ଶ୍ରମିକ ବଦଳରେ ମେଶିନ

ବଇଣ୍ଡା, ୨।୧୧(ଡି.ଏନ୍‌.ଏ.): ଗ୍ରାମାଞ୍ଚଳର ଶ୍ରମଜୀବୀଙ୍କୁ କର୍ମ ନିୟୋଜନ ଯୋଗାଇ ଦେବାକୁ କେନ୍ଦ୍ର ସରକାର ଆରମ୍ଭ କରିଛନ୍ତି ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)। ସଡ଼କ, ଚାରାରୋପଣ, ପୋଖରୀ ଖନନ ସମେତ ବିଭିନ୍ନ ଉନ୍ନୟନ କାର୍ଯ୍ୟ ଲାଗି ଏହି ସ୍କିମ୍‌ରେ ଖର୍ଚ୍ଚ ହେଉଛି ବହୁ କୋଟି ଟଙ୍କା। ହେଲେ ଏହାର ପ୍ରକୃତ ଲାଭ ହିତାଧିକାରୀଙ୍କ ନିକଟରେ ପହଞ୍ଚୁନାହିଁ। କାରଣ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରାଯାଇ ଶ୍ରମିକଙ୍କ ପରିବର୍ତ୍ତେ ମେଶିନ୍‌ରେ କରାଯାଉଛି କାମ।
ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଆମ୍ବସରମୁଣ୍ଡା ପଞ୍ଚାୟତରେ ଏଭଳି ବେଆଇନ କାର୍ଯ୍ୟ ହେଉଥିବା ଅଭିଯୋଗ ହୋଇଛି। ଏ ନେଇ ବନ୍ଧଗଁା ଗ୍ରାମବାସୀ ସୋମବାର ଜିଲାପାଳଙ୍କ ଦ୍ୱାରସ୍ଥ ହୋଇ ଅଭିଯୋଗ କରିଛନ୍ତି।
ଗଁା ଲୋକଙ୍କ କହିବା କଥା, ଆମ୍ବସରମୁଣ୍ଡା ପଞ୍ଚାୟତର ବନ୍ଧଗଁାଠାରୁ ନିଶାଣିପଥର ଗ୍ରାମକୁ ଏମ୍‌ଜିଏନ୍‌ଆରଇଜିଏସ୍‌ରେ ୧ କିଲୋମିଟର ବିଶିଷ୍ଟ ମାଟି ସଡ଼କ ନିର୍ମାଣ ଲାଗି ୫ ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରାଯାଇଛି। ତେବେ ଉକ୍ତ କାର୍ଯ୍ୟରେ ଶ୍ରମିକଙ୍କୁ ନିୟୋଜିତ କରିବା ବଦଳରେ ଖୋଲାଖୋଲି ଜେସିବି ମେଶିନ ଲଗାଇ କାମ କରାଯାଉଛି। ପଞ୍ଚାୟତରେ ୧,୨୩୪ ଜବ୍‌କାର୍ଡଧାରୀ ଥିବାବେଳେ ସେମାନଙ୍କୁ ଅଣଦେଖା କରାଯାଉଛି। ଅଞ୍ଚଳବାସୀ ଏହାର ପ୍ରତିବାଦ କରିବା ସତ୍ତ୍ୱେ ସୁଫଳ ମିଳୁନାହିଁ। ଏଭଳି ଦୁର୍ନୀତିରେ ପଞ୍ଚାୟତର କେତେଜଣ ଅଧିକାରୀଙ୍କ ପ୍ରତ୍ୟକ୍ଷ ସମ୍ପୃକ୍ତି ରହିଛି। ଜିଲାପାଳ ବ୍ୟକ୍ତିଗତ ଭାବେ ଏଥିରେ ହସ୍ତକ୍ଷେପ କରିବା ସହ ଉକ୍ତ କାର୍ଯ୍ୟର ଭିଜିଲାନ୍ସ ତଦନ୍ତ କରାଗଲେ ପ୍ରକୃତ ତଥ୍ୟ ସମ୍ମୁଖକୁ ଆସିବ ବୋଲି ଅଞ୍ଚଳବାସୀ କହିଛନ୍ତି। ଏ ନେଇ ଆଠମଲ୍ଲିକ ବିଡିଓ ସୌଭାଗ୍ୟ ବେହେରା କୁହନ୍ତି, ଏମ୍‌ଜିଏନ୍‌ଆରଇଜିଏସ୍‌ କାର୍ଯ୍ୟରେ ମେଶିନ ବ୍ୟବହାର କରାଯିବା ବେଆଇନ। ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

୧୭ ଦିନରେ ପହଞ୍ଚିଲା ଭଞ୍ଜନଗର ଯାତ୍ରା: ମା’ ବ୍ୟାଘ୍ରଦେବୀଙ୍କ ଆଶୀର୍ବାଦ ନେଲେ ବାଚସ୍ପତି ସୁରମା ପାଢ଼ୀ

ଭଞ୍ଜନଗର,୧୨।୫(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଠାକୁରାଣୀ ଯାତ୍ରା ମଙ୍ଗଳବାର ୧୭ ଦିନରେ ପହଞ୍ଚିଛି। ଆଉ ୮ ଦିନ ପରେ ୨୦ ତାରିଖରେ ଯାତ୍ରା ଉଦଯାପିତ ହେବ। ଆସନ୍ତା…

ଦିନରେ ଲୁଚୁଛି, ରାତିରେ ବୁଲୁଛି: ରତନେଇ ପାହାଡ଼ ଖୋଲରେ ଡେରା ପକାଇଛି କଲରାପତରିଆ,ଡ୍ରୋନ୍ କ୍ୟାମେରାରେ…

ଦିଗପହଣ୍ଡି,୧୨। ୫(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ଫରେଷ୍ଟ ରେଞ୍ଜ ଅଧିନ ରତନେଇ ରେଖାଙ୍କିତ ସଂରକ୍ଷିତ ଜଙ୍ଗଲ ଜକର ଫରେଷ୍ଟ ବିଟ୍ର ଜକର ଗ୍ରାମ ନିକଟ ମା…

ଥୁଆମୂଳ ରାମପୁରରେ ଯନ୍ତ୍ରୀଙ୍କ ‘ଦୁର୍ନୀତି’ ବିରୋଧରେ ଜନଗର୍ଜନ: ଭିଜିଲାନ୍ସ ତଦନ୍ତ ସହ ସମ୍ପତ୍ତି ବାଜ୍ୟାପ୍ତି ପାଇଁ…

ଥୁଆମୂଳ ରାମପୁର, ୧୨ା୫ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀମାନଙ୍କ ବ୍ୟାପକ ଦୁର୍ନୀତି ଓ ସରକାରୀ ଅର୍ଥର ହରିଲୁଟ୍ ବିରୋଧରେ…

‘ସେବାରେ ସମର୍ପଣ ମନୋଭାବ ରଖିବାକୁ ଆହ୍ବାନ’

ବରଗଡ଼,୧୨।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ମାହେଶ୍ୱରୀ ନର୍ସିଂ କଲେଜର ବାର୍ଷିକ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇ ଯାଇଛି । ଆନ୍ତର୍ଜାତୀୟ ନର୍ସିଂ ଦିବସ ଅବସରରେ ସ୍ଥାନୀୟ ବିଜୁ ପଟ୍ଟନାୟକ…

କାମ ସାରି ଫେରୁଥିଲେ, ବାଇକ୍‌ରୁ ଖସି ପଡ଼ି ଚାଲିଗଲା ମହିଳାଙ୍କ ଜୀବନ

କୋକସରା,୧୨।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନଂ ଜାତୀୟ ରାଜପଥର କୋକସରା ଥାନା ମୋଟେର ପେଟ୍ରୋଲ ପମ୍ପ ନିକଟରେ ବାଇକରୁ ଖସିପଡ଼ି ଜଣେ ମହିଳାଙ୍କ ମୃତ୍ୟୁ ହୋଇଯାଇଛି। ମୃତ…

ଇନଷ୍ଟାଗ୍ରାମ୍‌ରେ ଖୁଲମ୍‌ ଖୁଲା ମନର କଥା କହିଦେଲେ ତ୍ରିଶା! ବିଜୟଙ୍କୁ ନେଇ କହିଦେଲେ…

ଦକ୍ଷିଣ ଭାରତୀୟ ସିନେମା ଜଗତର ଦୁଇଟି ବଡ଼ ନାଁ ଥାଲାପଥି ବିଜୟ ଏବଂ ତ୍ରିଷା କୃଷ୍ଣନ୍। କେତେବେଳେ ସେମାନଙ୍କ ଅନସ୍କ୍ରିନ୍ କେମିଷ୍ଟ୍ରି ତ କେତେବେଳେ ଅଫସ୍କ୍ରିନ୍ ଆଫେୟାର୍,…

ଆମପାଣିଠାରେ ଅବକାରୀ ପୋଲିସର ଚଢ଼ାଉ: ୧୮ ଲିଟର ଦେଶୀ ହାତରନ୍ଧା ମଦ, ଜଣେ ଗିରଫ

କୋକସରା,୧୨।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଅବକାରୀ ଥାନା ଓଆଇସି ଗୁପ୍ତେଶ୍ୱର ପୁଟେଲଙ୍କ ନେତୃତ୍ୱରେ ମଙ୍ଗଳବାର ଆମପାଣିଠାରେ ଚଢ଼ାଉ କରି ଜଣକୁ ଗିରଫ କରାଯାଇଛି। ଗିରଫ…

କଳାହାଣ୍ଡି ଜିଲା ଗସ୍ତରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଦକ୍ଷିଣାଞ୍ଚଳ ଉପନିର୍ଦ୍ଦେଶକ

ଭବାନୀପାଟଣା, ୧୨।୫(ଉତ୍ତମ କୁମାର ଦାଶ): ସୂଚନା ଓ ଲୋକସମ୍ପର୍କ ବିଭାଗ ଦକ୍ଷିଣାଞ୍ଚଳ ଉପନିର୍ଦ୍ଦେଶକ ବସନ୍ତ କୁମାର ପ୍ରଧାନ ମଙ୍ଗଳବାର କଳାହାଣ୍ଡି ଜିଲା ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri