ମା’ ଝାରି କୁଆଁଦେଈଙ୍କ ବାର୍ଷିକ ଯାତ୍ରା

ଛେଣ୍ଡିପଦା,୧୭।୪(ସ୍ବ.ପ୍ର): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଚାଙ୍ଗୁଡ଼ିଆ ପଞ୍ଚାୟତ ବଡ଼ବେରେଣା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ଝାରି କୁଅଁାଦେଈ ଠାକୁରାଣୀଙ୍କ ବାର୍ଷିକ ଯାତ୍ରା ଅନୁଷ୍ଠିତ ହୋଇଛି। ପୀଠ ପରିଚାଳନା କମିଟି ସଭାପତି ରଞ୍ଜନ ଭୋଇଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମୁଖ୍ୟପୂଜକ ଇନ୍ଦ୍ରମଣି ମହାପାତ୍ରଙ୍କ ଦ୍ୱାରା ରୀତିନୀତି ଅନୁଯାୟୀ ମଧ୍ୟାହ୍ନରେ ପୂଜା ଆରମ୍ଭ ହୋଇଥିଲା। ଏଥିପୂର୍ବରୁ ଠାକୁରାଣୀଙ୍କ ଆଲମ ଗ୍ରାମ ପରିକ୍ରମା କରି ପୀଠସ୍ଥଳରେ ପହଞ୍ଚତ୍ଥିଲା। ଆଖପାଖ ଅଞ୍ଚଳ ସମେତ ଦୂରଦୂରାନ୍ତରୁ ୫ହଜାରରୁ ଊଦ୍ଧର୍‌ବ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ବହୁ ମାନସିକଧାରୀ ମା’ଙ୍କ ନିକଟରେ ଅଧିଆ ପଡ଼ିଥିବାବେଳେ ଛୋଟ ଶିଶୁଙ୍କର ମୁଣ୍ଡନ କରାଯାଇଥିଲା। ଶ୍ରଦ୍ଧାଳୁଙ୍କ ପାଇଁ ବଡବେରେଣା ଗ୍ରାମ୍ୟ କ୍ଲବ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲ। ଛେଣ୍ଡିପଦା ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁମିତ୍ରା ସାହୁ, ଜିଲାପରିଷଦ ସଭ୍ୟ ପ୍ରଦୀପ କୁମାର ସାହୁ, ସ୍ଥାନୀୟ ଅଞ୍ଚଳର ଜନପ୍ରତିନିଧି ପ୍ରମୁଖ ମା’ଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯିଏ ଜଗୁଥିଲେ ସିଏ ଖାଇଗଲେ: ହରିଣ ମାରି ମାଂସ ରାନ୍ଧି ଖାଉଥିଲେ ଧରାପଡ଼ିଲେ ବନ ଜଗୁଆଳି

ଅନୁଗୋଳ, ୪।୭: ବନ୍ୟପ୍ରାଣୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ବନ ଜଗୁଆଳିମାନେ ହିଁ ହରିଣ ଶିକାର କରି ତାହାର ମାଂସ ରାନ୍ଧି ଖାଉଥିବା ଘଟଣା ସାମ୍ନାକୁ ଆସିଛି। ଅନୁଗୋଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri