ମେଶିନ କରିବ ସହର ସଫେଇ

ଅନୁଗୋଳ ଅଫିସ, ୧୧ା୧୦: ଅନୁଗୋଳ ସହର ପ୍ରଦୂଷଣ ବଳୟ ଭିତରେ ରହୁଛି। ବିଭିନ୍ନ ସମୟରେ ଏହି ପ୍ରଦୂଷଣ ପାଇଁ ସହରୀ ଲୋକେ ଅସ୍ତବ୍ୟସ୍ତ ହୋଇପଡ଼ୁଛନ୍ତି। ତେଣୁ ଅନୁଗୋଳ ସହର ସଫେଇ ପାଇଁ ଝାଡ଼ୁ ମାରୁଥିବା ଗାଡ଼ି ଅଣାଯାଇଛି। ସୋମବାର ପୂର୍ବାହ୍ନରେ ଗାଡ଼ିର ପୂଜାର୍ଚ୍ଚନା କରାଯାଇଛି। ଆସନ୍ତା ୧୫ ତାରିଖରୁ ଏହି ଗାଡ଼ି ସହର ସଫା କାର୍ଯ୍ୟରେ ଲାଗିବ ବୋଲି ପୌର ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ ସୂଚନା ଦେଇଛନ୍ତି।
ପୌର ନିର୍ବାହୀ ଅଧିକାରୀ କହିଛନ୍ତି, ଜାତୀୟ କ୍ଲିନ୍‌ ଏୟାର ପ୍ରୋଗ୍ରାମ(ଏନ୍‌ସିଏପି) ପକ୍ଷରୁ ପୌରପାଳିକାକୁ ମୋଟ ୯୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ସେଥିରୁ ୩୫ ଲକ୍ଷ ଟଙ୍କା ବ୍ୟୟରେ ଉକ୍ତ ଗାଡ଼ି ଅଣାଯାଇଛି। ପ୍ରଦୂଷିତ ସହର ହୋଇଥିବାରୁ ଅନୁଗୋଳ ପୌରାଞ୍ଚଳ ସଫେଇ ପାଇଁ ପ୍ରଥମ କରି ଝାଡ଼ୁ ମାରୁଥିବା ମେଶିନ ଅଣାଯାଇଛି। ପରବର୍ତ୍ତୀ ସମୟରେ ପାଣି ସିଞ୍ଚନ ପାଇଁ ମେଶିନ୍‌ ଆସିବ। ଏଥିସହ ସହରକୁ ପ୍ରଦୂଷଣ ମୁକ୍ତ କରାଯିବାକୁ ବିଭିନ୍ନ କାର୍ଯ୍ୟକ୍ରମରେ ଉକ୍ତ ଟଙ୍କା ଖର୍ଚ୍ଚ କରାଯିବ ବୋଲି ପୌର ନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି। ଏହି ଗାଡ଼ି ଚଳାଇବାକୁ ୨ ଜଣଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। ଏହି ଗାଡ଼ି ପୂଜା ସମୟରେ ଅନୁଗୋଳ ପୌର ନିର୍ବାହୀ ଅଧିକାରୀ ମଲ୍ଲିକଙ୍କ ସହ ପୌରାଧ୍ୟକ୍ଷ ଅକ୍ଷୟ କୁମାର ସାମନ୍ତ, ଉପାଧ୍ୟକ୍ଷା ଅନୁପମା ସାହୁ, କାଉନସିଲର ସରିତା ମିଶ୍ର, ସୁକାନ୍ତି ଦାସ, ସୂର୍ଯ୍ୟସ୍ନାତା ସାହୁ, ଟ୍ୟାକ୍ସ ଦାରୋଗା ବିଭୂତି ଭୂଷଣ ମହାରଣା, ପରିମଳ ଅଧିକାରୀ ସୂର୍ଯ୍ୟକାନ୍ତ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶର ଐତିହାସିକ ବିଜୟ

ଢାକା,୧୨ା୫: ଅଧିନାୟକ ନଜମୁଲ ହୋସେନ ଶାଣ୍ଟୋଙ୍କ ଶତକ ପରେ ମେହିଦି ହାସନ ମିରାଜ ଓ ନାହିଦ ରାଣାଙ୍କ ୫ ଉଇକେଟ ସଫଳତା ବଳରେ ପାକିସ୍ତାନ ବିପକ୍ଷରେ ଖେଳାଯାଇଥିବା…

ସରକାର ହେଉ ହେଉ ଥାଲାପଥି ବିଜୟଙ୍କୁ ଝଟ୍‌କା! ସୁପ୍ରିମକୋର୍ଟ ପହଞ୍ଚିଲା…

ଚେନ୍ନାଇ,୧୨।୫: ଟିଭିକେ ବିଧାୟକ ଆର. ଶ୍ରୀନିବାସ ସେତୁପତି ମାଡ୍ରାସ ହାଇକୋର୍ଟଙ୍କ କୌଣସି ଫ୍ଲୋର ଟେଷ୍ଟରେ ଭୋଟ ଦେବାରୁ ବାରଣ କରିବା ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଏକ…

ଥାଇଲାଣ୍ଡ ଓପନ: ସାତ୍ତ୍ୱିକ-ଚିରାଗ ଯୋଡ଼ି ଜିତିଲେ

ବ୍ୟାଙ୍କକ୍‌, ୧୨ା୫: ଟପ୍‌ ସିଡ୍‌ ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ଯୋଡ଼ି ଥାଇଲାଣ୍ଡ ଓପନ ସୁପର ୫୦୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ପ୍ରଥମ ରାଉଣ୍ଡରେ ବିଜୟ ଲାଭ…

ଭିନେଶଙ୍କ ସମର୍ଥନରେ ବାହାରି ସାକ୍ଷୀ ମଲିକ

ନୂଆଦିଲ୍ଲୀ,୧୨ା୫: ଅବସରରୁ ଫେରିବାକୁ ନେଇ ରେସଲିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ଡବ୍ଲ୍ୟୁଏଫ୍‌ଆଇ) ସହ ଚାଲିଥିବା ବିବାଦରେ ଭିନେଶ ଫୋଗତଙ୍କ ସମର୍ଥନରେ ବାହାରିଛନ୍ତି ଅଲିମ୍ପିକ୍‌ ବ୍ରୋଞ୍ଜ ପଦକଧାରୀ ରେସଲର…

୪୦ ଫୁଟ୍ ଗଭୀର କୂଅ ଭିତରେ ପଡ଼ିଲେ ବୃଦ୍ଧା

ପାଟଣା, ୧୨/୫ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବୁଢ଼ୀକାପୁଡି ପଞ୍ଚାୟତ ନେଉଳିପଶି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସୋମବାର ରାତିରେ ଶୌଚ…

ଡହଡହ ଖରାରେ ଘଣ୍ଟା ଘଣ୍ଟା ବିଦ୍ୟୁତ୍‌ କାଟ, ସହାୟତା ନମ୍ବରକୁ ଫୋନ କଲେ…

ଦାମନଯୋଡି,୧୨ା୫(ନରସିଂହ ବ୍ରହ୍ମା): ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସମଗ୍ର ରାଜ୍ୟରେ ନିରବଚ୍ଛିନ୍ନ ବିଦ୍ୟୁତ୍‌ ଯୋଗାଣ ପାଇଁ ସରକାର ଘୋଷଣା କରିଛନ୍ତି। କୋରାପୁଟ ଜିଲା ସେମିଳିଗୁଡ଼ା ଓ…

ବଲାଙ୍ଗୀର ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରୁ ନର୍ସିଂ ଛାତ୍ରୀଙ୍କ ସାଇକଲ ଚୋରି, ସିସିଟିଭିରେ ରେକର୍ଡ

ବଲାଙ୍ଗୀର,୧୨।୫(ସୁନିଲ କୁମାର ମହାନ୍ତି): ହସ୍ପିଟାଲ ଭିତରେ ପୀଡିତ ରୋଗୀଙ୍କୁ ସେବା ଯୋଗାଉଥିବାବେଳେ ଜଣେ ନର୍ସିଂ ଛାତ୍ରୀଙ୍କ ସାଇକଲକୁ ହସ୍ପିଟାଲ ପରିସରରୁ ଜଣେ ଦୁର୍ବୃତ୍ତ ଚୋରି କରିଥିବା ଅଭିଯୋଗ…

ଯୌତୁକ ପାଇଁ ବଧୂ ହତ୍ୟା: ସ୍ୱାମୀ, ଶାଶୁ , ଶଶୁର ଗିରଫ

ନନ୍ଦପୁର,୧୨।୫ (ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଖୁର୍ଜୀ ପଞ୍ଚାୟତ ନନ୍ଦୀଗାଁରେ ସୋମବାର ଜଣେ ନବବିବାହିତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣାରେ ନୂଆ ମୋଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri