ଲକ୍‌ଡାଉନ୍‌: ୪ କୋଟିରୁ ଅଧିକ ମା’ ନ ଚାହିଁ ବି ହୋଇଛନ୍ତି ଗର୍ଭବତୀ

ନୂଆଦିଲ୍ଲୀ, ୨୭।୬: କରୋନା ମହାମାରୀ ସଂକ୍ରମଣ ଯୋଗୁ ସାରା ପୃଥିବୀରେ ସଙ୍କଟ ଦେଖାଦେଇଛି। ବହୁ ଦେଶରେ କରୋନା ସଂକ୍ରମଣ ରୋକିବା ପାଇଁ ଲକ୍‌ଡାଉନ୍‌ ଜାରି ହୋଇଛି। ଏହି ସମୟ ମଧ୍ୟରେ ପୃଥିବୀର ୪ କୋଟି ୭୦ ଲକ୍ଷରୁ ଅଧିକ ମା’ ନ ଚାହିଁ ବି ଗର୍ଭବତୀ ହୋଇଛନ୍ତି। ଜାତିସଂଘର ପପୁଲେଶନ ଫଣ୍ଡ ପକ୍ଷରୁ ହୋଇଥିବା ଏକ ସର୍ଭେ ରିପୋର୍ଟରେ ଏନେଇ ଉଲ୍ଲେଖ କରାଯାଇଛି। ଭାରତରେ ପ୍ରାୟ ୨୩ ଲକ୍ଷ ମା’ ନ ଚାହିଁ ବି ଗର୍ଭବତୀ ହୋଇଛନ୍ତି। ଲକ୍‌ଡାଉନ୍‌ ସମୟରେ ପରିବାର ନିୟୋଜନ ଔଷଧ ଓ ସାମଗ୍ରୀ ନ ମିଳିବାରୁ ଏଭଳି ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ଏହାଯୋଗୁ ପ୍ରାୟ ୨ କୋଟିରୁ ଅଧିକ ଦମ୍ପତି ସମସ୍ୟାରେ ପଡ଼ିଛନ୍ତି। ପୂର୍ବରୁ ପୃଥିବୀରେ ସମୟ ପୂର୍ବରୁ ୧୩.୬ ପ୍ରତିଶତ ମହିଳାଙ୍କ ପ୍ରସବ ହେଉଥିବାବେଳେ ଲକ୍‌ଡାଉନ୍‌ ଯୋଗୁ ଏହା ଦୁଇଗୁଣା ହୋଇ ୨୬ ପ୍ରତିଶତରେ ପହଞ୍ଚିଛି। ପୂର୍ବରୁ ଭାରତରେ ବର୍ଷରେ ଦେଢ଼କୋଟିରୁ ଅଧିକ ଗର୍ଭପାତ ହେଉଥିବାବେଳେ ଏବେ ଏହି ତାଲିକାରେ ୧୪ ଲକ୍ଷ ନୂଆ ମହିଳା ଯୋଡ଼ି ହେବାର ଆଶଙ୍କା ରହିଛି। ସେଥିମଧ୍ୟରୁ ୮ଲକ୍ଷରୁ ଅଧିକଙ୍କର ଅସୁରକ୍ଷିତ ଗର୍ଭପାତ ହେବାର ଆଶଙ୍କା ରହିଥିବା ରିପୋର୍ଟରେ ପ୍ରକାଶ ପାଇଛି। ଏହା ୧୮ ଶହରୁ ଅଧିକ ମହିଳା ଜୀବନ ପ୍ରତି ବିପଦ ଦେଖାଯିବାର ଆଶଙ୍କା ରହିଛି। ସେହିପରି ପୃଥିବୀରେ ପ୍ରସବକାଳୀନ ମୃତ୍ୟୁ ହାର ୧୭ ପ୍ରତିଶତ ବୃଦ୍ଧି ପାଇବ ବୋଲି ରିପୋର୍ଟରେ ପ୍ରକାଶ ପାଇଛି। କରୋନା ସଂକ୍ରମଣ ଯୋଗୁ ଗର୍ଭବତୀଙ୍କ ଚେକ୍‌ ଅପ୍‌ ଅନ୍‌ଲାଇନ୍‌ରେ କରାଯାଉଛି। ଲକ୍‌ଡାଉନ୍‌ ସମୟରେ ପୃଥିବୀରେ ୧୧ କୋଟି ୬୦ ଲକ୍ଷରୁ ଅଧିକ ଶିଶୁ ଜନ୍ମ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ନର୍ମାଲ ପ୍ରସବ ହୋଇଥିବା ୨.୭ ପ୍ରତିଶତ ଶିଶୁ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ ୫ ପ୍ରତିଶତ ସିଜେରିଆନ୍‌ ଶିଶୁ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ୮ ପ୍ରତିଶତ ଶିଶୁ ମା’ଠାରୁ ସଂକ୍ରମିତ ହୋଇଛନ୍ତି। କେତେକ ମା’ କରୋନା ସଂକ୍ରମଣ ଭୟରେ ଶିଶୁଙ୍କୁ ସ୍ତନ୍ୟପାନ କରାଉ ନାହାଁନ୍ତି। ସେହିପରି ୮ ପ୍ରତିଶତ ଶିଶୁଙ୍କଠାରେ ନିଶ୍ୱାସ ନେବାରେ ସମସ୍ୟା ଦେଖାଦେଇଥିବା ରିପୋର୍ଟରେ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମାନିଲେ ରାଜନାଥ: ଚାଇନା ସହିତ ଆଲୋଚନାରେ ମିଳିନି ସମାଧାନ ସୂତ୍ର

ନୂଆଦିଲ୍ଲୀ,୩୦।୧୨: ଏଲ୍‌ଏସିରେ ଭାରତ ଚାଇନା ମଧ୍ୟରେ ବିବାଦ ଜାରି ରହିଛି। ଏନେଇ ବହୁଥର ଆଲୋଚନା ହୋଇଛି। ତେବେ ଏସବୁ ଅସଫଳ ରହିଥିବା ସରକାର ମାନିଛନ୍ତି। ଦୁଇଦେଶ...

ଅରୁଣାଚଳ ପ୍ରଦେଶରେ ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୭ଶହ ଦୋକାନ

ଗୁଆହାଟୀ, ୨୬ା୧୦: ଅରୁଣାଚଳ ପ୍ରଦେଶର ଇଟାନଗର ନିକଟ ନହରଲାଗୁନ୍‌ ମାର୍କେଟରେ ମଙ୍ଗଳବାର ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୭ଶହରୁ ଊର୍ଦ୍ଧ୍ୱ ଦୋକାନ ଜଳିଯାଇଛି।...

ଦିନକୁ ୩୮ ମିନିଟ୍‌ ରିଲ୍ସ ଦେଖୁଛନ୍ତି ଭାରତୀୟ

ନୂଆଦିଲ୍ଲୀ, ୩୦ା୧୦: ଯୁବପିଢ଼ିଙ୍କ ସମେତ ପ୍ରାୟ ସବୁ ବର୍ଗର ଲୋକଙ୍କ ଭିତରେ ୟୁଟ୍ୟୁବ୍‌ ଶର୍ଟ ଭିଡିଓ ଏବଂ ଇନ୍‌ଷ୍ଟାଗ୍ରାମ୍‌ ରିଲ୍ସ କ୍ରେଜ୍‌। ରାତାରାତି ପ୍ରସିଦ୍ଧ ହେବା...

ୟୁପି ଛାଡ଼ୁଛନ୍ତି ପ୍ରେମୀଯୁଗଳ

ବରେଲି,୨୮ା୧୨: ଉତ୍ତରପ୍ରଦେଶରେ ଧର୍ମାନ୍ତରୀକରଣ ବା ‘ଲଭ ଜିହାଦ୍‌’ ଆଇନ ପ୍ରଚଳନ ପରେ ଅଲଗା ଧର୍ମର ପ୍ରେମୀଯୁଗଳଙ୍କୁ ଘାରିଛି ଗିରଫଦାରୀ ଭୟ। ଉଭୟ ଝିଅ ଓ ପୁଅ...

କେତେ ଦିନ ପିନ୍ଧିବାକୁ ପଡ଼ିବ ମାସ୍କ୍‌, ସରକାର ଦେଲେ ଉତ୍ତର…

ନୂଆଦିଲ୍ଲୀ,୧୪।୯: କରୋନା ମହାମାରୀକୁ ଏଡାଇବା ପାଇଁ ମାସ୍କକୁ କେତେ ଦିନ ପିନ୍ଧିବାକୁ ପଡିବ ଏନେଇ ସରକାରୀ ପ୍ୟାନେଲ ଉତ୍ତର ଦେଇଛନ୍ତି। ପ୍ୟାନେଲ ଅନୁସାରେ କରୋନା ସମସ୍ତଙ୍କ...

ଦଳୀୟ ଟିକେଟ୍‌ ପାଇଁ ପ୍ରତିଦ୍ୱନ୍ଦ୍ୱୀଙ୍କୁ ହତ୍ୟା କଲେ ଏମ୍‌ପି

ଲକ୍ଷ୍ନୌ,୧୧।୧: ସମାଜବାଦୀ ପାର୍ଟି (ସପା) ନେତା ଫିରୋଜ ଅହମ୍ମଦଙ୍କ ହତ୍ୟା ମାମଲାରେ ଏମ୍‌ପି ରିଜଓ୍ବାନ ଜାହୀରଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି ବଲରାମପୁର ପୋଲିସ।...

ଗଙ୍ଗା କୂଳରେ ଲାଗିଛି ୪୦ ମୃତଦେହ

ପାଟଣା,୧୦।୫: କୋଭିଡ୍‌-୧୯ ବିଗାଡ଼ି ଦେଲାଣି ଉତ୍ତର ପ୍ରଦେଶର ସ୍ବାସ୍ଥ୍ୟ ଓ ଶବଦାହ ବ୍ୟବସ୍ଥା। ସ୍ଥିତି ବର୍ତ୍ତମାନ ଏତେ ଜଟିଳ ଯେ, ମୃତଦେହକୁ ଗଙ୍ଗା ନଦୀରେ ଭସାଇ...

ବାହାରିବ ମହିଳା ଶୋଭାଯାତ୍ରା: ନେତୃତ୍ୱ ନେବେ ପ୍ରିୟଙ୍କା

ନୂଆଦିଲ୍ଲୀ,୧୧।୧୨: କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ବିଭିନ୍ନ ରାଜ୍ୟ ଅତିକ୍ରମ କରି ଏବେ ରାଜସ୍ଥାନରେ ପହଞ୍ଚିଛି। ଏଭଳିସ୍ଥିତିରେ ସମସ୍ତ ରାଜ୍ୟର ରାଜଧାନୀରେ ମହିଳାମାନଙ୍କୁ ନେଇ ଏକ...

Advertisement
Archives

Model This Week