛିି ତାହା ସ୍ପଷ୍ଟ ହୋଇପାରିବ ବୋଲି ଅଭିଯୋଗକାରୀମାନେ ଦର୍ଶାଇଛନ୍ତି।
ଏ ସମ୍ପର୍କରେ ମହାନଦୀ ସାଉଥ ଡିଭିଜନ୍‌ ଅଧୀକ୍ଷଣ ଯନ୍ତ୍ରୀ ସିଦ୍ଧାର୍ଥ ଶଙ୍କର ଦାସଙ୍କ ସହ ମୋବାଇଲ୍‌ରେ ଯୋଗାଯୋଗ ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ସେ ଫୋନ୍‌ ଉଠାଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?