Posted inଜାତୀୟ

ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ମାମଲାରେ ୯ ବର୍ଷରେ ୩ ଚାର୍ଜଶିଟ୍‌, ଅଭିଯୁକ୍ତ ଚିହ୍ନଟ-ହେବେ ଗିରଫ…

ନୂଆଦିଲ୍ଲୀ, ୧୭।୪ : ନଅ ବର୍ଷ ପରେ ବି ସିବିଆଇ ଅଧିକାରୀମାନେ ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ଚପର କାରବାରରେ ହୋଇଥିବା ୩,୭୨୭ କୋଟି ଟଙ୍କାର ହେରଫେରର ତଦନ୍ତ ଜାରି ରଖିଛନ୍ତି। ସଦ୍ୟତମ ରିପୋର୍ଟରେ ଦର୍ଶାଯାଇଛି ଯେ ଏହି ଡିଲ୍‌ରୁ ଉପକୃତ ହୋଇଥିବା ରାଜନେତା ଏବଂ ଅଧିକାରୀଙ୍କ ଉପରେ ସିବିଆଇର ତୀକ୍ଷ୍‌ଣ ନଜର ରହିଛି। ଗତ ମାସରେ, ସିବିଆଇ ଏହି ମାମଲାରେ ଏକ ସପ୍ଲିମେଣ୍ଟାରୀ ଚାର୍ଜଶିଟରେ ପୂର୍ବତନ ପ୍ରତିରକ୍ଷା ସଚିବ ଶଶିକାନ୍ତ ଶର୍ମା ଏବଂ ଚାରିଜଣ ଭାରତୀୟ ବାୟୁସେନା ଅଧିକାରୀଙ୍କ ନାମ ଉଲ୍ଲେଖ କରିଛି।

୨୦୧୦ରେ ସେମାନେ ଅଗଷ୍ଟା ୱେଷ୍ଟଲ୍ୟାଣ୍ଡକୁ ସମର୍ଥନ କରୁଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ସିବିଆଇ ଦୁଇଟି ଚାର୍ଜଶିଟ ପୂର୍ବରୁ ଦାଖଲ କରିସାରିଛି। ଫଳରେ ଗତ ୯ ବର୍ଷ ମଧ୍ୟରେ ମୋଟ ୩ ଟି ଚାର୍ଜଶିଟ୍‌ ଦାଖଲ କରାଯାଇଛି।

ସେପ୍ଟେମ୍ବର ୨୦୧୭ରେ ପ୍ରଥମ ଚାର୍ଜଶିଟରେ ପୂର୍ବତନ ଆଇଏଏଫ ମୁଖ୍ୟ ଏସପି ତ୍ୟାଗୀ, ତାଙ୍କ ଜ୍ୱାଇଁ ଏବଂ ମଧ୍ୟସ୍ଥି ଖ୍ରୀଷ୍ଟିଆନ ମିସେଲ ଜେମ୍ସ୍‌ଙ୍କ ନାମ ଉଲ୍ଲେଖ କରାଯାଇଥିଲା।

ସେପ୍ଟେମ୍ବର ୨୦୨୦ର ଦ୍ୱିତୀୟ ଚାର୍ଜଶିଟରେ ମଧ୍ୟସ୍ଥି ରାଜୀବ ସାକସେନା ଏବଂ ଲାଞ୍ଚ କାରବାର କରିଥିବା ଅନ୍ୟାନ୍ୟ କମ୍ପାନୀ ବିରୁଦ୍ଧରେ ତଥ୍ୟ ରହିଥିଲା।

ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ମାମଲା ୟୁପିଏ ସରକାରଙ୍କ ଦ୍ୱିତୀୟ ପାଳି ସମୟରେ ଘଟିଥିଲା। ଭିଭିଆଇପିଙ୍କ ପାଇଁ ବ୍ୟବହୃତ ହେଲିକପ୍ଟର କ୍ରୟ ସହିତ ଏହା ଜଡିତ। ଏହି ହେଲିକପ୍ଟରଗୁଡିକ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଏବଂ ପ୍ରତିରକ୍ଷା ମନ୍ତ୍ରୀଙ୍କ ପରି ଭିଭିଆଇପିଙ୍କ ଯାତ୍ରା ଲାଗି ବ୍ୟବହାର କରାଯିବା ଉଦ୍ଦେଶ୍ୟରେ କିଣାଯାଇଥିଲା। ୧୨ ଅଗଷ୍ଟା ୱେଷ୍ଟଲାଣ୍ଡ ହେଲିକପ୍ଟର କିଣିବା ପାଇଁ ଭାରତ ସରକାର ୩,୬୦୦ କୋଟି ଟଙ୍କାର ଚୁକ୍ତି ସ୍ବାକ୍ଷର କରିଥିଲେ। ଅଭିଯୋଗ ହୋଇଥିଲା ଯେ କମ୍ପାନୀ ସପକ୍ଷରେ ଏହି ଡିଲ ପାଇଁ ରାଜନେତା ତଥା ଅଧିକାରୀଙ୍କ ସମେତ ମଧ୍ୟସ୍ଥିମାନଙ୍କୁ ଲାଞ୍ଚ ପ୍ରଦାନ କରାଯାଇଥିଲା। ଅଭିଯୋଗ ହୋଇଛି ଯେ ଅନେକ ନିୟମକୁ ଖଣ୍ଡନ କରି କମ୍ପାନୀର ଡିଲ୍‌ ପାଇବାକୁ ନିଶ୍ଚିତ କରାଯାଇଥିଲା। ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ସପକ୍ଷରେ ଏହି ଡିଲ୍‌ କରିବାକୁ ଦିଆଯାଇଥିବା ଅର୍ଥ ହେରଫେର୍‌ କାରବାରର ଯାଞ୍ଚ୍‌ ସିବିଆଇ ଦ୍ୱାରା କରାଯାଉଛି।

ହିନ୍ଦୁସ୍ତାନ ଟାଇମ୍ସ ଅନୁସାରେ ଅନୁସନ୍ଧାନକାରୀ ଅଫିସରଙ୍କ ଅଭିଯୁକ୍ତଙ୍କ ନିକଟରେ ପହଞ୍ଚିବା ପରେ ଅନୁସନ୍ଧାନ ଜାରି ରଖିଛନ୍ତି। ଏବେ ଅଭିଯୁକ୍ତ ଚିହ୍ନଟ ହୋଇ ସାରିଛନ୍ତି। ତେବେ ଗିରଫ ହେବା ବାକି ରହିଛି। କିଏ କିଏ ଲାଞ୍ଚ ପାଇଛନ୍ତି ତାହା ଜାଣିବା ପାଇଁ ସିବିଆଇକୁ ନଅ ବର୍ଷ କାହିଁକି ଲାଗିଲା ସେ ସମ୍ପର୍କରେ ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି ଯେ ସେମାନେ ପ୍ରଥମ ଦୁଇଟି ଚାର୍ଜଶିଟରେ କମ୍ପାନୀ ମାଧ୍ୟମରେ ଟ୍ରାନ୍ସଫରର ବିବରଣୀ ଦେଇଛନ୍ତି। ବହୁ ଲାଞ୍ଚ ନଗଦ ଆକାରରେ ପ୍ରଦାନ କରାଯାଇଥିବା ଅଭିଯୋଗ ହୋଇଛି, ଯାହା ଯାଞ୍ଚ କରିବାକୁ ସମୟ ଲାଗିବା ସ୍ବାଭାବିକ।

ଅଭିଯୋଗ ହୋଇଛି ଯେ ଦୁଇ ମଧ୍ୟସ୍ଥି – ଖ୍ରୀଷ୍ଟିଆନ ମିସେଲ ଏବଂ ଗାଇଡୋ ହାସାକେଙ୍କ ମାଧ୍ୟମରେ ୬୭ ମିଲିୟନ ୟୁରୋ (୫୫୨ କୋଟି ଟଙ୍କା) ଲାଞ୍ଚ ଦେବାର ଥିଲା। ଉଭୟ ମଧ୍ୟସ୍ଥି ଏବେ ତିହାର ଜେଲରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

ନିର୍ବାଚନ କମିଶନଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ: ୩ ମାସ ମଧ୍ୟରେ…

ନୂଆଦିଲ୍ଲୀ,୨୮।୯: ସୁପ୍ରିମକୋର୍ଟ ସୋମବାର ନିର୍ବାଚନ କମିଶନଙ୍କୁ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ତୃଣମୂଳ କଂଗ୍ରେସ (TMC)ର ଦୁଇ ବିରୋଧୀ ଗୋଷ୍ଠୀ ମଧ୍ୟରେ ‘ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସ’…

ରାଜ୍ୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ କୁନି ସେଠୀ ଚାମ୍ପିୟନ: ଛୁଟୁଛି ଶୁଭେଚ୍ଛାର ସୁଅ

ଦିଗପହଣ୍ଡି,୨୮।୯(ଅଶେଷ ନାଥ ମିଶ୍ର): ରାୟଗଡ଼ାଠାରେ ଚାଲିଥିବା ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ ୧୭ ବର୍ଷରୁ କମ ବାଳିକା ବିଭାଗରେ ଦିଗପହଣ୍ଡିର କୁନି ସେଠୀ ଚାମ୍ପିୟନ ହୋଇଛନ୍ତି। ଦିଗପହଣ୍ଡିର ନରେଶ…

ବଢୁଛି କଂସ କଳାକାରଙ୍କ ଅଡ଼ୁଆ: ପରିବର୍ତ୍ତନ ଦାବିରେ ଚାଲିଲା ଦସ୍ତଖତ ଅଭିଯାନ

ବରଗଡ଼,୨୯।୯(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ସାଢ଼େ ୩ ମାସ ବାକି ରହିଲା। ୨୦୨୭ ଜାନୁଆରୀ ୧୨ରୁ ୨୨ ତାରିଖ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?