ବ୍ରହ୍ମପୁର ବଜାରରେ ଆମ୍ବ ଦର ଆକାଶ ଛୁଆଁ

ବ୍ରହ୍ମପୁର ଅଫିସ,୧୭।୪:ବ୍ରହ୍ମପୁରରେ ମାର୍ଚ୍ଚ ଦ୍ୱିତୀୟ ସପ୍ତାହ ପରେ ପରେ ବିଭିନ୍ନ କିସମର ଆମ୍ବ ବଜାରରେ ଉପଲବ୍ଧ ହୋଇଥାଏ। ବ୍ୟବସାୟିକ ଦୃଷ୍ଟିରୁ ମଧ୍ୟ ଆମ୍ବ ବ୍ୟବସାୟରେ ବ୍ରହ୍ମପୁର ରାଜ୍ୟରେ ସର୍ବୋଚ୍ଚ ସ୍ଥାନ ହାସଲ କରିଛି। କିନ୍ତୁ ଚଳିତ ବର୍ଷ ଆରମ୍ଭ ହୋଇ ଏକମାସ ପୂରିବାକୁ ଥିଲେ ସୁଦ୍ଧା ଏଯାବତ ବଜାରରେ ବିଭିନ୍ନ କିସମର ଭିନ୍ନ ଆମ୍ବ ଉପଲବ୍ଧ ହୋଇନାହିଁ। ରେଶମ ସହରରେ ବର୍ତ୍ତମାନ ସୁଦ୍ଧା କେବଳ ପାନକୁଲ ଓ ବାଇଗଣପଲି ଆମ୍ବ ବିକ୍ରି ହେଉଛି। ଖୁଚୁରା ବଜାରରେ ପାନକୁଲ ଆମ୍ବ କେଜି ପିଛା ୧୨୦ରୁ ୧୪୦ ଏବଂ ବାଇଗଣପଲି କିଲୋପ୍ରତି ୧୨୦-୧୬୦ ଟଙ୍କାରେ ବିକ୍ରି ହେଉଛି। ଆମ୍ବର ଏଭଳି ଚଢ଼ା ଦରକୁୁ ଗ୍ରାହକ କିଣିବାକୁ ଡରୁଛନ୍ତି। ଏନେଇ ଅନ୍ଧପସରା ରୋଡ଼ରେ ଥିବା ଆମ୍ବ ବଜାରର ନୀଳକଣ୍ଠେଶ୍ୱର ଆମ୍ବ ବ୍ୟବସାୟୀ ସଂଘ ସମ୍ପାଦକ ପ୍ରକାଶ ଚନ୍ଦ୍ର ଗୌଡ଼ଙ୍କ ସହ ଯୋଗାଯୋଗ ବେଳେ କହିଥିଲେ, ବଜାରରେ ବିକ୍ରି ହେଉଥିବା ଆମ୍ବ ପଡ଼ୋଶୀ ଆନ୍ଧ୍ରରୁ ଆମଦାନୀ ହୋଇଥାଏ। ଆମ୍ବ ବ୍ୟବସାୟ ଦୃଷ୍ଟିରୁ ଆନ୍ଧ୍ର ପ୍ରଦେଶର ବିଜୟାନଗର, ପାର୍ବତୀପୁର, ଚିପୁରପୁଲି, ଓ ଅନ୍ୟାନ୍ୟ ଜାଗାରୁ ଆମଦାନୀ ହୋଇ ବ୍ରହ୍ମପୁର ଆସେ। ସୁବର୍ଣ୍ଣରେଖା, ପେନାକୁଲୁ, ବାଇଗଣପଲି, ଆଖୁରସ, ନଡ଼ିଆ, କଲମୀ ସମେତ ଅନେକ କିସମର ଆମ୍ବ ବ୍ରହ୍ମପୁର ଓ ଗଞ୍ଜାମ ବଜାରରେ ବିକ୍ରି ହେବା ସହ ରାଜ୍ୟର କଟକ, ପୁରୀ, ଭୁବନେଶ୍ୱର, ଭଦ୍ରକ, ଯାଜପୁର ସମେତ ବାହାର ରାଜ୍ୟ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗକୁ ମଧ୍ୟ ରପ୍ତାନି ହୋଇଥାଏ। କିନ୍ତୁ ଚଳିତ ବର୍ଷ ଆରମ୍ଭରୁ ଜାନୁୟାରୀରେ ହୋଇଥିବା ବାରମ୍ବାର ଲଘୁଚାପ ବର୍ଷା ଯୋଗୁ ଆନ୍ଧ୍ର ପ୍ରଦେଶରେ ଆମ୍ବ ଉପତ୍ାଦନ ବାଧାପ୍ରାପ୍ତ ଓ ବିଳମ୍ବ ହୋଇଛି। ଫଳରେ ଆବଶ୍ୟକ ପରିମାଣର ଆମ୍ବ ଆମଦାନୀ ମଧ୍ୟ ହୋଇପାରୁନାହିଁ। ପ୍ରତିବର୍ଷ ଏପ୍ରିଲ ବେଳକୁ ଦୈନିକ ଲକ୍ଷ ଲକ୍ଷ ଟଙ୍କାର ଆମ୍ବ ଆମଦାନୀ ହେଉଥିଲା। କିନ୍ତୁ ଚଳିତ ବର୍ଷ କେବଳ ପାନକୁଲ ଆମ୍ବ ଦୈନିକ ୨୦ରୁ ୨୫ ଟନ ଆସୁଥିବା ବେଳେ ବାଇଗଣପଲି ୩ ଦିନରେ ଥରେ ୮ ରୁ ୧୦ଟନ ଆମଦାନୀ ହେଉଛି। ଏଣୁ ମେ’ ଦ୍ୱିତୀୟ ସପ୍ତାହ ପରେ ବଜାରରେ ଠିକ ପରିମାଣରେ ଆମ୍ବ ବିକ୍ରି ହୋଇପାରିବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୪ା୪(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାରଠାରୁ ନିଜ ନିଜାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ...

ବିରୋଧୀ କେବେ ସଫଳ ହେବେନି, ବିଜେଡି ବିପୁଳ ବିଜୟ ହାସଲ କରିବ: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀ ଅପପ୍ରଚାର କରିବା ସହ ବିକାଶ କାମରେ ବାଧା...

ଓଡ଼ିଶାର ସାଢ଼େ ୪ କୋଟି ମୋର ପରିବାର: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ସମୟରେ ନିଜ ନିର୍ବାଚନ ମଣ୍ଡଳୀର ହିଞ୍ଜିଳିକାଟୁରେ...

ହିଞ୍ଜିଳିକାଟୁରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ବିଜେଡିର ଷ୍ଟାର ପ୍ରଚାରକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପାରମ୍ପରିକ ଆସନରୁ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିଛନ୍ତି। ତାଙ୍କ ସହ ଫାଇଭ-ଟି...

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri