ବିନା ଶ୍ରଦ୍ଧାଳୁରେ ମାଘ ସପ୍ତମୀ ବୁଡ଼

କୋଣାର୍କ,୮।୨(ଡି.ଏନ୍‌.ଏ.): ପୂର୍ବ ବର୍ଷ ଭଳି ଚଳିତବର୍ଷ ମଧ୍ୟ କରୋନା କଟକଣା ଯୋଗୁ ବିନା ଶ୍ରଦ୍ଧାଳୁରେ ମାଘସପ୍ତମୀ ବୁଡ଼ ସମାପନ ହୋଇଛି। ସୋମବାର ଭୋର ରାତି ୪ଟାରେ ଚନ୍ଦ୍ରଭାଗା ତୀର୍ଥ ଜଳରେ ତିନି ଠାକୁରଙ୍କ ମହାସ୍ନାନ ପରେ ସେବାୟତମାନେ ବୁଡ଼ ପକାଇଥିଲେ। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ରବିବାର ରାତି ୧୦ଟାରେ ମାଧିପୁର ଗ୍ରାମର ବାବା ତ୍ରିବେଣୀଶ୍ୱର, କୁରୁଜଙ୍ଗ ଗ୍ରାମର ବାବା ଦକ୍ଷିଣେଶ୍ୱର ଓ ସନ୍ତପୁର ଗ୍ରାମର ବାବା ଈଶାଣେଶ୍ୱରଙ୍କ ଚଳନ୍ତି ପ୍ରତିମା ନିଜ ନିଜ ଆସ୍ଥାନରୁ ବିମାନରେ ବିଜେ କରିଥିଲେ। ତିନି ଠାକୁର ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ବଜାର ପରିକ୍ରମା କରିବା ପରେ ଏନ୍‌ଏସି କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟ, ଆଇବିରେ ପୂଜାର୍ଚ୍ଚନା କରାଯାଇଥିଲା। ଚନ୍ଦ୍ରଭାଗା ତୀର୍ଥ ମଣ୍ଡପରେ ରାତି ୩ଟାରେ ବିଜେ କରିଥିଲେ। ହରିବୋଲ ଶବ୍ଦରେ ତୀର୍ଥ କ୍ଷେତ୍ର ପ୍ରକମ୍ପିତ ହୋଇ ଉଠିଥିଲା। ସମସ୍ତ ନୀତି ସମାପନ ପରେ ତିନି ଠାକୁର ତୀର୍ଥ ଜଳରେ ସ୍ନାନ କରିଥିଲେ। ଶେଷରେ ଠାକୁରଙ୍କ ସେବାୟତ ଓ ସାଧୁସନ୍ଥମାନେ ତୀର୍ଥ ପୁଷ୍କରିଣୀରେ ବୁଡ଼ ପକାଇଥିଲେ। ତୀର୍ଥ ପୁଷ୍କରିଣୀରେ ପୁରୀ ରାଧାବଲ୍ଲଭ ମଠ ପକ୍ଷରୁ ସାଧୁସନ୍ଥମାନେ ୧୦୮ ଦୀପ ଆଳତି କରିଥିଲେ। ୧୪୪ ଧାରା ହଟିବା ପରେ ଗ୍ରହଶାନ୍ତି ନିମନ୍ତେ ଶ୍ରଦ୍ଧାଳୁମାନେ ନବଗ୍ରହ ପୀଠରେ ପୂଜାର୍ଚ୍ଚନା, ହୋମଯଜ୍ଞ ଓ ପରେ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିଥିଲେ। ରବିବାର ରାତିରୁ ଚନ୍ଦ୍ରଭାଗାରେ ଉପଜିଲାପାଳ ଭବତାରଣ ସାହୁ, ଅତିରିକ୍ତ ଏସ୍‌ପି ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ନିମାପଡ଼ା ଏସ୍‌ଡିପିଓ ଦେବାଶିଷ ମିଶ୍ର, କୋଣାର୍କ, ରାମଚଣ୍ଡୀ ଓ ଚନ୍ଦ୍ରଭାଗା ମେରାଇନ ଥାନା ଆଇଆଇସି ପ୍ରମୁଖ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥା ତଦାରଖ କରିଥିଲେ। ସେହିଭଳି ଶାମ୍ବଦଶମୀ ତିଥିରୁ ୨୭ଦିନ ଯାତ୍ରାରେ ବାହାରିଥିବା ପ୍ରଭୁ ସୂର୍ଯ୍ୟ ନାରାୟଣଙ୍କ ଚଳନ୍ତିପ୍ରତିମା ରଥାରୂଢ଼ ହୋଇ ଅବଧୂତ ମଠକୁ ବାହୁଡ଼ି ଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସକୁ ନ ଜଣାଇ ଜାଳିଦେଲେ ଛାତ୍ରୀଙ୍କ ମୃତଦେହ

ଚିକିଟି,୨ା୪: ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଧାନଘର ଫାଣ୍ଡି ଡାଳପଲଙ୍କ ଅଞ୍ଚଳର ଜଣେ ଦଶମ ଛାତ୍ରୀ ଶୁକ୍ରବାର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଆତ୍ମହତ୍ୟାର କାରଣ...

କଂଗ୍ରେସ ଭବନରେ ପଶି ପିଟିଲା ପୋଲିସ

ଭୁବନେଶ୍ୱର,୧୧।୧୨(ବ୍ୟୁରୋ): କଳାହାଣ୍ଡି ଜିଲା ମହାଲିଙ୍ଗସ୍ଥିତ ସନ୍‌ସାଇନ୍‌ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡକୁ ନେଇ ରାଜ୍ୟବ୍ୟାପୀ ଚାଲିଥିବା ଆନ୍ଦୋଳନ ଭୟଙ୍କର ରୂପ ନେଇଛି। ଗତ ଦୁଇଦିନ...

ପୁଣି ୧୬ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୨୪।୯(ବ୍ୟୁରୋ): ରାଜ୍ୟରେ ଗୁରୁବାର କରୋନା ଆଉ ୧୬ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୭୫୨କୁ ବୃଦ୍ଧି ହୋଇଛି। ଏ ନେଇ...

ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ: ଟ୍ୟୁଶନ ସାର୍‌ ଅଟକ

ଗୁଣପୁର,୧୨ା୭(ଡି.ଏନ୍‌.ଏ.)-ଜଣେ ୬ ବର୍ଷର ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଟ୍ୟୁଶନ ସାର୍‌ଙ୍କ ନାମରେ ଅଭିଯୋଗ ହୋଇଛି। ରାୟଗଡ଼ା ଜିଲା ଗୁଣପୁର ବ୍ଲକ୍‌ ପୁଟାସିଂ ଥାନା ଅଞ୍ଚଳରେ ଘଟିଛି...

ବୋଲେରୋ ଦୁର୍ଘଟଣାଗ୍ରସ୍ତ : ବରଗଡ଼ ଯୋଗାଣ ଅଧିକାରିଣୀ ଗୁରୁତର

ସରଣ୍ଡା, ୪ା୭(ଡି.ଏନ୍‌.ଏ.) : ବରଗଡ଼ – ସମ୍ବଲପୁର ୫୩ ନଂ ଜାତୀୟ ରାଜପଥର ସରଣ୍ଡା ଛକ ନିକଟରେ ଗୁରୁବାର ସକାଳେ ଏକ ବୋଲେରୋ ଦୁର୍ଘଟଣାଗ୍ରସ୍ତ ହୋଇଛି।...

ମାଟି ମା’ର ସୁରକ୍ଷା ଉପରେ ଗୁରୁତ୍ୱ

କେନ୍ଦୁଝର, ୫।୧୨(ସ୍ବ.ପ୍ର.): ସ୍ଥାନୀୟ କୃଷି ସୂଚନା ପରାମର୍ଶ କେନ୍ଦ୍ର ପରିସରରେ ଗୁରୁବାର ବିଶ୍ୱ ମୃତ୍ତିକା ଦିବସ ପାଳିତ ହୋଇଯାଇଛି। ଜିଲା କୃଷି ଅଧିକାରୀ ଚିତ ରଞ୍ଜନ...

ବାଇକ୍‌ ଡିକି ଭାଙ୍ଗି ଟଙ୍କା ଲୁଟ୍‌ ଉଦ୍ୟମ: ଲୁଟେରାଙ୍କୁ କାବୁ କଲେ ଲୋକେ

ଭବାନୀପାଟଣା,୨୫।୧୨(ଡି.ଏନ୍‌.ଏ.) : କଳାହାଣ୍ଡି ଜିଲା କୋକସରାସ୍ଥିତ ମୁଖ୍ୟ ବସ୍‌ଷ୍ଟାଣ୍ଡ ନିକଟରେ ସୋମବାର ଅପରାହ୍ନରେ ଜଣେ ବ୍ୟକ୍ତିଙ୍କ ବାଇକ୍‌ ଡିକି ଭାଙ୍ଗି ଟଙ୍କା ନେଇ ଫେରାର ହୋଇଯାଉଥିବା...

ପ୍ରାର୍ଥୀନୀଙ୍କ ରୋଡ୍‌ ଶୋ’ରେ ଟେଲି କଳାକାର

ଧାମନଗର, ୨୨ ।୩ (ଡି.ଏନ.ଏ) ଭଦ୍ରକ ଜିଲା ଧାମନଗର ଏନ୍‌ଏସିରେ ଚଳିତବର୍ଷ ପ୍ରଥମଥର ନିର୍ବାଚନ ହେବାକୁ ଯାଉଛି। ଏଥିପାଇଁ ଭୋଟରଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖିବାକୁ...

Advertisement
Archives

Model This Week